ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କୋଭିଡ୍ କିଟ୍ ବଣ୍ଟନ ବେଳେ ମଞ୍ଚରେ ଅଙ୍ଗନବାଡି କର୍ମୀ-ବିଧାୟକଙ୍କ କଥା କଟାକଟି

କୋଭିଡ୍ କିଟ୍ ବଣ୍ଟନ ବେଳେ ମଞ୍ଚରେ ଅଙ୍ଗନବାଡି କର୍ମୀ-ବିଧାୟକଙ୍କ କଥା କଟାକଟି । କୋରାପୁଟ  ବୈପାରିଗୁଡା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଏମିତି ଘଟଣା । କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡାଲ ବୈପାରୀଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଙ୍ଗନବାଡି କର୍ମୀ, ଆଶା ଦିଦି ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍ କିଟ୍ ବଣ୍ଟନ କରୁଥିଲେ । ସଭା ଆରମ୍ଭର କିଛି ସମୟ ପରେ ଜଣେ ଅଙ୍ଗନବାଡି କର୍ମୀ ମଞ୍ଚ ଉପରକୁ ଉଠିଯାଇ ଅଙ୍ଗନବାଡି କର୍ମୀମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ସରକାର କର୍ଣ୍ଣପାତ କରୁନାହାନ୍ତି, ହେଲେ ବିଭିନ୍ନ ସରକାରୀ କାର୍ଯ୍ୟରେ ସେମାନଙ୍କୁ ହିଁ ଦାଇତ୍ୱ ଲଦି ଦେଉଛନ୍ତି କହିଥିଲେ । ହେଲେ ମଞ୍ଚ ଉପରେ ଉପସ୍ଥିତ ଥିବା ବିଧାୟକ ଓ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହେଉଥିବା ଦେଖିବାକୁ ମିଳିଥିଲା । ଏପରିକି ବିଧାୟକ ବିରକ୍ତ ହୋଇ ତୁମେ ଜଣେ ସାଧାରଣ ଅଙ୍ଗନବାଡି କର୍ମୀ ହୋଇ ବିଧାୟକଙ୍କୁ ପ୍ରଶ୍ନ କରୁଛ । ଆଉ ମୋ ସହିତ ବିଧାୟକ ପାର୍ଥୀ ହୋଇ ଲଢ଼ିବ କି ବୋଲି କହୁଥିବା ଦେଖିବାକୁ ମିଳିଛି ।

ପାରାଦୀପ ଢିଙ୍କିଆ ଅଞ୍ଚଳରେ ଚାପା ଉତ୍ତେଜନା । ୬ ମାଜିଷ୍ଟ୍ରେଟ ୧୮ ପ୍ଲାଟୁନ ପୋଲିସ ଫୋର୍ସ ଢିଙ୍କିଆ ଅଞ୍ଚଳକୁ ଘେରି ରହିଛନ୍ତି

