ସଂକ୍ଷେପରେ ଆଜିର ତାଜା ଖବର - Saturday, 04 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ

ଭିଜିଲାନ୍ସ ଜାଲରେ ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟନ୍ତ ମାରଙ୍କ ବାସଭବନ, ସରକାରୀ କାର୍ଯ୍ୟାଳୟ ସମେତ ୬ଟି ସ୍ଥାନରେ ଆଜି ଭିଜିଲାନ୍ସ ରେଡ୍ କରିଛି । ତାଙ୍କ ଘରୁ ୨ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ଗୋଟିଏ ୪ ଚକିଆ ଗାଡ଼ି ଜବତ କରାଯାଇଥିବା ସୂଚନା ମିଳିଛି । ନୟାଗଡ କଲେଜ ରୋଡରେ ତାଙ୍କର ଗୋଟିଏ ୪ ମହଲା କୋଠା, ୨ଟି ୨ ମହଲା କୋଠା ଏବଂ ଗୋଟିଏ ଏକ ମହଲା କୋଠା ଠାବ ହୋଇଥିବା ଜଣାପଡିଛି । ନିମ୍ନ ମାନର ଚାଉଳ ଓ ଗହମ ଯୋଗାଣ ସହ ସରକାରୀ ଅର୍ଥ ହଡପ ସହ ମିଲର୍ସଙ୍କୁ ଅହେତୁକ ଅନୁକମ୍ପା ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା । ଦୀର୍ଘ ଦିନ ଧରି ସେ ନୟାଗଡ ଜିଲ୍ଲାରେ କାର୍ଯ୍ୟ କରୁଥିବା ବେଳେ ବହୁ ବେନାମୀ ସମ୍ପତ୍ତିର ଅଧିକାରୀ ହୋଇଥିବା ଅଭିଯୋଗ ହୋଇଥିଲା । ଚଳିତ ସପ୍ତାହରେ ଜୟନ୍ତ ଦାସଙ୍କ ନୟାଗଡରୁ ଅନ୍ୟତ୍ର ବଦଳିବା ହୋଇଥିବା ବେଳେ ଆଜି ଭିଜିଲାନ୍ସ ରେଡ୍ ହେଉଛି । 

୪ ଦିନ ହେଲା ଅଚଳ ବିଧାନସଭା, ସୋମବାର ଆସିବ ସୁପର ସାକ୍ଲୋନ୍‌

ପ୍ରଥମ ଦିନ ପ୍ରବେଶ ପଥରେ ତାଲା ମାରିଲେ । ଦ୍ୱିତୀୟ ଦିନ ବ୍ୟାନର୍ ଓ ପୋଷ୍ଟର ଦେଖାଇଲେ । ତୃତୀୟ ଦିନ ବିଜେପି ଗୋବର ଓ ଗଙ୍ଗା ପାଣି ଛିଞ୍ଚିଲା । ଆଉ ତାପରେ ମମିତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେଲେ । More

ବାତ୍ୟା ଦୁର୍ବଳ, ହେଲେ ଛାଷୀ କୂଳ ଚିନ୍ତାରେ ! ବର୍ଷ ଯାକର ଝାଳ ବୁହା ପରିଶ୍ରମ ଏବେ କ୍ଷେତରେ ଭାସୁଛି

ଝିପି ଝିପି ବର୍ଷାରେ ପଡ଼ି କ୍ଷେତରେ ଦାନାପାଣି ବତୁରି ଯାଉଥିବାବେଳେ ଓଦା ହୋଇଯାଉଛି ଚାଷୀର ମନ ଆଉ ପ୍ରାଣ । ସବୁ ସେହି ଲୀଳାମୟଙ୍କ ଇଛା । ସେହି ଠାକୁରଙ୍କୁ ହାତଯୋଡ଼ି କେବଳ ଏତିକି ନିବେଦନ, ପ୍ରଭୁ ବାତ୍ୟା ନଆସୁ, ବର୍ଷକର ଦାନାପାଣି ବଞ୍ଚିଯାଉ । More

ଚିନ୍ତା ବଢ଼ାଇଲାଣି ଓମିକ୍ରନ୍, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ମାଡ଼ି ଚାଲିଛି..

୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିଲେ । କ୍ୱାରେଣ୍ଟିନ୍ ରଖାଯାଇ ତାଙ୍କ ରିପୋର୍ଟ ପୁଣେ ଲ୍ୟାବ୍‌କୁ ପଠାଯାଇଥିଲା । ଆଜି ରିପୋର୍ଟ ପଜିଟିଭ୍ ଆସିବା ସହ ଓମିକ୍ରନ୍ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । More

କେମିତି ଆସିଲେ ଏତେ ମାଛ ? କେହି ଆସୁ ନାହାନ୍ତି କି ନେଉ ନାହାନ୍ତି !

ରାଜ୍ୟରେ ଏବେ ବାତ୍ୟା ପରିସ୍ଥିତି । ରାଜ୍ୟ ପାଇଁ ବିଶେଷ ବିପଦ ନଥିଲେ ମଧ୍ୟ ପାଗ କୋହଲା ରହିଛି, ବର୍ଷା ମଧ୍ୟ ଜାରି ରହିଛି । ଏମିତି ପରିସ୍ଥିତିରେ ସମୂଦ୍ର କଳିଆ ଅଞ୍ଚଳ ବିପଦପୂର୍ଣ୍ଣ ବୋଲି କୁହଯାଇଛି । ତେଣୁ ମାଛ ବିକ୍ରି ହୋଇପାରିନି । More

ଓଡ଼ିଶା ଉପରେ କେନ୍ଦ୍ର ଅସନ୍ତୋଷ ! ଟେଷ୍ଟିଂ କମୁଛି, ସଂକ୍ରମଣ ବଢ଼ୁଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୬ ନଭେମ୍ବର ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ ଲକ୍ଷ ୧ ହଜାର ୧୬୪ ଟେଷ୍ଟ କରାଯାଉଥିଲା । ତେବେ ଏହି ସଂଖ୍ୟାରେ ଡିସେମ୍ବର ୩ ସୁଦ୍ଧା ଅନେକ ହ୍ରାସ ପାଇଛି । More

ମାହାଙ୍ଗା ଡବଲ ମର୍ଡର: ପୋଲିସର କାର୍ଯ୍ୟଶୈଳୀ ଉପରେ କୋର୍ଟ ଅସନ୍ତୋଷ, ଥାନା IICଙ୍କୁ ନୋଟିସ

୧୦ ତାରିଖ ମଧ୍ୟରେ ନୋଟିସର ଜବାବ ଦେବାକୁ ମଧ୍ୟ ତାଗିଦ୍ କରିଛନ୍ତି କୋର୍ଟ । ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ ପାଇଁ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ । More

ସିସୋର କମ୍ପାନୀର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ସିସୋର’ର ଆଉ ୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ । ସିସୋର ଠାରୁ ୬ କୋଟି ନେଇଥିବା ୨ ବ୍ୟବସାୟୀଙ୍କ ଠାରୁ ସମ୍ପତ୍ତି ବାଜ୍ୟାପ୍ତି ହୋଇଛି । More

‘ଓମିକ୍ରନ୍‌ ବିରୋଧରେ କାମ କରୁଛି ଟିକା, ଭୟଭୀତ ହୁଅନ୍ତୁ ନାହିଁ’

କରୋନାର ନୂଆ ଭାରିଏଣ୍ଟ୍‌ ଓମିକ୍ରନ୍‌ ବିରୋଧରେ ଟିକା କାମ କରୁଛି। ଏଣୁ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।  More

