ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଗୁଡ଼ିଖାଲ ବ୍ରିଜ୍ ରେଲ୍ୱେ କ୍ରସିଂ ନିକଟରୁ ଜଣେ ମହିଳା ଓ ଜଣେ ଯୁବକଙ୍କ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଛି ଅାରପିଏଫ୍ । ଉଦ୍ଧାର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ମହିଳାଙ୍କ ବାମ ଗୋଡ ଟ୍ରେନ୍ ଲାଇନରେ କଟିଯାଇିଛି। ଗୁରୁତର ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ଗୁରୁତର ମହିଳା ଜଳେଶ୍ୱର ଥାନା ଗଙ୍ଗାଧରପୁରର ବୋଲି ଜଣାପଡିଛି।
୪ ଦିନ ହେବ ମହିଳା ଜଣଙ୍କ ଘରୁ ଲୁଚି ଚାଲିଅାସିଥିଲେ। ଏ ନେଇ ତାଙ୍କ ସ୍ୱାମୀ ଥାନାରେ ଏତଲା ଦେଇଥିଲେ। ମହିଳାଙ୍କ ନିକଟରୁ ମିଳିଥିବା ଫୋନରୁ କଲ ଅାସିବାପରେ ତାଙ୍କ ସ୍ୱାମୀ ମେଡିକାଲକୁ ଅାସିଛନ୍ତି। ତେବେ ନିଖୋଜ ସ୍ତ୍ରୀ ଓ ତାଙ୍କ ସହ ଜଣେ ଯୁବକ ଠାବ ହେବାପରେ ଏହାକୁ ପରକୀୟା ପ୍ରୀତି ବୋଲି ତାଙ୍କ ସ୍ୱାମୀ ସନ୍ଦେହ କରିଛନ୍ତି।
https://youtu.be/gfar3NUE7sw