ସଂକ୍ଷେପରେ ଆଜିର ତାଜା ଖବର - Saturday, 18 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସଞ୍ଜୀବ ମେହେଟା FICCIର ନୂଆ ସଭାପତି, ଶୁଭ୍ରକାନ୍ତ ପଣ୍ଡା ବରିଷ୍ଠ ଉପସଭାପତି

ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ହେଲେ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରୀ ବା ଫିକିର ବରିଷ୍ଠ ଉପସଭାପତି । ନୂଆଦିଲ୍ଲୀରେ ଅନୁଷ୍ଠିତ ଫିକିର ୯୪ ତମ ବାର୍ଷିକ କନଭେନସନ୍‌ରେ ସେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହା ଏହି କନଭେନସନକୁ ଉଦ୍‌ଘାଟନ କରିଥିଲେ । ଜଣେ ଜଣାଶୁଣ ବିଜିନେସ ଲିଡର ଭାବେ ପରିଚିତ ଶୁଭ୍ରକାନ୍ତ ପଣ୍ଡା ଫିକିର ଷ୍ଟିୟରିଂ କମିଟିର ସଦସ୍ୟଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ବରିଷ୍ଠ ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ଟୁଇଟ କରିଛନ୍ତି ଯେ, ଏଥିପାଇଁ ସେ ନିଜକୁ ସମ୍ମାନିତ ମନେ କରୁଛନ୍ତି । ଏହି ବାର୍ଷିକ କନଭେନସନରେ ସଞ୍ଜୀବ ମେହେଟାଙ୍କୁ ୨୦୨୧-୨୨ ବର୍ଷ ପାଇଁ FICCIର ନୂଆ ସଭାପତି ଭାବେ ଚୟନ କରାଯାଇଛି ।

“କାଲି କବାଟ ଭାଙ୍ଗିବୁ, ସୁମିତ୍‌ଙ୍କୁ ଘରୁ ଘୋଷାରି ଆଣିବୁ”

‘ସିଏ ତା’ ଘରର ବୋହୂ ସିନା ଆମ ଘରର ଝିଅ। ତା ଶାଶୂ ଶ୍ୱଶୁରଙ୍କର ବିବେକ ନାହିଁ? ମାସେ ହେଲା ବୋହୂଟେ ଆସିକି ଦାଣ୍ଡରେ ବସିଛି? ଆମେ ଦେହ ସହୁନି, ଆମେ ପଳେଇ ଆସୁଛୁ, ସେ ବୋପା ମା କେମିତିକା?’ More

ଲକ୍ଷେ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ ! ସରକାର ସତ କହୁଛନ୍ତି ତ ?

ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧ ଲକ୍ଷ ୨ହଜାର ୨୭୫ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ । More

ପୁଣି ଶୀତ କାକରରେ ତମ୍ବୁଟାଣି ବସିଲେ ତପସ୍ୱିତୀ, ଏଥର ଗୋଟିଏ ଜିଦ୍‌..

ସନ୍ଧ୍ୟାରେ ସେଇଠି ରନ୍ଧାବଢ଼ା କରି ଖିଆପିଆ କଲେ । ପୁଣି ବସିରହିଲେ ସେହି ଜାଡ଼ରେ । କାରଣ, ଯେଉଁ ଗେଷ୍ଟ ହାଉସ୍‌କୁ ଯାଇ ସପ୍ତାହେ ରହିଥିଲେ ତପସ୍ୱିନୀ ଓ ସୁମିତ, ପରବର୍ତ୍ତି ସମୟରେ ସେହି ଗେଷ୍ଟହାଉସ୍ କୁଆଡ଼େ ତାଙ୍କୁ ମନା କରିଦେଲା ।  More

ବଢ଼ୁଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ, ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ! ୬୪୯୫ ମାମଲା ରୁଜୁ..