ପାରାଦୀପ ଢିଙ୍କିଆ ଅଞ୍ଚଳରେ ଆଜି ବି ଚାପା ଉତ୍ତେଜନା ଲାଗି ରହିଛି । ୬ ଜଣ ମାଜିଷ୍ଟ୍ରେଟ ୧୮ ପ୍ଲାଟୁନ ପୋଲିସ ଫୋର୍ସ ଢିଙ୍କିଆ ଅଞ୍ଚଳକୁ ଘେରି ରହିଛନ୍ତି । ପ୍ରଶାସନ ଏବେ ସୁଦ୍ଧା ଗୋବିନ୍ଦପୁର ଗାଁର ୩ ଟି ପାନ ବରଜ ଭାଙ୍ଗିଛି । ପ୍ରଥମେ ପାଟଣା ଗାଁରେ ପ୍ରଶାସନ ପହଞ୍ଚିଥିଲେ ବି ଗାଁ ଲୋକେ ବରଜ ଭାଙ୍ଗିବାକୁ ଦେଇନଥିଲେ । ବରଜ ଭାଙ୍ଗିବାକୁ ଦିଆଯିବନି ବୋଲି ପାଟଣା ଗାଁ ଲୋକେ କହିଛନ୍ତି । ଫଳରେ ଗୋବିନ୍ଦପୁର ଗାଁର ବରଜ ଭାଙ୍ଗିବାକୁ ପ୍ରଶାସନ ପହଞ୍ଚିଛି । ସେପଟେ ଗୋବିନ୍ଦପୁର ଏବଂ ନୂଆଗାଁରେ ମଧ୍ୟ ଲୋକେ ଘଣ୍ଟ ବାଡେଇ ଏକାଠି ହୋଇ ମିଟିଂ କରୁଛନ୍ତି । ପ୍ରଶାସନ ପାନବରଜ ଭାଙ୍ଗିବାକୁ ଆସୁଥିବା ଖବର ପାଇ ଢିଙ୍କିଆରେ ଫୁଲଖାଇ ଠାକୁରାଣୀ ପ୍ରାଙ୍ଗଣରେ ଲୋକେ ଏକତ୍ରିତ ହୋଇଛନ୍ତି । ଗାଁ ମୁଣ୍ଡରେ ଫାଟକ ପକାଇ ସ୍କୁଲପିଲା ଓ ମହିଳା ପହରାକୁ କଡାକଡି କରିଛନ୍ତି ।

ବାଲିଷ୍ଟିକ୍ ମିସାଇଲ୍ ପ୍ରଳୟର ସଫଳ ପରୀକ୍ଷଣ

ବାଲିଷ୍ଟିକ୍ ମିସାଇଲ୍ ପ୍ରଳୟର ସଫଳ ପରୀକ୍ଷଣ । ଏପିଜେ ଅବଦୁଲ କଲାମ ଦୀପରୁ ଆଜି ସକାଳ ସାଢେ ୧୦ଟାରେ ଏହାର ସଫଳ ପରୀକ୍ଷଣ ହୋଇଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି ।  ଏହି ମିସାଇଲର ଲକ୍ଷଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର । ୫ଶହରୁ ହଜାରେ କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଟାର୍ଗେଟ କରୁଥିବା ବାଲିଷ୍ଟିକ୍ ମିସାଇଲ୍ ପ୍ରଳୟ । ଡିଆରଡିଓ ଦ୍ୱାରା ଏହି କ୍ଷେପଣାସ୍ତ୍ରକୁ ଏଭଳି ବିକଶିତ କରାଯାଇଛି ଯେ ଏହା କିଛି ଦୂର ଗଲାପରେ ମଝି ଆକାଶରେ ଗତିପଥ ପରିବର୍ତ୍ତନ କରିପାରିବ । ସେହିଭଳି ଏହା ଇଣ୍ଟରସେପଟର ମିସାଇଲକୁ ମାତ ଦେବାରେ ମଧ୍ୟ କ୍ଷମତ ରଖିଛି ।

ଜଡ଼ରେ ସାରା ଓଡ଼ିଶା ଥରୁଛି, ହେଲେ ଏମାନେ ଖୋଲା ଆକାଶ ତଳେ ରାସ୍ତା କଡ଼ରେ ପଡ଼ିଛନ୍ତି ! କାହିଁକି ?

ବଲାଙ୍ଗିରରୁ ବାଲେଶ୍ୱର । ବାରିପଦାରୁ ବ୍ରହ୍ମପୁର । ରାଉରକେଲା, କଟକ, ଆଉ ରାଜଧାନୀ ଭୁବନେଶ୍ୱର । ଶୀତୁଆ ରାତିରେ ସବୁଠି ପ୍ରାୟ ଏକା ଦୃଶ୍ୟ, ଏକା ଦୁର୍ଦ୍ଦଶା । More

ପାଠ ସାଠ ପଢ଼ି ମଧ୍ୟ ହାତ ପତେଇ ଗୁଜୁରାଣ ମେଣ୍ଟାଉଛନ୍ତି କିନ୍ନର, କେବେ ଦୁଃଖ ବୁଝିବେ ସରକାର ?

