ସଂକ୍ଷେପରେ ଆଜିର ତାଜା ଖବର - Tuesday, 28 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏମ୍‌କେସିଜି ମେଡିକାଲର ପିଜି ଛାତ୍ରଙ୍କ ଆନ୍ଦୋଳନ । ସେମାନେ ବର୍ହିବିଭାଗ, ଇନ୍‌ଡୋର୍ ଚିକିତ୍ସାରୁ ନିବୃତ୍ତ ରହିଛନ୍ତି

ଏମ୍‌କେସିଜି ମେଡିକାଲର ପିଜି ଛାତ୍ରଙ୍କ ଆନ୍ଦୋଳନ । ସେମାନେ ବର୍ହିବିଭାଗ, ଇନ୍‌ଡୋର୍ ଚିକିତ୍ସାରୁ ନିବୃତ୍ତ ରହିଛନ୍ତି । ପିଜି ନିଟ୍ ପରୀକ୍ଷାର କାଉନସେଲିଂରେ ଅହେତୁକ ବିଳମ୍ବର ପ୍ରତିବାଦ କରି ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ବିଳମ୍ବ ଯୋଗୁଁ ସେମାନଙ୍କ ବହୁତ ଅସୁବିଧା ହେଉଛି । ନିଟ୍ କାଉନ୍‌ସେଲିଂର ଶୁଣାଣି ଜାନୁଆରୀ ୩ ତାରିଖରେ ଅଛି । ତେଣୁ କେବେ ହେବ ନାମଲେଖା ତାକୁ ନେଇ ସଂଶୟରେ ମେଡିକାଲ ଛାତ୍ରଛାତ୍ରୀ । ଏହାର ପ୍ରତିବାଦରେ ଜରୁରୀକାଳୀନ କାମ ଛଡ଼ା ଅନ୍ୟ ସମସ୍ତ କାମରୁ ବିରତ ରହିଛନ୍ତି । ଏମାନେ ନିଟ୍ ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ କରି ଗତ କିଛିଦିନ ହେଲା ଦିଲ୍ଲୀରେ ରେସିଡେନସିଆଲ୍ ଡାକ୍ତରମାନେ ଆନ୍ଦୋଳନ କରି ଆସୁଛନ୍ତି । ଗତକାଲି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବେଳେ ପୋଲିସ ସେମାନଙ୍କୁ ପିଟିଥିଲା ବୋଲି ଅଭିଯୋଗ ହୋଇଛି । ତେବେ ଏହାକୁ ବିରୋଧ କରି ଆଜି ଦିଲ୍ଲୀରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଛନ୍ତି ।

ପୁରୀ ବାଲିପୁଟ ମେଡିକାଲର ଦୁରବସ୍ଥା ନେଇ ବିକ୍ଷୋଭ

ପୁରୀ ବାଲିପୁଟ ମେଡିକାଲର ଦୁରବସ୍ଥା ନେଇ ବିକ୍ଷୋଭ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରରେ ପୁରୀ ସାମାଜିକ କର୍ମୀଙ୍କ ଗଣଧାରଣା । ସ୍ଥାୟୀ ଡାକ୍ତର ନିଯୁକ୍ତି, ଫାର୍ମାସିଷ୍ଟ ଓ ଆଟେଣ୍ଡାଣ୍ଟ ନିଯୁକ୍ତି, ଆନୁସଙ୍ଗିକ ସରଞ୍ଜାମ ଓ କ୍ୱାର୍ଟର ନିର୍ମାଣ, ମେଡିକାଲ ପରିସୀମା ପରିଷ୍କାର ଓ ପାଚେରୀ ର୍ନିମାଣ ନେଇ ଦାବି ହୋଇ ଆସୁଛି । ତେବେ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇନଥିବାରୁ ସାମାଜିକ କର୍ମୀଙ୍କ ପକ୍ଷରୁ ଗଣଧାରଣା ଦିଆଯାଇଛି ।ଏହି ଧାରଣାରେ ଆଜି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ସାମିଲ ହୋଇଛନ୍ତି  ।

ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ୧୦୩ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ ଓ ଶିଳାନ୍ୟାସ କରିଛନ୍ତି । ବିଶେଷ କରି ପାନୀୟ ଜଳ, ରାସ୍ତା ଓ ସଂଯୋଗୀକରଣ, ପୁନର୍ବାସ, ଆଲୋକିକରଣ, ପର୍ଯ୍ୟଟନସ୍ଥଳୀ ସୌନ୍ଦର୍ଯ୍ୟକରଣ, ଜଳସେଚନ ଇତ୍ୟାଦି କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ । ପୁରୁଣା ଭୁବନେଶ୍ୱରରେ ୨୪ ଘଣ୍ଟିଆ ନିରବଚ୍ଛିନ ଘରକୁ ଘର ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ୩୩ କୋଟି , ବରମୁଣ୍ଡା ଓ ଓ୍ୱାର୍ଡ ନମ୍ବର ୨୪ ଅଞ୍ଚଳ ଲାଗି ୮ କୋଟି ୯୩ ଲକ୍ଷ, ଗଙ୍ଗୁଆ ବାମପାର୍ଶରେ ରାସ୍ତା ର୍ନିମାଣ ପାଇଁ ୫୨ କୋଟି ମଜୁର ହୋଇଛି । କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ଜଳସଂପଦ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଯୋଗ ଦେଇଥିଲେ ।

ଦିଲ୍ଲୀରେ ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ନିର୍ମିତ ୨୭ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଦିଲ୍ଲୀରେ ବର୍ଡର ରୋଡ୍ ଅର୍ଗାନାଇଜେସନ ପକ୍ଷରୁ ନିର୍ମିତ ୨୭ ପ୍ରକଳ୍ପର ଉଦଘାଟନ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଦେଶର ସୀମାନ୍ତ ଅଂଚଳର ବିକାଶରେ ବର୍ଡର ରୋଡ୍ ଅର୍ଗାନାଇଜେସନ୍ BROର ଅନେକ ଅବଦାନ ରହିଛି ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସୀମାକୁ ଆହୁରି ଅଧିକ ସୁରକ୍ଷିତ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଅଛି ବୋଲି କହିଛନ୍ତି ରାଜନାଥ ସିଂହ । ଏହି ଅବସରରେ ଲଦାଖ ଅଂଚଳରେ BRO ନିର୍ମାଣ କରିଥିବା ଉମଲିଂଗ ଲାପାସ୍ ଉପରେ ଆଲୋକପାତ କରିଥିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ । ଏହି ରାସ୍ତା ସମୁଦ୍ରପତ୍ତନ ଠାରୁ ପ୍ରାୟ ୧୮ ହଜାର ଫୁଟ ଉପରେ ନିର୍ମିତ ହୋଇଛି ।

ଋଣ ଭାର ସହି ନପାରି ପୁଣି ଜଣେ ଚାଷୀର ଆତ୍ମହତ୍ୟା !

ପ୍ରତିକୂଳ ପାଗରେ ଫସଲ ନଷ୍ଟ, ତା ଉପରେ ପୁଣି ଋଣ ଭାର । ଶେଷରେ ଏହାରି ଚାପରେ ଜୀବନ ହାରିଲେ ଚାଷୀ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖୋଏର୍ଡ ଗାଁର ଚାଷୀ ସମରେନ୍ଦ୍ର କୁଣ୍ଡୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ସେ ଧାନ ଚାଷ କରିଥିଲେ । ତେବେ ଲଘୁଚାପ ବର୍ଷାରେ ଫସଲ ନଷ୍ଟ ହୋଇ ଯାଇଥିଲା ଏହି ଚାଷ ପାଇଁ ସେ ସୋସାଇଟି, ବ୍ୟାଙ୍କ ଓ ହାତ ଉଧାରି ପ୍ରାୟ ୧୨ ଲକ୍ଷ ଟଙ୍କାର ଲୋନ୍ କରିଥିଲେ ବୋଲି ପରିବାର ଲୋକେ କହିଛନ୍ତି ଫସଲ ନଷ୍ଟ ହେବା ପରେ ମାନସିକ ଚାପରେ ଥିଲେ ସମରେନ୍ଦ୍ର । ୭ ଦିନ ଆଗରୁ ସେ ବିଷ ଖାଇ ଦେଇଥିଲେ ବୋଲି ପରିବାର ଲୋକେ କହିଛନ୍ତି ବାଲେଶ୍ୱରରୁ ତାଙ୍କୁ କଟକ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ଗାଁ ଲୋକେ । 

