Astrospeak
  • Live TV
  • Read In English

ସଂକ୍ଷେପରେ ଆଜିର ତାଜା ଖବର - Sunday, 12 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟ ସରକାରଙ୍କୁ ୧୪୨ କୋଟିର ୟୁସି ଦେବାରେ କାହିଁକି ବିଫଳ ଶ୍ରୀମନ୍ଦିର ପ୍ରଶାସନ ?

ଏବେ ପ୍ରଶ୍ନ ପ୍ରାୟ ୧୮ ବର୍ଷ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଖର୍ଚ୍ଚ କରିଥିବା ଏ ବିପୁଳ ଅର୍ଥର ହିସାବ କର୍ତ୍ତୃପକ୍ଷଙ୍କ ନିକଟରେ ସହି ସଲାମତ ଅଛି ତ? ଯଦି ହଁ ତେବେ ଆଇନ ବିଭାଗ ବାରମ୍ବାର ତାଗିଦ ପରେ ବି ୟୁସି ଦାଖଲରେ କାହିଁକି ବିଳମ୍ବ କରୁଛି ଶ୍ରୀମନ୍ଦିର ପ୍ରଶାସନ? More

ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବଢିବା ପରେ ଘାରୁଛି ଓମିକ୍ରନ ଡର

କରୋନାର ତୃତୀୟ ଲହର ଆସିବ ନା ନାହିଁ ସେନେଇ କାହାରି ପାଖରେ ନାହିଁ ସ୍ପଷ୍ଟ ଉତ୍ତର। ତେବେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କେତେବେଳେ ଯେ ଓମିକ୍ରନ ପଶିନଆସିବ ସେ ଭରସା କେହି ବି ଦେଇପାରିବେ ନାହିଁ।  More

ଶିଶୁପୁତ୍ରର ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ବାପାମା'

ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ନୂତନ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି, ହେଲେ ଏହି ବିକଳ ଚିତ୍ର ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର ପାରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି। More

ସାଂସଦ ଅନୁଭବ ଡକ୍ଟରେଟ୍‌ ପାଇଲେ କୋଉଠୁ? :କଂଗ୍ରେସ

କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ଅଣାଯାଇଛି। ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି, ପୂର୍ବରୁ ମଧ୍ୟ ସାଂସଦଙ୍କ ଶିକ୍ଷାଗତ ସାର୍ଟିଫିକେଟକୁ ନେଇ ସନ୍ଦେହ ଉପୁଜିଛି। More

କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣ କଲେ ରାଜନୀତି ଛାଡ଼ିଦେବି : ସିପିଙ୍କୁ ତାରାପ୍ରସାଦ ବାହିନୀପତିଙ୍କ ଚ୍ୟାଲେଞ୍ଜ

ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି । More

ଶୀତ ବଢ଼ିବା ସହ ବଢୁଛି ଶୀତ ବସ୍ତ୍ରର ଚାହିଦା

ସିଲଭର୍ ସିଟିରେ ଧିରେ ଧିରେ ଶୀତ ବଢିବାରେ ଲାଗିଛି । ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦୁଇ ବର୍ଷ ହେଲା କଟକଣା କାରଣରୁ ବ୍ୟବସାୟ ଚାଲିନଥିବା ବେଳେ ଏଥର ଭଲ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି । More

ଶୁଣିଲାନି ପ୍ରଶାସନ ଏବଂ ଶୁଣିଲେନି ନେତାମନ୍ତ୍ରୀ : ନିଜସ୍ୱ ଟଙ୍କାରେ ରାସ୍ତା ତିଆରି କଲେ ଗ୍ରାମବାସୀ

ଗାଁକୁ ନଥିଲା ଭଲ ରାସ୍ତା । ବର୍ଷା ହେଲେ ଆମ୍ୱୁଲାନ୍ସ ବି ଯାଇପାରୁନଥିଲା । କହି କହି ଶୁଣିଲେନି ସରକାର । ନିଜେ ଟଙ୍କା ଖର୍ଚ୍ଚ କରି କରିଦେଲେ ରାସ୍ତା । ପ୍ରଶାସନ ଜଣାଇଲା କେବଳ ଧନ୍ୟବାଦ । More

ଘରେ ପ୍ରସ୍ତୁତ କରନ୍ତୁ ‘ତାୱା ସ୍ମୋକ୍‌ ଚିକେନ୍‌’

ଆପଣ କେବେ ‘ତାୱା ସ୍ମୋକ୍‌ ଚିକେନ୍‌’ର ରେସିପି ଖାଇଛନ୍ତି କି ? ଆଜି ଆମେ ଆପଣଙ୍କ ପାଇଁ ‘ତାୱା ସ୍ମୋକ୍‌ ଚିକେନ୍’ ର ରେସିପି ତିଆରି କରିବୁ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ବ୍ରାହ୍ମଣୀକୁ ଖସିଗଲା ଟ୍ରକ୍ , ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ

ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଲା ଟ୍ରକ୍‌। ଚାଲିଗଲା ଡ୍ରାଇଭରଙ୍କ ଜୀବନ। More

କ୍ରାଇମବ୍ରାଂଚ୍ ଏଡିଜିଙ୍କୁ ସାଇବର ଠକର ମେସେଜ୍ : ଜାଲ ଆକାଉଣ୍ଟ୍ କରି ଅପରେଟ୍ କରୁଥିଲେ ଫ୍ରଡ୍ . .

