ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ବାୟୁସେନାର ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ । ଏଥିରେ ଓ୍ୱିଙ୍ଗ କମାଣ୍ଡର ହରସିତ୍ ସିହ୍ନା ପ୍ରାଣ ହରାଇଛନ୍ତି । ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୮ଟା ବେଳେ ରାଜସ୍ଥାନ ଜୟସେଲମେର୍ ନିକଟରେ ବିମାନ ଅଭ୍ୟାସ ଚାଲିଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ନେଇ ବାୟୁ ସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏସମ୍ପର୍କରେ ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ସେପଟେ ଦୁର୍ଘଟଣା ଘଟିଥିବା ଅଞ୍ଚଳ ଜୟସେଲମେରରେ ମରୁଭୂମି ଅଞ୍ଚଳ । ଘଟଣାସ୍ଥଳରେ ପୋଲିସ୍ ଓ ରେସ୍କ୍ୟଚ ଟିମ୍ ପହଞ୍ଚିଛି ।
ବ୍ୟାସକବି ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନକୁ ନେଇ କଟକର କର୍ମସିଆଲ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ଆତ୍ମଜୀବନୀ ପ୍ରକାଶନ ପାଇଁ ନେଇଥିବା ବ୍ୟକ୍ତି ଆତ୍ମଜୀବନୀ ପ୍ରକାଶନ ନକରି ପାଣ୍ଡୁଲିପି ଓ ଡିଜିଟାଲ ଫର୍ମାଟ୍ ଫକୀରମୋହନଙ୍କ ଅଣନାତୁଣୀ ଡକ୍ଟର ମିନାକ୍ଷୀ ଦତ୍ତଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏକ ମାସ ମଧ୍ୟରେ ଡିଜିଟାଲ ଫର୍ମାଟ ଓ ଫକୀରମୋହନଙ୍କ ହାତ ଲେଖା ପାଣ୍ଡୁଲିପି ଫେରାଇବେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଅଗଷ୍ଟ ୧୮ରେ ଅନ୍ତରୀଣ ରହିତାଦେଶ ଜାରି ହୋଇଥିଲା । ଫକୀରମୋହନଙ୍କ ଆତ୍ମଜୀବନୀ ମୋ ଜିବନୀ ପ୍ରକାଶନକୁ ନେଇ ବିବାଦ ଉଠିଥିଲା । ଫକୀରମୋହନଙ୍କ ଅଣନାତୁଣୀ ଡକ୍ଟର ମିନାକ୍ଷୀ ଦତ୍ତ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବ୍ୟାସକବିଙ୍କ ଉତ୍ତରାଧିକାରୀ ଭାବେ ମିନାକ୍ଷୀ ଦତ୍ତଙ୍କ ସହ ଏକ ଚୁକ୍ତିନାମା ମଧ୍ୟ କରିଥିଲେ । ପରବର୍ତ୍ତୀ ସମୟରେ କିଏ ପ୍ରକାଶକ ସେ ସମ୍ପର୍କରେ ମିନାକ୍ଷୀ ଦତ୍ତଙ୍କୁ ଅବଗତ କରାଯାଇ ନ ଥିଲା ।
ଖୋର୍ଦ୍ଧା ଜିଲ୍ଲାକୁ ରାଜ୍ୟ ସରକାରଙ୍କ ଅବହେଳା ଅଭିଯୋଗରେ କଂଗ୍ରେସର ପ୍ରତିବାଦ । ବିଧାୟକ ସୁରେଶ ରାଉତରାୟଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା । ବିଶେଷ ଭାବେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଦରଦାମ ବୃଦ୍ଧି, ବର୍ଦ୍ଧିତ ବିଦ୍ୟୁତ ଦର, ଜଗନ୍ନାଥ ଜମି ସମସ୍ୟା ପ୍ରଭୃତି ପ୍ରସଙ୍ଗ ନେଇ ଧାରଣା ଦେଇଥିଲା ଦଳ । ଏହି ପ୍ରତିବାଦ ସଭାରେ ପିସିସି ସଭାପତିଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ମାଓ ବିରୋଧୀ ଅପରେସନ୍ରେ ନୂଆପଡା ପୋଲିସକୁ ସଫଳତା । କମ୍ବିଂ ଅପରେସନ ବେଳେ ଏକ ମାଓ କ୍ୟାଂପ ଠାବ କରିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ନୂଆପଡା ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଳରେ ଏହି ମାଓ କ୍ୟାମ୍ପ ଠାବ ହୋଇଛି । ଡିଭିଏଫ, ଏସଓଜି ଓ ସିଆରପିଏଫର ମିଳିତ କମ୍ବିଂବେଳେ କୋକଟି ଆମ ଗାଁ ପାଖରୁ ମାଓ କ୍ୟାଂପଠାବ କରାଯାଇଥିଲା । କ୍ୟାଂପରୁ ୧୦ କେଜି ଓଜନର ୨ଟି ଟିଫିନ ବମ୍ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ବି ସଂପୃକ୍ତ ଅଞ୍ଚଳରେ କମ୍ବିଂ ଜାରି ରହିଛି ।