ଯୁକ୍ତ ୩ ପଢିଛନ୍ତି ବେବି । ହେଲେ ନିଯୁକ୍ତି ସୁଯୋଗ ଏବଂ ଲୋକଙ୍କ ସହଯୋଗ ନପାଇବାରୁ ରୋଜଗାର ପାଇଁ କୋରାପୁଟରୁ ଆସିଗଲେ ଭୁବନେଶ୍ୱର । More

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ଲାଗିଲା ସାମୟିକ ବ୍ରେକ୍

ଏବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ । ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ସହ ଆଜି ସାନି ବିଜ୍ଞପ୍ତି ଜାରି ପାଇଁ ସରକାର ହାଇକୋର୍ଟକୁ ଜଣାଇଥିବାରୁ ନିର୍ବାଚନ ତାରିଖ ଘୋଷଣା ସାମାନ୍ୟ ବିଳମ୍ବ ହେବ । ଏହି ପ୍ରସଙ୍ଗରେ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଥିଲା । More

ଘାରିଲାରି ଓମିକ୍ରନ୍‌ ଭୟ ! ରାଜଧାନୀରେ ୩ କଣ୍ଟେନ୍‌ମେଣ୍ଟ ଜୋନ୍‌

ଗତକାଲି ୱାର୍ ରୁମ୍ ସଜାଗ ରଖିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏହାପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି ବୈଠକରେ ମୋଟ୍ ୫ଟି ବିଷୟରେ ଗୁରୁତ୍ୱ ଦିଆଯାଇଛି । More

ଓମିକ୍ରନ୍ ଭୟ ! ‘ନ୍ୟୁ ୟର୍‌ ପାର୍ଟି’- ଖ୍ରୀଷ୍ଟ ସେଲିବ୍ରେସନ୍‌ ମନା

ଦିଲ୍ଲୀର କେଜ୍ରିୱାଲ ସରକାର ନୂଆ ବର୍ଷରେ ନ୍ୟୁ ୟର୍‌ ପାର୍ଟି ସେଲିବ୍ରାସନ୍‌ କରିବାକୁ ମନା କରିଛନ୍ତି । ସରକାରଙ୍କ ନିର୍ଦେଶ ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେନେଇ, ଦିଲ୍ଲୀ ପୋଲିସକୁ ନଜର ରଖିବାକୁ କୁହାଯାଇଛି । More

କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିଲା ମଣ୍ଡି ଅବ୍ୟବସ୍ଥା କଥା

ଧାନ କିଣା ନେଇ ଯେଉଁ ଟାଇମଲାଇନ୍‌ ଥିଲା ତାକୁ କାଣ୍ଟ ଛାଣ୍ଟ କରାଯାଉଛି ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଟୋକନ ଅବଧି ଲାପ୍ସ ହେବାରୁ ଚାଷୀ ଧାନ ବିକିପାରୁ ନାହାନ୍ତି । ମଣ୍ଡିରେ ମାଫିଆଙ୍କ ରାଜ୍ ଚାଲିଛି ବୋଲି ମନ୍ତ୍ରୀଙ୍କୁ କହିଲେ ବିଜେପି ସାଂସଦ । More

ମାସ୍କ ପିନ୍ଧ, ଆବଶ୍ୟକ ନଥିଲେ ଘରୁ ବାହାରନି: ମୁଖ୍ୟମନ୍ତ୍ରୀ

ଓମିକ୍ରନ ମୁକାବିଲା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ- ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି। More

ପ୍ରତ୍ୟାହାର ହେବ ପଞ୍ଚାୟତ ସଂରକ୍ଷଣ ବିଜ୍ଞପ୍ତି : ହାଇକୋର୍ଟଙ୍କୁ ଜଣାଇଲେ ସରକାର

ବିଜ୍ଞପ୍ତି ପ୍ରତ୍ୟାହାର ସହ ଆସନ୍ତା ୨୭ରେ ସାନି ତାଲିକା ପ୍ରକାଶ କରାଯିବ ବୋଲି କୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର। More

