ସଂକ୍ଷେପରେ ଆଜିର ତାଜା ଖବର - Friday, 24 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭାରି କଷ୍ଟ ! କେହି ଶୁଣୁ ନାହାନ୍ତି ଦୁଃଖ, ଜାଡ଼ ଶୀତରେ ଜରି ପାଲ ତଳେ ମଣ୍ଡିରେ ଧାନ ଜଗି ବସିଛି ଚାଷୀ

୧୨ ଦିନ ହେଲାଣି ଆନ୍ଦୋଳନରେ ବସିଛନ୍ତି ସେବା ସମବାୟ ସମିତିର ଶହ ଶହ କର୍ମଚାରୀ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଓହରିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି । More

ପୁରୀରରେ ବ୍ଲୁଫ୍ଲାଗ୍ ବିଚ୍‌କୁ ବିରୋଧ କରି ସ୍ଥାନୀୟ ବ୍ୟବସାୟୀଙ୍କ ଆନ୍ଦୋଳନ ନବମ ଦିନରେ

ପୁରୀରରେ ବ୍ଲୁଫ୍ଲାଗ୍ ବିଚ୍‌କୁ ବିରୋଧ କରି ସ୍ଥାନୀୟ ବ୍ୟବସାୟୀଙ୍କ ଆନ୍ଦୋଳନ । ନବମ ଦିନରେ ପ୍ରତିବାଦ କରି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ବ୍ୟବସାୟୀ ସଂଘର ହଜାର ହଜାର କର୍ମୀ । ବିକ୍ଷୋଭ ପ୍ରଦର୍ଶନ ସହ ରାସ୍ତା ଅବରୋଧ କରିଥିଲେ ବ୍ୟବସ୍ୟୀ । ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଏହା ବିଫଳ ହୋଇଥିବା ଜଣାପଡିଛି । ବିବାଦର କୌଣସି ସମାଧାନ ବାହାରିନଥିବାରୁ ଆଗକୁ ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନୀ ଦେଇଛି ବ୍ୟବସାୟୀ ସଂଘ । ଚକ୍ରତୀର୍ଥ ବେଳାଭୂମିରେ କୌଣସି ର୍ନିମାଣ କାର୍ଯ୍ୟ ନକରିବାକୁ ଦାବି ସହ ବ୍ଲୁଫ୍ଲାଗ ବିଚ୍ ର୍ନିମାଣକୁ ବେଳାଭୂମୀ ବ୍ୟବସାୟୀ ସଂଘ କଡା ବିରୋଧ କରିଛି । ସେପଟେ କେବଳ ସମୁଦ୍ରବେଳାର ଉନ୍ନତିକରଣ କରାଯିବ ଏବଂ ବ୍ୟବସାୟଙ୍କୁ ଠିକଣା ଭାବରେ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ମୋବାଇଲ ଓ ମିଠା ଖାଇବା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଟାଓ୍ବାର ଉପରେ ଜଣେ ଯୁବକ ଚଢିଯାଇଛନ୍ତି

ବିହାର ମୁଜାଫରପୁରରେ ଯୁବକଙ୍କ ଅଜବ ଦାବି । ମୋବାଇଲ ଓ ମିଠା ଖାଇବା ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଟାଓ୍ବାର ଉପରେ ଜଣେ ଯୁବକ ଚଢିଯାଇଛନ୍ତି । ଯୁବକଙ୍କୁ ଉଦ୍ଦାର କରିବା ପାଇଁ ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ନାକେଦମ । ସମସ୍ତେ ମିଶି ଯୁବକଙ୍କୁ ତଳକୁ ଓହ୍ଲାଇବା ପାଇଁ ବୁଝାଇବାକୁ ଚେଷ୍ଟା କରଇଥିଲେ । ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକମାନେ ମଧ୍ୟ ତଳକୁ ଆସିବାକୁ ଅନୁରୋଧ କରିଛନ୍ତି । ଯୁବକଜଣଙ୍କ କାହାର କଥା ନଶୁଣି ଟାଓ୍ବାର ଉପରେ ଚଢୁଥିବା ଦେଖିବାକୁ ମିଳିଛି॥ ବିଭିନ୍ନ ସମୟରେ ମିଠା ଓ ମୋବାଇଲ ଦେବା ପାଇଁ ଦାବି କରୁଛନ୍ତି । ୧୮ ଘଣ୍ଟା ଧରି ଫସି ରହିଥିବା ଯୁବକଙ୍କୁ ଉଦ୍ଧାର ପାଇଁ ପୋଲିସ, ଅଗ୍ନିଶମ ଓ ସ୍ଥାନୀୟ ପ୍ରଶାସନ ନାକେଦମ୍ ହୋଇଗଲେଣି ।

