ସଂକ୍ଷେପରେ ଆଜିର ତାଜା ଖବର - Thursday, 16 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ବାଣ କଟକଣା ଢୋ, କାନରେ ହାତଦେଇ ବସିପଡ଼ିଲା ସିପି !

ମନେପକାନ୍ତୁ, ୨ ଦିନ କଣ କହିଥିଲା ପୋଲିସ କମିଶନରେଟ୍। ରାଜଧାନୀରେ ଡିଜେ ବାଜିଲେ, ବାଣ ଫୁଟିଲେ ଜଣାଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦେଇଥିଲା କମିଶନରେଟ ପୋଲିସ। More

ଝିଅଙ୍କ ବିବାହ ବୟସ ବଢ଼ିଲା, ସୋନାଲି ଭାରି ଖୁସି !

ସରକାରଙ୍କ ନୂଆ ନିଷ୍ପତିକୁ ସ୍ୱାଗତ କରିଛନ୍ତି ସୋନାଲି । ସେ କହିଛନ୍ତି, ତାଙ୍କ ପାଇଁ ନହେଲା ନାଇଁ, ଅନ୍ୟ ଝିଅମାନେ ଏବେ ଆଗକୁ ବଢିପାରିବେ । ଏ କଥା କହିଛନ୍ତି ସୁପ୍ରିୟା ସୁନା । More

ସୁଧୁରୁନି ସମ୍ପର୍କ ! ଆଡିଓ ମେସେଜରେ ସୁମିତ କହିଲେ, ‘ମୋ ଜୀବନ ବର୍ବାଦ କରିଦେଲେଣି ତପସ୍ୱିନୀ’

ତପସ୍ୱିନୀ ଲାଇଫ୍ ବର୍ବାଦ୍ କଲେଣି, ଆହୁରି କରିଚାଲିଛନ୍ତି । ଏହାସତ୍ତ୍ୱେ ବି କାହିଁକି ସେ ମୋ ସହ ରହିବାକୁ ଚାହୁଁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମୋର ବି ମୌଳିକ ଅଧିକାର ଅଛି, ସ୍ୱାଧୀନତା ଅଛି । ମୁଁ ତପସ୍ୱିନୀ ଦ୍ୱାରା ପରିଚାଳିତ ନୁହେଁ ଯେ, ତାଙ୍କୁ ପଚାରି ସବୁକିଛି କରିବି ବୋଲି ସୁମିତ୍ କହିଛନ୍ତି । More

ଆସୁଛି ପୌର ନିର୍ବାଚନ, ନେତାଙ୍କ ମନରେ କୁହୁଳୁଛି ଅସନ୍ତୋଷ

ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଫିସ୍‌ରେ ପୌର ନିର୍ବାଚନ ପାଇଁ ଇଭିଏମ୍ ଓ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାକୁ ପଠାଯାଇଛି, ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାଗୁଡ଼ିକୁ ଯିବ । More

ଅଫଲାଇନ୍‌ରେ ୟୁଜି-ପିଜି ପରୀକ୍ଷା ନିଷ୍ପତ୍ତି ପରେ ଚିନ୍ତାରେ ଛାତ୍ରଛାତ୍ରୀ

ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ଲକ୍ଷାଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଯଦି ଓମିକ୍ରନ କାରଣରୁ ସମ୍ଭାବ୍ୟ ତୃତୀୟ ଲହର ଆସେ ତେବେ ସରକାର କି ପଦକ୍ଷେପ ନେବେ? More

ମନ ମୋହୁଛି ଏଠାକାର ଶୀତ, ପିଲାଠାରୁ ବୁଢ଼ା ଯାଏଁ ସଭିଙ୍କୁ ଆକୃଷ୍ଟ କରୁଛି ଶୀତୁଆ ସକାଳର ସୂର୍ଯ୍ୟୋଦୟ

ସକାଳରୁ ନେଇ ସଂଜ ଯାଏଁ ଏହି ସବୁ ପର୍ଯ୍ୟଟନ ସ୍ଥଳିରେ ପ୍ରବଳ ଭିଡ଼ ଲାଗି ରହିବା ସହ ବଣଭୋଜିର ଆସର ମଧ୍ୟ ଜମୁଛି । ଛୋଟ ପିଲା ଠାରୁ ଆରମ୍ଭ କରି ବଡ ଲୋକ ଯାଏ ସଭିଏଁ ବୁଲାବୁଲି କରି ପ୍ରକୃତିର ମଜା ଉଠାଉଛନ୍ତି । More