କଟକ ଏସସିବି ମେଡିକାଲର ଇନଡୋର ରୋଗୀଙ୍କ ପାଇଁ ମାଗଣା ମେଡିସିନ୍ ବ୍ୟବସ୍ଥା ଠପ୍ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗରେ ରୋଗୀଙ୍କୁ ମିଳୁନି ଆବଶ୍ୟକ ଇଞ୍ଜେକସନ୍ । ସରକାର ଗୋଟିଏ ପଟେ ମାଗଣା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ପ୍ରଚାର ସାଙ୍ଗକୁ ମାଳମାଳ ହୋର୍ଡିଂ ମାରି ବାହାବା ନେବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ବାସ୍ତବ ଚିତ୍ର କିଛି ଏମିତି ଲାଗୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ବାଟବଣା । More
ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା ଆଉ ଥଣ୍ଡା । ଆଜି ବି ଶୀତ ଲହରି ରାଜ୍ୟରେ ଜାରି ରହିବ । ଥଣ୍ଡାର ପ୍ରକୋପ ବଢ଼ିବା ପରେ ଲୋକଙ୍କ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ହୋଇଛି । ଦ୍ୱିପ୍ରହର ଯାଏଁ ସୂର୍ଯ୍ୟଦେବଙ୍କ ଦର୍ଶନ ମିଳୁନି । ସକାଳୁ ଘରୁ ବାହାରିବାକୁ ଲୋକେ ଦୁଇ ଥର ଭାବୁଛନ୍ତି । ସଂଧ୍ୟା ହେଲେ ସ୍ଥିତି ଅଧିକ ବିଗୁଡ଼ୁଛି ।
ପିଲା ଛୁଆ ନଥିବାରୁ ଭାଇର ପୁଅକୁ ପୁଅ ଭାବେ ଗ୍ରହଣ କରିଥିଲେ । ପାଠ ପଢାଇ ରୋଜଗାରକ୍ଷମ କରାଇଲେ । ହେଲେ ସେହି ପୁଅ ବିବାହ କରି ଆଉ ବାପା-ମାଆଙ୍କୁ ପଚାରିଲାନି । ଏବେ ମାଆଙ୍କ ମୃତ୍ୟୁ ପରେ ମୁଖାଗ୍ନି ଦେବାକୁ ଆସିଥିବା ପୁଅକୁ ସମ୍ପର୍କୀୟ ଓ ଗ୍ରାମବାସୀ ଜୋରଦାର ବିରୋଧ କରିଛନ୍ତି । ପୁରୀ ଜିଲ୍ଲା କଣାସର ଅଂଜିରା ଗାଁରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ବାପା-ମାଆଙ୍କୁ ଅସହାୟ ଅବସ୍ଥାରେ ଛାଡି ବଡ ଘର ତୋଳି ରହୁଥିବା ଅର୍ଜୁନଙ୍କୁ ମାଆଙ୍କ ଶେଷ ଦର୍ଶନ କରିବାକୁ ଦେଇନଥିଲେ ଗ୍ରାମବାସୀ । ମୁଖାଗ୍ନି ଦେବାକୁ ସିଧାସଳଖ ମନା କରିଦେଇଥିଲେ । ଏହାକୁ ନେଇ ପୁଅ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା । ଶେଷରେ ଗାଁ ଲୋକ ବୁଝାସୁଝା କରିବା ପରେ ମାଆଙ୍କୁ ମୁଖାଗ୍ନି ଦେବାକୁ ପୁଅ ଅର୍ଜୁନଙ୍କୁ ଅନୁମତି ମିଳିଥିଲା ।
ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ-ତପସ୍ୱିନୀ ବିବାଦ ମାମଲା । ଗ୍ରିଲ ଭାଙ୍ଗି ପଶିବା ମାମଲାରେ ସ୍ଥାନୀୟ ବୈଦନାଥପୁର ଥାନାକୁ ରିପୋର୍ଟ ତଲବ କରିଛି ମାନବାଧିକାର କମିଶନ୍ । ତପଦସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁଙ୍କ ଆବେଦନକୁ ନେଇ ଏହି ରିପୋର୍ଟ ମଗା ଯାଇଛି । ବରିଷ୍ଠ ନାଗରିକଙ୍କ ଅଧିକାର, ସୁରକ୍ଷା ଯେପରି କ୍ଷୂର୍ଣ୍ଣ ନହେବ ସେ ଦିଗରେ ଧ୍ୟାନ ରଖିବାକୁ ଥାନାଧିକାରୀକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଗ୍ରିଲ ଭାଙ୍ଗିବା ଘଟଣାରେ ଥାନାରେ ପ୍ରମୋଦ ଏତଲା ଦେଇଥିଲେ । ତେବେ ଏହି ଏତଲା ଉପରେ କଣ କାର୍ଯ୍ୟାନୁଷ୍ଠାନ ହୋଇଛି । ସେ ସମ୍ପର୍କରେ ବିସ୍ତୁତ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୦ ତାରିଖ ଦିନ ପ୍ରମୋଦ ସାହୁଙ୍କ ଘର ଗ୍ରିଲକୁ ଭାଙ୍ଗି ଧସେଇ ପଶିଥିଲେ ମହିଳା । ଏହାପରଠୁ ତପସ୍ୱିନୀ ଶ୍ୱଶୁର ଘରର ଗ୍ୟାରେଜ୍ ରୁମ୍ରେ ଧାରଣାରେ ବସିଛନ୍ତି ।
ଚାହୁଁ ଚାହୁଁ ଜଳିଗଲା ଝୋଟ ଗୋଦାମ । ଫଳରେ ଲକ୍ଷାଧିକ ଟଙ୍କାର ଝୋଟ ପୋଡି ପାଉଁଶ ହୋଇଯାଇଛି । କଟକ ମାହାଙ୍ଗା ବ୍ଲକ ଗୁଣୁପୁର ଗାଁରେ ଘଟିଛି ଏହି ଅଘଟଣ । ଝୋଟ ଗୋଦାମ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଗତକାଲି ଗୋଦାମରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଏସମ୍ପର୍କରେ ଜଣାଇଥିଲେ । ଗୋଦାମରେ ବହୁ ପରିମାଣର ଝୋଟ ଥିବାରୁ ନିଆଁ ଦାଉରୁ ରକ୍ଷା କରିବାରେ ବେଶ ନାକେଦମ୍ ହେବାକୁ ପଡ଼ିଥିଲା । ଅଳ୍ପ କିଛି ସଂଖ୍ୟାରେ ଝୋଟକୁ ବାହାର କରିବାରେ ସକ୍ଷମ ହୋଇଥିଲେ ଲୋକେ । ତେବେ ବହୁ ପରିମାଣର ଝୋଟ ନଷ୍ଟ ହୋଇ ଯାଇଛି ।
ଅମାନିଆ ହେଲେ ରେଭେନ୍ସା ଛାତ୍ରଛାତ୍ରୀ । ମନା କରିବା ସତ୍ତ୍ୱେ କ୍ୟାମ୍ପସରେ ପୁଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୋଭିଡ୍ ନିୟମର ଉଡାଇଛନ୍ତି ଧଜିଆ । ଶହ ଶହ ଛାତ୍ରଛାତ୍ରୀ ଏକାଠି ହୋଇ ନାଚଗୀତ କରିଛନ୍ତି । କରୋନା ନିୟମକୁ ଫୁ’ କରି ପୁଣି ନାଚଗୀତରେ ମସ୍ଗୁଲ ହେଲେ ରେଭେନ୍ସିଆନ୍ । More
୧୨ ଦିନ ହେଲାଣି ଆନ୍ଦୋଳନରେ ବସିଛନ୍ତି ସେବା ସମବାୟ ସମିତିର ଶହ ଶହ କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । More
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ କରାଯିବା ସହ ୨୬୦ କୋଟି ବ୍ୟୟରେ ୪ଟି ଜାଗାରେ ହେବ ଗ୍ରୀଡ ସବଷ୍ଟେସନ । More
ନ୍ୟାୟ ପାଇବା ଲାଗି ଲୋକ ଦୌଡ଼ି ଆସୁଛନ୍ତି । କିନ୍ତୁ ଖୋର୍ଦ୍ଧା କଞ୍ଜୁମର କୋର୍ଟ ପ୍ରାୟତଃ ଅଚଳ । ୩ ଜଣିଆ ଖଣ୍ଡପୀଠର ସଭାପତି ଓ ଜଣେ ସଦସ୍ୟଙ୍କ ପଦ ଖାଲି ପଡ଼ିଛି । ସମାନ ଅବସ୍ଥା ରାଜ୍ୟର ସବୁ କଞ୍ଜୁମର ଫୋରମ୍ରେ । ଖାଉଟି ନ୍ୟାୟ ପାଇଁ ଦୌଡ଼ି ଆସୁଥିଲେ ବି ନିରାଶ ହୋଇ ଫେରୁଛନ୍ତି । More
ଘଟଣାଦିନ ରାତିରେ କାହିଁକି ଚକ୍ରପଡ଼ାର ସେହି ଘରକୁ ଯାଇଥିଲା ଜଗନ୍ନାଥ, ତାକୁ ନେଇ ଉପୁଜିଥିଲା ବିବାଦ । ସେହି ବିବାଦରୁ ଚିତ୍ତରଂଜନଙ୍କୁ ହତ୍ୟା କରାଯାଇଥିବା କହିଛି କ୍ରାଇମବ୍ରାଞ୍ଚ । More
ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍ ଜାରି କରିଛନ୍ତି। ଓମିକ୍ରନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ନୂଆ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। More