ସଂକ୍ଷେପରେ ଆଜିର ତାଜା ଖବର - Thursday, 23 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଘୋଷଣା ହୋଇନି କିନ୍ତୁ ଅଚଳ କରିଦିଆଯାଉଛି, ଅଦରକାରୀ ହୋଇନି କିନ୍ତୁ ଅଛୁଆଁ !

ତାରିଣୀଙ୍କ ପୀଠରେ ନୁହଁ, ନବରଙ୍ଗପୁରର ଇଷ୍ଟଦେବୀ ମା’ ଭଣ୍ଡାର ଘରଣୀ ହୁଣ୍ଡିରେ ବି ପଡ଼ିରହିଛି ହଜାର ହଜାର ଟଙ୍କାର କଏନ୍ । ଏସବୁ କଏନ୍‌କୁ ବ୍ୟାଙ୍କ ନେଉନଥିବାରୁ ଅକଳରେ ପଡ଼ିଯାଇଛନ୍ତି ଏଠାକାର ପୂଜକ । More

ଜାତୀୟ ତୁଳନାରେ ଓଡ଼ିଶାରେ ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ, ମନ୍ତ୍ରୀ ରଖିଲେ ତଥ୍ୟ..

କୋଭିଡ୍ ମହାମାରୀ ପାଇଁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହେବାରୁ ୨୦୧୯ ତୁଳନାରେ ୨୦୨୦ରେ ମୃତ୍ୟୁହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି । More

ଓଡ଼ିଆଙ୍କ କଳାକୁ ଭୁଲିଗଲେ ସରକାର, ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ଦକ୍ଷ ଓଡ଼ିଆ ଶିଳ୍ପୀଙ୍କୁ ଅବହେଳା !

ମନ୍ଦିର ନିର୍ମାଣ କ୍ଷେତ୍ରରେ ବାହାର ରାଜ୍ୟର ଅଣକୁଶଳୀ ସଂସ୍ଥାକୁ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଦିଆଯିବାକୁ ନେଇ କ୍ଷୋଭ । More

ସରୁନି ରାସ୍ତା କାମ, ବିନା କାରଣରେ ଚାଲିଯାଉଛି ନୀରିହ ଜୀବନ ! ବସ୍‌ ମାଲିକ ଦେଲେ ବଡ଼ ଚେତାବନୀ

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ୫ ହଜାର ୩୧୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି । ୨୦୧୯ରେ ୫ ହଜାର ୩୩୩ ଏବଂ ୨୦୨୦ରେ ସଡ଼କ ଦୁର୍ଘଟଣାରେ ଯାଇଛି ୪ ହଜାର ୭୩୮ ଜଣଙ୍କ ଜୀବନ । More

OBC ସଂରକ୍ଷଣକୁ ନେଇ ତେଜୁଛି ରାଜନୀତି, ବଢ଼ୁଛି ଅସନ୍ତୋଷ ! ବିରୋଧୀ କହିଲେ ସବୁ ଭୁଲ ସରକାରଙ୍କର

ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ପଂଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନ ବି ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । More

JSW ପ୍ରକଳ୍ପ ଅଞ୍ଚଳରେ ଜିଲ୍ଲା ଏସପିଙ୍କ କୁଶପୁତ୍ତଳିକା ଦାହ

ଢିଙ୍କିଆର ମାହଳ ଗାଁ ଲୋକେ ନୂଆ ରାଜସ୍ୱ ଗ୍ରାମ ପ୍ରସ୍ତାବକୁ ବିରୋଧ କରି ଆସୁଛନ୍ତି । JSW ପ୍ରକଳ୍ପ ପାଇଁ ପଥ ସୁଗମ କରିବା ଲାଗି ମାହଳକୁ ଆଉ ଏକ ରାଜସ୍ୱ ଗ୍ରାମ କରିବାକୁ ପ୍ରଶାସନ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି । More

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

ମୃତ ନାରାୟଣଙ୍କ ଭାଇ ସୁଧିର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତଙ୍କୁ ନିବେଦନ କରିଥିଲେ । More

ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା, କର୍ମକ୍ଷେତ୍ରରୁ ଆଉ ୧୫ ଦିନ ଛୁଟିରେ ରହିଲେ ଡାକ୍ତର ସୁମିତ

