ଭୁବନେଶ୍ୱର: ସେପ୍ଟେମ୍ବର ମାସ ଶେଷ ବେଳକୁ କରୋନା ସଂକ୍ରମଣ କମିବା ଆରମ୍ଭ କରିବ ବୋଲି ଆଶା କରାଯାଉଛି। ହେଲେ ନିର୍ଦ୍ଦିଷ୍ଟ ଭାବେ କେବେ ଏହା କମିବ, ତାହା କହିବା କଷ୍ଟକର ବୋଲି କରୋନା ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ରଖି ଏହା କହିଛନ୍ତି।
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଲୋକମାନେ କୋଭିଡ୍ ଗାଇଡ଼ଲାଇନ୍ସକୁ ମାନିବାକୁ ପଡ଼ିବ। ନଚେତ୍ ପଜିିଟିଭ୍ ସଂଖ୍ୟା ବଢ଼ିବ। ରାଜ୍ୟରେ ୮୦% ଆକ୍ରାନ୍ତ ଲକ୍ଷଣ ବିହୀନ ଅଛନ୍ତି। ତେଣୁ ଆମେ ହୋମ ଆଇସୋଲେସନକୁ ପ୍ରାଧାନ୍ୟ ଦେଉଛୁ। କଲ୍ସେଣ୍ଟର ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ।
ଭୁବେନେଶ୍ୱର କଟକରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ହୋମ୍ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଉଛି। ଏହାସହ ଅଧିକ ଆଇସିୟୁ, ବେଡ୍, ଆମ୍ବୁଲାନ୍ସ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।