ସେଥିରୁ କେବଳ ୨ ହଜାର ୮୭୨ ଅଭିଯୋଗ ରାଜଧାନୀରୁ ଆସିଛି । ପ୍ରାୟ ୧୧ ମାସ ମଧ୍ୟରେ କେବଳ ଭୁବନେଶ୍ୱରରୁ ଠକେଇ ହୋଇଛି । ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ସେଥି ମଧ୍ୟରୁ ମାତ୍ର କୋଟିଏ ୪୮ ଲକ୍ଷ ୧୧ ହଜାର ଟଙ୍କା ଫେରସ୍ତ ଓ ବ୍ଲକ୍ କରାଯାଇଛି । More

ଆଶଙ୍କାରେ ଓଡ଼ିଶା, ପ୍ରବେଶ କଲା କି ଓମିକ୍ରନ୍‌ ? ନାଇଜେରିଆ ଫେରନ୍ତା ଜଣେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ସଂଖ୍ୟା ବଢ଼ିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇବାକୁ ସରକାର ପ୍ରସ୍ତୁତ । More

ସବୁ ଲେଡ଼ିଜ୍‌ ଏକାଠି ହୁଅ, ତା’ଘରେ ପଶ...ହାବୁଡ଼ରେ ପଡ଼ିବ ତ...

ଆଜି ସୁମିତଙ୍କ ପଡ଼ୋଶୀ ତପସ୍ୱିନୀଙ୍କ ସପକ୍ଷରେ ପଦାକୁ ବାହାରିଛନ୍ତି। ସିଧା କ୍ୟାମେରା ସାମ୍ନାରେ ସଫା ସଫା କହିଛନ୍ତି, ତୁ ଚୋରଙ୍କ ଭଳିଆ କଣ ଘରେ ଲୁଚି ବସିଛୁ। ଗୋଟେ ସ୍ତ୍ରୀ ଲୋକ ଏଠି ଶୀତ କାକରରେ ପଡ଼ିଛି। ସବୁ ଲେଡିଜ୍ କବାଟ ଭାଙ୍ଗି ତା ଘରେ ପଶ More

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗସ୍ତକୁ ବିଜେପିର ବିରୋଧ

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଗସ୍ତକୁ ବିଜେପିର ବିରୋଧ । କଳାପତାକା ଦେଖାଇବାକୁ ଉଦ୍ୟମ କରିବା ବେଳେ ୪ ଜଣ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ସମସ୍ତଙ୍କୁ ଫିରିଙ୍ଗିଆ ଥାନାରେ ଅଟକ ରଖାଯାଇଛି । ଫିରିଙ୍ଗିଆରେ ଆୟୋଜିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ କାମର ସମୀକ୍ଷା କରିବା ପାଇଁ ଆୟୋଜିତ ହୋଇଥିବା ସଭାରେ ଯୋଗ ଦେବାକୁ ଯାଉଥିଲେ ପ୍ରତାପ ଜେନା । ମନ୍ତ୍ରୀ ସଭାରେ ଯୋଗ ଦେବା ପୂର୍ବରୁ କନ୍ଧମାଳ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଗୋଲକ କହଁରଙ୍କ ସମେତ ୪ ଜଣ ବିଜେପି କର୍ମୀ କଳା ପତାକା ଦେଖାଇବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଉଠାଇ ନେଇଛି ।

