• Astrospeak
  • Live TV
  • Read In English

ଭୁବନେଶ୍ୱରରେ କେମିତି ଶସ୍ତାରେ ମିଳୁଛି ନାମୀ ବ୍ରାଣ୍ଡ୍‌ର ଟିଭି?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନକଲି ଟିଭି କାରବାରର ପର୍ଦ୍ଦାଫାସ।୧୫୦ରୁ ଅଧିକ ନକଲି ଟିଭି ଜବତ ହୋଇଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଦେଢ଼ ଶହରୁ ଅଧିକ ନକଲି ଟିଭି ଜବତ କରାଯାଇଛି। ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ…

duplicate-tv
duplicate-tv

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନକଲି ଟିଭି କାରବାରର ପର୍ଦ୍ଦାଫାସ।୧୫୦ରୁ ଅଧିକ ନକଲି ଟିଭି ଜବତ ହୋଇଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଦେଢ଼ ଶହରୁ ଅଧିକ ନକଲି ଟିଭି ଜବତ କରାଯାଇଛି। ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ୱର ଅଞ୍ଚଳରେ ଚଢ଼ାଉ କରି ପୋଲିସ ଏସବୁ ଜବତ କରିଛି। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଜବତ ସବୁ ଟିଭିକୁ ଡିସିପିଙ୍କ ଅଫିସ୍‌କୁ ଅଣାଯାଇଛି।

ଏକ ନାମୀଦାମୀ କଂପାନିର ଟିଭିର ଲୋଗୋ ଲଗାଇ ତାକୁ ବ୍ରାଣ୍ଡିଂ କରି ବଜାରକୁ ଏହି ଡୁପ୍ଲିକେଟ ଟିଭି ଛାଡୁଥିଲେ ଦୁର୍ବୃତ୍ତ। ଓରିଜିନାଲ୍ ଟିଭିର ଦାମ୍ ଠାରୁ କମ୍ ଦାମ୍‌ରେ ବିକ୍ରି କରୁଥିଲେ। ଏଥିରୁ ସନ୍ଦେହ ହୋଇଥିଲା ଏବଂ ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା। ଦୁର୍ବୃତ୍ତମାନେ କୋଲକାତାରୁ ଟିଭି ଆଣି ତାହାକୁ ବ୍ରାଣ୍ଡିଂ କରି ବିକ୍ରି କରୁଥିଲେ।

ବିଶେଷ କରି ବସ୍ତିବାସିନ୍ଦା ଓ କମ୍ ଦାମ୍‌ରେ ବ୍ରାଣ୍ଡେଡ୍ ଟିଭି ଖୋଜୁଥିବା ଲୋକଙ୍କୁ ଏମାନେ ଟାର୍ଗେଟ୍ କରୁଥିଲେ। ଏହା ପଛରେ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଅଧିକ ଖୋଳତାଡ଼ ଚାଲିଥିବା ଡିସିପି କହିଛନ୍ତି।