ସଂକ୍ଷେପରେ ଆଜିର ତାଜା ଖବର - Wednesday, 08 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କଷ୍ଟ କରି ବିଲରୁ ଧାନ ଆଣିଥିଲେ ଚାଷୀ, ହାତୀ ଖାଇଗଲା

କେନ୍ଦୁଝର ବନଖଣ୍ଡରେ ଶତାଧିକ ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବନ ବିଭାଗ ସ୍ଵୀକାର କରିଛି । ଶେଷ ଦୁଇ ମାସ ମଧ୍ୟରେ ହାତୀ ୧୧ଟି ଘର ଭାଙ୍ଗିଥିବା ବେଳେ ପାଖାପାଖି ୨୭୫ ଏକର ଧାନ ଫସଲ ନଷ୍ଟ କରିଛନ୍ତି । More

ହେଲିକପ୍ଟର କ୍ରାସ୍ ଘଟଣାରେ ସିଡିଏସ୍ ବିପିନ ରାୱତଙ୍କ ମୃତ୍ୟୁ

କେମିତି ହେଲା ବିସ୍ଫୋରଣ ? କଣ ହେଲିକପ୍ଟରରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହାକୁ ଯାଞ୍ଚ କରାଯାଇନଥିଲା କି ? ନା ଏହି ଦୁର୍ଘଟଣା ପଛରେ ଅନ୍ୟ କିଛି କାରଣ ଅଛି ? More

ମୁଁ ବିଜେପିର ଦୃଢ଼ ସମର୍ଥକ, ମାତ୍ର ପ୍ରାଥମିକ ସଦସ୍ୟ ନୁହେଁ: ଗୋବିନ୍ଦଙ୍କ ଓକିଲ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଲାଲ୍‌ ଶର୍ମାଙ୍କ ବିଜେପି ସହ ସମ୍ପର୍କ ନେଇ ବିଜେଡି ଅଭିଯୋଗ ଆଣିଛି। ବିଜେଡିର ଏହି ଅଭିଯୋଗ ପରେ ମୋହନ ଲାଲ୍‌ ପ୍ରତିକ୍ରିୟା ରଖିଛନ୍ତି। More

ମାହାଙ୍ଗା ଡବଲ ମର୍ଡର : ପୋଲିସ୍‌କୁ ଝଟକା

ଏସପିଙ୍କ ଚିଠି ଓ ମାହାଙ୍ଗା IICଙ୍କ ସତ୍ୟପାଠ ଜରିଆରେ ରିଭିଜନ ଆବଶ୍ୟକ କରିଥିଲେ । ତେବେ ଏହି ଆବେଦନ ଗ୍ରହଣୀୟ ନୁହେଁ କହି ପିଟିସନ ଖାରଜ କରିଛନ୍ତି ଏଡିଜେ । More

କଟକ ରେଲ୍‌ୱେ ଷ୍ଟେସନରେ ମିଳିଲା ଟଙ୍କା ଭର୍ତ୍ତି ବ୍ୟାଗ୍‌

କଟକ ରେଲ୍‌ୱେ ଷ୍ଟେସନରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଜବତ ହୋଇଛି। ଜବତ ହୋଇଥିବା ୪ଟି ବ୍ୟାଗ୍‌ରୁ ଲକ୍ଷାଧିକ ଟଙ୍କା ମିଳିଥିବା ଜଣାପଡ଼ିଛି। More

ଖଣି ଅଞ୍ଚଳରେ ଭୁଶୁଡୁଛି ଶିକ୍ଷା ବ୍ୟବସ୍ଥା : ପ୍ରତିବର୍ଷ ପାଠପଢା ଛାଡ଼ୁଛନ୍ତି ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ବିଦ୍ୟାଳୟ ଉପରେ ୧୦ କିଲୋମିଟର ପରିଧିରେ ଗୋଟିଏ ବି ଉଚ୍ଚ ବିଦ୍ୟାଳୟ ନାହିଁ, ଯାହା ଫଳରେ ବହୁ ଛାତ୍ର ଛାତ୍ରୀ ଏ ବିଦ୍ୟାଳୟକୁ ଭରଷା କରନ୍ତି । ହେଲେ ବିଦ୍ୟାଳୟରେ ସ୍ଥାନ କମ୍ ରହିଥିବାରୁ ବହୁ ଛାତ୍ରଛାତ୍ରୀ ନାମ ଲେଖାଇ ପାରନ୍ତି ନାହିଁ । ପ୍ରତ୍ୟେକ ବର୍ଷ ଏ ସମସ୍ୟା ବିଷୟରେ ଜିଲ୍ଲା ଶିକ୍ଷା ବିଭାଗ ଅବଗତ ଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି More