ଆସନ୍ତା ଡିସେମ୍ବର ୨୭ରୁ ପ୍ଲସ୍ ଟୁ ପରୀକ୍ଷା ପାଇଁ ଆରମ୍ଭ ହେବ ଫର୍ମ ପୂରଣ

ଆସନ୍ତା ଡିସେମ୍ବର ୨୭ରୁ ପ୍ଲସ୍ ଟୁ ପରୀକ୍ଷା ପାଇଁ ଆରମ୍ଭ ହେବ ଫର୍ମ ପୂରଣ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ପରୀକ୍ଷା ଲାଗି ଫର୍ମ ପୂରଣ ବିଜ୍ଞପ୍ତି ପ୍ରକାଶ ପାଇଛି । ଫର୍ମ ପୂରଣ ବାବଦରେ ୫୨୦ ଟଙ୍କା ଦାଖଲ କରିବାକୁ ହେବ । ଆସନ୍ତା ଡିସେମ୍ବର ୨୭ରୁ ଜାନୁଆରୀ ୪ ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିବେ । ଜାନୁଆରୀ ୫ରୁ ୬ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଶହେ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ । ୭ରୁ ୧୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ୪୫୦ ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦର୍ଶାଇଛି । ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରିବେ । ଉପଯୁକ୍ତ କାଗଜପତ୍ର ସହ ନିର୍ଭୁଲ ଭାବେ ଫର୍ମ ପୂରଣ କରିବା ପାଇଁ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । 

ସରକାରୀ ଆବାସ ଯୋଜନାରେ ଘର ନ ମିଳିବାକୁ ନେଇ ରାସ୍ତାରୋକ

ସରକାରୀ ଆବାସ ଯୋଜନାରେ ଘର ନ ମିଳିବାକୁ ନେଇ ରାସ୍ତାରୋକ । ବରଗଡ଼ ଜିଲ୍ଲା ରାଜବୋଡ଼ାସମ୍ବର ବ୍ଲକ ଖଲିଆପାଲିର ଝାଙ୍କରପାଲି ଗାଁ ଲୋକେ ରାସ୍ତା ରୋକ କରିଛନ୍ତି । ଫଳରେ ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଗାଁରେ ୩୦୦ ପରିବାର ରହୁଥିବାବେଳେ ଅଧିକାଂଶ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ହେଲେ ଗତ ୪ ବର୍ଷ ହେଲା ଗାଁର ଉପଯୁକ୍ତ ହିତାଧିକାରୀଙ୍କୁ ସରକାରୀ ଆବାସ ଯୋଜନାରେ ଘର ମିଳୁନାହିଁ । ବାରମ୍ବାର ବ୍ଲକ ପ୍ରଶାସନ ପାଖରେ ଗୁହାରି କରିଥିଲେ ବି ସୁଫଳ ନ ମିଳିବାରୁ ଗାଁ ଲୋକେ ରାସ୍ତା ଅବରୋଧ କରିଥିଲେ । ଏହାସହ ସ୍ଥାନୀୟ ବିଡିଓଙ୍କ ବିରୋଧରେ ନାରାବାଜି କରିଥିଲେ । ପରେ ପଦ୍ମପୁର ଉପଜିଲ୍ଲାପାଳ ଆସି ଲିଖିତ ପ୍ରତିଶ୍ରୁତି ଦେବା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ । 

ବଡ଼ୋଦରାର ମକରପୁରାରେ ଏକ କ୍ୟାମିକାଲ ଫ୍ୟାକ୍ଟ୍ରିର ବୟଲର ଫାଟି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଶ୍ରମିକ ଗରୁରୁତର

ବଡ଼ୋଦରାର ମକରପୁରାରେ ଏକ କ୍ୟାମିକାଲ ଫ୍ୟାକ୍ଟ୍ରିର ବୟଲର ଫାଟି ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଶ୍ରମିକ ଗରୁରୁତର ହୋଇଛନ୍ତି । ଏ ନେଇ ଖବର ପାଇବାପରେ ବଡୋଦରା ପୋଲିସ ସହ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । ମକରପୁରାର କାଣ୍ଟନ ଲେବରୋଟାରୀ ଏ ବ୍ଲାଷ୍ଟ ହୋଇଛି । ବଏଲର ବ୍ଲାଷ୍ଟ ଏତେ ଭୟଙ୍କର ଥିଲା ଯେ ଆଖପାଖର କାନ୍ଥ ଫାଟି ଯାଇଛି । ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ୋଦରା ମେଡିକାଲକୁ ନିଆଯାଇଛି । ପୋଲିସ ଘଟଣାର ଛାନଭିନ କରିଛି ।