ସ୍ୱାମୀ-ସ୍ତ୍ରୀ ଗୋଟିଏ ଘରେ ରହିଲେ ଖାଲି କଣ ସେକ୍ସ କରିବେ? : ତପସ୍ୱିନୀ

ବହୁଚର୍ଚ୍ଚିତ ବ୍ରହ୍ମପୁରର ତପସ୍ବିନୀ ବିବାଦ ମାମଲାରେ ଆଜି ପ୍ରତିକ୍ରିୟା ରଖି ଡାକ୍ତର ସୁମିତ ସାହୁ କହିଛନ୍ତି ଯେ- ସ୍ତ୍ରୀ ତପସ୍ୱିନୀ ତାଙ୍କୁ ସମ୍ପୂର୍ଣ୍ଣ ବରବାଦ୍ କରିଦେଇଛନ୍ତି। More

ଆହୁରି ବଢ଼ିବ ଶୀତ: ୧୫ ଡିଗ୍ରୀ ତଳେ ରାଜ୍ୟର ୨୨ ସହର

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୧ ଦଶମିକ ୫ରୁ ୩ ଡିଗ୍ରୀ ଯାଏ ତଳକୁ ଖସିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦ ଦଶମିକ୨ରୁ ୨ ଡିଗ୍ରୀ ଯାଏ ତଳକୁ ଖସିଛି ରାତିର ତାପମାତ୍ରା। More

’ତପସ୍ୱିନୀଙ୍କ ସହ ୭ ଦିନ କାଳ ରହିବା ଭିତରେ ସଂପର୍କ କିଛି ବଢ଼ିନି ! ଅଡିଓ ରିଲିଜ୍ ଜରିଆରେ ଜବାବ ରଖିଲେ ସୁମିତ

ଅସୁସ୍ଥତା ଭିତରେ ସାଙ୍ଗ ଓ ପରିବାରକୁ ଜଣାଇ ଘର ଖୋଜା ଚାଲିଛି । ଖୁବ ଶୀଘ୍ର ଘର ମିଳଯାଇପାରେ । ହେଲେ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । More

୧୯ ବର୍ଷ ଧରି ସଜା କାଟୁଥିଲେ, ନିର୍ଦ୍ଦୋଷରେ ଖଲାସ କଲେ କୋର୍ଟ

ଟ୍ରିପଲ୍ ମର୍ଡର ମାମଲାରେ ପ୍ରାୟ ୧୯ ବର୍ଷ ଧରି ସଜା କାଟୁଥିବା ଜଣେ ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ସମ୍ପୃକ୍ତ ବିରୋଧରେ କୌଣସି ତଥ୍ୟ, ପ୍ରମାଣ ମିଳିନାହିଁ। More

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ଡାକ୍ତର ! ଉଦଘାଟନର ୬ ବର୍ଷ ପରେ ବି ଆରମ୍ଭ ହୋଇନି ଟ୍ରମା କେୟାର, ରୋଗୀ ହନ୍ତସନ୍ତ

ରାଜଧାନୀ ଠାରୁ ମାତ୍ର ୨୨ କିଲୋମିଟର ଦୂରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି ଲକ୍ଷ ଲକ୍ଷ ଲୋକ । ହେଲେ ଏବେ ଏହା ଏକ ରେଫରାଲ ହସପିଟାଲ ହୋଇ ଯାଇଥିବା ଅଭିଯୋଗ ହୋଇଛି । More

ସାଂସଦ ମୁନ୍ନା ଖାଁଙ୍କ ଗାଡ଼ିକୁ ଅଣ୍ଡାମାଡ଼, ସୁର କହିଲେ଼- ‘ଏହା ଟ୍ରେଲର ଥିଲା, ଆଗକୁ ସବୁ...’

