• Astrospeak
  • Live TV
  • Read In English

ପୁଣି ତେଜିଲା ଅରୁଣ-ତୁଷାର ବିବାଦ

ବାରିପଦା : ପୁଣି ତେଜିଲା ଅରୁଣ-ତୁଷାର ବିବାଦ। ବାରିପଦା ଅାସିଲେ ବିଧାୟକ ଅରୁଣ ସାହୁଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତୁଷାର ନାୟକ। ଅରୁଣ ତାଙ୍କୁ ଗାଳିଦେବା ଓ ଉଠ୍‌ବସ୍‌ କରାଇବା ବିବାଦର ସମାଧାନ ବେଳେ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ତୁଷାର କହିଛନ୍ତି। ଅରୁଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଅବ୍ୟାହତି ସହ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦିଅାଯିବାରୁ ସେ ଚୁପ୍ […]

tusar--1
tusar--1

ବାରିପଦା : ପୁଣି ତେଜିଲା ଅରୁଣ-ତୁଷାର ବିବାଦ। ବାରିପଦା ଅାସିଲେ ବିଧାୟକ ଅରୁଣ ସାହୁଙ୍କୁ ବିରୋଧ କରାଯିବ ବୋଲି କହିଛନ୍ତି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ତୁଷାର ନାୟକ। ଅରୁଣ ତାଙ୍କୁ ଗାଳିଦେବା ଓ ଉଠ୍‌ବସ୍‌ କରାଇବା ବିବାଦର ସମାଧାନ ବେଳେ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବା ତୁଷାର କହିଛନ୍ତି।

ଅରୁଣଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଅବ୍ୟାହତି ସହ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦିଅାଯିବାରୁ ସେ ଚୁପ୍ ରହିଥିଲେ। ତେବେ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ସେ ପୁଣି ଅରୁଣଙ୍କ ବିରୋଧରେ ମୁହଁ ଖୋଲିଥିବା କହିଛନ୍ତି।

ଗତ ମେ ୨୯ରେ ତୁଷାର, ଅରୁଣଙ୍କୁ ଭେଟିବାକୁ ବାରିପଦା ସର୍କିଟ ହାଉସକୁ ଯାଇଥିବାବେଳେ ଅରୁଣ ତାଙ୍କୁ  ଦୁର୍ବ୍ୟବହାର ସହ ଉଠବସ୍‌ କରିଥିବା ଅଭିଯୋଗ ହୋଇଥିଲା। ସେପଟେ ଏ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ବିଧାୟକ ଅରୁଣ ସାହୁ।

https://youtu.be/Gc_CBEveepI