ସଂକ୍ଷେପରେ ଆଜିର ତାଜା ଖବର - Friday, 17 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେନ୍ଦ୍ରାପଡ଼ାରେ ନିର୍ମାଣ ହେବ ବୃହତ୍ତ ଷ୍ଟିଲ୍ ପ୍ଲାଣ୍ଟ

ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ନିୟୁତ ଟନ୍ ସିମେଣ୍ଟ ଉତ୍ପାଦନର ସୁବିଧା ରହିବ ଓ ଏହା ଦେଶର ସର୍ବବୃହତ୍ ସିମେଣ୍ଟ ନିର୍ମାଣକାରୀ ପ୍ଲାଣ୍ଟ ହେବ। More

ପୁଣି ଥରେ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଲେ ତପସ୍ୱିନୀ

ଏହାକୁ ଚାଲେଞ୍ଜ କରିଛନ୍ତି ତପସ୍ବିନୀଙ୍କ ସ୍ୱାମୀ ସୁମିତ ସାହୁ। ଏନେଇ ସେ ଉପର କୋର୍ଟ ତଥା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି ସୁମିତ। ବିବାହର ସତ୍ୟତାକୁ ନେଇ ସୁମିତଙ୍କ ଓକିଲ ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଯାଇଛନ୍ତି।  More

କଡ଼ ଲେଉଟାଉଛି ଚିତ୍ତରଂଜନଙ୍କ ହତ୍ୟା ମାମଲା, ନରମିଲାଣି ପରିବାର ଲୋକଙ୍କ ସ୍ୱର

କେବଳ ପତ୍ନୀ ନୁହଁନ୍ତି, ସମ୍ପର୍କୀୟ ମଧ୍ୟ କ୍ଷୁବ୍ଧ ହୋଇଉଠିଥିଲେ । ହେଲେ ସେଦିନର ସେହି ବୁକୁ ଫଟା ଚିତ୍କାର ଆଜି କିନ୍ତୁ ନରମିଗଲା ଭଳି ମନେହେଉଛି । More

କେବେ ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ? ସାମ୍ନାକୁ ଆସିଲା ଚମକାଇଲା ଭଳି ନୂଆ ତଥ୍ୟ

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ବତଟ ରେଲେଓ୍ୱକୁ ଏକ ଚିଠି ଲେଖିଛନ୍ତି । ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଭିତରେ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ୪୮୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । More

ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କବାଣୀ- ଜାନୁଆରୀରେ ତୃତୀୟ ଲହର ସୁନିଶ୍ଚିତ

ରାଜ୍ୟ କି ଦେଶ ନୁହେଁ ସାରା ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ପାଲଟିଛି ଓମିକ୍ରନ। ତେଣୁ ପରସ୍ପର ମଧ୍ୟରେ ତଥ୍ୟ ଆଦାନପ୍ରଦାନ ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ମିଳିତ ଭାବେ ସବୁ ରାଷ୍ଟ୍ର ଏହାର ମୁକାବିଲା ପାଇଁ ଆହ୍ୱାନ ଦେଇଛି ଜି୭ ରାଷ୍ଟ୍ର ସମୂହ।  More

ଜାଡ଼ରେ ଜଡ଼ସଡ଼ ସାରା ଓଡ଼ିଶା, ଅସ୍ତବ୍ୟସ୍ତ କରିବ ଅସହ୍ୟ ଶୀତ

ଆଗାମୀ ୪ରୁ ୫ ଦିନ ଯାଏଁ ଅଧିକାଂଶ ସ୍ଥାନର ରାତ୍ରୀ ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। More

ରାଜଧାନୀରେ ଗର୍ଜିଲେ ପାଇକ ପୁଅ

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ବରୁଣେଇରେ ପାଇକ ସ୍ମାରକୀ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ଦାବିରେ ବିରାଟ ପାଇକ ଆନ୍ଦୋଳନ ହୋଇଛି। More

୨୪ ବର୍ଷ ପୂର୍ବେ ଘରୁ ପଳାଇ ଥିଲେ; ହଠାତ୍‌ ଘର ଠିକଣାରେ ଆସିଲା ଏକ ଚିଠି, ତା’ପରେ...

୨୪ ବର୍ଷ ପୂର୍ବେ ଘରୁ ପଳାଇ ଥିଲେ। ହଠାତ୍‌ ଘର ଠିକଣାରେ ଏମିତି ଏକ ଚିଠି ଆସିଲା, ତା’ପରେ ସବୁ କିଛି ବଦଳି ଯାଇଥିଲା। ହାଇଦ୍ରାବାଦରୁ ଇଂରାଜୀ, ହିନ୍ଦୀ ଓ ତେଲଗୁ ଭାଷାରେ ଚିଠିଟି ଘର ଠିକଣାରେ ପହଞ୍ଚିଥିଲା। More

‘ଜଗା କେବେ ଏସବୁ କାମ ଏକା କରିପାରିବନି, ଏଥିରେ...’

ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାରେ ଆଜି ଜଗା ଘରକୁ ଯାଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରିଛି। ଚିତ୍ତଙ୍କ ମୃତ୍ୟୁ ଘଟଣାର ପୂର୍ବ ରାତିରେ ଭୋଜି ହୋଇଥିଲା। More

ଘରେ ବନାନ୍ତୁ ଚଟପଟା ‘ଆମ୍ବୁଲ ଟିକେନ୍’

ଆପଣ ଅନେକ ପ୍ରକାର ଚିକେନର ରେସିପି ଖାଇଥିବେ । ଯେମିତିକି ଦେଶୀ ଚିକେନ୍. ଚିକେନ୍ କଷା,ଚିକେନ୍ ମସଲା । କିନ୍ତୁ ଚିକେନର ଖଟା ତଥା ଆମ୍ବଲରେ ତିଆରି ରେସିପି କେବେ ଖାଇଛନ୍ତି କି ? ସେଥିପାଇଁ ଆଜି ଆମେ ଚିକେନର ଏକ ନିଆରା ଓ ଦେଶୀ ରେସିପି ବିଷୟରେ ଜଣେଇବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ‘ଆମ୍ବୁଲ ଟିକେନ୍’ । More

କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ୍ ! ଦୁଷ୍କର୍ମରୁ ବର୍ତ୍ତି ନପାରିଲେ, ଶୋଇପଡ଼ି ମଜା ନିଅ

କର୍ଣ୍ଣାଟକା ବିଧାନସଭାରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ଚାଲିଥିଲା। ଆଉ ସେହି ସମୟରେ ବିବାଦୀୟ ବୟାନ୍ ଦେଇଛନ୍ତି କଂଗ୍ରେସ ବିଧାୟକ । More

ରକ୍ତମୁଖା କଳିଙ୍ଗା ଘାଟି: ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ବେଳେ ଓଲଟିଲା ଟୁରିଷ୍ଟ୍‌ ବସ୍‌

ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିବା ଏକ ଟୁରିଷ୍ଟ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ପଶ୍ଚିମବଙ୍ଗର ୬୦ରୁ ଅଧିକ ଯାତ୍ରୀ ‘ରାଣୀତ’ ନାମକ ଟୁରିଷ୍ଟ ବସ୍‌ରେ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। More

'ହାପି' ଖ୍ରୀଷ୍ଟମାସ ବଦଳରେ 'ମେରୀ' ଖ୍ରୀଷ୍ଟମାସ କାହିଁକି କୁହାଯାଏ ?

'ମେରୀ' ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇ ଥାଆନ୍ତି ଲୋକେ । ସବୁ ପର୍ବ ସାମ୍ନାରେ ହାପି ଲାଗୁଥିବା ବେଳେ ଖ୍ରୀଷ୍ଟମାସ ସାମ୍ନାରେ ମେରୀ ଲାଗୁଥିବା ପଛର କାରଣ କ’ଣ ? More

କାନ୍ଧରେ ହାଣ୍ଡି, ଜଙ୍ଘରେ ଘଣ୍ଟି ! ଏ ଯୁଗର ପର୍ଶୁରାମ, ୯ ବର୍ଷ ଘରଦ୍ୱାର ଛାଡ଼ି ବାହାରେ ବୁଲୁଛନ୍ତି

ଗତ ୯ ବର୍ଷ ଧରି ପାଳୁଛନ୍ତି କଠୋର ବ୍ରତ। ପୁରାଣର ପର୍ଶୁରାମ ବେଶରେ ଟାଙ୍ଗିଆ ଓ ଧନୁତୀର ଧରି ବୁଲୁଛନ୍ତି ବାହାରେ ବାହାରେ। ଆହୁରି ୫ ବର୍ଷ ଏମିତି ସେ ବାହାରେ ରହିବେ, ଘରକୁ ଯିବେନି। More

ରାତ୍ରୀ ଆଶ୍ରୟସ୍ଥଳୀ ବଦଳରେ ଖୋଲା ଆକାଶ : ଶୀତ ରାତିରେ ଥରି ଥରି ରାତି କଟାଉଛନ୍ତି ନିରାଶ୍ରୟ

ଅଧିକାଂଶ ସ୍ଥାନରେ ବଢିଛି ଶୀତର ପ୍ରକୋପ । ଯେଉଁ ମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଛାତ ନାହିଁ, ସେମାନେ କିପରି ରାତି କାଟୁଛନ୍ତି ଦେଖନ୍ତୁ ଏହି ରିପୋର୍ଟ । More

ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ନାମଲେଖା : ସୂଚନା ଦେଲେ ଓପେକା ସମ୍ପାଦକ ବିନୋଦ ଦାସ

ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି ପାଇଛି। ଏନେଇ ଓପେକା ସମ୍ପାଦକ ବିନୋଦ ଦାସ ସୂଚନା ଦେଇଛନ୍ତି। More

