ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଭାରତ ସଭାପତି ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ଅାଉ ଜଣଙ୍କୁ ରାୟଗଡ଼ାରୁ ଗିରଫ କରିଛି ପୁଲିସ। ଗିରଫ ବ୍ୟକ୍ତି ହେଲେ ପି. ଗୋବିନ୍ଦ ରାଓ। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତ ସୁମନ୍ତ ନାୟକକୁ ତିନି ଦିନିଅା ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଘଟଣା ପଛରେ ସୁମନ୍ତର କଣ ଉଦ୍ଦେଶ୍ୟ ରହିଛି, ସେ କେଉଁ ଦଳ ସହ ସଂପୃକ୍ତ ଅଛି, ସେ ନେଇ ତଦନ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି।
ସେପଟେ ଏହି ଘଟଣା ପରେ ଖାରବେଳଙ୍କ ସୁରକ୍ଷା ପାଇଁ ସବୁ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି। ଖାରବେଳଙ୍କ ମିଟିଂ ବେଳେ ସଜାଗ ରହିବାକୁ ପୁଲିସକୁ ନିର୍ଦ୍ଦେଶ ଦିଅାଯାଇଛି।