ଯୁକ୍ତ ତିନି ଛାତ୍ରଙ୍କ କମାଲ୍ : ସୋଲରେ ତିଆରି କରିଛନ୍ତି ରାମ ମନ୍ଦିର, କାର୍ଟୁନ ପେଟିରେ ନନ୍ଦିଘୋଷ ରଥ

ତରଣୀ ଏବେ କଲେଜରେ ପାଠ ପଢୁଛନ୍ତି । କିନ୍ତୁ ଅଦରକାରୀ କାର୍ଟୁନ ପେଟି ଓ ସୋଲରେ ତିଆରି କରୁଛନ୍ତି ଜଗନ୍ନାଥଙ୍କ ମୂର୍ତ୍ତୀ । ରଥ କରିଛନ୍ତି ଓ ରାମ ମନ୍ଦିର ବି ତିଆରି କରିଛନ୍ତି । ସ୍ଥାନୀୟ ଲୋକ ତାଙ୍କର ଏହି କଳାକୃତି ଦେଖି ତାଜୁବ୍ । More

‘At Risk’ ଦେଶରୁ ଓଡ଼ିଶା ଆସିଥିବା ୪ ପଜିଟିଭ୍‌

‘At Risk’(ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଥିବା ଦେଶ) ଦେଶରୁ ଓଡ଼ିଶା ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ‘At Risk’ ଦେଶରୁ ୯୮୨ ଜଣ ଓଡ଼ିଶା ଆସିଛନ୍ତି। More

Daily Horoscope, 08 Dec 2021: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା....

ଆଜି ୨୦୨୧ ମସିହା ଡିସେମ୍ବର ୮ ତାରିଖ, ବୁଧବାର, ବିଛା ୨୩ ଦିନ, ମାର୍ଗଶିର ମାସ ଶୁକ୍ଳପକ୍ଷ, ପଞ୍ଚମୀ ତିଥି। ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

କଟକ ରେଲ୍‌ୱେ ଷ୍ଟେସନରୁ ଯବାନ ନିଖୋଜ

କଟକ ରେଲ୍‌ୱେ ଷ୍ଟେସନରୁ ସେନାର ଜଣେ ଯବାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ଦିଲ୍ଲୀରୁ ଚୌଦ୍ୱାର ଚାରବାଟିଆକୁ ଟ୍ରେନିଂ ପାଇଁ ଆସିଥିଲେ। More

ବାଧା ସୃଷ୍ଟି କରିପାରିଲାନି ଅଭାବ ଅନଟନ ! IITରେ ଗୋଲଡ଼ ମେଡାଲ ପାଇଲେ ଅବସରପ୍ରାପ୍ତ ଯବାନଙ୍କ ଝିଅ

ଅବସରପ୍ରାପ୍ତ ସିଆରପିଏଫ ଯବାନ ବିଘ୍ନରାଜ ସାମଲଙ୍କ ଝିଅ ଆରତୀ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ବ୍ଲକ ଅଧିନସ୍ଥ ଏକ ଉପାନ୍ତ ଅଞ୍ଚଳରେ ତାଙ୍କ ଘର । ITରେ ଗୋଲଡ଼ ମେଡାଲ ପାଇ ନିଜ ଗାଁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । More

ଦୁର୍ବଳ ରହିଛି କି ବ୍ୟାଙ୍କ ଏବଂ ଏଟିଏମ୍ ସୁରକ୍ଷା ? କମିଶନରେଟ୍‌ ପୋଲିସ୍‌କୁ ଘାରିଲା ଚିନ୍ତା

ବ୍ୟାଙ୍କ ଓ ଏଟିଏମ୍‌ ସୁରକ୍ଷାକୁ ନେଇ କମିଶନରେଟ ପୋଲିସକୁ ଚିନ୍ତା ଘାରିଛି। ଏଣିକି ବ୍ୟାଙ୍କ, ଏଟିଏମ୍ ସିକ୍ୟୁରିଟି ଅଡିଟ୍‌ କରିବା ପାଇଁ ପୋଲିସ ଆପଣାଇଛି ଷ୍ଟ୍ରାଟେଜି। More

ପଞ୍ଚଭୂତରେ ବିଲୀନ ହେଲେ ନନ୍ଦ ସାର୍‌, ଜନ୍ମଭୂମିରେ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ବିଲୀନ ହୋଇଗଲେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ତଥା ସମସ୍ତଙ୍କ ପ୍ରିୟର ନନ୍ଦ ସାର୍। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯାଜପୁର ବୈତରଣୀ ନଦୀ କୂଳରେ ଥିବା ବାରୁଣୀ ମହା ଶ୍ମଶାନରେ ନନ୍ଦ ସାର୍‌ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। More

ହାଇକୋର୍ଟରୁ ଜିଲ୍ଲା କୋର୍ଟ ଯାଏଁ, ପଡ଼ିରହିଛି ଲକ୍ଷାଧିକ ମାମଲା

ବକେୟା ମାମଲା ଗୁଡ଼ିକର ଆଶୁ ଫଇସଲା ପାଇଁ ଉଚ୍ଚନ୍ୟାୟାଳୟଙ୍କ ଏରିୟର୍ କମିଟି ଏବଂ ମିଶନ ମୋଡ୍ କମିଟି ଗଠନ କରାଯାଇଛି। ବିଚାରାଧିନ ମାମଲା ଗୁଡ଼ିକର ଶୀଘ୍ର ଫଇସଲା କରିବା ପାଇଁ ବ୍ୟବସ୍ଥା କରାଯାଉଛନ୍ତି ବୋଲି କହିଛନ୍ତି ଆଇନମନ୍ତ୍ରୀ। More

ନିଜ ସମସ୍ୟାର ସମାଧାନ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ଛାତ୍ରଛାତ୍ରୀ

ସରକାର ପିଲାଙ୍କ ପାଠ ପଢ଼ା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ବସ୍ତବ ଚିତ୍ର କିନ୍ତୁ ଭିନ୍ନ । ସରକାରଙ୍କ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଉଛି ? କିଏ ତାକୁ ନେଉଛି ? More

ଓଡ଼ିଶାକୁ ଛୁଇଁଛି କି ଓମିକ୍ରନ୍? ଶୁକ୍ରବାରକୁ ଅପେକ୍ଷା !

ଗୋଟିଏ ପଟେ ଓମିକ୍ରନକୁ ନେଇ ଡର ବଢୁଥିବା ବେଳେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କାକୁ ଦ୍ୱିଗୁଣିତ କରିଛି। More

ବାତ୍ୟା ଦେଇଗଲା ଦୁଃଖ ! କୋହ ସମ୍ଭାଳି ଜମିରୁ ଅନ୍ନ ସଂଗ୍ରହ କରୁଛି ଅନ୍ନଦାତା

କେନ୍ଦ୍ରାପଡ଼ା ମାର୍ଶାଘାଇ ଠାଉରୀ ଗାଁର ଚାଷୀ ମଧୁସୂଦନ ସ୍ୱାଇଁଙ୍କର ଉଜୁଡ଼ା ଚାଷ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ଆଉ ତାଙ୍କର ଭୁଇଁକୁ ଛୁଇଁଥିବା ଭଙ୍ଗା ଚାଳ ଘର ବି ବଖାଣୁଛି ଗୋଟିଏ ଚାଷୀର ପରିସ୍ଥିତି ।  More

ଜବରଦଖଲ ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଢେଲାପଥର ମାଡ଼, ପୋଲିସର ଲାଠି ଚାର୍ଜ

ଉତ୍ତ୍ୟକ୍ତ ଲୋକେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ। More