ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଏରାବୋର ଜଙ୍ଗଲରେ ଦେରା ନବୀନ ନାମକ ବ୍ୟକ୍ତିଙ୍କୁ ନିର୍ମମ ହତ୍ୟା କରିଛନ୍ତି ନକ୍ସଲ। ଗଛ କାଟିବା ଏବଂ ଜାଗା ମାଡି ବସିବାକୁ ନେଇ ନକ୍ସଲ ଦେରା ନବୀନଙ୍କୁ ହତ୍ୟା କରିଥିବା ନେଇ ମୃତଦେହ ନିକଟରେ ଏକ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ନକ୍ସଲ। ପୋଷ୍ଟେରରେ ନବୀନ ଭଳି ଆହୁରି ଅନେକ ଲୋକ ଏଭଳି ଜଙ୍ଗଲ ନଷ୍ଟ ସହ ଜାଗାକୁ ମାଡିବସିଛନ୍ତି। ତେଣୁ ସେମାନଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରାଯାଇ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଧମକ ଦିଆଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ନୟାଗଡ଼ ଜିଲ୍ଲାରେ ଭର୍ଚୁଆଲ୍ ମାଧ୍ୟମରେ BSKY କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨ ଲକ୍ଷ ୨୪ ହଜାର ୩୬୮ ପରିବାରର ୭ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ BKSY କାର୍ଡ ବଣ୍ଟନ କରାଯାଇଛି। ଜିଲ୍ଲା ପାଇଁ ହଜାରେ କୋଟିରୁ ଅଧିକ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଶିଳାନ୍ୟାସ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପୋମା ଟୁଡୁ, କୃଷି ମନ୍ତ୍ରୀ ଅରୁଣ ସାହୁ ,ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ,ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇଥିଲେ।
କରୋନା ଭାଇରସ୍ର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ରୁ ସୁରକ୍ଷା ଦେବ ଟିକା ! ଶତ ପ୍ରତିଶତ ନ ହେଲେ ବି କ୍ରସ୍ ପ୍ରୋଟେକ୍ସନ ଦେବ ଟିକା। ଲୋକମାନଙ୍କୁ ଟିକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ପ୍ରତି ଗାଁରେ ଥିବା ସାମାଜିକ କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି। More
ପାଣି ଭିତରେ ବୁଡ଼ି ରହିଛି ଧାନ । ଏବେ ଗଜା ହେବାକୁ ବସିଲାଣି । କୃଷି ଅଧିକାରୀଙ୍କୁ ଚାଷୀମାନେ ଅଭିଯୋଗ କଲେବି କେହି ଶୁଣୁନାହାନ୍ତି । ଚିନ୍ତାରେ ଚାଷୀ । More
ସଂସଦରେ ଓଡ଼ିଶାବାସୀଙ୍କ ଉପରେ ଋଣବୋଝ ଓ ରାଜ୍ୟର ବେରୋଜଗାର ପ୍ରସଙ୍ଗରେ ପ୍ରଶ୍ନ ଉଠାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ପ୍ରତି ପରିବାରର ହାରାହାରି ସମ୍ପତ୍ତି ମୂଲ୍ୟାୟନ କ୍ଷେତ୍ରରେ ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି ଉଲ୍ଲେଖ ରହିଛି । More
ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥ ହୋଇପଡ଼ିବାରୁ ମନୋଜଙ୍କୁ କାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। More
ରାଜ୍ୟରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ ମାଗଣାରେ ଦିଆଯିବ। ନିଟ୍, ଆଇଆାଇଟି, ଜେଇଇ ଓ ଏନ୍ଡିଏ ଭଳି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ଦିଆଯିବ। More
ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୪ ତାରିଖ, ମଙ୍ଗଳବାର, ବିଛା ୨୯ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ଏକାଦଶୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
ଚାଷବାସ କେବଳ ପୁରୁଷ ଲୋକଙ୍କର ଏକଚାଟିଆ ନୁହେଁ। ମହିଳାମାନେ ବି ଏ ଦିଗରେ ଉଦାହରଣ ସୃଷ୍ଟି କରିଛନ୍ତି। ଏହିପରି ୫ ଜଣ ଗାଉଁଲି ମହିଳାଙ୍କୁ ଆସନ୍ତୁ ଭେଟିବା।, ଯେଉଁମାନେ ମିଳିମିଶି ବିଲାତି ଚାଷ କରି ଜଣକା ଲକ୍ଷାଧିକ ଟଙ୍କା ଲାଭ କରିପାରିଛନ୍ତି। More
ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ବାଟରେ ଓଲଟିଲା ବସ୍। ବସ୍ଟି ଏକ ବିବାହ ଉତ୍ସବରୁ କନ୍ୟା ପକ୍ଷ ଲୋକଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। More
ସମସ୍ତଙ୍କୁ ଚକ୍ମା ଦେଇ ଜେଲ୍ରୁ କଏଦୀ ଫେରାର। ବାଲିଗୁଡା ସବ୍ ଜେଲ୍ରୁ ଜଣେ କଏଦୀ ଜେଲ୍ ପରିସରରେ ଥିବା ଏକ ଝରକାର ଲୁହା ଗ୍ରୀଲ୍ କାଟି ଖସି ପଳାଇବାରେ ସକ୍ଷମ ହୋଇଛି। More
ଫେବୃୟାରୀରେ ଭୋଟ୍ ସମ୍ଭାବନା ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। More
ବାଇକ୍ରେ କାହିଁକି ଏବଂ କୁଆଡ଼େ ଯାଉଥିଲେ ଜଗା ଓ ଚିତ୍ତ ? ଯଦି ଏହା ଦୁର୍ଘଟଣା ତେବେ ନଈରୁ ଚିତ୍ତଙ୍କ ମୃତଦେହ ମିଳିବା ପଛର କାରଣ କଣ ? More
ଆନ୍ଧ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାରେ ଛନକା ପସିଛି । ଯେହେତୁ ପୂର୍ବରୁ ଘାତକ ଡେଲ୍ଟା ଭାରିଆଣ୍ଟ ପଡ଼ୋଶୀ ଛତିଶଗଡ଼ରୁ ଆସିଥିଲା, ତେଣୁ ଏବେ ଓମିକ୍ରନ ପାଇଁ ସମସ୍ତ ସୀମାନ୍ତ ଜିଲ୍ଲା ଗୁଡ଼ିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର । More
ବାତ୍ୟା ଜଓ୍ୱାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତ ୧୧ ତାରିଖରୁ ଓଡ଼ିଶା ଆସିଥିଲେ ଆନ୍ତଃମନ୍ତ୍ରାଳୟ ସ୍ତରୀୟ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧ ଦଳ। ଏହି ଦଳ ୩ଟି ଟିମରେ ଭାଗ ହୋଇ ୨ ଦିନ ଧରି ୬ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିଥିଲେ। More
ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି। More