ଉଠା ଦୋକାନୀଙ୍କ ପାଇଁ କୋଭିଡ୍ ସହାୟତା । ପଥପାର୍ଶ୍ୱ ବିକାଳିଙ୍କ ପାଇଁ କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଉଠା ଦୋକାନୀଙ୍କ ପାଇଁ କୋଭିଡ୍ ସହାୟତା । ପଥପାର୍ଶ୍ୱ ବିକାଳିଙ୍କ ପାଇଁ କୋଭିଡ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ରାସ୍ତାକଡ଼ର ତାଲିକାଭୁକ୍ତ ବିକାଳିଙ୍କୁ ମିଳିବ ୩ ହଜାର ଲେଖାଏଁ ଆର୍ଥିକ ସହାୟତା । ଏହି ଆର୍ଥିକ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ରାଜ୍ୟର ପ୍ରାୟ ୧ ଲକ୍ଷ ୧ ହଜାର ଉଠା ଦୋକାନୀ ଲାଭାନ୍ବିତ ହେବେ । ସହାୟତା ପ୍ରଦାନ ଅବସରରେ କୋଭିଡ ପାଇଁ ସତର୍କ ରହିବାକୁ କହିଲେ ମୁଖ୍ୟମନ୍ତ୍ରୀ । ଉଠା ଦୋକାନୀମାନେ ଅଧିକ ସତର୍କ ରହିବା ଦରକାର, ନିୟମ ଠିକ ଭାବେ ମାନନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ୭୦ଟି ସହରାଞ୍ଚଳରେ ଭେଣ୍ଡିଂ ଜୋନ୍ ପ୍ରତିଷ୍ଠା କରାଯିବ । ୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଭେଣ୍ଡିଂ ଜୋନ୍ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ  ।

ରାଜ୍ୟରେ ଘରକୁ ଘର ଟୀକାକରଣ ଜାରି ରହିଛି । ଆଜି ସୁଦ୍ଧା ୪ କୋଟି ୮୨ ଲକ୍ଷ ଡୋଜ୍ ଦିଆଗଲାଣି

ରାଜ୍ୟରେ ଘରକୁ ଘର ଟୀକାକରଣ ଜାରି ରହିଛି । ଆଜି ସୁଦ୍ଧା ୪ କୋଟି ୮୨ ଲକ୍ଷ ଡୋଜ୍ ଦିଆଗଲାଣି । ଏଥି ମଧ୍ୟରୁ ୨ କୋଟି ୮୮ ଲକ୍ଷ ହେଉଛି ପ୍ରଥମ ଡୋଜ୍ । ୩୭ ଲକ୍ଷ ଲୋକ ଏପର୍ଯ୍ୟନ୍ତ ପ୍ରଥମ ଡୋଜ୍ ନେଇ ନାହାନ୍ତି । ପ୍ରଥମ ଡୋଜ୍ ନେବା ପରେ ୩୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇ ନାହାନ୍ତି । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଜାନୁଆରି ୧୫ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ପ୍ରଦାନ କରାଯିବ । ଓମିକ୍ରନ ମୁକାବିଲା ନେଇ ସେ କହିଛନ୍ତି, ସର୍ଭେଲାନ୍ସକୁ ଜୋରଦାର କରାଯାଇଛି । ପଜିଟିଭ ଆସିଲେ ଜିନମ୍ ଅନୁଶୀଳନ କରାଯାଉଛି । ସେପଟେ ଓମିକ୍ରନ୍ ଭାରିଆଣ୍ଟ ଅଧିକ ସଂକ୍ରମକ ହୋଇ ନଥିଲେ ମଧ୍ୟ ପୂର୍ବପରି ଆମକୁ ସଜାଗ ରହିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ଭଙ୍ଗା, ଦଦରା ଡଙ୍ଗା ନେଲେ ନାହିଁ । ଓଲଟା ଡଙ୍ଗା ନିର୍ମାଣରେ ବାଟମାରଣା ଅଭିଯୋଗ କରି ବିଧାୟକଙ୍କୁ ଘେରିଲେ

