ସଂକ୍ଷେପରେ ଆଜିର ତାଜା ଖବର - Monday, 13 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ତାରିଖ ଘୋଷଣା ପୂର୍ବରୁ ଉଷ୍ଣ ହେଲାଣି ଗ୍ରାମାଞ୍ଚଳ ରାଜନୈତିକ ପାଣିପାଗ

ଫେବୃୟାରୀରେ ଭୋଟ୍ ସମ୍ଭାବନା ଥିବା ବେଳେ ଚଳିତ ମାସ ଶେଷ ସପ୍ତାହରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ।   More

ସହଯୋଗୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିଜେଡି ନେତା ସଞ୍ଜୟ ଦାସବର୍ମା

ବାଇକ୍‌ରେ କାହିଁକି ଏବଂ କୁଆଡ଼େ ଯାଉଥିଲେ ଜଗା ଓ ଚିତ୍ତ ? ଯଦି ଏହା ଦୁର୍ଘଟଣା ତେବେ ନଈରୁ ଚିତ୍ତଙ୍କ ମୃତଦେହ ମିଳିବା ପଛର କାରଣ କଣ ? More

ଓମିକ୍ରନ୍‌କୁ ନେଇ ଆଗୁଆ ସଜାଗ ରହିଛି ଓଡିଶା

ଆନ୍ଧ୍ରରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ଓଡ଼ିଶାରେ ଛନକା ପସିଛି । ଯେହେତୁ ପୂର୍ବରୁ ଘାତକ ଡେଲ୍ଟା ଭାରିଆଣ୍ଟ ପଡ଼ୋଶୀ ଛତିଶଗଡ଼ରୁ ଆସିଥିଲା, ତେଣୁ ଏବେ ଓମିକ୍ରନ ପାଇଁ ସମସ୍ତ ସୀମାନ୍ତ ଜିଲ୍ଲା ଗୁଡ଼ିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର । More

ବାତ୍ୟା ଜୱାଦରେ ରାଜ୍ୟର ୧୩୧ ବ୍ଲକ ପ୍ରଭାବିତ

ବାତ୍ୟା ଜଓ୍ୱାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଗତ ୧୧ ତାରିଖରୁ ଓଡ଼ିଶା ଆସିଥିଲେ ଆନ୍ତଃମନ୍ତ୍ରାଳୟ ସ୍ତରୀୟ ୬ ଜଣିଆ କେନ୍ଦ୍ରୀୟ ପ୍ରତିନିଧ ଦଳ। ଏହି ଦଳ ୩ଟି ଟିମରେ ଭାଗ ହୋଇ ୨ ଦିନ ଧରି ୬ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲିଥିଲେ। More

କୋର୍ଟରେ ପିଟିସନ୍ ଦାଏର କଲେ ତପସ୍ୱିନୀ

ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି।  More

ଧରାପଡ଼ିଲା ଭୁବନେଶ୍ୱର ନୂଆପଲ୍ଲୀ ସୁପାରି କିଲିଂର ମାଷ୍ଟର ମାଇଣ୍ଡ

ନୟାପଲ୍ଲୀ ସୁପାରି କିଲିଂ ମାମଲାର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ । ୩୦ହଜାର ଟଙ୍କା ଫେରିପାଇବା ଲାଗି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଛି । More

’ସେଇ ମୋ ପିଲାକୁ ମାରିଛି’! ବିଜେଡିର ଟାଣୁଆ ନେତା ସଞ୍ଜୟ ଦାସ ବର୍ମାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

୨ ଦିନ ହେଲା ନିଖୋଜ ଯୁବକ ଚିତ୍ତରଞ୍ଜନଙ୍କ ମୃତଦେହ ପୁରୀ ଭାର୍ଗବୀ ନୂଆନଈଠାରେ ମିଳିଛି । ପରିବାର ଲୋକଙ୍କ ଅଭିଯୋଗ ଏହା ଏକ ହତ୍ୟା । More