ଏଣିକି ସିଡିଏ, ବିଡିଏ ଅଧିନରେ ଜମି, ଘର କିଣିବା ସହଜ ହେବ

ଆଗକୁ ଲିଜ୍ ହୋଲ୍ଡ ରୁ ଫ୍ରି ହୋଲ୍ଡ ହେବ ସିଡିଏ, ବିଡିଏ ଓ ହାଉସିଂବୋର୍ଡ ଭଳି ରାଜ୍ୟର ପ୍ରାୟ ସବୁ କର୍ତ୍ତୃପକ୍ଷଙ୍କ ଅଧିନରେ ଆସୁଥିବା ସମସ୍ତ ଜମି । ଦୀର୍ଘ ବର୍ଷ ଧରି ଜମି, ଘର କିଣିବା ପରେ ବି ଲିଜ୍‌ରେ ସମ୍ପତ୍ତି ରହୁଥିଲା । ବର୍ତ୍ତମାନ ଏହି ନୂଆ ନିୟମରେ ଲୋକେ ନିଜେ ମାଲିକାନା ପାଇପାରିବେ । More

ସରକାରଙ୍କ ପୋଲ ଖୋଲିଦେଲା ନିତି ଆୟୋଗଙ୍କ ରିପୋର୍ଟ, ଧରାପଡ଼ିଲା ସ୍ୱାସ୍ଥ୍ୟସେବାର ବିକଟାଳ ଚିତ୍ର

ସରକାରଙ୍କୁ ପ୍ରଚାର ସର୍ବସ୍ୱ କହି ବିରୋଧୀ ଟାର୍ଗେଟ କରିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଯୁକ୍ତି ଆମେ ଏକ ନମ୍ବର ଥିଲୁ ଆଉ ଅଛୁ । ନିତି ଆୟୋଗଙ୍କ ରିପୋର୍ଟ ଭୁଲ୍ । ହେଲେ ଗ୍ରାଉଣ୍ଡ ରିୟାଲିଟି କିନ୍ତୁ କହୁଛି କିଛି ଭିନ୍ନ କଥା । More

OBC ଭୋଟ ଖସିଯିବାର ଭୟ ! ଚାଲ୍ ପରେ ଚାଲ୍‌ ଖେଳୁଛି ବିଜେଡି

ନୂଆ ଚିଠାରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ପଦବୀ ଲାଗି ଆସିଛି ରିଜରଭେସନ୍ ଡ୍ରାଫ୍ଟ ଲିଷ୍ଟ । More

ଓଡ଼ିଶାକୁ ଫେବ୍ରୁଆରୀ ଟେନସନ୍, ମାସ ଶେଷ ଆଡ଼କୁ ଶୀର୍ଷ ଛୁଇଁବ !