ଭଙ୍ଗା, ଦଦରା ଡଙ୍ଗା ନେଲେ ନାହିଁ । ଓଲଟା ଡଙ୍ଗା ନିର୍ମାଣରେ ବାଟମାରଣା ଅଭିଯୋଗ କରି ବିଧାୟକଙ୍କୁ ଘେରିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ବଡପଡାରେ । ଗତକାଲି ସ୍ବାଭିମାନ ଅଞ୍ଚଳର ବଡପଡାରେ ଥିବା ମତ୍ସ୍ୟଜୀବୀଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମାଛଧରା ଡଙ୍ଗା ବଣ୍ଟନ କରାଯାଇଥିଲା । ବାଲିମେଳା ଜଳଭଣ୍ଡାରରୁ ମାଛ ଧରି ଜୀବିକା ଅର୍ଜ୍ଜନ କରୁଥିବା ମତ୍ସ୍ୟଜୀବୀଙ୍କୁ ଏହି ଡଙ୍ଗା ବଣ୍ଟାଯାଇଥିଲା । ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ହିତାଧିକାରୀଙ୍କୁ ଡଙ୍ଗା ବଣ୍ଟନ କରିଥିେଲେ । ହେଲେ ଡଙ୍ଗାଗୁଡିକୁ ଦେଖି ଏହାକୁ ନେବାକୁ ମନା କରିଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ । ଡଙ୍ଗାରେ ଅତି ହାଲୁକା କାଠ ପଟା ଲାଗିଥିବା ବେଳେ ଏଥିରେ କଣା ହୋଇ ପାଣି ଗଳୁଛି । ଏହି ଡଙ୍ଗା ନେଇ ମାଛ ଧରିବାକୁ ଗଲେ ଜୀବନ ପ୍ରତି ବିପଦ ରହିଛି ବୋଲି ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ଡଙ୍ଗା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକଙ୍କୁ ଘେରିଥିଲେ ମତ୍ସ୍ୟଜୀବୀମାନେ । ଡଙ୍ଗା ମରାମତି କରାଯିବ ବୋଲି ମତ୍ସ୍ୟଜୀବୀଙ୍କୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ବିଧାୟକ । ସେପଟେ ବିଭାଗ ପକ୍ଷରୁ ଯେଉଁ ଡ଼ଙ୍ଗା ର୍ନିମାଣ କରି ଦିଆଯାଇଛି, ତାହାକୁ ବଣ୍ଟାଯାଉଛି ବୋଲି କହିଛନ୍ତି ଜିଲ୍ଲା ମତ୍ସ୍ୟ ଅଧିକାରୀ  ।

ବଡ଼ ଦିନକୁ ନେଇ ରାଜ୍ୟର ବିଭିନ୍ନ ସହର ଚଳଚଞ୍ଚଳ । କନ୍ଧମାଳରେ ବଡ଼ଦିନକୁ ନେଇ ବିଭିନ୍ନ ଚର୍ଚ୍ଚରେ ପ୍ରସ୍ତୁତି ଆରମ୍ଭ ହେଲାଣି

ବଡ଼ ଦିନକୁ ନେଇ ରାଜ୍ୟର ବିଭିନ୍ନ ସହର ଚଳଚଞ୍ଚଳ । କନ୍ଧମାଳରେ ବଡ଼ଦିନକୁ ନେଇ ବିଭିନ୍ନ ଚର୍ଚ୍ଚରେ ପ୍ରସ୍ତୁତି ଆରମ୍ଭ ହେଲାଣି । ରଙ୍ଗ ବେରଙ୍ଗ ଲାଇଟ୍‌ରେ ଚର୍ଚ୍ଚକୁ ସଜାଉଛନ୍ତି ଶ୍ରଦ୍ଧାଳୁ । ଆଜିଠୁ ଆସନ୍ତାକାଲି ଯାଏଁ ସେଲିବ୍ରେସନ୍ ପାଇଁ ଲାଗି ପଡ଼ିଛନ୍ତି ଲୋକେ । ଫୁଲବାଣୀ ସହରର ବିଭିନ୍ନ ଚର୍ଚ୍ଚରେ ଛାତ୍ରଛାତ୍ରୀ ମାନେ ପ୍ରଭୁ ଯୀଶୁଙ୍କ ଆରାଧନା ପାଇଁ ଲାଗି ପଡ଼ିଲେଣି । ସେପଟେ ଜିଲ୍ଲାରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ହେବନି ସେ ନେଇ କଡ଼ା ବନ୍ଦୋବସ୍ତ କରାଯାଇଛି । ଏସ୍‌ପି ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ବ୍ୟକ୍ତି ବିଶେଷକୁ ନେଇ ଶାନ୍ତି କମିଟି ବୈଠକ ହୋଇଛି । ପୋଲିସ୍ ବିଭିନ୍ନ ଛକରେ କଡ଼ା ପହରା ଦେବା ସହ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ ହୋଇଛି । ସେହିଭଳି ବାଲିଗୁଡ଼ା ସହରରେ ବି ପୋଲିସ୍‌ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାଲିଗୁଡ଼ା ଏସ୍‌ଡିପିଓ ଏବଂ ପୋଲିସ୍ ଟିମ୍ ଫ୍ଲାଗ୍ ମାର୍ଚ୍ଚ କରିଛି । ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର ରଖାଯାଇଛି । ସାଧା ପୋଷାକଧାରୀ ପୋଲିସ୍ ବିିଭିନ୍ନ ଛକରେ ମୁତୟନ ରହିବେ । ଚର୍ଚ୍ଚ ବାହାରେ ବି ସୁରକ୍ଷାକୁ ବଢ଼ାଯିବ ବୋଲି ଏସ୍‌ଡିପିଓ କହିଛନ୍ତି । ସେପଟେ ବାଲିଗୁଡ଼ାର ବିଭିନ୍ନ ଚର୍ଚ୍ଚରେ ଜୀଶୁଙ୍କୁ ଆବାହନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