ଦାରୁଠେଙ୍ଗରେ ସାଂସଦ ମୁନ୍ନା ଖାଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ସହ ଛାତ୍ର କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟକୁ ଦଳୀୟ ଭିତ୍ତିରେ କରାଯିବା ପ୍ରତିବାଦରେ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା। More

ମେଡିକାଲ ବେଡରେ ଗୁଲୁଗୁଲିଆ ରାଜଭୀର୍‌ ! ସମସ୍ତେ କିଛି କିଛି ସାହାଯ୍ୟ କଲେ ପୁଅ ବଞ୍ଚିଯିବ କହି ଗୁହାରୀ କରୁଛନ୍ତି ବାପାମା’

ପୁଅକୁ ଜୀବନ ଦେବାକୁ ବାପାମା’ଙ୍କ ଆକୁଳ ନିବେଦନ । କାନ୍ଦି କାନ୍ଦି ସାହାଯ୍ୟ ମାଗୁଛନ୍ତି । ସମସ୍ତ କିଛି କିଛି ସାହାଯ୍ୟ କଲେ ପୁଅ ବଞ୍ଚିଯିବ ବୋଲି କହୁଛନ୍ତି । More

‘ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍‌ ଆକ୍ରାନ୍ତ’

ପଡ଼ୋଶୀ ରାଜ୍ୟରେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ପରେ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ହୋଇଛନ୍ତି। ହୋମ୍ ଆଇସୋଲେସନରେ ରହିପାରିବେନି ଓମିକ୍ରନ୍‌ ସଂକ୍ରମିତ। More

ବଞ୍ଚିଛନ୍ତି ଶୀନା ବୋରା ! ସିବିଆଇକୁ ଚିଠି ଲେଖି ଖୋଜିବାକୁ ନିବେଦନ କଲେ ଇନ୍ଦ୍ରାଣୀ ମୁଖାର୍ଜୀ

୨୦୧୨ରେ ଝିଅ ଶୀନା ବୋରାଙ୍କୁ ହତ୍ୟା କରିଲେ । ହେଲେ ଶୀନା ବୋରା ବଞ୍ଚିଥିବା କହୁଛନ୍ତି ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ସିବିଆଇକୁ ଏକ ଚିଠିରେ ଲେଖି କହୁଛନ୍ତି, ଶୀନା ବୋରା ବଞ୍ଚିଛି। More

ଶ୍ରୀମନ୍ଦିର ପାଇଁ ନୂଆ SOP ଜାରି, ଆଜିଠୁ ନୂଆ ନିୟମ...

ପୁରୀ ଶ୍ରୀମନ୍ଦିର ପାଇଁ ଶ୍ରୀମନ୍ଦିର ପ୍ରଶାସନ ସାନି ଗାଇଡଲାଇନ୍‌ ଜାରି କରିଛି। ଆଜି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା ରହିବ। More

ଆଧୁନିକ ଯୁଗରେ ପରମ୍ପରାର ଛାପ; ବଢୁଛି ଧନୁ ମୁଆଁର ଚାହିଦା

ଆଜି ହେଉଛି ଧନୁ ସଂକ୍ରାନ୍ତି । ଏନେଇ କାରିଗରମାନେ ଲାଗିପଡିଛନ୍ତି ମୁଆଁ ପ୍ରସ୍ତୁତ କରିବାରେ । ଆଧୁନିକତା ଭିତରେ ଆଜି ବି ବଞ୍ଚି ରହିଛି ପରମ୍ପରା । ରାଜ୍ୟର ବିଭିନ୍ନ ସ୍ଥାନରେ ମୁଆଁ ବିକ୍ରି କରାଯାଏ । More

ଜୀବନ ସହ ସଂଘର୍ଷ ଦେଢ଼ ବର୍ଷର ରାଜଭୀର୍‌, ସହାୟତା ପାଇଁ ଅପିଲ୍‌ କଲେ ଲକ୍‌ଡାଉନ୍‌ ହିରୋ ସୋନୁ ସୁଦ୍‌

ଲକ୍‌ଡାଉନ୍ ହିରୋ ସୋନୁ ସୁଦ୍‌ଙ୍କୁ ଦେଖା କରି ରାଜଭୀର୍‌ଙ୍କ ପରିବାର ତାଙ୍କଠୁ ସହାୟତା ମାଗିଛନ୍ତି। ରାଜଭୀର୍‌ଙ୍କ ଚିକିତ୍ସା ପାଇଁ ୧୬ କୋଟି ଟଙ୍କା ଆବଶ୍ୟକ। More

ମହିଳାଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର, କହିଲେ- ‘ଭୋଟ୍‌ ଦେଇଛ ବୋଲି କ’ଣ ମୋ ପ୍ୟାଣ୍ଟ୍‌, ସାର୍ଟ ଖୋଲିଦେବ’ ?

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସଭାରେ ବିଧାୟକଙ୍କୁ ଜଣେ ମହିଳା ପ୍ରଶ୍ନ କରିବାକୁ ଚାହିଁବାରୁ ଚିହଁକି ଉଠି ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବିଧାୟକ। More

ଆନ୍ଧ୍ର ପରେ ତେଲେଙ୍ଗାନା ଓ ବେଙ୍ଗଲରେ ପଶିଲା ଓମିକ୍ରନ୍

ଅର୍ଥନୈତିକ ବ୍ୟାପାର ବିଭାଗ ନିଜର ନଭେମ୍ବର ଅର୍ଥନୈତିକ ସମୀକ୍ଷା ରିପୋର୍ଟରେ କହିଛି, ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବାରୁ ଓମିକ୍ରନ୍ ଭାରିଆଣ୍ଟ ସଂକ୍ରମିତ ଗୁରୁତର ହେବା ଆଶଙ୍କା କମ୍। More

ରାଜ୍ୟ ସରକାରଙ୍କ ଅଧିକାରୀ ଓ ନିତି ଆୟୋଗ ଟିମ୍ ମଧ୍ୟରେ ମାନସ ମନ୍ଥନ

ରାଜ୍ୟ ଲାଗି ଅନେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି । ଯେଉଁଥିରେ ଫୋକସ୍‌ରେ ରହିଛି ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ନିୟମିତ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବା ଯୋଗୁଁ ଓଡ଼ିଶା ନାନା ସମସ୍ୟା ଭୋଗୁଛି । More

ଆରମ୍ଭ ହେଲା ଇକୋ ରିଟ୍ରିଟ୍: ଆକାଶଛୁଆଁ ପ୍ୟାକେଜ୍ ରେଟ୍ ଶୁଣି ଛାନିଆ ସାଧାରଣ ପର୍ଯ୍ୟଟକ

ଏଠି ପ୍ରଶ୍ନ ଓଡ଼ିଶାର ପ୍ରକୃତି କୋଳରେ ଆୟୋଜନ ହେଉଥିବା ଇକୋ-ରିଟ୍ରିଟ୍‌ର ମଜା ସାଧାରଣ ଓଡ଼ିଆ ପର୍ଯ୍ୟଟକଟିଏ ଆପଣାଇ ପାରିବ ତ? ତାସହ ବାହାରୁ ଆସୁଥିବା ମଧ୍ୟବିତ୍ତ ଟୁରିଷ୍ଟମାନେ ବି କଣ ଏତେ ଦାମରେ ଇକୋ-ରିଟ୍ରିଟ୍‌ର ମଜା ନେବାକୁ ଇଚ୍ଛା କରିବେ ? More

ମୁମ୍ବାଇ କ୍ରାଇମ୍ କଣ୍ଟ୍ରୋଲର, ଏବେ ଓଡ଼ିଶାରେ ! ସମ୍ଭାଳି ପାରିବେ ତ ନିର୍ବାଚନ ?

ରାଜସ୍ଥାନ ଜନ୍ମିତ ସୁନୀଲ ବଂଶଲ, ଓଡିଶା କ୍ୟାଡର ଆଇପିଏସ୍ । ଢେଙ୍କାନାଳ ଅତିରିକ୍ତ ଏସ୍‌ପି, ତାଳଚେର ଏସ୍‌ଡିପିଓ, ସମ୍ବଲପୁର ଅତିରିକ୍ତ ଏସ୍‌ପି, ରାଉରକେଲା ଚତୁର୍ଥ ବାଟାଲିୟନର କମାଣ୍ଡାଣ୍ଟ, ମୟୂରଭଂଜ ଏସ୍‌ପି ଏବଂ ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ଭାବେ ସେ ଦକ୍ଷତାର ସହ କାମ କରିଛନ୍ତି । More

ନାଳ ସାଜିଛି କାଳ: ପୋଲ ନଥିବାରୁ ହଇରାଣ ହେଉଛନ୍ତି ଗାଁ ଲୋକେ

ନାଳ ସାଜିଛି କାଳ । ନୂଆପଡା ଜିଲ୍ଲା ବୋଡେନ ବ୍ଲକ ନାଗପଡା ପଂଚାୟତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ତଥା ଆଖପାଖ ୩ ଖଣ୍ଡ ଗାଁ ଲୋକଙ୍କ ପାଇଁ ଇନ୍ଦ୍ର ନଦୀର ନାଳ କାଳ ପାଲଟିଛି । ଏହି ନାଳ ପାଇଁ ଗାଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶଣୁନାହିଁ ପ୍ରଶାସନ । More