ICMR ଅନୁସାରେ ଯଦି ତୃତୀୟ ଲହର ଆସେ ତାହାଲେ ଓଡ଼ିଶାକୁ ଖୁବ୍‌ଶୀଘ୍ର ଆସିବ । ଫେବ୍ରୁଆରୀ ମାସ ଶେଷ ବେଳକୁ ଏହା ଶୀର୍ଷ ଛୁଇଁପାରେ, ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ରହିଛି । More

କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ସଂସିଧାରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ଅନୁଦାନରେ କଲ୍ୟାଣ ମଣ୍ଡପ ନିର୍ମାଣ ଚାଲିଛି । More

୧୦ରୁ CMCରେ ପ୍ରିଭେଣ୍ଟିଭ୍ ଡୋଜ୍ ବା ବୁଷ୍ଟର ଡୋଜ୍

ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଯାବତ୍ ଦେଶରେ ୬୫୩ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ମହାରାଷ୍ଟ୍ରରେ ସର୍ବାଧିକ ୧୬୭ ଜଣଙ୍କ ଠାରେ ଓମିକ୍ରନ୍ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । More

ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କୁ ଠେଲାପେଲା

-ନରସିଂହପୁରରେ ବିଧାୟକ ଦେବୀ ମିଶ୍ରଙ୍କୁ ଠେଲାପେଲା । -ବାସେଳିହତା ଛକରେ ବିଜେଡିର ଗୋଟିଏ ଗୋଷ୍ଠୀର ଠେଲାପେଲା । More

ରାଜ୍ୟରେ ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ,କୋଭିଡ଼ ଗାଇଡଲାଇନ ମାନି ଚାଲିବ ପାଠପଢ଼ା

ଅନେକ ଦିନ ବ୍ୟବଧାନ ପରେ ସ୍କୁଲ ଯିବେ ଛାତ୍ରଛାତ୍ରୀ । ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । More

କେତେ ଦିନ ବ୍ୟବଧାନରେ ଓ କେମିତି ନେବେ ଟିକା ? ଜାଣନ୍ତୁ...

୧୫ରୁ ୧୮ ବର୍ଷ ପିଲା ଯେଉଁମାନଙ୍କ ଜନ୍ମ ୨୦୦୭ ଜାନୁଆରୀ ୧ ପୂର୍ବରୁ ହୋଇଥିବ ସେମାନଙ୍କୁ ଟିକା ଦିଆଯିବ। ଏଥିଲାଗି ଅନ୍‌ଲାଇନ୍‌ କିମ୍ବା ଅନ୍‌ସାଇଟ୍‌ ରେଜିଷ୍ଟ୍ରେସନ୍‌ ପଞ୍ଜୀକରଣ କରିପାରିବେ। More

ଖୁବ୍‌ଶୀଘ୍ର ଓଡ଼ିଶାକୁ ଆସିବ କରୋନାର ତୃତୀୟ ଲହର ! ଏହି ମାସରେ ପିକ୍‌ରେ ପହଞ୍ଚିପାରେ...

ଯଦି କରୋନାର ତୃତୀୟ ଲହର ଆସେ, ତା’ ହେଲେ ଖୁବ୍‌ଶୀଘ୍ର ଏହା ଓଡ଼ିଶାକୁ ଆସିପାରେ। ଫେବୃଆରୀ ମାସ ଶେଷ ବେଳକୁ ଏହା ପିକ୍‌ ସ୍ତରରେ ପହଞ୍ଚିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। More

ଜାନୁଆରୀ ୨ରୁ ବନ୍ଦ ରହିବ ଭିତରକନିକା

ପ୍ରତିବର୍ଷ ଭଳି ଆସନ୍ତା ବର୍ଷ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀ, ନାଳ ଗୁଡ଼ିକରେ କୁମ୍ଭୀରମାନଙ୍କର ଗଣନା କରାଯିବ। More

ସାଂଘାତିକ ଅଭିଯୋଗ: HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଫେରାଇ ଦେଲେ ଡାକ୍ତର

HIV ସଂକ୍ରମିତ ପ୍ରସୂତିଙ୍କ ଚିକିତ୍ସା ନ କରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଆମ୍ବୁଲାନ୍ସ ନ ଦେବାରୁ ପ୍ରସୂତିଙ୍କୁ ପରିବାର ଲୋକେ ବାଇକ୍‌ରେ ଆଣିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। More

ଓଡ଼ିଶାକୁ ଓମିକ୍ରନ୍‌ ଭୟ ! ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଶେଷ କରିବାକୁ ପରାମର୍ଶ