ଗୋଟିଏ ପଟେ କୋର୍ଟରେ ଲୋକାର୍ପଣ ଉତ୍ସବ, ଅନ୍ୟପଟେ ବିରୋଧ

ଗୋଟିଏ ପଟେ କୋର୍ଟରେ ଲୋକାର୍ପଣ ଉତ୍ସବ, ଅନ୍ୟପଟେ ବିରୋଧ । ଭଦ୍ରକ ଜିଲ୍ଲା ନ୍ୟାୟାଳୟର ନୂତନ ପରିସର ଉଦଘାଟନ ପରିପ୍ରେକ୍ଷୀରେ ଦେଖିବାକୁ ମିଳିଛି ଏଭଲି ଦୃଶ୍ୟ । ନଳାଙ୍ଗ ଠାରେ  ଜିଲ୍ଲା ନ୍ୟାୟାଳୟର ନୂତନ ପରିସରକୁ ଉଦଘାଟନ କରାଯାଇଛି । ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ ମୁରଲୀଧର ଏହାକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ଅନ୍ୟପଟେ ଏହାକୁ ବିରୋଧ କରି ଟାୟାର ଜାଳି ପ୍ରତିବାଦ କରିଛି ଓକିଲ ସଂଘ । କୋର୍ଟ ବିଲଡିଂ ର୍ନିମାଣ ଓ ସ୍ଥାନାନ୍ତରକୁ ବିରୋଧ କରି ଓକିଲ ସଙ୍ଘ ପକ୍ଷରୁ ନିମ୍ନ ଅଦାଲତ, ହାଇକୋର୍ଟ ସହ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ବିଭିନ୍ନ ମାମଲା ଦାଖଲ କରାଯାଇଥିଲା । ଜାତୀୟ ରାଜପଥ ପାର୍ଶ୍ୱରେ କୋର୍ଟ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀନ ହାନି ଘଟିବାର ଆଶଙ୍କା ପ୍ରକାଶ ପାଇଛି । କୋର୍ଟ ପରିସରରେ ଓକିଲମାନଙ୍କ ନିମନ୍ତେ ସେଭଳି ସୁବିଧାର ବ୍ୟବସ୍ଥା ନାହିଁ । ଏହାର ପ୍ରତିବାଦରେ ଓକିଲମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । 

ରାଜଧାନୀର ଖଣ୍ଡଗିରି ଥାନା ଅଧୀନରେ ସିରିଜ ଚୋରି

ରାଜଧାନୀର ଖଣ୍ଡଗିରି ଥାନା ଅଧୀନରେ ସିରିଜ ଚୋରି । ଖଣ୍ଡଗିରି ଥାନା ଆଇଗଣିଆ ନିକଟସ୍ତ AIIMS ଯିବା ରାସ୍ତାରେ ୪ଟି ମେଡିସିନ ଷ୍ଟୋରର ସଟର ତାଡ଼ି ୩ ଲକ୍ଷରୁ ଅଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋରି କରିବା ପୂର୍ବରୁ ଦୁର୍ବୃତ୍ତ ଦୋକାନରେ ଲଗିଥିବା ସିସିଟିଭିକୁ ଅଚଳ କରିବା ସହ ତାର ହାର୍ଡ ଡିସ୍କ ନେଇଯାଇଛନ୍ତି । ଏନେଇ ଖବର ପାଇବା ପରେ ଖଣ୍ଡଗିରି ପୋଲିସ ସିସିଟିଭି ଫୁଟେଜ ନେଇ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା ଚଳାଇଛି । ତେବେ କୌଣସି ଟେର ପାଇନି । ସପ୍ତାହେ ପୂର୍ବରୁ ଖଣ୍ଡଗିରି ଥାନା ଅଞ୍ଚଳର ଏକ ସୁନା ଦୋକାନରୁ ଏକ କୋଟି ଟଙ୍କାର ଅଳଙ୍କାର ଚୋରି ହୋଇଥିଲା ।  