ବ୍ରହ୍ମପୁରର ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା । କର୍ମକ୍ଷେତ୍ରରୁ ଆଉ ୧୫ ଦିନ ଛୁଟିରେ ରହିଲେ ଡାକ୍ତର ସୁମିତ । ଗତକାଲି ଛୁଟି ସରିବା ପରେ ଆଜି ଆଉ ୧୫ ଦିନ ଛୁଟି ମାଗିଥିଲେ ସୁମିତ । ସୁମିତଙ୍କ ଛୁଟି ବଢାଇବା ନେଇ ତାଙ୍କ ଓକିଲ ସୁରେନ୍ଦ୍ର ବେହେରାଙ୍କ ସୂଚନା ।

କରୋନା ସଂକ୍ରମଣ ବଢ଼ିବାରୁ ପୁଣି ଲକଡାଉନ ଆରମ୍ଭ କଲା ଚୀନ୍

କରୋନା ସଂକ୍ରମଣ ବଢ଼ିବାରୁ ପୁଣି ଲକଡାଉନ ଆରମ୍ଭ କଲା ଚୀନ୍ । ଚୀନ୍‌ର ସର୍ବାଧିକ ଜନବହୁଳ ଜିଆନ ସହରରେ ଲକ୍ ଡାଉନ୍ ଘୋଷଣା । ୧୩୦ ଲକ୍ଷ ଲୋକ ବାସ କରୁଥିବା ଜିଆନରେ କଡ଼ା କଟକଣା ଲାଗୁ । ସବୁ ଲୋକ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦେଲେ ଚୀନ ସରକାର । ଦିନେ ଛଡ଼ା ଦିନେ ଘରର ଜଣେ ଲୋକ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଯିବେ । ଜଣକ ଛଡ଼ା ଆଉ କେହି ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି । ୧୨୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ପରେ କଟକଣା କଡ଼ାକଡ଼ି ହେଲା ।

ଗୁଡ଼ି ଉଡ଼ାଉ ଉଡ଼ାଉ ଉଡ଼ିଗଲେ । ୧୦ରୁ ୧୫ ମିନିଟ ଧରି ଆକାଶରେ ଗୁଡ଼ି ସହ ଓହଳି ରହିଲେ

ଗୁଡ଼ି ଉଡ଼ାଉ ଉଡ଼ାଉ ଉଡ଼ିଗଲେ । ୧୦ରୁ ୧୫ ମିନିଟ ଧରି ଆକାଶରେ ଗୁଡ଼ି ସହ ଓହଳି ରହିବା ପରେ ଧିରେ ଧିରେ ତଳକୁ ଖସିଲେ । ତେବେ ୧୦ ଫୁଟ୍ ଉଚ୍ଚରୁ ଖସି ପଡ଼ି ସାମାନ୍ୟ ଆହତ ହେଲେ ଯୁବକ । ଶ୍ରୀଲଙ୍କାର ଜାଫନାରେ ଘଟିଥିବା ଏ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଗୁଡ଼ି ଉଡ଼ା ପର୍ବ ଅବସରରେ ଜାଫାନ୍‌ର ନାଦସରା ମନୋହରନ୍ ସାଙ୍ଗଙ୍କ ସହ ଗୁଡ଼ି ଉଡ଼ାଉଥିଲେ । ବଡ଼ ଗୁଡ଼ି ହୋଇଥିବାରୁ ୩ ରୁ ୪ ଜଣ ଉଡ଼ାଉଥିଲେ । ତେବେ ହଠାତ ପବନ ଦେବାରୁ ଗୁଡ଼ିଟି ଟାଣି ହୋଇ ଯାଇଥିଲା । ଅନ୍ୟମାନେ ହାତ ଛାଡ଼ି ଦେଇଥିବା ବେଳେ ମନୋହରନ୍ ଗୁଡ଼ିରେ ଟାଣି ହୋଇଯାଇଥିଲେ । ପବନର ବେଗ ଅଧିକ ଥିବାରୁ ମନୋହରନ ଗୁଡ଼ି ସହ ୩୦ରୁ ୪୦ ଫୁଟ୍ ଉଚ୍ଚକୁ ଉଡ଼ି ଯାଇ ଓହଳି ରହିଥିଲେ ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମୃତଦେହ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଚକିବାଙ୍କର ନାରାୟଣ ରାଉତ ଦୁବାଇର ଆବୁ ଧାବିରେ କାମ କରୁଥିବା ବେଳେ ଗତ ୧୨ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ନାରାୟଣଙ୍କ ଭାଇ ସୁଧିର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତଙ୍କୁ ନିବେଦନ କରିଥିଲେ । ପରେ ଏନେଇ ବୈଜୟନ୍ତ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଜଣାଇଥିଲେ । ଏହାସହ ଆବଶ୍ୟକୀୟ କାଗଜପତ୍ର ଯୋଗାଇ ଦେଇଥିଲେ । ଶେଷରେ ଆଜି ନାରାୟଣଙ୍କ ମରଶରୀର ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି ।  ମରଶରୀର ପହଞ୍ଚିବା ପରେ ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ପରେ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକେ ବୈଜୟନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । 