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍‌ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। More

ଆଜି ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଗାମୀ ୪ ଦିନ ଯାଏ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବା ସମ୍ଭାବନା ରହିଛି। More

କୋଣାର୍କରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ

ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳ କୋଣାର୍କରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ । ରାତି ହେଲେ ଚାଲୁଛି ଶହ ଶହ ଟ୍ରକ୍ ବାଲି ଚୋରା ଚାଲାଣ । ସରକାରୀ ବାବୁ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ଚାଲିଥିବା ଅଭିଯୋଗ ସ୍ଥାନୀୟ ବାସିନ୍ଦା କରିଛନ୍ତି । More

ଓମିକ୍ରନ୍‌ ଭୟ ! କଟକରେ ଗୋଟିଏ ପରିବାରର ୬ ପଜିଟିଭ୍‌, କଣ୍ଟେନ୍‌ମେଣ୍ଟ ଘୋଷଣା କଲା CMC

କଟକ ନୂଆ ରାଉସାପାଟଣାର ଗୋପବନ୍ଧୁ ବିହାରରେ ଏହି ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍ ହେବା ପରେ ସିଏମସି ଉକ୍ତ ପରିବାର ଉପରେ କଡ଼ା କଟକଣା ଲଗାଯାଇଛି । More

ରାଜଧାନୀରେ ବଢ଼ୁଛି କ୍ରାଇମ୍‌ ରେଟ୍‌, କମିଶନରେଟ୍ ପୋଲିସର ତଥ୍ୟ ଦେଖିଲେ ଉଡ଼ିବ ହୋସ୍‌

ଉଦ୍‌ବେଗଜନକ କଥା ହେଉଛି, ଭୁବନେଶ୍ୱରରେ ଏହି ବର୍ଷ, ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ । ଫାଶି ଲଗାଇ ସର୍ବାଧିକ ୯୪ ଜଣ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୪୧ । More

ମାଞ୍ଜା ସୂତା ଲାଗି ଜଣଙ୍କର ମୃତ୍ୟୁ ଘଟଣା, ଜଣେ ଗିରଫ; ମାଞ୍ଜା ସୂତା ବିକ୍ରି ବେଆଇନ୍

ସ୍ପେଶାଲ୍ ଏନଫୋର୍ସମେଂଟ୍ ଟିମ୍ ଗଠନ କରି କଟକର ବିଭିନ୍ନ ଗୁଡି ଦୋକାନରେ ଚଢାଉ କରାଯାଇଛି । ତେବେ ପ୍ରଶ୍ନ ଉଠିଛି ୨୦୧୬ରେ ମାଞ୍ଜା ସୂତା ଓ ପ୍ଲାଷ୍ଟିକ ସୂତା ଉପରେ ଯଦି ହାଇକୋର୍ଟ ବ୍ୟାନ ଲଗାଇଥିଲେ, ତା ହେଲେ ବେଧଡ଼କ ବ୍ୟବହାର ଚାଲିଛି କେମିତି ? କ’ଣ କରୁଛି ପୋଲିସ ? More

BJD ବିରୋଧରେ BJPର ମୁଦ୍ଦା, 'ଗରିବୀ, ବେକାରୀ ଓ ନାରୀ ନିର୍ଯାତନା'

ମିଶନ୍ ପଞ୍ଚାୟତ । ଭୋଟ୍ ତାରିଖ ଘୋଷଣା ନହେଉଣୁ, ଯିଏ ଯାହା ରଣନୀତିରେ ବ୍ୟସ୍ତ । ଲୋକ ପ୍ରତିନିଧିଙ୍କ ସହ ଆଜି ବିଜେପିର ବ୍ରେନ୍ ଷ୍ଟର୍ମିଂ । ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସାଂସଦ ଓ ପରେ ବିଧାୟକଙ୍କ ସହ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ପଞ୍ଚାୟତ ନିର୍ବାଚନ ରଣନୀତି ନେଇ ମାନସ ମନ୍ଥନ । More