ଅଗ୍ନି-୧ ପ୍ରାଇମ୍ ମିସାଇଲ୍‌ର ସଫଳ ପରୀକ୍ଷଣ

ଅଗ୍ନି-୧ ପ୍ରାଇମ୍ ମିସାଇଲ୍‌ର ସଫଳ ପରୀକ୍ଷଣ । ବାଲେଶ୍ୱର ଧାମରା ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୧ ପ୍ରାଇମ୍‌ର ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ଡିଆରଡିଓ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପର୍ଣ୍ଣ ଏହି ମିସାଇଲ୍ ଭାରତୀୟ ସେନାର ଶକ୍ତିକୁ ବଢ଼ାଇବ । ଅଗ୍ନି-୧ର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ୨ ହଜାର କିଲୋମିଟର ମଧ୍ୟରେ ରହିଛି । ହଜାରେ କିଲୋ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ଥିବା ଅଗ୍ନି-୧ ପ୍ରାଇମ୍‌ର ଲକ୍ଷ୍ୟ ବେଶ ସଠିକ୍ । ଶତ୍ରୁ ପକ୍ଷକୁ ଧରାଶାୟୀ କରିବା ସହ ଟାର୍ଗେଟ ହାସଲ କରିବାରେ ବେଶ ସଫଳ ଅଗ୍ନି-୧ ପ୍ରାଇମ୍ । ଡିଆରଡିଓର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି । ଡିଆରଡିଓର ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନକୁ ଭୁରୀ ଭୁରୀ ପ୍ରଶଂସା ମଧ୍ୟ କରାଯାଇଛି । 

ରାସ୍ତା ଉପରେ ଜଳିଗଲା ଟ୍ରକ୍

ରାସ୍ତା ଉପରେ ଜଳିଗଲା ଟ୍ରକ୍ । ୧୬ ନମ୍ବର ଜାତୀୟ ରାଜପଥ ଜଳେଶ୍ୱର ହଳଦୀ ପଦ ନିକଟରେ ରାସ୍ତା ଉପରେ ଏକ କୋଇଲା ବୋଝେଇ ଟ୍ରକ୍ ହୁତୁହୁତୁ ହୋଇ ଜଳିଯାଇଛି । ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ସହ ୪ କର୍ମଚାରୀ । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ କାର୍ଯ୍ୟ ଜାରି ରଖିଛନ୍ତି ।

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାର ଗଣ୍ଡେରାସ ଜଂଗଲରେ ଏନକାଉଣ୍ଟର

ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାର ଗଣ୍ଡେରାସ ଜଂଗଲରେ ଏନକାଉଣ୍ଟର । ମାଓଶିବିର ଚାଲିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ଯବାନମାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳିମାଡ କରିଥିଲେ । ପାଲଟା ଗୁଳିଚାଳନାରେ ୨ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ୨ ମୃତକଙ୍କ ମଧ୍ୟରୁ ଜଣେ କ୍ୟାଡର ମାଓବାଦୀ ଥିଲା । ତାଙ୍କ ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା । ଘଟଣାସ୍ଥଳରୁ ୩ଟି ଅତ୍ୟାଧୁନିକ ବନ୍ଧୁକ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି । ପ୍ରାୟ ଦୁଇ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା । 

କନ୍ଧମାଳ ଜିଲ୍ଲା ବାଡାସରୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କନ୍ଧମାଳ ଜିଲ୍ଲା ବାଡାସରୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଘଟଣାରେ ବ୍ରାହ୍ମଣୀଗାଁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁନଥିବା ପ୍ରତିବାଦରେ ଆଞ୍ଚଳିକ ମହିଳା ସଙ୍ଘ ଓ ଦୁର୍ନୀତି ନିବାରଣ କମିଟି ତରଫରୁ ବ୍ରାହ୍ମଣୀଗାଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବରେ ବ୍ରାହ୍ମଣୀଗାଁର ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ବ୍ରାହ୍ମଣୀଗାଁରୁ ଦାରିଙ୍ଗବାଡ଼ି ଓ ମୋହନାକୁ ଗାଡି ଚଳାଚଳ ବନ୍ଦ ରହିଛି । କିରାମାହା ଛକରେ କାଠ ଓ ପଥର ରଖି ରାସ୍ତା ଅବରୋଧ କରିଛନ୍ତି । ଅଞ୍ଚଳବାସୀ ନଭେମ୍ବର ମାସର ୩ ତାରିଖରେ ବ୍ରାହ୍ମଣୀ ଗାଁ ଥାନା ଅଧିନ କ. ନୂଆଗାଁର ଅକ୍ଷୟ ପାତ୍ର ନାମକ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ବାଡାସରୁ ଜଙ୍ଗଲରୁ ଉଦ୍ଧାର କରିଥିଲା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । କିନ୍ତୁ ହତ୍ୟାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନି । 

