ଭୁବନେଶ୍ୱର: ଅକ୍ଟୋବର ମାସ ପାଇଁ ରାଜ୍ୟ ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଜାଣନ୍ତୁ କଣ ରହିବ ଖୋଲା ଓ କଣ ବନ୍ଦ ରହିବ:-
- କଣ୍ଟେନମେଣ୍ଟ ଅଞ୍ଚଳରେ ଅକ୍ଟୋବର ୩୧ ଯାଏଁ ବଳବତ୍ତର ରହିବ ଲକଡାଉନ୍
- ରାଜ୍ୟରେ ବନ୍ଦ ରହିବ ସିନେମା ହଲ୍ ଓ ସୁଇମିଂ ପୁଲ
- କେବଳ କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ
- ୩୧ ଯାଏଁ ଥିଏଟର ଓ ଅଡିଟୋରିଅମ୍ ବନ୍ଦ ରହିବ
- ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ୩୧ ଯାଏଁ ବନ୍ଦ ରହିବ
- ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ ପାଠପଢା ପୂର୍ବ ପରି ଜାରି ରହିବ
- ସାମାଜିକ, ରାଜନୈତିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ ସମାବେଶ ବନ୍ଦ
- ସେଲୁନ୍, ସ୍ପା, ବିୟୁଟି ପାର୍ଲରରେ ପ୍ରତି ଗ୍ରାହକଙ୍କ ପାଇଁ ସାନିଟାଇଜ ବାଧ୍ୟତାମୂଳକ
- କୋଭିଡ କଟକଣା ଉଲ୍ଲଙ୍ଘନ କଲେ ଦୋକାନ ମାଲିକ ଦାୟୀ ରହିବେ
- ବାହାଘର କାର୍ଯ୍ୟକ୍ରମରେ ସର୍ବାଧତ୍କ ୫୦ ଜଣଙ୍କୁ ଅନୁମତି
- ଅନ୍ତିମ ସଂସ୍କାରରେ ସର୍ବାଧତ୍କ ୨୦ ଜଣ ସାମିଲ ହୋଇପାରିବେ
- ଉପନିର୍ବାଚନ ହେଉଥିବା ଅଞ୍ଚଳରେ ସମାବେଶ ଉପରେ କଟକଣା କୋହଳ
- ଖୋଲା ଜାଗାରେ ୧୦୦ ଲୋକଙ୍କୁ ନେଇ ହୋଇ ପାରିବ ସମାବେଶ
- ସମାବେଶରେ ମାସ୍କ ଓ ସାନିଟାଇଜେସନ୍ ବାଧ୍ୟତାମୂଳକ