ସଂକ୍ଷେପରେ ଆଜିର ତାଜା ଖବର - Sunday, 19 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଅନିଶ୍ଚିତତାରେ BSKYର ଭବିଷ୍ୟତ, ସବୁ ରୋଗୀଙ୍କୁ ଚିକିତ୍ସା ଦେବାକୁ ମନା କରୁଛନ୍ତି ଡାକ୍ତରଖାନା

ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଭିନ୍ନ ଚିକିତ୍ସାକୁ ନେଇ ସରକାରଙ୍କ ଧାର୍ଯ୍ୟ ଦେୟ ଯଥେଷ୍ଟ କମ୍ ଏବଂ ସେଥିରେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ । ବୀମାରାଶିରୁ ଅଧିକ ଦେୟ ହେଲେ ତାହାକୁ କିଏ ଭରଣା କରିବେ କିଛି ସ୍ପଷ୍ଟତା ନାହିଁ । More

ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳିରେ ଟ୍ୱିଷ୍ଟ, ଭାଇରାଲ ହେଲା ଭିଡିଓ

ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ଘଟଣାଟି ବର୍ଷେ ତଳର । More

ପଂଚାୟତ ନିର୍ବାଚନ: ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ, ତୟାର୍ ରାଜନୈତିକ ଦଳ

ଦଳୀୟ ସ୍ତରରେ ପଂଚାୟତ, ମଣ୍ଡଳ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ମଧ୍ୟ ଏହି କାଯର୍ୟକ୍ରମ ପାଳନ କରାଯିବ । ରାମ ମନ୍ଦିରଠୁ ଆରମ୍ଭ କରି ଆତ୍ମନିର୍ଭର ଭାରତ, ପିଏମ୍‌ କିଷାନ, ଆୟୁଷ୍ମାନ ଭାରତ, କରୋନା ମୁକାବିଲା, ମାଗଣା ଟିକା ପ୍ରଦାନ ଭଳି ଜନହିତକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଯିବ । More

ରାଜ୍ୟରେ ପ୍ରଥମ ଥର ପାଇଁ ଏୟାର ଆମ୍ବୁଲାନ୍ସ ସେବା

ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ । More

କାହାକୁ ଧରିବେ, କେମିତି ଧରିବେ ? ଜାଲ୍‌ ସାର୍ଟିଫିକେଟ୍‌ରେ ଶିକ୍ଷକ ନିଯୁକ୍ତିକୁ ନେଇ ବଡ଼ ଅଭିଯୋଗ !

ନବ ନିଯୁକ୍ତ ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ ସାର୍ଟିଫିକେଟ୍‌ଧାରୀ । ବିଶେଷ କରି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌କୁ ନେଇ ହୋଇଛି ହେରଫେର । ଏହି ଅଭିଯୋଗ ଆଣିଛନ୍ତି ଶିକ୍ଷକ ପଦ ପାଇଁ ଆଶାୟୀ ଥିବା ଅନେକ ଦିବ୍ୟାଙ୍ଗ । More

ସତରେ କ’ଣ ରାଜ୍ୟରେ ଡାକ୍ତର ଅଭାବ ? ସରକାରଙ୍କ ପାଖରେ ଡାକ୍ତରଙ୍କ ତଥ୍ୟ ନାହିଁ, ୪ ପ୍ରକାର କଥା କହୁଛନ୍ତି..

ଡାକ୍ତରଖାନା ଚକାଚକ୍ ହେଲେ ପ୍ରାୟ ସମସ୍ତ ଡାକ୍ତରଙ୍କ ଚୌକି ଖାଲି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଖାଲି ସେତିକି ନୁହେଁ ରୋଗୀଙ୍କୁ ଧରି ଆସିଥିବା ସମ୍ପର୍କୀୟ ବି ଏଠାରେ ଅସନ୍ତୋଷ ପ୍ରକାଶ କରୁଛନ୍ତି । More

ଆଶଙ୍କା ! କ୍ଷତିକାରକ ନୁହେଁ ହେଲେ ସଂକ୍ରମଣ କ୍ଷମତା ଢ଼େର ଅଧିକ..