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଦ୍ୟାଳୟର ୩ଜଣ ଶିକ୍ଷୟତ୍ରୀ ମ୍ୟାଟର୍ନିଟି ଲିଭ୍‌ରେ ଥିବାବେଳେ ଅନ୍ୟଜଣେ ଦକ୍ଷ ସହକାରୀ ଶିକ୍ଷକ ମିର ଆରିଫ ଅଲ୍ଲୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ବିଦ୍ୟାଳୟରେ ୮ଟି ଶ୍ରେଣୀଥିବା ବେଳେ ଶିକ୍ଷକ ଅଭାବରେ କିପରି ଶିକ୍ଷା ଦାନ ହେବ । ସେନେଇ ପ୍ରତିବାଦ କରିଛନ୍ତି ଅଭିଭାବକ ଓ ଛାତ୍ର ଛାତ୍ରୀ । ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣା ଦେବା ସହ ବଦଳି ବାତିଲ ହେଲେ ହିଁ ଧାରଣାରୁ ଉଠିବେ ବୋଲି କହିଛନ୍ତି । 

୨୪ ବର୍ଷ ପରେ ଘରକୁ ଫେରିଲା ପୁଅ, ହଜିଲା ଧନକୁ ପାଇ ଖୁସିରେ ମା’ ଆଖିରେ ଆନନ୍ଦର ଅଶ୍ରୁ

ଦଶମ ଶ୍ରେଣୀରେ ପଢ଼ୁଥିଲା ବେଳେ ହଠାତ୍ ଘରୁ କୁଆଡ଼େ ପଳେଇଲେ। ପୁଅ କୁଆଡ଼େ ଗଲା ବୋଲି ଘରେ କାନ୍ଦ ବୋବାଳି। ଏ ଘଟଣା ପ୍ରାୟ ୨୪ ବର୍ଷ ତଳେ ନୟାଗଡ଼ ଜିଲ୍ଲାରେ ଘଟିଥିଲା। ସେ ପୁଅ ଜଣକ ହେଉଛନ୍ତି ସ୍ଥାନୀୟ ଖଣ୍ଡପଡ଼ା ବ୍ଲକ୍ କୁମ୍ଭାରପଡ଼ା ଗାଁର ଆସମାନ୍ ଦାସ। ଏବେ ମାଆ ପୁଅକୁ ପାଇ ଖୁସିରେ ଆତ୍ମହରା ହୋଇ ପଡ଼ୁଛି। More

ଏଣିକି କଲେଜ-ୟୁନିଭର୍ସିଟିରେ ପଢ଼ା ହେବ ନୈତିକତା, ୨୫ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ବିଭାଗୀୟ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍‌ ଗୁନିକର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଥିଲା । More

ଘରେ ବନାନ୍ତୁ ‘ମଟନ୍‌ ସିକ୍‌ କବାବ୍’

କବାବ୍‌ର ସ୍ୱାଦ ନିଆରା । ସାଧାରଣତଃ କବାବ୍ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାନ୍ତି । ସେଥିପାଇଁ ଆଜିର ରାନ୍ଧଣାରେ ଆମେ ପ୍ରସ୍ତୁତ କରିବୁ ‘ମଟନ୍‌ ସିକ୍‌ କବାବ୍’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ଆଉ ଏକ ବ୍ଲୁ-ଫ୍ଲାଗ୍‌ ବିଚ୍‌କୁ ବିରୋଧ, ଦୁଇ ଦିନ ହେଲାଣି ଧାରଣାରେ ବ୍ୟବସାୟୀ