ୱାର୍କ ଅର୍ଡର ଦେବାକୁ କହି ଚୂନ ଲଗାଇଥିଲେ RAW ଅଧିକାରୀ

ୱାର୍କ ଅର୍ଡର ଦେବାକୁ କହି ୩ ଜଣ ଠକିଥିଲେ। ନିଜକୁ IAS, ଯନ୍ତ୍ରୀ ଓ RAW ଅଧିକାରୀ କହି ୩ ଜଣ ଠକିଥିଲେ। More

’ମରିଗଲେ ବି ଘର ଛାଡ଼ି କୁଆଡ଼େ ଯିବିନି ’

କେବେ ଶାଶୂଘର ଏରୁଣ୍ଡିବନ୍ଧ ଡେଇଁବେ ତପସ୍ୱିନୀ ? ଦିନକୁ ଦିନ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । More

ସମ୍ବଲପୁରରୁ ଧରାପଡ଼ିଲେ ଟ୍ୟୁସନ୍ ସାର୍, ୨ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କଲା ପୋଲିସ୍

ସମ୍ବଲପୁରରୁ ଧରାପଡ଼ିଲେ ଛାତ୍ରୀଙ୍କୁ ଧରି ପଳାଇଥିବା ଟ୍ୟୁସନ୍ ସାର୍ । ଭୁବନେଶ୍ୱରରୁ ଦୁଇ ନାବାଳିକା ଛାତ୍ରୀଙ୍କୁ ଧରି ପଳାଇଥିବା ସାରଙ୍କୁ ସମ୍ବଲପୁରରୁ ଗିରଫ କରିଛି ପୋଲିସ୍ । ଅଇଁଠାପାଲି ଅଞ୍ଚଳରେ ଅଭିଯୁକ୍ତ ଜଣକ ଥିବା ଖବର ପାଇଥିଲା ପୋଲିସ୍ । ଏହାପରେ ଚଢ଼ାଉ କରି ଟ୍ୟୁସନ୍ ସାର୍ ଓ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି । More

‘ଝିଅ ପିଲାଟା, ତା’ର ପୁଣି ଇଜ୍ଜତ ମାନ ମର୍ଯ୍ୟାଦା ଅଛି ନା ନାହିଁ ’

ସିସିଟିଭି ଘୋଡ଼ାଇ ଦେଇଥିବା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ସମାଜସେବୀ ପ୍ରମିଳା । ଗୋଟିଏ ଝିଅର ଇଜ୍ଜତ ମାନ ମର୍ଯ୍ୟାଦା ରହିଛି । ସେ ଡ୍ରେସ୍ ବଦଳାଉଛି । ସିସିଟିଭି ସାମ୍ନାରେ କେମିତି କରିବ ବୋଲି ସେ କହିଛନ୍ତି । More

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ; ୧୦ ଡିଗ୍ରୀ ତଳେ ରହିଛି ୧୭ଟି ସ୍ଥାନର ରାତି ତାପମାତ୍ରା

ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ୨୪ ତାରିଖ ସକାଳ ଯାଏଁ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । More

ଘରର କ୍ୟାମେରାକୁ ଘୋଡାଇଦେଲେ ବୋହୂ ତପସ୍ୱିନୀ

ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳିର କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ ? କେବେ ତୁଟିବ ଏହି ବିବାଦ ? ନିଜକୁ ବୋହୂ ଦାବି କରୁଥିବା ତପସ୍ୱିନୀ କେତେଦିନ ଏମିତି ବସିରହିବେ? ନା କେହି କହିପାରୁଛନ୍ତି ନା ଜାଣିପାରୁଛନ୍ତି। More