ନଭେମ୍ବର ୧୭ରେ ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ ହାକିଂ କରାଯାଇଥିଲା । ଏହାର ଖୋଳତାଡ କରୁ କରୁ କ୍ରାଇମବ୍ରାଂଚ ହାତରେ ଲାଗିଥିଲା ନାଇଜେରିଆ ଲିଙ୍କ୍ । ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିୟ ଯୁବକ ମୋରିସଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ୍ । More

ଛଳ ଛଳ ଆଖିରେ ମାମୁଁଙ୍କୁ ଖୋଜୁଛି ଭାଣିଜୀ, କଥା ଦେଇ ଅଫେରା ରାଇଜକୁ ଚାଲିଗଲେ ବାୟୁ ବୀର ରାଣାପ୍ରତାପ

ଜାନୁଆରୀରେ ଆସିବେ ବୋଲି କହିଥିଲେ । ଘରକୁ ଛୁଟି ଆସିଲେ ଅଧିକ ଦିନ ରହିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆସିଲେ ବହୁତ ମଜା କରିବା, ବୁଲିଯିବା ବୋଲି କହିଥିଲେ । ଦୁଇ ସପ୍ତାହ ପୂର୍ବରୁ ମାମୁଁଙ୍କର ଟ୍ରେନିଂ ଥିଲା । ତାଙ୍କ ସହ କଥା ହୋଇଥିଲି । More

Daily Horoscope,12 Dec 2021 ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା, ଡିସେମ୍ବର ମାସ ୧୨ ତାରିଖ, ରବିବାର, ବିଛା ୨୭ ଦିନ, ମାର୍ଗଶିର ମାସ , ଶୁକ୍ଳପକ୍ଷ, ନବମୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ମୀନ ଚନ୍ଦ୍ର । ଏବେ ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟ କଣ ରହିଛି । ତେବେ ଆସନ୍ତୁ ଜାଣିବା ମେଷ ରାଶି ଠାରୁ ମୀନ ରାଶି ପର୍ଯ୍ୟନ୍ତ ଜନ୍ମିତ ବ୍ୟକ୍ତିମାନଙ୍କ ରାଶିଫଳ ସମ୍ପର୍କରେ... More

ଖାଇଗଲେ ଠାକୁରଙ୍କ ସମ୍ପତ୍ତି ! ରାଜ୍ୟ ସାରା ଦେବାଦେବୀ ମନ୍ଦିରରେ ଶହ ଶହ କୋଟିର ଭୂସମ୍ପତ୍ତି ଲୁଟ୍

ଭଗବାନଙ୍କ ସମ୍ପତ୍ତି ଉପରେ ଆଖି । ସୁନା ଅଳଙ୍କାର ହେଉ ଅବା ଭୂ-ସମ୍ପତ୍ତି, ଯିଏ ଯେତେବେଳେ ଯେମିତି ଢଙ୍ଗରେ ପାରିଛି, ନିଜ ପ୍ରଭାବ ବଳରେ ଲୁଟିଛି ଠାକୁରଙ୍କ ସମ୍ପତ୍ତି । More

ଆସ୍କା ଗେଷ୍ଟହାଉସ୍‌ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ

ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। କିନ୍ତୁ ତାପରେ... More

ମୁଖ୍ୟମନ୍ତ୍ରୀଙ୍କୁ ସଦ୍‌ବୁଦ୍ଧି ଦେବାକୁ ଜଗନ୍ନାଥଙ୍କ ପାଖେ ଶରଣ ପଶିଲେ ବିଜେପି ବିଧାୟକ

ସିଂହଦ୍ୱାର ସମ୍ମୁଖରେ ସମସ୍ତ ବିଧାୟକମାନେ ଶୋଇପଡି ପ୍ରଣିପାତ ଜଣାଇଥିଲେ। ଏପରିକି ବିଧାୟକମାନେ  ଭଜନ ଗାନ କରିବାର ଦୃଶ୍ୟ ସିଂହଦ୍ୱାର ସମ୍ମୁଖରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। More

ବୀର ସ୍ୱାମୀଙ୍କୁ ଶେଷ ସାଲ୍ୟୁଟ୍‌ ମାରି ବିଦାୟ ଦେଲେ ସ୍ତ୍ରୀ

ଶୋକରେ ବୁଡ଼ି ସାରିଥିଲା ସମଗ୍ର ତାଳଚେର ଅଞ୍ଚଳ। ସହିଦଙ୍କ ମରଶରୀର ଭୁବନେଶ୍ୱରରୁ ତାଳଚେରରେ ଛାଡ଼ିବା ପରେ ଏପଟେ ତାଙ୍କ ଶେଷ ଦର୍ଶନ ପାଇଁ ଛୁଆଠୁ ବଢା ଚାତକ ଭଳି ଚାହିଁ ରହିଥିଲେ। More

ରାଣାପ୍ରତାପଙ୍କୁ ବିଦାୟ ଦେଲା ଜନ୍ମମାଟି

ବିରାଟ ଶୋଭାଯାତ୍ରା କରି ତାଙ୍କ ପୈତୃକ ଗାଁ କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା। ଶୋଭାଯାତ୍ରାରେ ଶେଷ ସମ୍ମାନ ଜଣାଇଥିଲେ ଶୁଭେଚ୍ଛୁ ଓ ସମ୍ପର୍କୀୟ। More

ଭଗବାନଙ୍କ ଭରଷାରେ ଜୀବନ ! ବଞ୍ଚିବା ପାଇଁ ରାହା ଖୋଜୁଛି ୭ ବର୍ଷର ମାଆ ଛେଉଣ୍ଡ ଦୃଷ୍ଟିବାଧିତ ନିଷ୍ପାପ ଶିଶୁ

ଗରିବ ବାପର ଦୃଷ୍ଟିବାଧିତ ପୁଅ । ଜନ୍ମରୁ ମା ନାହିଁ । ପଢ଼ିବାକୁ ଚାହିଁଲେ ବି ଆର୍ଥିକ ସ୍ଥିତି ଗଲ ନାହିଁ । More