ଏହା ଉପରେ ଶତାଧିକ ଲୋକଙ୍କ ପରିବାର ପୋଷଣ ହୁଏ । ପୂର୍ବରୁ ପୁରୀର ଗୋଟିଏ ସମୁଦ୍ର କୂଳକୁ ବ୍ଲୁ-ଫାଗ୍ କରାଯାଇଛି । ହେଲେ ଆଉ ଗୋଟିଏ ବିଚ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ । More

ରିସ୍କ ଦେଶରୁ ଜଗତ୍‌ସିଂହପୁର ଫେରିଥିବା ବ୍ୟକ୍ତି କରୋନା ପଜିଟିଭ୍‌, ଓମିକ୍ରନ୍‌ ସନ୍ଦେହ ..

ଯେହେତୁ ରିସ୍କ ଦେଶରୁ ଫେରିଛନ୍ତି, ତେଣୁ ତାଙ୍କର ଜିନମ ସିକ୍ୱେନ୍‌ସିଂ ପାଇଁ ନମୁନା ପଠାଯାଇଛି । କଟକକୁ ବିଦେଶରୁ ଆସିଥିବା ୧୦୦ ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ କଡ଼ ନଜର ରଖାଯାଇଥିବା ସିଡିଏମ୍ଓ କହିଛନ୍ତି । More

କର୍ମୀଙ୍କ କାନରେ ମନ୍ତ୍ର ଫୁଙ୍କିଲେ ନେତା : ଯୋଜନା ପହଞ୍ଚାଅ, ଭୋଟ୍‌ ଆଣ

ଆସୁଛି ପଂଚାୟତ ନିର୍ବାଚନ : ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କର୍ମୀଙ୍କୁ କହିଲେ ନେତା More

ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ?

ବଲାଙ୍ଗିର ହତ୍ୟାକାଣ୍ଡର ମାଷ୍ଚରମାଇଣ୍ଡ କିଏ? କାହିଁକି ଘଟିଲା ଏମିତି ଜଘଣ୍ୟକାଣ୍ଡ? More

“ଭାରତରେ ଦୈନିକ ୨୦ ଲକ୍ଷ ଆସିପାରେ କରୋନା ପଜିଟିଭି କେସ୍‌”

ତୃତୀୟ ଲହରରେ ଓଡ଼ିଶାରେ ୪୦ରୁ ୫୦ ହଜାର ଲୋକ ସଂକ୍ରମିତ ହେବେ: ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର More

ସ୍ତ୍ରୀକୁ ଦେଖି ଲୁଚୁଛି ସ୍ୱାମୀ, ବିନା ଚପଲରେ ପାଚେରୀ ଡେଇଁ ସୁମିତ୍ ଛୁ. . .

ରାତି ୧ଟାରେ ସୁମିତ୍ ଘରର ପଛ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିବା କହିଛନ୍ତି ତପସ୍ୱିନୀ.. ଶାଶୁ ଘର ଲୋକେ ବୁଝେଇ ମତେଇ ଏଭଳି କରୁଛନ୍ତି ବୋଲି ସେ କହିଛନ୍ତି More

'ତପସ୍ୱିନୀକୁ ଘରେ ପୂରେଇବି, ତା ପରେ ଉଠିବି' ! ଶାଶୂଘର ଲୋକେ ବୋହୂକୁ ଗ୍ରହଣ ନକରବା ପର୍ଯ୍ୟନ୍ତ ଉଠିବିନି କହିଲେ ପ୍ରମିଳା ତ୍ରିପାଠୀ

ତପସ୍ୱିନୀଙ୍କୁ ଶ୍ୱଶୁର ଘରେ ନ ପୂରେଇଲା ଯାଏ ଧାରଣାରୁ ଉଠିବେନି ବୋଲି ପ୍ରତିଜ୍ଞା କରିଛନ୍ତି ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ More

ଏବେ ମଁ ଏକା, କୁଆଡ଼େ ଯିବି, ରହିବି କେଉଁଠି ! ସୁମିତ ଚାଲିଗଲା ପରେ ଡାକବଙ୍ଗଳାରୁ ମୋତେ ବାହାର କରିଦେଲେ