ଇଞ୍ଜେକସନ୍ ବଦଳରେ ଡିଷ୍ଟିଲ ୱାଟର୍ ଦେଇଦେଲେ ନର୍ସ : ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ରୋଗୀଙ୍କୁ ଭୁଲ ଇଂଜେକସନ ଦେଇଥିବା ଅଭିଯୋଗ । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଅଭିଯୋଗ ଅନୁଯାୟୀ ୮୪ ବର୍ଷୀୟ ନଗେନ୍ଦ୍ର ପ୍ରସାଦ ମହାନ୍ତିଙ୍କୁ ତାଙ୍କ ପୁଅ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଇଞ୍ଜେକସନ ଦେବାକୁ ଆଣିଥିଲେ । ତେବେ ସେଠାରେ କାର୍ଯ୍ୟରତ ନର୍ସ ଇଂଜେକସନ ସହ ଡ଼ିଷ୍ଟିଲ ଓ୍ୱାଟର ମିଶାଇ ଦେବା ବଦଳରେ କେବଳ ଡିଷ୍ଟିଲ ଓ୍ୱାଟରକୁ ସିରିଞ୍ଜରେ ପୂରାଇ ରୋଗୀକୁ ଦେଇଥିବା ଅଭିଯୋଗ କରିଛନ୍ତି । More

Daily Horoscope17 Dec 2021: ଜାଣନ୍ତୁ, ଆଜିର ରାଶିଫଳ...

୨୦୨୧ ମସିହା, ଡିସେମ୍ବର ମାସ ୧୭ ତାରିଖ । ଶୁକ୍ରବାର, ଧନୁ ୨ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି, କୃତ୍ତିକା ନକ୍ଷତ୍ର । More

ଆଜିଠୁ ଆହୁରି ବଢିବ ଥଣ୍ଡା : ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବ

ବଢ଼ିବ ଥଣ୍ଡା । ସକାଳୁ ଯିବାଆସିବା କରିବା କଷ୍ଟକର ହୋଇପଡ଼ିବ । ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଆଜି ଠାରୁ ଆହୁରି ତଳକୁ ଖସିବା ସହ ଶୀତର ପ୍ରକୋପ ବଢ଼ିବ। More

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ବାଣ କଟକଣା ଢୋ, କାନରେ ହାତଦେଇ ବସିପଡ଼ିଲା ସିପି !

ମନେପକାନ୍ତୁ, ୨ ଦିନ କଣ କହିଥିଲା ପୋଲିସ କମିଶନରେଟ୍। ରାଜଧାନୀରେ ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଥିଲା କମିଶନରେଟ ପୋଲିସ। More

ଝିଅଙ୍କ ବିବାହ ବୟସ ବଢ଼ିଲା, ସୋନାଲି ଭାରି ଖୁସି !

ସରକାରଙ୍କ ନୂଆ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୋନାଲି । ସେ କହିଛନ୍ତି, ତାଙ୍କ ପାଇଁ ନହେଲା ନାଇଁ, ଅନ୍ୟ ଝିଅମାନେ ଏବେ ଆଗକୁ ବଢିପାରିବେ । ଏ କଥା କହିଛନ୍ତି ସୁପ୍ରିୟା ସୁନା । More

ସୁଧୁରୁନି ସମ୍ପର୍କ ! ଆଡିଓ ମେସେଜରେ ସୁମିତ କହିଲେ, ‘ମୋ ଜୀବନ ବର୍ବାଦ କରିଦେଲେଣି ତପସ୍ୱିନୀ’

ତପସ୍ୱିନୀ ଲାଇଫ୍ ବର୍ବାଦ୍ କଲେଣି, ଆହୁରି କରିଚାଲିଛନ୍ତି । ଏହାସତ୍ତ୍ୱେ ବି କାହିଁକି ସେ ମୋ ସହ ରହିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମୋର ବି ମୌଳିକ ଅଧିକାର ଅଛି, ସ୍ୱାଧୀନତା ଅଛି । ମୁଁ ତପସ୍ୱିନୀ ଦ୍ୱାରା ପରିଚାଳିତ ନୁହେଁ ଯେ, ତାଙ୍କୁ ପଚାରି ସବୁକିଛି କରିବି ବୋଲି ସୁମିତ୍ କହିଛନ୍ତି । More

ଆସୁଛି ପୌର ନିର୍ବାଚନ, ନେତାଙ୍କ ମନରେ କୁହୁଳୁଛି ଅସନ୍ତୋଷ

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଫିସ୍‌ରେ ପୌର ନିର୍ବାଚନ ପାଇଁ ଇଭିଏମ୍ ଓ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ପଠାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ଯିବ । More

ଅଫଲାଇନ୍‌ରେ ୟୁଜି-ପିଜି ପରୀକ୍ଷା ନିଷ୍ପତ୍ତି ପରେ ଚିନ୍ତାରେ ଛାତ୍ରଛାତ୍ରୀ

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଲକ୍ଷାଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଯଦି ଓମିକ୍ରନ କାରଣରୁ ସମ୍ଭାବ୍ୟ ତୃତୀୟ ଲହର ଆସେ ତେବେ ସରକାର କି ପଦକ୍ଷେପ ନେବେ? More