JSW ପ୍ରକଳ୍ପ ଅଞ୍ଚଳରେ ଜିଲ୍ଲା ଏସପିଙ୍କ କୁଶପୁତ୍ତଳିକା ଦାହ

ଜଗତସିଂହପୁରରେ ପ୍ରସ୍ତାବିତ JSW ପ୍ରକଳ୍ପ ଅଞ୍ଚଳରେ ଜିଲ୍ଲା ଏସପିଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ସଂଖ୍ୟାର jsw ବିରୋଧୀ ଏକତ୍ରିତ ହୋଇ କୁଶପୁତ୍ତଳିକା ଦାହ କରିଛନ୍ତି । ଉପସ୍ଥିତ ଲୋକମାନେ jsw ଓ ପୁଲିସ ବିରୋଧୀ ସ୍ଲୋଗାନ ଦେଇଥିଲେ । ଏଥିରେ ଢିଙ୍କିଆ, ମାହଳ, ପାଟଣା, ତ୍ରିଲୋଚନପୁରର ମହିଳା ପୁରୁଷ ସାମିଲ ହୋଇଥିଲେ । ଢିଙ୍କିଆର ମାହଳ ଗାଁ ଲୋକେ ନୂଆ ରାଜସ୍ୱ ଗ୍ରାମ ପ୍ରସ୍ତାବକୁ ବିରୋଧ କରି ଆସୁଛନ୍ତି । JSW ପ୍ରକଳ୍ପ ପାଇଁ ପଥ ସୁଗମ କରିବା ଲାଗି ମାହଳକୁ ଆଉ ଏକ ରାଜସ୍ୱ ଗ୍ରାମ କରିବାକୁ ପ୍ରଶାସନ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି । ଦୁଇ ଦୁଇ ଥର ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ ଲାଗି ଉଦ୍ୟମ ହୋଇଥିଲେ ବି ଲୋକେ ଏହାକୁ ବିରୋଧ କରିଥିଲେ । ଫଳରେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

କିଛି ଦିନର ବିରତି ପରେ କୋଟିଆରେ ପୁଣି ଆନ୍ଧ୍ରର କାର୍ଯ୍ୟକ୍ରମ

କିଛି ଦିନର ବିରତି ପରେ କୋଟିଆରେ ପୁଣି ଆନ୍ଧ୍ରର କାର୍ଯ୍ୟକ୍ରମ । ଫଗୁସିନେରୀରେ ୱେଲୁଗୁ ଯୋଜନାର ପ୍ରଚାର କରିବା ପାଇଁ ଏସ୍ଏଚ୍‌ଜି ମହିଳାଙ୍କୁ ନେଇ ବୈଠକ କରିଛନ୍ତି ଆନ୍ଧ୍ରର ପ୍ରଶାସନିକ ଅଧିକାରୀ । ଆନ୍ଧ୍ର ସାଲୁର ମଣ୍ଡଳର ଅଧିକାରୀମାନେ କୋଟିଆରେ ଅନୁପ୍ରବେଶ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନେଇ ବୈଠକ କରିଛନ୍ତି । ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକରେ ଖାଦ୍ୟ ବଣ୍ଟନ କରିଛନ୍ତି । ମହିଳା ମାନଙ୍କୁ ରୋଜଗାର ଯୋଗାଇ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଋଣ ପ୍ରଦାନ କରିବାକୁ ଆବେଦନ କରିବା ପାଇଁ ବୈଠକରେ ସଚେତନ କରାଇଛନ୍ତି । ସାଲୁର ମଣ୍ଡଳର ୱେଲୁଗୁ APD ସତ୍ୟମ ନାଇଡୁ ଓ କୋଟିଆ ଅଂଚଳରେ ନିୟୋଜିତ ଏରିଆ କୋଡିନେଟର ଆଦିତ୍ୟ ପ୍ରମୁଖ କୋଟିଆ ଗସ୍ତକରି ମହିଳା ସମାବେଶ କରିଛନ୍ତି । ସେପଟେ ଆନ୍ଧ୍ର ଅନୁପ୍ରବେଶକୁ ରୋକିବା ପାଇଁ ପ୍ରଶାସନ ତରଫରୁ କୋଟିଆରେ ପୋଲିସ ମୃତୟନ କରାଯାଇଛି । ଗଂଜେଇପଦରରେ ଆନ୍ଧ୍ରର ଅଙ୍ଗନବାଡି କେନ୍ଦ୍ର ନିର୍ମାଣକୁ ବନ୍ଦ କରିଛି କୋରାପୁଟ୍ ଜିଲ୍ଲା ପ୍ରଶାସନ । 