ସୁମିତ ମୋ ସାଙ୍ଗରେ ରହିଲେନି କି ଦାୟିତ୍ୱ ବୁଝିଲେନି । ସେ ଗଲା ପରେ ଆସିକା ଡାକବଙ୍ଗଳାରୁ ବି ମୋତେ ବାହାର କରିଦେଲେ । ମୁଁ କେମିତି ଚଳିବି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ । More

କଟକରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ଚର୍ଚ୍ଚା ଉପରେ ସ୍ପଷ୍ଟୀକରଣ ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓମିକ୍ରନ ସଂକ୍ରମଣ ବ୍ୟାପିଥିବା ଦେଶରୁ ପ୍ରାୟ ୧୫୦୦ ଯାତ୍ରୀ ଆସିଛନ୍ତି। ତେବେ ଏମିକ୍ରନର ଲକ୍ଷଣ ପୂର୍ବ ଭାରିଏଣ୍ଟ ଭଳି ଥିବାରୁ ସେହିଭଳି ଚିକିତ୍ସା ଜାରି ରହିଛି। More

ଶୀତ ଆସୁ ପଛେ ମଜା ନେବା...

ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ । କୁହୁଡି ସହ ଥଣ୍ଡା ପବନ ଓ ଗଛ ପତ୍ରରେ କାକରର ଛିଟା ମଧ୍ୟ ଦେଖିବାକୁ ମିଳିଛି । ତଥାପି ଲୋକମାନେ ଶୀତର ମଜା ନେବାକୁ ଟିକେ ହେଲେ ପଛାଉ ନାହାଁନ୍ତି । More

ଚିତ୍ତଙ୍କ ମୃତ୍ୟୁ ହତ୍ୟା ନା ଦୁର୍ଘଟଣା? କଣ କହିଲା କ୍ରାଇମବ୍ରାଞ୍ଚ୍, ଜାଣନ୍ତୁ

ଆଜି ଚିତ୍ତରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିପାରେ। ଚିତ୍ତଙ୍କ ମୃତ୍ୟୁ ପଛର ଅସଲ କାରଣ କଣ ସେ ସମ୍ପର୍କରେ ବ୍ୟବଚ୍ଛେଦ ରିପୋର୍ଟ ପରେ ସ୍ପଷ୍ଟ ହୋଇପାରେ। More

ନାଁ ନକହିପାରିବାରୁ ଜୁନିଅର ଛାତ୍ରଙ୍କୁ ପିଟିଲେ ସିନିଅର

ପ୍ରଡକସନ ଇଞ୍ଜିନିଅରିଂ ବିଭାଗର ଛାତ୍ର ମାନସ ସିଂଙ୍କୁ ସିନିଅର ଛାତ୍ର ପାଖକୁ ଡାକି ବିଭିନ୍ନ ପ୍ରଶ୍ନ ପଚାରିବା ଆଳରେ ମାଡ ମାରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। More

Daily Horoscope, 18 DEC 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୮ ତାରିଖ, ଶନିବାର, ଧନୁ ୩ ଦିନ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଯୁକ୍ତ, ପୂର୍ଣ୍ଣିମା ତିଥି, ରୋହିଣୀ ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଆଜି ବୃଷ, ସିଂହ ଓ କନ୍ୟା ରାଶିର ଘାତବାର । କନ୍ୟା ରାଶି ପୁରୁଷ, ବିଛା ଓ କୁମ୍ଭ ରାଶି ମହିଳାଙ୍କ ଘାତଚନ୍ଦ୍ର । ଆଜିର ରାହୁକାଳ ଦିନ ୯ଟା ୧ରୁ ଦିନ ୧୦ଟା ୨୨ ମଧ୍ୟରେ। ଯୋଗିନୀ ପଶ୍ଚିମ ଦିଗରେ ଏବଂ ୭ଟା ୨୮ ପରେ ବାୟବ୍ୟ କୋଣରେ ରହିବେ । ଆଜି ମତ୍ସ୍ୟ ମାଂସ ଖାଇବା ମନା । More

