• Astrospeak
  • Live TV
  • Read In English

ଆନ୍ଧ୍ର ପରେ ଏବେ ଛତିଶଗଡ଼ର ଓଡ଼ିଶାରେ ଅନୁପ୍ରବେଶ

ଉମରକୋଟ: ଧାନ ଚାଲାଣ ରୋକିବା ବାହାନାରେ ଛତିଶଗଡ଼ ଓଡ଼ିଶାରେ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ସୀମାନ୍ତ ବର୍ତ୍ତି ଖପରାଡିହି ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଛତିଶଗଡ଼ ସରକାର ଗମ୍ଭାରୀଗୁଡା ପଂଚାୟତ ଅନ୍ତର୍ଗତ ଖପରାଡିହି ଗ୍ରାମ ଭିତରେ ଏକ ଫାଟକ ର୍ନିମାଣ କରିବା ସହ ସେଠାରେ କେତେଜଣ ଅଧିକାରୀଙ୍କୁ ଅବସ୍ଥାପିତ କରିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଏହି ଅଂଚଳ ଦେଇ ଯାଇଥିବା ତେଲ ନଦୀରେ ଛତିଶଗଡ଼ ସରକାର ବେନିୟମ ଭାବେ ବ୍ୟାରେଜ ର୍ନିମାଣ […]

odisha
odisha

ଉମରକୋଟ: ଧାନ ଚାଲାଣ ରୋକିବା ବାହାନାରେ ଛତିଶଗଡ଼ ଓଡ଼ିଶାରେ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ସୀମାନ୍ତ ବର୍ତ୍ତି ଖପରାଡିହି ଗ୍ରାମରୁ ଏଭଳି ଅଭିଯୋଗ ଆସିଛି। ଛତିଶଗଡ଼ ସରକାର ଗମ୍ଭାରୀଗୁଡା ପଂଚାୟତ ଅନ୍ତର୍ଗତ ଖପରାଡିହି ଗ୍ରାମ ଭିତରେ ଏକ ଫାଟକ ର୍ନିମାଣ କରିବା ସହ ସେଠାରେ କେତେଜଣ ଅଧିକାରୀଙ୍କୁ ଅବସ୍ଥାପିତ କରିଥିବା ଅଭିଯୋଗ ହୋଇଛି।

ପୂର୍ବରୁ ଏହି ଅଂଚଳ ଦେଇ ଯାଇଥିବା ତେଲ ନଦୀରେ ଛତିଶଗଡ଼ ସରକାର ବେନିୟମ ଭାବେ ବ୍ୟାରେଜ ର୍ନିମାଣ କରିଥିଲେ। ବର୍ତ୍ତମାନ ସୁଦ୍ଧା ତାର କୌଣସି ସମାଧାନ ବାହାରି ନଥିବାବେଳେ ଏବେ ଓଡ଼ିଶା ଧାନକୁ ଛତିଶଗଡ଼ ମଧ୍ୟରେ ପୂରାଇ ନଦେବା ଆଳରେ ଓଡ଼ିଶା ମଧ୍ୟରେ ଫାଟକ ର୍ନିମାଣ କରିବା ଅନୁପ୍ରବେଶ ପାଇଁ ପଥ ପରିସ୍କାର କରିଛି।

ସେପଟେ ଛତିଶଗଡ଼ ସରକାର ସେଠାକାର ଚାଷୀଙ୍କ ପାଇଁ ଯଥେଷ୍ଟ ପୂର୍ବରୁ ମଣ୍ଡି ଖୋଲିବା ସାଙ୍ଗକୁ ଧାନର ସର୍ବନିମ୍ନ ମୂଲ୍ୟ ଓଡ଼ିଶା ଠାରୁ ବେଶ୍ ଅଧିକ ରଖିଛି। ଓଡିଶାରେ ବର୍ତ୍ତମାନ ସୁଦ୍ଧା ମଣ୍ଡି ନ ଖୋଲିବାରୁ ଓଡ଼ିଶା ସରକାର ଜାଣିଶୁଣି ଏଭଳି କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏଭଳି ଅଭିଯୋଗକୁ ନେଇ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

ଅନ୍ୟପଟେ ଆନ୍ଧ୍ରପ୍ରଦେଶ ବି ଓଡ଼ିଶାରେ ଦାଦାଗିରି ଦେଖାଉଛି। କୋରାପୁଟର କୋଟିଆ ପରେ ସମ୍ବାଇରେ ଆନ୍ଧ୍ରର ଅନୁପ୍ରବେଶ ବଢ଼ି ଚାଲିଛି।