ବିଦେଶରୁ ରାଜ୍ୟକୁ ଫେରି କୋଭିଡ୍ ପଜିଟିଭ ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନମୁନାର ଜେନମ୍ ସିକ୍ୱେନ୍ସିଂ ରିପୋର୍ଟରେ ଓମିକ୍ରନ୍ ନେଗେଟିଭ୍ ରହିଛି । ବଳକା ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି । More

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନାହିଁ ସମସ୍ତ ରୋଗର ଚିକିତ୍ସାା

ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନାହିଁ ସମସ୍ତ ରୋଗର ଚିକିତ୍ସାା । ବହୁ ରୋଗ BSKY ତାଲିକାରେ ନାହିଁ । କିଛି ଏଭଳି ଅଭିଯୋଗ କରିଛି ଓଡ଼ିଶା ଘରୋଇ ଡାକ୍ତରଖାନା ସଂଘ । ଆଜି ସଂଘର ଦଶମ ବାର୍ଷିକ ଅଧିବେଶନରେ ଏନେଇ ଆଲୋଚନା ହୋଇଥିଲା । BSKYରେ ମିଳୁଥିବା ପ୍ୟାକେଜ୍‌ରେ ଅନେକ ରୋଗର ଚିକିତ୍ସା ସମ୍ଭବ ନୁହେଁ ବୋଲି ଘରୋଇ ମେଡିକାଲ ସଂଘ କହିଛି । ତାସହ ବହୁ ରୋଗ ଏହି ତାଲିକାରେ ନଥିବାରୁ ଲୋକେ ହଇରାଣର ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବେ ରେଫରାଲ୍‌ରେ ଆସୁଥିବା ରୋଗୀଙ୍କ କ୍ଷେତ୍ରରେ ସମସ୍ୟା ବଢ଼ି ଯାଉଛି । ତାସହ ମେଡିକାଲ୍‌ରେ ବର୍ହି ବିଭାଗରେ ହେଉଥିବା ଚିକିତ୍ସା ବି BSKY ଦ୍ୱାରା କରିବା ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି ସଂଘ ଦାବି ରଖିଛି ।

ନଦୀ କୂଳରେ କୁମ୍ଭୀରକୁ ଦେଖି ଲୋକେ ଛାନିଆ

ନଦୀ କୂଳରେ କୁମ୍ଭୀରକୁ ଦେଖି ଲୋକେ ଛାନିଆ ା କଟକ ନରସିଂହପୁର ବ୍ଲକ ଏକଡାଳରେ ଘଢ଼ିଆଳ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳିଛି । ମହାନଦୀ କୂଳକୁ ଲୋକେ ଆଜି ଗଲା ବେଳେ କୁମ୍ଭୀର ବୁଲୁଥିବା ଦେଖି ଲୋକେ ଆତଙ୍କୀତ ହୋଇପଡ଼ିଛନ୍ତି । ୪ ରୁ ୫ ଫୁଟ୍ ଲମ୍ବ କୁମ୍ଭୀର କୂଳର ବେଶ ନିକଟକୁ ଆସିଥିଲା । ଏହାପରେ ଲୋକେ ବନ ବିଭାଗ ଟିମ୍‌କୁ ଖବର ଦେଇଥିଲେ । ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ଘଡ଼ିଆଳ କୁମ୍ଭୀର ହୋଇଥିବାରୁ ଏହା ଲୋକଙ୍କ ପ୍ରତି ବିପଦ ନୁହେଁ ବୋଲି ସ୍ଥାନୀୟ ରେଞ୍ଜର କହିଛନ୍ତି । ଏହାପୂର୍ବରୁ ବି ଗତକାଲି ଡିମିରିଆରେ କୁମ୍ଭୀର ବୁଲୁଥିବା ଦେଖିଥିଲେ ଗାଁଲୋକେ ।

ପୋଲିସ ବିଭାଗ ପାଇଁ ଉଦାହରଣ ପାଲଟିଛି କଣ୍ଟାବାଞ୍ଜି ପୋଲିସ

ପୋଲିସ ସହ କିଛି ସମାଜସେବୀ ସାମିଲ ହୋଇ ନିକଟସ୍ଥ ଶ୍ମଶାନରେ ଶବଦାହ କରିଛନ୍ତି । ବୃଦ୍ଧ ଜଣକ କଣ୍ଟାବାଞ୍ଜି ସହରରେ ଭିକ ମାଗି ଚଳୁଥିଲେ । ଗତ ୧୬ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । More

ବୟସରେ ଛୋଟ ହେଲା କାରନାମା ବଡ଼ ! କୁନି ବୟସରୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ

ପ୍ରାଞ୍ଜଳ ଭାବେ ବିଭିନ୍ନ ରାଜ୍ୟର ରାଜଧାନୀ ନାଁ କହୁଛନ୍ତି । ଏହି କୁନି ପିଲା ଜଣକର ବୟସ ମାତ୍ର ୨ ବର୍ଷ ୪ ମାସ । ହେଲେ ମୁଖସ୍ତ କରିଛନ୍ତି ବିଭିନ୍ନ ସଂସ୍କୃତ ଶ୍ଳୋକ, ତା ଛଡ଼ା ଦେଶ ବିଦେଶର ନାଁ, ପଶୁ ପକ୍ଷୀ, ଫୁଲ ଫଳ ଏବଂ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର ନାଁ । More

’ଡାଉରୀ କେସ କରିଥିଲେ ବିନା ବେଲରେ ଜେଲ୍ ଯାଇଥାଆନ୍ତେ ଶାଶୂଘର ଲୋକ’

ଶାଶୂଘର ଲୋକ ମନଇଚ୍ଛା କାହାଣୀ ଲେଖୁଛନ୍ତି ବୋଲି କହିଛନ୍ତି ତପସ୍ୱିନୀ । ହାସ୍ୟାସ୍ପଦ କାରଣ ଦର୍ଶାଇ ସ୍ୱାମୀ ଡିଭୋର୍ସ ପିଟିସନ୍ ଫାଇଲ କରିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ବାହାରେ ବସିବେ ତପସ୍ୱିନୀ । ସ୍ୱାମୀ ଛାଡ଼ପତ୍ର ଆବେଦନ କରିଥିଲେ ସୁଦ୍ଧା ଅର୍ଡର ନଆସିବା ପର୍ଯ୍ୟନ୍ତ ମିଶିକି ରହିବା ପାଇଁ ଚାହୁଁଛନ୍ତି । ଏହାସହ ଡିଭୋର୍ସ ପିଟିସନ୍‌ରେ ସୁମିତ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ତପସ୍ୱିନୀ More

ରୋଗ ପ୍ରତିରୋଧକ ଶକ୍ତି ନଥିଲେ ଦିନକୁ ଦେଢ଼ଲକ୍ଷ ଯାଏଁ ସଂକ୍ରମିତ ହେବା ଆଶଙ୍କା !

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନମ ସିକ୍ୱେନସିଂ ପରେ ଓମିକ୍ରନ୍ ପୀଡିତ ନଥିବା ଜଣାପଡିଛି । ଆଉ ତିନି ଜଣଙ୍କ ନମୁନା ସିକ୍ୱେନସିଂ ପାଇଁ ଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । More

‘ଜଙ୍ଗଲ ଓ ଚାଷ ଜମି ନଷ୍ଟ ହେବ‘! ବେଆଇନ ଆଇରନ କ୍ରସରକୁ ଗ୍ରାମବାସୀଙ୍କ ବିରୋଧ

କେନ୍ଦୁଝର ଘଟଗାଁ ବ୍ଲକ ତରା ପଞ୍ଚାୟତ ବେଢ଼ାପାଳ ଗାଁରେ ଆଇରନ୍ କ୍ରସରକୁ ବିରୋଧ କରି ୨ ଦିନ ହେଲା ଧାରଣାରେ ବସିଛନ୍ତି ଗାଁ ଲୋକେ More

ରାଜଧାନୀରେ ମାତିଛନ୍ତି ଅଦୃଶ୍ୟ ଲୁଟେରା

ପ୍ରାୟ ବର୍ଷକରେ ରାଜଧାନୀରୁ ସାଇବର ଳୁଟେରା ଲୁଟିନେଲେଣି ପ୍ରାୟ ୭ କୋଟି ଟଙ୍କା । ଲୁଟ୍ ଟଙ୍କାରୁ ଫେରିଛି ଏବଂ ବ୍ଲକ୍ ହୋଇପାରିଛି ମାତ୍ର ଦେଢ କୋଟି ଟଙ୍କା । ୫ ସହରରେ ଆଡ୍ଡା ଜମାଇଛନ୍ତି ସାଇବର ଫ୍ରଡର । ରାଜଧାନୀ ସହ ଅନେକ ସହରକୁ ଟାର୍ଗେଟ କରିଛନ୍ତି ଏହି ସାଇବର ଲୁଟେରା । More

