• Astrospeak
  • Live TV
  • Read In English

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଛନ୍ତି ୩୭୭୯ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୬୧୦୪୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। 46 from Malkangiri44 from Boudh39 from Anugul7 from Deogarh284 from State Pool The total recovered cases of Odisha now stand at 161044 — H & FW […]

corona test 1
corona test 1

ଭୁବନେଶ୍ୱର: ଆଜି ରାଜ୍ୟରେ କରୋନାରୁ ଆରୋଗ୍ୟ ହୋଇଛନ୍ତି ୩୭୭୯ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୧୬୧୦୪୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

https://twitter.com/HFWOdisha/status/1309139080521932800?s=20

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୦ ଜଣ ଅଛନ୍ତି। ସେହିପରି କଟକରୁ ୪୨୭, ପୁରୀରୁ ୧୫୮, ବାଲେଶ୍ୱରରୁ ୧୫୫, ବରଗଡ଼ରୁ ୧୫୨, ଝାରସୁଗୁଡ଼ାରୁ ୧୫୨, କନ୍ଧମାଳରୁ ୧୩୫, ମୟୂରଭଞ୍ଜରୁ ୧୩୫, ସମ୍ୱଲପୁରରୁ ୧୨୭, ରାୟଗଡ଼ାରୁ ୧୧୮, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୦୫ ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ଗଞ୍ଜାମରୁ ୯୯, ବଲାଙ୍ଗିରରୁ ୯୮, ଭଦ୍ରକରୁ ୯୨, ନବରଙ୍ଗପୁରରୁ ୮୧, ନୂଆପଡ଼ାରୁ ୭୭, କେନ୍ଦୁଝରରୁ ୭୬, ଢେଙ୍କାନାଳରୁ ୭୪, କେନ୍ଦ୍ରାପଡ଼ାରୁ ୬୯, କୋରାପୁଟରୁ ୬୯, କଳାହାଣ୍ଡି ୬୫, ସୋନପୁରରୁ ୬୫, ସୁନ୍ଦରଗଡ଼ରୁ ୬୨, ଗଜପତିରୁ ୫୮, ନୟାଗଡ଼ରୁ ୪୭, ମାଲକାନଗିରିରୁ ୪୬, ବୌଦ୍ଧରୁ ୪୪, ଅନୁଗୋଳରୁ ୩୯, ଦେବଗଡ଼ରୁ ୭ ଓ ଷ୍ଟେଟ୍‌ ପୁଲରୁ ୨୮୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।