କାଶିପୁରରେ ପାଗଳ ମାଡ଼ରେ ଶିକ୍ଷକଙ୍କ ଶୋଚନୀୟ ମୃତ୍ୟୁ

କାଶିପୁରରେ ପାଗଳ ମାଡ଼ରେ ଶିକ୍ଷକଙ୍କ ଶୋଚନୀୟ ମୃତ୍ୟୁ । ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ତୁରାଇଘାଟି ନିକଟରେ ହତ୍ୟା ଡଙ୍ଗାସିଲି ସ୍ଥିତ ସ୍କୁଲକୁ ଯାଇ ଫେରୁଥିଲେ ଶିକ୍ଷକ ମୁକୁନ୍ଦ ନାଥଶର୍ମା । ରାସ୍ତାରେ ଏକ ପାଗଳ ମୁକୁନ୍ଦଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଶିକ୍ଷକ ମୁକୁନ୍ଦଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

ରେଭେନ୍ସାରେ କରୋନା କଟକଣା ଉଲ୍ଲଂଘନ ପ୍ରସଙ୍ଗ, କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା CMC

ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା କଟକଣା ଉଲ୍ଲଂଘନ ପ୍ରସଙ୍ଗ । ରେଭେନ୍ସା କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା CMC । କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ଜବାବ ରଖିବାକୁ ନିର୍ଦ୍ଦେଶ । ଆୟୋଜକ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଛନ୍ତି କହିଲେ ସିଏମ୍‌ସି କମିଶନର । ବିଶ୍ୱବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବରେ ଶହ ଶହ ପିଲା ସାମିଲ ହୋଇଥିଲେ । କାହାରି ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ମାନୁନଥିଲେ । କଟକଣା ଉଲ୍ଲଂଘନ ସମ୍ବଳିତ ଭିଡିଓ ଭାଇରାଲ୍ ପରେ ପଦକ୍ଷେପ ।

ରେଗୁଲାର ହେବେ ଶିକ୍ଷା ସହାୟକ, ରାଜ୍ୟ କ୍ୟାବିନେଟର ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ କରାଯିବା ସହ ୨୬୦ କୋଟି ବ୍ୟୟରେ ୪ଟି ଜାଗାରେ ହେବ ଗ୍ରୀଡ ସବଷ୍ଟେସନ । More

୩୯୯ ଟଙ୍କା ପାଇଁ କଞ୍ଜୁମର କୋର୍ଟ ଦୌଡ଼ୁଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ! ମିଳିବ ତ ନ୍ୟାୟ ?

ନ୍ୟାୟ ଲାଗି ଦୌଡ଼ି ଆସୁଥିବା ଖୋର୍ଦ୍ଧା କଞ୍ଜୁମର କୋର୍ଟ ପ୍ରାୟତଃ ଅଚଳ । ୩ ଜଣିଆ ଖଣ୍ଡପୀଠର ସଭାପତି ଓ ଜଣେ ସଦସ୍ୟଙ୍କ ପଦ ଖାଲି ପଡ଼ିଛି । ସମାନ ଅବସ୍ଥା ରାଜ୍ୟର ସବୁ କଞ୍ଜୁମର ଫୋରମ୍‌ରେ । ଖାଉଟି ନ୍ୟାୟ ପାଇଁ ଦୌଡ଼ି ଆସୁଥିଲେ ବି ନିରାଶ ହୋଇ ଫେରୁଛନ୍ତି । More

ସଂଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ପଲେଇ ମୃତ୍ୟୁ ମାମଲାରେ ଦୁଇ ଜଣଙ୍କୁ କୋର୍ଟ ଚାଲାଣ

ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେବା ସହ କ୍ରାଇମବ୍ରାଞ୍ଚ ଡିଏସ୍‌ପି କହିଛନ୍ତି, ଚକ୍ରପଡ଼ାର ଗୋଟିଏ ପରିବାର ସହ ଜଗନ୍ନାଥ ଷଡ଼ଙ୍ଗୀଙ୍କ ଲିଙ୍କ ଥିଲା । ଏବଂ ସେହି ଘରକୁ ଯିବା ଆସିବା କରୁଥିଲେ । More

ରାଜ୍ୟ କ୍ୟାବିନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ

ରାଜ୍ୟ କ୍ୟାବିନେଟରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ । ଗ୍ରାମାଞ୍ଚଳରେ ଲୋ-ଭୋଲଟେଜ୍ ଦୂର କରିବାକୁ ପ୍ରସ୍ତାବ ଗ୍ରହଣ । ୨୬୦ କୋଟି ବ୍ୟୟରେ ୪ଟି ଜାଗାରେ ହେବ ଗ୍ରୀଡ ସବଷ୍ଟେସନ । ଆଠମଲ୍ଲିକ, ମ.ରାମପୁର, ଚିତ୍ତାଳୋ, ଆଗଲପୁରରେ ଗ୍ରୀଡ ସବଷ୍ଟେସନ । ବିଭିନ୍ନ ସ୍ଥାନରେ ୯୯ଟି ୧୧କେଭି ଓ ୬୪ଟି ୩୩କେଭି ଲାଇନ କରାଯିବ । ୧୭୯୬ କୋଟି ଟଙ୍କା ଖର୍ଚ୍ଚ ହେବ, ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ । କଳାହାଣ୍ଡିର ସାନ୍ଦୁଲ ନଦୀରେ ବ୍ୟାରେଜ ପାଇଁ କ୍ୟାବିନେଟ ନିଷ୍ପତ୍ତି । ୨୯ଗାଁର ୫ ହଜାର ହେକ୍ଟର ଜମିକୁ ପାଣି ଯିବ, ଅଢ଼େଇ ବର୍ଷରେ କାମ ସରିବ । କଟକ SCBର ସଂପ୍ରସାରଣ ପାଇଁ ୮୮୮ କୋଟିର ଟେଣ୍ଡରକୁ ମଂଜୁରୀ ।

୩୩୨୮ ଜଣ ମଲ୍ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ । ୩୩୨୮ ଜଣ ମଲ୍ଟି ଲିଙ୍ଗୁଆଲ ଶିକ୍ଷା ସହାୟକ ନିୟମିତ ହେବେ । ଚାକିରିର ୬ ବର୍ଷ ପରେ ସେମାନଙ୍କୁ ସହକାରୀ ଶିକ୍ଷକ ମାନ୍ୟତା ମିଳିବ ।

 

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ବିଜ୍ଞପ୍ତି ପ୍ରକାଶ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ବିଜ୍ଞପ୍ତି ପ୍ରକାଶ । ଚିଠା ବିଜ୍ଞପ୍ତି ପ୍ରକାଶ କଲେ ସରକାର, ୧୦ ଦିନ ଯାଏ ଅଭିଯୋଗ ଗ୍ରହଣ । ଆସନ୍ତା ୩ ତାରିଖ ମଧ୍ୟରେ ଅଭିଯୋଗ, ପରାମର୍ଶ ଦେବାକୁ ଆହ୍ୱାନ । ଅଭିଯୋଗ, ପରାମର୍ଶ ମିଳିବା ପରେ ସଂରକ୍ଷଣ ନେଇ ଚୂଡ଼ାନ୍ତ ନିଷ୍ପତ୍ତି । ଅନୁଗୁଳ, କଟକ, କଳାହାଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼ ଅଣସଂରକ୍ଷିତ । ନୟାଗଡ଼, ବରଗଡ଼, ବାଲେଶ୍ୱର, ସୋନପୁର ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ।

ବଡ଼ଦିନ-ନୂଆବର୍ଷ ପାଳନ କଟକଣା ଅବଧି ସଂଶୋଧନ

ରାଜ୍ୟକୁ ଘାରିଲାଣି ଓମିକ୍ରନ୍ ଚିନ୍ତା। କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ଦିନ ଓ ନୂଆବର୍ଷ ଗାଇଡଲାଇନ୍‌ ଜାରି କରିଛନ୍ତି। ଓମିକ୍ରନ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ନୂଆ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। More

କେବେ ସରିବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ? ସରକାରଙ୍କ ପ୍ରତିଶ୍ରୁତି କେବଳ ପାଣିର ଗାର !

ଚୁକ୍ତି ଅନୁଯାୟୀ, ଦଶପଲ୍ଲାରୁ ବଲାଙ୍ଗିର ପର୍ଯ୍ୟନ୍ତ ୧୧୨ କିଲୋମିଟରକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବା ସହିତ, ଜମି ମାଗଣାରେ ଦେବେ ରାଜ୍ୟ ସରକାର । ଏବେ ପ୍ରକଳ୍ପର ଏଷ୍ଟିମେଟ ବଢି ୩ ହଜାର ୭୯୧ କୋଟି ୬୭ ଲକ୍ଷରେ ପହଞ୍ଚିଲାଣି । More

ଧର୍ମର ସହରରେ ମାଡ଼ିଛି ନିଶାବେପାରର ଚେର !

ସହରର ଜଗନ୍ନାଥ ବସ୍ତି, ମାର୍କଣ୍ଡେଶ୍ୱର ସାହି, ଗୋଖାସାହି, କୁମ୍ଭାରପଡା ସମେତ ସମୂଦ୍ର ବେଳାଭୂମି ଆଖପାଖ ଅନେକ ବସ୍ତିରେ ଚାଲିଛି ଏଭଳି ଅବାଧ ନିଶା ବେପାର। ଯାହାର ଲିଙ୍କ୍ ରହୁଛି ପଶ୍ଚିମବଙ୍ଗ।  More

ସଂରକ୍ଷଣ ତାଲିକାରୁ OBC ବାଦ୍ ପଡିବା ଦେବା ପରେ ତେଜିଛି ରାଜନୀତି, ଧର୍ମେନ୍ଦ୍ର-ପ୍ରଣବ ଟ୍ୱିଟ୍‌ ୱାର୍‌

ପଞ୍ଚାୟତ ନିର୍ବାଚନ ଓବିସି ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି । ଦୁଇ ଦଳ ଭିତରେ ଆରୋପ-ପ୍ରତ୍ୟାରୋପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ  ବିଜେଡି ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କ ମଧ୍ୟରେ ଟୁଇଟର୍ ଓ୍ୱାର୍ । More

ଓମିକ୍ରନ୍‌ରୁ ବର୍ତ୍ତିବା ପାଇଁ ୩-ଲେୟାର୍ ମାସ୍କ ଜରୁରୀ

ଦେଶରେ ଓମିକ୍ରନ କାୟା ବଢ଼ାଇ ଚାଲିଥିବାବେଳେ ଆଇଆଇଟିି କାନପୁର, କରୋନାର ତୃତୀୟ ଲହର ଫେବ୍ରୁଆରୀରେ ପିକ୍ ହେବ ବୋଲି ଆକଳନ କରିଛି। More

ସ୍ତ୍ରୀକୁ ଦେଖା କରିବାକୁ ଯାଇଥିଲେ, ଶଳା ମାରିଲା ମାଡ଼ !

ଆମେ ଭଦ୍ରକର ଏକ ମନ୍ଦିରରେ ବାହା ହୋଇଥିଲୁ। ଏମିତି ଅବସ୍ଥା ହେବ ବୋଲି ଜାଣିନଥିଲୁ। More

ପଲ୍ଲିଶ୍ରୀ ମେଳାରେ କରୋନା କଟକଣାର ଧଜିଆ ଉଡ଼ିଲା

ଖଲିକୋଟ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଥିବା ପଲିଶ୍ରୀ ମେଳାରେ ପ୍ରବଳ ଭିଡ଼ । ଏଠି ଲୋକେ ଏତେ ମସଗୁଲ ହେଲେ ଯେ, କରୋନା କଟକଣାକୁ ଯେପରି କାହାରି ନିଘା ହିଁ ନାହିଁ । More

ବଡ଼ଦିନ ଓ ନୂଆବର୍ଷ ପାଇଁ ଆସିଲା ନୂଆ ଗାଇଡଲାଇନ୍

ଗୋଟିଏ ଲେୟର ମାକ୍ସ ନ ପିନ୍ଧି ୩ ଲେୟାର କିମ୍ବା N-95 ମାକ୍ସ ପିନ୍ଧନ୍ତୁ। ଓମିକ୍ରନ ୫ ଗୁଣା ଅଧିକ ଜୋର୍‌ରେ ବ୍ୟାପୁଛି DMET କହିଛନ୍ତି। More

ଏହି ଖ୍ରୀଷ୍ଟମାସକୁ ବନାନ୍ତୁ ଖାସ୍, ଘରେ ତିଆରି କରନ୍ତୁ ‘ପ୍ଲମ୍‌ କେକ୍’

ଜନ୍ମଦିନ ହେଉ ବା ଖ୍ରୀଷ୍ଟମାସ୍, ଆପଣ ବଜାରରୁ ବିଭିନ୍ନ ପ୍ରକାରର କେକ୍ ଅର୍ଡର କରି ସେଲିବ୍ରେସନ କରିଥିବେ । ଆପଣ ମଧ୍ୟ ଘରେ ସୁଆଦିଆ କେକ୍ ତିଆରି କରି ଖାଇ ପାରିବେ । ଆପଣ କେବେ ଘର ତିଆରି ପ୍ଲମ୍ କେକ୍ ଖାଇଛନ୍ତି କି ? ଆଜି ହିଁ ଘରେ ବନାନ୍ତୁ ‘ପ୍ଲମ୍‌ କେକ୍’ ଓ ଏହି ଖ୍ରୀଷ୍ଟମାସକୁ ବନାନ୍ତୁ ଖାସ୍ । More