ରାଜ୍ୟ ଚଳଚିତ୍ର ପୁରସ୍କାର ସ୍ଥଗିତ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତାକାଲି ହେବାକୁ ଥିବା ରାଜ୍ୟ ଚଳଚିତ୍ର ପୁରସ୍କାର ସ୍ଥଗିତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଘୋଷଣା ହୋଇଥିବା ସମସ୍ତ ୨୯ ବିଭାଗର ପୁନଃ ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । More

ଷ୍ଟିଙ୍ଗ ଅପରେସନରେ ମନରେଗା ମହାଦୁର୍ନୀତି ! ଜମି ଠିକାଦାରଙ୍କ ଠାରୁ ଟଙ୍କା ନେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ

ବଲାଙ୍ଗିର ଜିଲ୍ଲାରେ ଦାଦାନ ଚାଲାଣ ରୋକିବା ପାଇଁ କୋଟି କୋଟି ଟଙ୍କାର ମନରେଗା କାମ ହେଉଛି । କିନ୍ତୁ ବେଆଇନ ଭାବେ ମନରେଗାରେ ଠିକାଦାର ମାନେ କାମ କରି ନକଲି ଶ୍ରମିକଙ୍କ ନାଁରେ ହଡପ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖୋଦ ସରପଂଚ, ଯନ୍ତ୍ରୀ, ଠିକାଦାର ମିଲିମିଶି ହରିଲୁଟ କରୁଛନ୍ତି ଶ୍ରମିକଙ୍କ ଟଙ୍କା । More

ଆନ୍ଧ୍ରରେ ଚିହ୍ନଟ ହେଲେ ଓମିକ୍ରନ୍ ସଂକ୍ରମିତ, ଓଡ଼ିଶାରେ ଆଲର୍ଟ

ପଡୋଶୀ ଆନ୍ଧ୍ର ପ୍ରଦେଶରେ ଜଣେ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛି ଓଡ଼ିଶା। ଏନେଇ ରାଜ୍ୟର ସମସ୍ତ ସୀମାନ୍ତ ଜିଲ୍ଲା ଗୁଡିକୁ ସରକାର ସଜାଗ କରାଇଛନ୍ତି। More

‘ମାସକୁ ୨୧ ହଜାର ଟଙ୍କା ଦରମା ଦିଆଯାଉ’

ରାଜଧାନୀର ରାଜରାସ୍ତାରେ ଅଙ୍ଗନବାଡ଼ି କର୍ମୀ ଧାରଣା ଦେଇଥିବା ବେଳେ ବିଧାନସଭା ଆଗରେ ବିକ୍ଷୋଭ କରିଛି ଓଡ଼ିଶା ଆଶାକର୍ମୀ ସଂଘ। ବିଭିନ୍ନ ଦାବି ନେଇ ଏମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। More

ପାଣିରେ ପଡିଲା ୪ କୋଟି; ପୁରୁଣା ହଷ୍ଟେଲ୍‌ରେ ରହୁଛନ୍ତି ଶହ ଶହ ଛାତ୍ର

ବିପଦଶଙ୍କୁଳ ଅବସ୍ଥାରେ ରହୁଛନ୍ତି ପ୍ରାୟ ୨ଶହ ଛାତ୍ର । ନୂଆ ହଷ୍ଟେଲ୍ ନିର୍ମାଣ ହୋଇଥିଲେ ମଧ୍ୟ ବାଧ୍ୟରେ ପୁରୁଣା ଭଙ୍ଗା ହଷ୍ଟେଲ୍‌ରେ ରହିବା ସହ ବିଭିନ୍ନ ସୁବିଧାର ସମ୍ମୁଖୀନ କରୁଛନ୍ତି ଶହ ଶହ ଛାତ୍ର । ଢେଙ୍କାନାଳ ଅଟୋନମସ୍ କଲେଜରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । More

ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଯାଏ ଲମ୍ବିଛି ଚୋରା କାର୍‌ ରାକେଟ୍

ପୋଲିସ୍‌ କବ୍‌ଜାରେ ଚୋରା କାର୍‌ ରାକେଟ୍। ଜବତ ଦୁଇଟି କାର୍‌ ମଧ୍ୟପ୍ରଦେଶରୁ ଚୋରି ହୋଇଥିବା ବେଳେ ଗୋଟିଏରେ କଟକ ଓ ଅନ୍ୟଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ୍ ନମ୍ବର ଲାଗିଛି। More

ପୋଷ୍ଟମର୍ଟମ ପାଇଁ ରଖାଯାଇଥିଲା ଶବ, ହେଲେ ମୃତଦେହର ମୁୁହଁ ଖାଇଦେଲା କୁକୁର !

ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନାରେ ରଖା ଯାଇଥିଲା ଶବ, ହେଲେ ମୃତଦେହକୁ ଖାଇଗଲା କୁକୁର। ଡାକ୍ତରଖାନାର ଶବାଗାରରେ ରଖା ଯାଇଥିବା ମୃତଦେହର ମୁହଁକୁ କୁକୁର ଖାଇ ଦେଇଥିବା ଅଭିଯୋଗ ହୋଇଛି। More

ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଫିଙ୍ଗିଲେ ଚପଲ, ଭିଡିଓ ଭାଇରାଲ୍‌

ମଞ୍ଚ ଉପରେ ଚେୟାରରେ ବସିଥିବା ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରକୁ ଚପଲ ଫିଙ୍ଗିଲେ ଯୁବକ। ତା’ବି ପୁଣି ନିଜ ନିର୍ବାଚନମଣ୍ଡଳୀରେ। ଯାହାର ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।  More

ରାଜ୍ୟ ସରକାରଙ୍କୁ ୧୪୨ କୋଟିର ୟୁସି ଦେବାରେ କାହିଁକି ବିଫଳ ଶ୍ରୀମନ୍ଦିର ପ୍ରଶାସନ ?

ଏବେ ପ୍ରଶ୍ନ ପ୍ରାୟ ୧୮ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିଥିବା ଏ ବିପୁଳ ଅର୍ଥର ହିସାବ କର୍ତ୍ତୃପକ୍ଷଙ୍କ ନିକଟରେ ସହି ସଲାମତ ଅଛି ତ? ଯଦି ହଁ ତେବେ ଆଇନ ବିଭାଗ ବାରମ୍ବାର ତାଗିଦ ପରେ ବି ୟୁସି ଦାଖଲରେ କାହିଁକି ବିଳମ୍ବ କରୁଛି ଶ୍ରୀମନ୍ଦିର ପ୍ରଶାସନ? More

ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢିବା ପରେ ଘାରୁଛି ଓମିକ୍ରନ ଡର

କରୋନାର ତୃତୀୟ ଲହର ଆସିବ ନା ନାହିଁ ସେନେଇ କାହାରି ପାଖରେ ନାହିଁ ସ୍ପଷ୍ଟ ଉତ୍ତର। ତେବେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କେତେବେଳେ ଯେ ଓମିକ୍ରନ ପଶିନଆସିବ ସେ ଭରସା କେହି ବି ଦେଇପାରିବେ ନାହିଁ।  More

ଶିଶୁପୁତ୍ରର ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ବାପାମା'

ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି। More

ସାଂସଦ ଅନୁଭବ ଡକ୍ଟରେଟ୍‌ ପାଇଲେ କୋଉଠୁ? :କଂଗ୍ରେସ

କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି। More

ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ହିଞ୍ଜିଳି ଆରଏମସି ଛକରେ ବିରୋଧ । କଂଗ୍ରେସ କର୍ମୀ ମାନେ ରାସ୍ତା ଉପରକୁ ଆସି କଳା ପତାକା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ମମିତା ମେହେର ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ବିରୋଧ କରାଯାଇଛି । More