ଓଡିଶା କଂଗ୍ରେସ ଗଠନକୁ ୧୦୦ ବର୍ଷ ପୁରିଛି । ଆସନ୍ତା ୨୬ରେ କଂଗ୍ରେସ ପକ୍ଷରୁ ସଦ୍ଭାବନା ସମାବେଶ

ଓଡିଶା କଂଗ୍ରେସ ଗଠନକୁ ୧୦୦ ବର୍ଷ ପୁରିଛି । ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ସଦ୍ଭାବନା ସମାବେଶ ହେବ । ୩୩ଟି ସାଙ୍ଗଠନିକ ଜିଲ୍ଲାରୁ ସେବା ଦଳର କର୍ମୀମାନେ ଏଥିରେ ଯୋଗ ଦେବେ । ଏହି ଅବସରରେ କଂଗ୍ରେସ ଭବନରୁ ଏକ ରାଲି ବାହାରିବ । କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାର ଏହାକୁ ଉଦଘାଟନ କରିବେ । ଏହା ବ୍ୟତୀତ କଂଗ୍ରେସ ଭବନରେ ମଧ୍ୟ ଏକ ସଭା ଅନୁଷ୍ଠିତ ହେବ । ଯେଉଁଥିରେ ବହୁ ବରିଷ୍ଠ ନେତା ଯୋଗଦେବେ । ଗୋପବନ୍ଧୁଙ୍କ ବାର୍ତ୍ତାକୁ ରାଜ୍ୟବାସୀଙ୍କ ପାଖକୁ ପହଞ୍ଚାଇବା ପାଇଁ କଂଗ୍ରେସ ଚେଷ୍ଟା କରିବ ବୋଲି କହିଛି ।  

ଶହ ଶହ ଉଠା ଦୋକାନୀ ପୁରୀ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ବିରୋଧରେ ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ପୁରୀରେ ଉଠା ଦୋକାନୀଙ୍କ ବିକ୍ଷୋଭ । ଶହ ଶହ ଉଠା ଦୋକାନୀ ପୁରୀ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ବିରୋଧରେ ଏକାଠି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି । ବ୍ଲୁ ଫ୍ଲାଗ ବିଚ୍ ପାଇଁ ବେଳାଭୂମିରୁ ଉଠା ଦୋକାନୀ ଓ ବୁଲା ବିକାଳିଙ୍କୁ ହଟାଯିବାକୁ ବିରୋଧ କରି ଉଠା ଦୋକାନୀମାନେ ଏହି ବିକ୍ଷୋଭ କରିଛନ୍ତି । ମରିବୁ ପଛେ ଛାଡ଼ିବୁ ନାହିଁ ବୋଲି କହିଛନ୍ତି ଉଠା ଦୋକାନୀ ।

୨ ଝିଅଙ୍କୁ ଧରି ଟ୍ୟୁସନ୍‌ ସାର୍ ଚମ୍ପଟ ଘଟଣା, ଅଭିଯୁକ୍ତ ଟ୍ୟୁସନ୍‌ ମାଷ୍ଟର ଗୋପାଳ ବାଡତିଆ ଗିରଫ

ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳରୁ ୨ ଝିଅଙ୍କୁ ଧରି ଟ୍ୟୁସନ୍‌ ସାର୍ ଚମ୍ପଟ ଘଟଣା । ଅଭିଯୁକ୍ତ ଟ୍ୟୁସନ୍‌ ମାଷ୍ଟର ଗୋପାଳ ବାଡତିଆଙ୍କୁ ଗିରଫ କଲା ପୋଲିସ । ଗୋପାଳଙ୍କ ନାଁରେ ଅପହରଣ, ଦୁଷ୍କର୍ମ ଏବଂ ପକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଉଦ୍ଧାର ହୋଇଥିବା ୨ ନାବାଳିକା ଭଉଣୀଙ୍କ ବୟାନ ରେକର୍ଡ କଲା ପୋଲିସ । କାଲି ସମ୍ବଲପୁର ଅଇଁଠାପାଲୀରୁ ଉଦ୍ଧାର ହୋଇଥିଲେ ୨ ନାବାଳିକା । ୨ ନାବାଳିକାଙ୍କୁ ଉଦ୍ଧାର ସହ ଗୋପାଳଙ୍କୁ ଧରିଥିଲା ବଡ଼ଗଡ଼ ପୋଲିସ ।

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଷ୍ଟାଟସ ରିପୋର୍ଟ ଦାଖଲ । ଘଟଣାର ତଦନ୍ତ କରୁଥିବା ପୋଲିସ ପକ୍ଷରୁ ଓଢ଼ିଶା ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ସେପଟେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଇଣ୍ଟରଭିନିଂ ପିଟିସନ ଦାୟର କରାଯାଇଛି । ଆସନ୍ତା ଜାନୁଆରୀ ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଧାର୍ଯ୍ୟ ହୋଇଛି ।

ଫୁର୍‌ଲିଝରଣ ଜଳ ପ୍ରପାତରେ ବୁଡ଼ି ଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପାର ମୃତ୍ୟୁ

କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା ଫୁର୍‌ଲିଝରଣ ଜଳ ପ୍ରପାତରେ ବୁଡ଼ି ଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ବାପାର ମୃତ୍ୟୁ । ମୃତକ ହେଲେ ଟିଟିଲାଗଡ଼ର ଜିତେନ୍ଦ୍ର କୁମାର । ଟିଟିଲାଗଡ଼ ତିନିଟି ପରିବାର କଳାହାଣ୍ଡି ଫୁର୍‌ଲିଝରଣ ଆସିଥିଲେ । ଜଳ ପ୍ରପାତରେ ଦୁଇ ନାବାଳକ ଖସି ପଡିବାରୁ ତାଙ୍କୁ ବଞ୍ଚାଇବାକୁ ଯାଇ ଜିତେନ୍ଦ୍ର ପାଣିରେ ବୁଡ଼ି ଯାଇଥିଲେ । ପାଣି ଭିତରୁ ଉଦ୍ଧାର କରିବା ବେଳକୁ ସେ ଗୁରୁତର ହୋଇ ପଡ଼ିଥିଲେ । ତେବେ ଡାକ୍ତରଖାନାକୁ ଆଣିଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭବାନୀପାଟଣା ସଦର ପୋଲିସ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।

ଏକା ଥରକେ ଦୁଇ ମନ୍ତ୍ରୀଙ୍କ ସମେତ ବବିଙ୍କୁ ବି କଳାପତାକା ପ୍ରଦର୍ଶନ

ରାଜ୍ୟ ପାୱାର କରିଡରର ସବୁଠୁ ଆଗଧାଡ଼ିର ନେତା ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ମଧ୍ୟ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି ।  More

OBCଙ୍କୁ ସଂରକ୍ଷଣ ଦେବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି: ପ୍ରତାପ ଜେନା

କୋର୍ଟଙ୍କ ରାୟ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି OBCଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ସଂରକ୍ଷଣ ରଖାନଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି । More

ମାସେ ପରେ ହେଲାଣି, ସମାଧାନର ବାଟ ବାହାରୁନି ! ଏବେ ତପସ୍ୱିନୀଙ୍କୁ କୋର୍ଟଙ୍କ ଝଟ୍‌କା

ତପସ୍ୱିନୀଙ୍କ ଓକିଲ ଏବେ ଏନେଇ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି । More