ଖେଳ ପଡ଼ିଆରୁ ମଶାଣି ଭୂଇଁ ! ବୋଲିଂ କରି ମ୍ୟାଚ୍ ଜିତାଇବା ପରେ ଟଳି ପଡ଼ିଲେ କାହ୍ନା

ଶେଷ ଓଭରର ଶେଷ ବଲ୍। ବ୍ୟାଟ୍ସମ୍ୟାନକୁ ବିଟ୍ କରି ମ୍ୟାଚ୍ ଜିତିଲା। କିନ୍ତୁ ଖୁସିର ପରିମାଣ ଏତେ ଥିଲା ଯେ, ହଠାତ୍ ସେଇ ଖେଳ ପଡ଼ିଆରେ ଚାଲିଗଲା କାହ୍ନୁର ଜୀବନ। ଏବେ ସାରା ଗାଁ ଝୁରୁଛି କାହ୍ନୁକୁ। More

Daily Horoscope,22 Dec 2021:କ’ଣ ରହିଛି ଆଜି ଦିନର ମହତ୍ତ୍ୱ ଜାଣନ୍ତୁ....

ସନ୍ତାନଙ୍କ ପାଇଁ ଶୁଭ ସମ୍ବାଦ ପାଇବେ ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢାଇବ। ସାମାଜିକ ପତିଆରା ଅମଳିନ ରହିବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। More

ରାଜ୍ୟରେ ଆହୁରି ବଢ଼ିବ ଶୀତ : ସତର୍କ କରାଇଲା ପାଣିପାଗ ବିଭାଗ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଆଜି ୧୯ ଜିଲ୍ଲାକୁ ଥରାଇବ ଶୀତ । More

ବିଜୁ ସ୍ୱାସ୍ଥ୍ୟ କାର୍ଡରୁ କେତେ ଉପକୃତ ହିତାଧିକାରୀ?

ଗୋଡ଼ ଅପରେସନ ପାଇଁ ଯାଇଥିବା ଅକୁଲଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ପ୍ରଥମେ ରୋକଠୋକ୍ ମନା କରିଦେଇଥିଲେ। ପରେ ଅସ୍ତ୍ରୋପଚାର ହୋଇଥିଲା ସତ ହେଲେ ଅଧା ଚିକିତ୍ସାରେ। More

‘ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ଭଳି’

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଡ଼ା ସମାଲୋଚନା କରିବା ସହ ତାତ୍ସଲ୍ୟ କରିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦିନରେ ଲଣ୍ଠନ ଦେଖାଇବା ଭଳି । More

ମଣ୍ଡି ଅବ୍ୟବସ୍ଥା; ଟୋକନ ଅଛି, ହେଲେ ଧାନ ଉଠୁନି ! ଶୀତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ

ନଭେମ୍ବର ୨୫ରୁ ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଧାନ ଉଠିପାରୁନି । ଏମିତିକି ଟ୍ୟାଗ୍ ଥାଇ ବି ମିଲ୍ ମାଲିକ ଧାନ ଉଠାଉନଥିବାରୁ ହୀନସ୍ତା ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି । More

ତପସ୍ୱିନୀ-ସୁମିତଙ୍କ ଦାମ୍ପତ୍ୟ କଳିର କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ ?

ନିଜକୁ ବୋହୂ ଦାବି କରୁଥିବା ତପସ୍ୱିନୀ କେତେଦିନ ଏମିତି ବସିରହିବେ? ନା କେହି କହିପାରୁଛନ୍ତି ନା ଜାଣିପାରୁଛନ୍ତି। ଅଡୁଆ ସୂତାରେ ଛନ୍ଦି ହେବାରେ ଲାଗିଛି ଡିମ୍ପଲ ଓରଫ୍ ତପସ୍ୱିନୀ ଏବଂ ଡାକ୍ତର ସୁମିତଙ୍କ ଦାମ୍ପତ୍ୟ ବିବାଦ। More

୨ ଦିଗକୁ ଗୁରୁତ୍ୱ ଦେଲେ ଆଉ ମାଡ଼ିବନି ଓମିକ୍ରନ୍ !

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ୍ ଆକ୍ରାନ୍ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଲେଖାଏଁ ଏବେ କେବଳ ଏତିକି ଚିହ୍ନଟ ହୋଇଛନ୍ତି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢ଼ିଯିବ। More