ଇଣ୍ଟରନାସନାଲ୍ ବୁକ୍ ଅଫ୍ ରେକଡର୍ସରେ ସ୍ଥାନ ପାଇଲେ ୭ ବର୍ଷର ବାଳକ

କେବଳ ଏହି ପ୍ରତିଯୋଗିତା ନୁହେଁ, ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସଫଳତା ହାସଲ କରିଛନ୍ତି। More

ଶିକ୍ଷକଙ୍କୁ ଅସ୍ତ୍ର କରି ନିର୍ବାଚନ ବୈତରଣୀ ପାର ହେବାକୁ ବିଜେଡିର ଯୋଜନା: ବିଜେପି

୨୦୧୫ ବ୍ୟାଚ୍‌ର ଓଡ଼ିଶା କନିଷ୍ଠ ଶିକ୍ଷକ ଲୋୟର ପିଏମ୍‌ଜିରେ ଗର୍ଜୁଛନ୍ତି। ଏମାନଙ୍କ ଦାବି ନିୟମିତ କରାଯାଉ। ଏଭଳି ସ୍ଥିତିରେ ଗୋଟିଏ ପଟେ ଠିକାରେ ନିଯୁକ୍ତି ଦେଇ ରାଜ୍ୟ ସରକାର ବାହାବା ନେଉଛନ୍ତି।  More

କେନ୍ଦ୍ରାପଡ଼ାରେ ନିର୍ମାଣ ହେବ ବୃହତ୍ତ ଷ୍ଟିଲ୍ ପ୍ଲାଣ୍ଟ

ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ। More

ପୁଣି ଥରେ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଲେ ତପସ୍ୱିନୀ

ଏହାକୁ ଚାଲେଞ୍ଜ କରିଛନ୍ତି ତପସ୍ବିନୀଙ୍କ ସ୍ୱାମୀ ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି ସୁମିତ। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି।  More

କଡ଼ ଲେଉଟାଉଛି ଚିତ୍ତରଂଜନଙ୍କ ହତ୍ୟା ମାମଲା, ନରମିଲାଣି ପରିବାର ଲୋକଙ୍କ ସ୍ୱର

କେବଳ ପତ୍ନୀ ନୁହଁନ୍ତି, ସମ୍ପର୍କୀୟ ମଧ୍ୟ କ୍ଷୁବ୍ଧ ହୋଇଉଠିଥିଲେ । ହେଲେ ସେଦିନର ସେହି ବୁକୁ ଫଟା ଚିତ୍କାର ଆଜି କିନ୍ତୁ ନରମିଗଲା ଭଳି ମନେହେଉଛି । More

କେବେ ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ? ସାମ୍ନାକୁ ଆସିଲା ଚମକାଇଲା ଭଳି ନୂଆ ତଥ୍ୟ

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ବତଟ ରେଲେଓ୍ୱକୁ ଏକ ଚିଠି ଲେଖିଛନ୍ତି । ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଭିତରେ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ୪୮୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । More

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସତର୍କବାଣୀ- ଜାନୁଆରୀରେ ତୃତୀୟ ଲହର ସୁନିଶ୍ଚିତ

ରାଜ୍ୟ କି ଦେଶ ନୁହେଁ ସାରା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ଓମିକ୍ରନ। ତେଣୁ ପରସ୍ପର ମଧ୍ୟରେ ତଥ୍ୟ ଆଦାନପ୍ରଦାନ ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ମିଳିତ ଭାବେ ସବୁ ରାଷ୍ଟ୍ର ଏହାର ମୁକାବିଲା ପାଇଁ ଆହ୍ୱାନ ଦେଇଛି ଜି୭ ରାଷ୍ଟ୍ର ସମୂହ।  More