ଘରେ ବନାନ୍ତୁ ସୁଆଦିଆ ‘କଡାଇ ମଟନ୍‌’

ଆପଣ କେବେ ‘କଡାଇ ମଟନ୍‌’ର ରେସିପି ଖାଇଛନ୍ତି କି ? ଆଜି ରବିବାର ରାନ୍ଧଣାରେ ଘରେ ବନାନ୍ତୁ ‘କଡାଇ ମଟନ୍‌’ । ଏହି ରେସିପିଟିକୁ ଅତି ସହଜ ସରଳ ଉପାୟରେ ବନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ସୁନ୍ଦରଗଡ଼ ହେମଗିରି ଅଞ୍ଚଳରେ ଚାଞ୍ଚଲ୍ୟ : ମାଆର ଶିଳପୁଆ ମାଡ଼ରେ ଝିଅର ମୃତ୍ୟୁ

ଝିଅକୁ ମାରିଦେଲା ମାଆ । ଦିନକ ତଳେ ଝଗଡ଼ା ହୋଇଥିଲା । ଆଉ ମାଆ ରାଗି ଯାଇ ଝିଅକୁ ଶିଳପୁଆରେ ଛେଛି ମାରି ଦେଇଛି । More

ବୟସର ଅପରାହ୍ନରେ ନା ହାତ ଥକିଛି, ନା ମନୋବଳ କମିଛି ! ହେଲେ ଶିଳ୍ପୀ ରାଜକିଶୋରଙ୍କୁ ମିଳୁନି ପ୍ରୋତ୍ସହନ

ପୃଷ୍ଠପୋଷକତା ଅଭାବରୁ ପରିଶ୍ରମ ତୁଳନାରେ ତାଙ୍କୁ ମିଳିପାରୁନି ପାରିଶ୍ରମିକ । ବଣ ମଲ୍ଲୀ ପରି ଏକ ନିପଟ ମଫସଲରେ ଫୁଟି ମଉଳିବାକୁ ବସିଲେଣି ଶିଳ୍ପୀ ରାଜକିଶୋର । ଆଜିଯାଏ ନା ମିଳିଛି ସରକାରି ପ୍ରୋତ୍ସାହନ ନା ସ୍ୱୀକୃତିପ୍ରାପ୍ତ ମାନପତ୍ର ଖଣ୍ଡେ । More

ଧର୍ମ ପରିବର୍ତ୍ତନ କଲେ ୧୦ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଜୋରିମାନା ! ଆଇନ୍‌ ଆଣୁଛନ୍ତି ରାଜ୍ୟ ସରକାର

ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଲେ, ୧୦ ବର୍ଷ ଲେଖାଏ ଜେଲ ଓ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। More

ମା’କୁ ଫେରି ପାଇଲା ପୁଅ । ମା ପୁଅର ସମ୍ପର୍କ ହି କିଛି ଅଲଗା । ପୁଅ ଯେଉଁଠି ବି ଥିଲେ ମା ତାକୁ ଖୋଜି ବାହାରି କରିଦିଏ । କିନ୍ତୁ ଏଠାରେ କିଛି ଅଲଗା ଦେଖିବାକୁ ମିଳିଛି । ଓଟିଭିର ଏକ ସତନ୍ତ୍ର କାର୍ଯ୍ୟକ୍ରମ ପ୍ରେରଣା ଦେଖି ହଜିଲା ମାଆକୁ ଫେରି ପାଇଛି ପୁଅ । ଦୀର୍ଘ ୧୫ମାସ ହେବ ହଜି ଯାଇଥିବା ୬୫ବର୍ଷର ବୃଦ୍ଧ ମାଆକୁ ଫେରି ପାଇଛନ୍ତି ପୁଅ ବୋହୁ । More

ସ୍ୱାଭିମାନୀ ଆଦିତ୍ୟ : ଚାକିରି ଛାଡି ନିଜେ କମ୍ପାନୀ କରିଛନ୍ତି, ଲୋକଙ୍କୁ ରୋଜଗାର ଦେଉଛନ୍ତି

ନିଜେ ଉଚ୍ଚ ଶିକ୍ଷିତ। ଏମ ଫାର୍ମା ପଢି ବାହାର କଂପାନୀରେ କରୁଥିଲେ ଚାକିରି। ହେଲେ ଭଲ ଲାଗିଲା ନାହିଁ। ଶେଷରେ ନିଜେ ତିଆରି କଲେ ଏକ କଂପାନୀ। ଲୋକଙ୍କୁ ଚାକିରି ଦେଇ ନିଜେ ବନିଗଲେ ମାଲିକ। କିଏ ସେହି ବ୍ୟକ୍ତି? More

Daily Horoscope,19 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା.....

