ସଂକ୍ଷେପରେ ଆଜିର ତାଜା ଖବର - Friday, 31 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏସବୁ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ କହିଲା କେନ୍ଦ୍ର

କରୋନାର ସାମାନ୍ୟ ଲକ୍ଷଣ ଥିଲେ ଆଇସୋଲେଟ ହେବାକୁ କେନ୍ଦ୍ର ସରକାର କହିଛି। ଏନେଇ ସବୁ ମୁଖ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ  ଚିଠି ଲେଖିଛନ୍ତି। ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଜକୁ ଆଇସୋଲେଟ କରିବାକୁ ପରାମର୍ଶ ଦିଆଯାଇଛି। More

ଆସୁଛି ପଞ୍ଚାୟତ ନିର୍ବାଚନ, ଭୋଟରଙ୍କୁ ହାତେଇବାକୁ ଥୋପ ପରେ ଥୋପ

୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ଣପୁର, ରାଉରକେଲା ଓ ସମ୍ବଲପୁରରେ ଲାଗୁ ହେବାକୁ ଥିବା ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯିବ । More

କରୋନାର କରାଳ ଛାୟା ଭିତରେ ବିଦାୟ ନେଇଗଲା ୨୦୨୧, ରାତି ପାହିଲେ ୨୦୨୨

ସମାନ ଚିତ୍ର ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବରେ । ପୁରୁଣା ବର୍ଷକୁ ବିଦାୟ ସହ ନୂଆବର୍ଷକୁ ସ୍ୱାଗତ ପାଇଁ ଏଠି ବି ସେଭଳି କୌଣସି କାର୍ଯ୍ୟକ୍ରମ ହେଉନି । କେବଳ କ୍ଲବ କାହିଁକି, ହୋଟେଲ୍, ରେଷ୍ଟୁରାଣ୍ଟ ସବୁ ଶୂନଶାନ୍ । More

ସେତେବେଳର ଓ ବର୍ତ୍ତମାନର ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ, କହିଲେ ଲଳିତେନ୍ଦୁ

ବଦଳିଗଲାଣି ରାଜନେତାଙ୍କ ଚରିତ୍ର । ସେତେବେଳର ଓ ବର୍ତ୍ତମାନର ରାଜନୀତି ଓ ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ? OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର । More

NDA ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଆ ପୁଅ

ଓଡ଼ିଶାର ଓମକାର ଆଶୁତୋଷ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଟପ୍ପର ହୋଇ ଏହି ଗୌରବ ଆଣିଛନ୍ତି। More

ଏଥର ବ୍ରହ୍ମଗିରିରୁ କିଏ ଲଢିବ: ଉପାସନା ନା ଲଳିତେନ୍ଦୁ ?

ଆଗାମୀ ନିର୍ବାଚନରେ କେମିତି ରହିବ ଋଣନୀତି, OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର । More

ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ। ପେନସନ୍ ଭୋଗୀଙ୍କ ଟିଆଇ ବି ୩% ବୃଦ୍ଧି ନେଇ ଘୋଷଣା କରାଯାଇଛି। More

ଓବିସି ସଂରକ୍ଷଣ କର ନହେଲେ ନିର୍ବାଚନ ବନ୍ଦ କର: ସୁର

ସୁର କହିଛନ୍ତି, ୨୦୨୨ ଆସୁଛି। ତେଣୁ ଜମା ବି ପାତରଅନ୍ତର କରନାହିଁ। ନହେଲେ ଆଗାମୀ ଦିନରେ ଆନ୍ଦୋଳନ ହେବ। କେବଳ ଏତିକି ନୁହେଁ ବରଂ ୨୦୨୨ ସମସ୍ତଙ୍କ ପାଇଁ ଆନନ୍ଦ ଓ ଉଲ୍ଲାସର ସହ କଟୁ More

କାମ ଦେଉନି ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ! କାର୍ଡ ଥାଇ ବି ମଗା ଯାଉଛି ଟଙ୍କା !

ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା BSKY ସ୍ମାର୍ଟ ହେଲ୍‌ଥ୍‌ କାର୍ଡ କାମ ଦେଉ ନଥିବା ଅଭିଯୋଗ ହୋଇଛି। More

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ

ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ନିଷ୍ପତ୍ତି ହୋଇଛି।  ଏନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।  More

୫ ମହାନଗର ପାଇଁ ‘ଜାଗା ମିଶନ’, କ୍ୟାବିନେଟର ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୫ ମହାନଗର ନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ। More

କେବେ ଖାଇଛନ୍ତି କି ‘ଛେଚା ମସଲା ଖାସି ମାଂସ’ ?

ପାରମ୍ପରିକ ଖାଦ୍ୟର ସ୍ୱାଦ ନିଆରା । ବିଶେଷ କରି ଆମ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟର ଜବାବ ନାହିଁ । ଆଜି ଆମେ ଆପଣଙ୍କ ପ୍ରସ୍ତୁତ କରିବୁ ଏକ ସୁଆଦିଆ ରେସିପି । ଏହି ରେସିପିର ନାଁ ହେଉଛି ‘ଛେଚା ମସଲା ଖାସି ମାଂସ’ । ଏହି ରେସିପିକୁ ଅତି ସହଜ ଓ ଦେଶୀ ଉପାୟରେ ବନେଇ ପାରିବା ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ଦଲାଲ୍‌ ମୁକ୍ତ ହେବ RTO: ଏଣିକି ‘No’ ଅଫ୍‌ଲାଇନ୍‌, ‘Only’ ଅନ୍‌ଲାଇନ୍‌

ପରିବହନ ବିଭାଗର ଏଣିକି ‘No’ ଅଫ୍‌ଲାଇନ୍‌, ‘Only’ ଅନ୍‌ଲାଇନ୍‌। ପରିବହନ ବିଭାଗର ସବୁ କାମ ଏଣିକି ଅନ୍‌ଲାଇନ୍‌ରେ ହେବ। ନୂଆବର୍ଷ ଅର୍ଥାତ୍ ଆସନ୍ତାକାଲିଠାରୁ ଏହି ନୂଆ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି। More

ରାତି ୧୦ରୁ ନାଇଟ୍‌ କର୍ଫ୍ୟୁ: ଜାଣନ୍ତୁ, କେଉଁମାନେ କଟକଣାରୁ ମୁକ୍ତ...

ପୂର୍ବ ମାସ ଭଳି ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସମସ୍ତ ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ। ତେବେ ଏହି କଟକଣା ସମୟରେ ଜରୁରୀ ସେବାକୁ ସରକାର ବାଦ୍‌ ଦେଇଛନ୍ତି।  More

ନୂଆ ଜୀବନ ପାଇଲା ଅହିରାଜ, ଭାଙ୍ଗି ଯାଇଥିଲା ପଞ୍ଜରା ହାଡ଼

ରିଷ୍ଟ୍ରେନିଂ ଟ୍ୟୁବ୍‌ରେ ଅହିରାଜ। ପଞ୍ଜରା ହାଡ଼ ଭାଙ୍ଗି ଯାଇଥିବା ସାପର ଚିକିତ୍ସା ହୋଇଛି। ସ୍ନେକ୍ ହେଲ୍‌ପ୍‌ ଲାଇନ୍ ସଦସ୍ୟ ଅତି ସତର୍କତା ଭାବେ ସାପର ମୁଣ୍ଡକୁ ଧରିବା ପରେ ରିଷ୍ଟେନିଂ ଟ୍ୟୁବ୍‌ରେ ପଶାଇ ଥିଲେ। ଏହାପରେ ଚିକିତ୍ସା ଆରମ୍ଭ ହୋଇଥିଲା।  More

୩ରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

ଆସନ୍ତା ୩ ତାରିଖରୁ ହିଁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ କ୍ଲାସ୍‌। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେବା ସହ ଦ୍ୱନ୍ଦ୍ୱ ଦୂର କରିଛନ୍ତି। More

Daily Horoscope 31 Dec 2021: ଆସନ୍ତୁ ଜାଣିବା, ଆଜି ଦିନର ମହତ୍ତ୍ୱ କ’ଣ ରହିଛି

୨୦୨୧ ମସିହା, ଡିସେମ୍ବର ମାସ ୩୧ ତାରିଖ, ଶୁକ୍ରବାର, ଧନୁ ୧୬ ଦିନ, ପୌଷମାସ, କୃଷ୍ଣପକ୍ଷ, ଦ୍ୱାଦଶୀତିଥି । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି । ଦେଖନ୍ତୁ ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ... More

ଅଦିନିଆ ବର୍ଷାରେ ବରବାଦ ହେଲାଣି ହଜାର ହଜାର ବସ୍ତା ଧାନ

ଖାଲି ଅମଳ ଧାନ ନୁହେଁ, ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି ପନିପରିବା ଚାଷ। ବରଗଡ ଜିଲ୍ଲାର ଅମ୍ବାଭୋନାରେ ଉଜୁଡି ଯାଇଛି କୋବି, ଟମାଟୋ, ସୋରିଷ ଓ ବାଇଗଣ ଚାଷ। ବଣାଇରେ ଏଥର ଆଳୁ ଚାଷ ଭଲ ହୋଇଥିବା ବେଳେ କିଆରି ଭିତରେ ପାଣି ପଶିଛି। More

ବିବାହ ଶୋଭାଯାତ୍ରାରେ ୫୦, ହଜାରେ ଦର୍ଶକଙ୍କୁ ନେଇ ଚାଲିବ ଯାତ୍ରା

ହୋଟେଲ, ମଲ, କଲ୍ୟାଣ ମଣ୍ଡବ ଆଦିରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଏମିତିକି ବାର୍ଷିକ ଉତ୍ସବ ମଧ୍ୟ ଆୟୋଜନ ହୋଇପାରିବ ନାହିଁ।  More

ଜାନୁଆରୀରେ ପିକନିକ୍‌ ମନା। ରାତି ୧୦ରୁ ନାଇଟ୍‌ କର୍ଫ୍ୟୁ

ଆବଶ୍ୟକ ସ୍ଥଳରେ କଟକଣାକୁ ଅଧିକ କଡାକଡି କରାଯିବ। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି। More

ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ

ଝାରସୁଗୁଡ଼ାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଥିବା ସୂଚନା ମିଳିଛି। More

ଘନ କୁହୁଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଆସନ୍ତାକାଲି ଘନ କୁହୁଡ଼ି ପାଇଁ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଅନ୍ୟପକ୍ଷେ, ଗତ ୨ ଦିନ ଧରି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଅଦିିନିଆ ବର୍ଷା ଯୋଗୁ ପରିବା ଚାଷ ପ୍ରଭାବିତ ହେବାର ଆଶଙ୍କା ଅଛି।  More