ପାଣିଓହଳାର ସୁରକ୍ଷା ଚିନ୍ତାରେ ଯୁବଗୋଷ୍ଠୀ, ସନ୍ଧ୍ୟା ହେଲେ ଧରୁଛନ୍ତି ଠେଙ୍ଗାବାଡି

ଯେତେବେଳେ ବାତ୍ୟା ଆସିଛି ଢେଙ୍କାନାଳ ସହର ପାଇଁ ଢାଲ ହୋଇ ଛିଡା ହୋଇଛି ପାଣିଓହଳା ପାହାଡ । ଏହି ଜଙ୍ଗଲର ସୁରକ୍ଷା ପାଇଁ ଦିନ ଓ ରାତିକୁ ଏକ କରିଦେଇଛନ୍ତି କିଛି ସ୍ୱେଚ୍ଛାସେବୀ । ଗଛ ଲଗାଉଛନ୍ତି, ନିଆଁ ଲିଭାଉଛନ୍ତି । ଠେଙ୍ଗାବାଡି ଧରି ଜଗୁଛନ୍ତି ଜଙ୍ଗଲ । More

କଟକଣା ମଧ୍ୟରେ ପାଳନ ହେବ ବଡଦିନ:BMC

ଚିନ୍ତା ବଢାଇଲାଣି ଓମିକ୍ରନ୍ । ପ୍ରଥମେ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଦୁଇ ଜଣ ଓମିକ୍ରନ୍ ଅକ୍ରାନ୍ତ ଥିବାର ସୂଚନା ମିଳିଛି । ରାଜଧାନୀରେ କୋଭିଡ୍ ସ୍ଥିତି ନେଇ BMC କମିଶନର ସଞୟ ସିଂଙ୍କ ସୂଚନା ଦେଇଛନ୍ତି । କୋଭିଡ୍ ଗାଇଡଲାଇନ ଅନୁସାରେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । More

ଓମିକ୍ରନ୍ ଆଲର୍ଟ: ଦୈନିକ ହେବ ୭୦ ହଜାର ନମୁନା ପରୀକ୍ଷା

ରାଜ୍ୟରେ ଆଉ ୧୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। କ୍ୱାରେଣ୍ଟିନ୍‌ରୁ ୯୧, ଲୋକାଲ୍ କେସ୍ ୬୪ ଚିହ୍ନଟ ହୋଇଛନ୍ତି। More

ମନମୋହୁଛି ନୀଳଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ; ବଢୁଛି ପର୍ଯ୍ୟଟକଙ୍କ ଭିଡ

ଶୀତ ବଢିବା ସହ ବାଲେଶ୍ୱର ନୀଳଗିରିକୁ ଛୁଟିଛି ପର୍ଯ୍ୟଟକଙ୍କ ଭିଡ । ପଞ୍ଚଲିଙ୍ଗେଶ୍ୱର ସହ ବିଶ୍ୱେଶ୍ୱର ମହାଦେବଙ୍କ ମନ୍ଦିର, କୁଲଡିହା ଅଭୟାରଣ୍ୟ ଏବଂ ଖୁମକୁଟ୍ ଡ୍ୟାମ ଭଳି ଅନେକ ପର୍ଯ୍ୟଟନସ୍ଥଳୀ ପର୍ଜ୍ୟଟକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ପର୍ଯ୍ୟଟନ ଋତୁରେ ଏଭଳି ଏକ ଡେଷ୍ଟିନେସନ୍ ବୁଲିବା ସହ ସୁନ୍ଦର ଅନୁଭୂତି ନେଇ ଫେରୁଛନ୍ତି ପର୍ଯ୍ୟଟକ । More

ଓଡ଼ିଶାରେ ଆଉ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ !

ବିଦେଶ ଫେରନ୍ତା ଉପରେ ତୀକ୍ଷ୍ଣ ନଜର ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟିକାକରଣକୁ ଆହୁରି ବ୍ୟାପକ କରାଯିବ। ଆଗକୁ ରାଜ୍ୟରେ ଦୁଇଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। More

ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ

ଆଜି ସମ୍ବଲପୁର-ଭୁବନେଶ୍ୱର ଘରୋଇ ବସ୍ ଚଳାଚଳ ବନ୍ଦ । ସକାଳ ୬ଟା ରୁ ରାତି ୧୨ଟା ପଯ୍ୟନ୍ତ ଦିନିକିଆ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ । More

Daily Horoscope,22 Dec 2021: ଆପଣଙ୍କ ଭାଗ୍ୟ କଣ ରହିଛି?