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୯ ତାରିଖ, ରବିବାର, ଧନୁ ୪ ଦିନ, ଶୁକ୍ଳପକ୍ଷ, ପୂର୍ଣ୍ଣିମା ତିଥି, ମୃଗଶିରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି ମେଷ ରାଶିର ଘାତବାର , କନ୍ୟା ରାଶି ପୁରୁଷ ଏବଂ ବିଛା ଓ କୁମ୍ଭ ରାଶି ମହିଳାଙ୍କର ଘାତଚନ୍ଦ୍ର । ଆଜିର ରାହୁକାଳ ଦିନ ୩ଟା ୪୯ରୁ ସା ୫ଟା ୧୧ମିନିଟ ମଧ୍ୟରେ ରହିବ । ଯୋଗିନୀ ବୟବ୍ୟେ କୋଣରେ ଏବଂ ଦିନ ୧୦ଟା ୮ ମିନିଟ ପରେ ପୂର୍ବ ଦିଗରେ ରହିବେ । More

ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଜାଡ଼ ! ଥଣ୍ଡାରୁ ବର୍ତ୍ତିବାକୁ ଲୋକେ ଜାଳୁଛନ୍ତି ନିଆଁ

ଓଡ଼ିଶାବାସୀଙ୍କୁ ଥରାଉଛି ଶୀତ । ସକାଳ କୁହୁଡ଼ି ଓ କୋହଲା ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । More

“କାଲି କବାଟ ଭାଙ୍ଗିବୁ, ସୁମିତ୍‌ଙ୍କୁ ଘରୁ ଘୋଷାରି ଆଣିବୁ”

‘ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ। ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା?’ More

ଲକ୍ଷେ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ ! ସରକାର ସତ କହୁଛନ୍ତି ତ ?

ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧ ଲକ୍ଷ ୨ହଜାର ୨୭୫ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ । More

ପୁଣି ଶୀତ କାକରରେ ତମ୍ବୁଟାଣି ବସିଲେ ତପସ୍ୱିନୀ, ଏଥର ଗୋଟିଏ ଜିଦ୍‌..

ସନ୍ଧ୍ୟାରେ ସେଇଠି ରନ୍ଧାବଢ଼ା କରି ଖିଆପିଆ କଲେ । ପୁଣି ବସିରହିଲେ ସେହି ଜାଡ଼ରେ । କାରଣ, ଯେଉଁ ଗେଷ୍ଟ ହାଉସ୍‌କୁ ଯାଇ ସପ୍ତାହେ ରହିଥିଲେ ତପସ୍ୱିନୀ ଓ ସୁମିତ, ପରବର୍ତ୍ତୀ ସମୟରେ ସେହି ଗେଷ୍ଟହାଉସ୍ କୁଆଡ଼େ ତାଙ୍କୁ ମନା କରିଦେଲା ।  More

ବଢ଼ୁଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ, ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ! ୬୪୯୫ ମାମଲା ରୁଜୁ..

ସେଥିରୁ କେବଳ ୨ ହଜାର ୮୭୨ ଅଭିଯୋଗ ରାଜଧାନୀରୁ ଆସିଛି । ପ୍ରାୟ ୧୧ ମାସ ମଧ୍ୟରେ କେବଳ ଭୁବନେଶ୍ୱରରୁ ଠକେଇ ହୋଇଛି । ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ସେଥି ମଧ୍ୟରୁ ମାତ୍ର କୋଟିଏ ୪୮ ଲକ୍ଷ ୧୧ ହଜାର ଟଙ୍କା ଫେରସ୍ତ ଓ ବ୍ଲକ୍ କରାଯାଇଛି । More

ଆଶଙ୍କାରେ ଓଡ଼ିଶା, ପ୍ରବେଶ କଲା କି ଓମିକ୍ରନ୍‌ ? ନାଇଜେରିଆ ଫେରନ୍ତା ଜଣେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ସଂଖ୍ୟା ବଢ଼ିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇବାକୁ ସରକାର ପ୍ରସ୍ତୁତ । More