କରୋନା କଟକଣା ଭୁଲି ନାଚ ଗୀତରେ ମସଗୁଲ୍ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ

ରାଜ୍ୟରେ ୪ ଓମିକ୍ରନ୍ ଚିହ୍ନଟ ହେବା ପରେ ଏବେ ସଜାଗ ରହିଛନ୍ତି ରାଜ୍ୟ ସରକାର । ତେବେ ଏହାରି ମଧ୍ୟରେ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଆସିଛି ଏକ ସାଂଘାତିକ ଚିତ୍ର । ୟୁନିଭରସିଟିର ଖେଳ ପଡିଆରେ ନାଚ ଗୀତରେ ମସଗୁଲ୍ ହୋଇଛନ୍ତି ଛାତ୍ରଛାତ୍ରୀ । More

ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ଜନଜୀବନ

ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା ହିଁ ଥଣ୍ଡା । ଆଜି ବି ଶୀତ ଲହରି ରାଜ୍ୟରେ ଜାରି ରହିବ । ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ରାତି ତାପମାତ୍ରା । More

ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଆଜି ସକାଳ ୯ଟା ୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । More

ବାଇକ୍ ଦୁର୍ଘଟଣାରେ ଚାଲିଗଲା ଦୁଇ ବନ୍ଧୁଙ୍କ ଜୀବନ

କୋଣାର୍କ-କାକଟପୁର ରାସ୍ତା ବଢେଇ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ମଣ୍ଡପକୁ ବାଇକ ଧକ୍କା ଦେଇଛି । ଏଥିରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ଜୀବନ ଯାଇଛି । More

ଘୋଷଣା ହୋଇନି କିନ୍ତୁ ଅଚଳ କରିଦିଆଯାଉଛି, ଅଦରକାରୀ ହୋଇନି କିନ୍ତୁ ଅଛୁଆଁ ! ଜାଣନ୍ତୁ ପୁରା କାହାଣୀ...

ତାରିଣୀଙ୍କ ପୀଠରେ ନୁହଁ, ନବରଙ୍ଗପୁରର ଇଷ୍ଟଦେବୀ ମା’ ଭଣ୍ଡାର ଘରଣୀ ହୁଣ୍ଡିରେ ବି ପଡ଼ିରହିଛି ହଜାର ହଜାର ଟଙ୍କାର କଏନ୍ । ଏସବୁ କଏନ୍‌କୁ ବ୍ୟାଙ୍କ ନେଉନଥିବାରୁ ଅକଳରେ ପଡ଼ିଯାଇଛନ୍ତି ଏଠାକାର ପୂଜକ । More

ଜାତୀୟ ତୁଳନାରେ ଓଡ଼ିଶାରେ ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ, ମନ୍ତ୍ରୀ ରଖିଲେ ତଥ୍ୟ..

କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ମୃତ୍ୟୁହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି । More

ଓଡ଼ିଆଙ୍କ କଳାକୁ ଭୁଲିଗଲେ ସରକାର, ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ଦକ୍ଷ ଓଡ଼ିଆ ଶିଳ୍ପୀଙ୍କୁ ଅବହେଳା !

ମନ୍ଦିର ନିର୍ମାଣ କ୍ଷେତ୍ରରେ ବାହାର ରାଜ୍ୟର ଅଣକୁଶଳୀ ସଂସ୍ଥାକୁ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଦିଆଯିବାକୁ ନେଇ କ୍ଷୋଭ । More

ସରୁନି ରାସ୍ତା କାମ, ବିନା କାରଣରେ ଚାଲିଯାଉଛି ନୀରିହ ଜୀବନ ! ବସ୍‌ ମାଲିକ ଦେଲେ ବଡ଼ ଚେତାବନୀ

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ୫ ହଜାର ୩୧୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି । ୨୦୧୯ରେ ୫ ହଜାର ୩୩୩ ଏବଂ ୨୦୨୦ରେ ସଡ଼କ ଦୁର୍ଘଟଣାରେ ଯାଇଛି ୪ ହଜାର ୭୩୮ ଜଣଙ୍କ ଜୀବନ । More

ଚିନ୍ତା ବଢାଉଚି ଓମିକ୍ରନ୍, ଆଗକୁ କଡାକଡି କଟକଣା

କାୟା ବିସ୍ତାର କରୁଚି କରୋନା ଭାଇରସ୍ର ନୂଆ ଭାରିଆଣ୍ଟ୍ ଓମିକ୍ରନ୍। ରାଜ୍ୟରେ ଦିନକ ଆଗରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ ହେବା ପରେ ବଢ଼ିଛି ଚିନ୍ତା। More