ଧନ ଲାଭ ହେବାରୁ ମନଖୁସି ରହିବ ଓ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ। ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବା ସହ ବିଦ୍ୟାରେ ଯଥେଷ୍ଟ ଉନ୍ନତି ହେବ।  More

ଅସହ୍ୟ ଜାଡ଼ରେ ଥରିବ ୫ ଜିଲ୍ଲା

ଗତକାଲି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ପୂର୍ବରୁ ଭୁବନେଶ୍ୱରରେ ୨୦୧୮ରେ ସର୍ବକାଳୀନ ସର୍ବନିମ୍ନ ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା। More

ଜାଡ଼ରେ ଥରୁଛି ସାରା ଓଡ଼ିଶା, ହେଲେ ଏମାନେ ଖୋଲା ଆକାଶ ତଳେ ରାସ୍ତା କଡ଼ରେ ପଡ଼ିଛନ୍ତି ! କାହିଁକି ?

ବଲାଙ୍ଗିରରୁ ବାଲେଶ୍ୱର । ବାରିପଦାରୁ ବ୍ରହ୍ମପୁର । ରାଉରକେଲା, କଟକ, ଆଉ ରାଜଧାନୀ ଭୁବନେଶ୍ୱର । ଶୀତୁଆ ରାତିରେ ସବୁଠି ପ୍ରାୟ ଏକା ଦୃଶ୍ୟ, ଏକା ଦୁର୍ଦ୍ଦଶା । More

ପାଠ ସାଠ ପଢ଼ି ମଧ୍ୟ ହାତ ପତେଇ ଗୁଜୁରାଣ ମେଣ୍ଟାଉଛନ୍ତି କିନ୍ନର, କେବେ ଦୁଃଖ ବୁଝିବେ ସରକାର ?

ଯୁକ୍ତ ୩ ପଢିଛନ୍ତି ବେବି । ହେଲେ ନିଯୁକ୍ତି ସୁଯୋଗ ଏବଂ ଲୋକଙ୍କ ସହଯୋଗ ନପାଇବାରୁ ରୋଜଗାର ପାଇଁ କୋରାପୁଟରୁ ଆସିଗଲେ ଭୁବନେଶ୍ୱର । More

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ଲାଗିଲା ସାମୟିକ ବ୍ରେକ୍

ଏବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ । ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ସହ ଆଜି ସାନି ବିଜ୍ଞପ୍ତି ଜାରି ପାଇଁ ସରକାର ହାଇକୋର୍ଟକୁ ଜଣାଇଥିବାରୁ ନିର୍ବାଚନ ତାରିଖ ଘୋଷଣା ସାମାନ୍ୟ ବିଳମ୍ବ ହେବ । ଏହି ପ୍ରସଙ୍ଗରେ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଥିଲା । More

ଘାରିଲାଣି ଓମିକ୍ରନ୍‌ ଭୟ ! ରାଜଧାନୀରେ ୩ କଣ୍ଟେନ୍‌ମେଣ୍ଟ ଜୋନ୍‌

ଗତକାଲି ୱାର୍ ରୁମ୍ ସଜାଗ ରଖିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏହାପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି ବୈଠକରେ ମୋଟ୍ ୫ଟି ବିଷୟରେ ଗୁରୁତ୍ୱ ଦିଆଯାଇଛି । More

ମହିଳା ଭୋଟରଙ୍କୁ ଥୋପ ! ପ୍ରତି ଜିଲ୍ଲାରେ କୋଟିଏ ଟଙ୍କାର ମିଶନ ଶକ୍ତି ଭବନ

ରାଜ୍ୟ ସ୍ତରରେ ଖୁବ୍ ଶୀଘ୍ର ନିର୍ମାଣ ହେବ ମିଶନ ଶକ୍ତି ଭବନ । ଖାଲି ସେତିକି ନୁହେଁ ଏସ୍ଏଚ୍‌ଜି ମହାସଂଘ ଇସି ସଦସ୍ୟମାନଙ୍କୁ ମିଟିଂ ଓ ଗସ୍ତ ଖର୍ଚ୍ଚ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ଏହି ସମସ୍ତ ବ୍ୟବସ୍ଥା ପାଇଁ ୨ଶହ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ । More