ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ସ୍କୁଲ ପରିସରରେ ବୁଲୁଛନ୍ତି ଭାଲୁ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପରିସରରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଖାଦ୍ୟ ଅନ୍ୱେଷଣରେ ଭାଲୁ ସ୍କୁଲ ପରିସରକୁ ଚାଲି ଆସିଥିବା ଜଣାପଡିଛି । ରାତି ୯ଟା ପରେ ବିଦ୍ୟାଳୟ ପରିସରକୁ ସବୁଦିନ ଭାଲୁ ପଶୁଛନ୍ତି । ବିଦ୍ୟାଳୟ ପରିସରରେ ଭାଲୁ ଦଳବଦ୍ଧ ହୋଇ ଖାଦ୍ୟ ଖୋଜି ବୁଲୁଛନ୍ତି ସ୍କୁଲଟି ଏକ ଆବାସିକ ବିଦ୍ୟାଳୟ ହୋଇଥିବାବେଳେ ଏଠାରେ ଶତାଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ମଧ୍ୟ ପଢୁଛନ୍ତି । ହେଲେ ସ୍କୁଲର ଛାତ୍ରଛାତ୍ରୀମାନେ ଭାଲୁ ଭୟରେ ଆତଙ୍କିତ ହୋଇଛନ୍ତି । ବନ ବିଭାଗକୁ ସ୍କୁଲ କର୍ତ୍ତୃପକ୍ଷ ସୂଚନା ଦେବାପରେ ଭାଲୁକୁ ଘଉଡ଼ାଇବାକୁ ପ୍ରୟାସ କରାଯାଇଛି ।
ଛତିଶଗଡ଼ ଦନ୍ତେଓ୍ୱାଡ଼ାରେ ଭୁଶୁଡ଼ୁଛି ମାଓ ଦୁର୍ଗ ଡିଆର୍ଜି ଯବାନମାନେ ଦନ୍ତେଓ୍ୱାଡ଼ା ଜିଲ୍ଲାର ଗଣ୍ଡେରାସ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେବା ପରେ ମାଓବାଦୀଙ୍କ ବିରାଟକାୟ ସହିଦ ସ୍ତମ୍ଭକୁ ଭାଙ୍ଗି ନଷ୍ଟ କରିଛନ୍ତି । ମାଓ ସଂଗଠନର ଡିଭିଜନାଲ କମିଟି ମେମ୍ବର ବିନୋଦ ଓ ଏସିଏମ୍ ରାଙ୍କର ସଦସ୍ୟ ପୋଲିସ ଗୁଳିରେ ପ୍ରାଣ ହରାଇବା ପରେ ମାଓବାଦୀଙ୍କ ପକ୍ଷରୁ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସହିଦ ସ୍ତମ୍ଭ ନିର୍ମାଣ କରାଯାଇଥିଲା । ତେବେ କିଛିଦିନ ହେବ ମାଓ ବିରୋଧୀ ଅପରେସନ ମାଧ୍ୟମରେ ସୁରକ୍ଷାକର୍ମୀ ଗଣ୍ଡେରାସ ଅଞ୍ଚଳକୁ ଅକ୍ତିଆର କରିଥିଲେ ଏବେ ଲୋକେ ଏହି ଅଞ୍ଚଳରେ ସୁରକ୍ଷିତ ରହିଛନ୍ତି ।
ପଞ୍ଚାୟତ ନିର୍ବାଚନ ନେଇ ଖୁବ ଶୀଘ୍ର ସର୍ବଦଳୀୟ ବୈଠକ ବସିବ । ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ । ସର୍ବଦଳୀୟ ବୈଠକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଘୋଷଣା ହୋଇପାରେ । ଗତ ଡିସେମ୍ବର ୪ ତାରିଖରେ ଜିଲ୍ଲାସ୍ତରରେ ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା ୨୦୧୭ରେ ୨ କୋଟି ୬୧ ଲକ୍ଷରୁ ଅଧିକ ଭୋଟର ଥିବା ବେଳେ ଏଥର ୨ କୋଟି ୬୩ ଲକ୍ଷରୁ ଅଧିକ ଭୋଟର୍ ଥିବା ଜଣାପଡ଼ିଛି । ଏଥର ଭୋଟରଙ୍କ ସଂଖ୍ୟା ବଢ଼ିଛି, କିନ୍ତୁ କମିଟି ଓ୍ୱାର୍ଡ ସଂଖ୍ୟା ଏଥର ୯୧ ହଜାର ୯୧୩ ଓ୍ୱାର୍ଡରେ ଭୋଟ ହେବ ।
ଓମିକ୍ରନର ଭୟାବହତାକୁ ଦେଖି ସୀମାନ୍ତ ଜିଲ୍ଲା ଉପରେ ଅଧିକ ଫୋକସ କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । More
ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ। ଏହାସହ କମିଶନରେଟ୍ ପୋଲିସ ଅଞ୍ଚଳରେ ଆଉ ୩ଟି ନୂଆ ଥାନା ଗଠନକୁ ମଞ୍ଜୁରୀ ଦିଆଯାଇଛି। More
ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ। More
ସର୍ଜନା ଦୁନିଆରେ ଛୋଟ ଛୋଟ ପାଦ ପକାଇ ସେ ସାଉଁଟୁଛନ୍ତି ଆର୍ଶୀବାଦ ରୂପକ ସମ୍ମାନ ଓ ସମ୍ବର୍ଦ୍ଧନା । ପାଠକଙ୍କ ପାଇଁ ଅନେକ କଥା ଓ କାହାଣୀ ଲେଖି ଯିବାକୁ ଅଛି । ଆଗକୁ ଅନେକ ବାଟ ଅନେକ ସମ୍ଭାବନାକୁ ନେଇ ସାହିତ୍ୟ ଯାତ୍ରା ଜାରି ରଖିଛନ୍ତି । ସେ ହେଉଛନ୍ତି କଟକ ବାଦାମବାଡ଼ି ଅଞ୍ଚଳରେ ରହୁଥିବା କାର୍ତ୍ତିକ ସାହୁ ଓ ଜାନକୀ ସାହୁଙ୍କ ଝିଅ ଜୟଶ୍ରୀ ସାହୁ । More
ଓଡ଼ିଶାରେ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଆଜି ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ସହ ବୈଠକ କରିବେ ମୁଖ୍ୟମନ୍ତ୍ରୀ । ତେବେ ନିତି ଆୟୋଗରେ କଣ ଦାବି ରଖିବ ଓଡ଼ିଶା । More
ଗତ ୨୪ ଘଣ୍ଟାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୫ ଜଣଙ୍କ ଜୀବନ ଚାଲି ଯାଇଛି। କେଉଁଠି ବାଇକ୍କୁ ଅଟୋ ଧକ୍କା ଦେଇଥିବା ବେଳେ ଆଉ କେଉଁଠି ରାସ୍ତା ପାର୍ ହେଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ତ ଆଉ କେଉଁଠି ଟ୍ରକ୍ ଧକ୍କାରେ ଜୀବନ ଚାଲି ଯାଇଛି। More
ବିଜେଡି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଗତ ୧୩ ତାରିଖରେ ପୁରୀ ନୂଆନଈ ନିକଟରେ ଚିତ୍ତ ରଞ୍ଜନଙ୍କ ମୃତଦେହ ମିଳିଥିଲା। More
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୫ ତାରିଖ, ବୁଧବାର, ବିଛା ୩୦ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ଦ୍ୱାଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
ପଂଚଭୂତରେ ବିଲୀନ ହେଲେ ଓଟିଭିର ରାୟଗଡ଼ା ପ୍ରତିନିଧି ମନୋଜ ପାତ୍ର । ଶୋକାକୂଳ ପରିବେଶ ଭିତରେ ଆତ୍ମୟୀଙ୍କ ଗହଣରେ ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଛି । More
ସୁପ୍ରସିଦ୍ଧ ସଙ୍ଗୀତ ‘ରଙ୍ଗବତୀ’ ଗୀତର ସ୍ରଷ୍ଟା ତଥା ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଗତକାଲି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। More
ଗୋଟିଏ ଦିନ ହେଇଗଲା ସେମିତି ଗଛ ଉପରେ ବସି ରହିଛନ୍ତି ଯୁବକ। ଯେତେ ବୁଝାବୁଝା କଲେ, ଯେତେ କଅଁଳେଇ କହିଲେ ବି ସେ ତଳକୁ ଆସୁନି। ଖାଇବା ଆଉ ପାଣି ଯାଚିଲେ ବି ନଉନି। ଯିଏ ଯାଉଛି ତାକୁ ମାରିବାକୁ କହୁଛି। More
୩୦ ବର୍ଷର କଠିନ ପରିଶ୍ରମ ପରେ ଗାଁକୁ ପାଣି ଆସିଛି, କ୍ଷେତରେ ଫସଲ ବି ହସୁଛି। ହେଲେ ସରିନାହିଁ ବିହାରର ଏହି ଭଗିରଥ ବୋଲାଉଥିବା ୭୦ ବର୍ଷୀୟ ଲୌଙ୍ଗି ଭୂଇଆଁଙ୍କ ସାଧନା। More
ଆଟ୍ ରିସ୍କ ଦେଶରୁ ଆସୁଥିବା ନାଗରିକ କିମ୍ବା ଏହି ଦେଶରେ ୧୪ ଦିନ ଅଧିକ ସମୟ ରହି ଫେରୁଥିବା ଯାତ୍ରୀମାନେ RTPCR ପ୍ରି ବୁକିଂ କରିବେ। More
କୋଭିଡ ଗାଇଡଲାଇନ ଅନୁଯାୟୀ ୩୦ଟି ସର୍ତ୍ତ ଅନୁଯାୟୀ ଅନୁମତି ଦିଆଯାଉଛି ବୋଲି ଡିସିପି କହିଛନ୍ତି More
ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି। More