ପୂଜକ ବେଶରେ ଆସି ବିଧାନସଭାରେ ଗଙ୍ଗା ଜଳ ଛିଞ୍ଚିଲେ ତାରା

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପୂଜକ ବେଶରେ ଆସି ବିଧାନସଭା ମଧ୍ୟରେ ଗଙ୍ଗା ଜଳ ଛିଞ୍ଚି ଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରବେଶ ଯୋଗୁ ପବିତ୍ର ଗୃହ ଅପବିତ୍ର ହୋଇଥିବା ଦର୍ଶାଇ ତାରା ଗଙ୍ଗା ଜଳ ଛିଞ୍ଚିଥିଲେ।  More

ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା

ଜୁନିଅର ବିଶ୍ୱକପ୍ ହକିରେ ପଶିଲା କରୋନା। ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଥିବା ଜୁନିଅର ପରୁଷ ବିଶ୍ୱକପ୍ ହକିରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।  More

କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବା ସମ୍ଭାବନା: SRC

ଆସନ୍ତା କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନ ବେଗ ୬୦/୭୦ କି.ମି. ରହିପାରେ। More

ଆଜି ରାତିରେ ଗଭୀର ଅବପାତ ! ୩ ଜିଲ୍ଲାରେ ପ୍ରବଳ ବର୍ଷିବ !

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆଜି ରାତିରେ ଏହା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ। More

ଭିଟା ମାଟି ଛାଡିଦେଲେ ଗ୍ରାମବାସୀ, ଦୁର୍ଦ୍ଦିନରେ ବିତୁଛି ଜୀବନ

କଥା ଦେଇ ଠକିଦେଲେ କି ସରକାର ? ୨ ବର୍ଷ ତଳେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଗାଁରୁ ଆଣି ଠାକୁରମୁଣ୍ଡା ବ୍ଲକରେ ଥଇଥାନ କରିଥିଲା ବନ ବିଭାଗ । ଭିଟା ମାଟି ଛାଡିଦେଲେ ଲୋକେ ହେଲେ ଏବେ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ହେବା ସହ ଜୀବନ ଜୀବିକା ଚିନ୍ତାରେ ଦୁର୍ଦ୍ଦିନରେ ବିତୁଛି ଜୀବନ ,ତେବେ ବନ ବିଭାଗ ପକ୍ଷରୁ ମିଳିଛି ଶୀଘ୍ର ସମାଧାନର ଭରସା ... More

ନିଜକୁ ନିଜେ ଗୁଳି କରିଦେଲେ ଯବାନ

ଆଜି ସକାଳୁ ସବୁ କିଛି ଠିକ୍‌ ଥିବା ବେଳେ ହଠାତ୍‌ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ନିଜେ ଯବାନ ଗୁଳି କରି ଦେଇଥିଲେ। More

ବର୍ଷା ପାଗରେ ଗରମାଗରମ ଚାହା ସହ ଖାଆନ୍ତୁ ‘ମକା ଆଳୁ ବରା’

ଆପଣ ବିଭିନ୍ନ ପ୍ରକାରର ବରା ଓ କଟଲେଟ୍ ର ରେସିପି ଖାଇଥିବେ । ଆପଣ କେବେ ମକା ଓ ଆଳୁର ମିଶ୍ରଣରେ ଚଟପଟା ରେସିପି ଖାଇଛନ୍ତି କି? ଏହି ବର୍ଷା ପାଗରେ ଘରେ ବନାନ୍ତୁ ଚଟପଟା 'ମକା ଆଳୁ ବରା' । More

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ !

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। More

ପାଖେଇ ଆସୁଛି ବାତ୍ୟା: ପ୍ରବଳ ବର୍ଷା ସାଙ୍ଗକୁ ସର୍ବାଧିକ ୯୫ କି.ମି. ବେଗରେ ବହିପାରେ ପବନ

ବାତ୍ୟା ‘ଜୱାଦ୍‌’ ଦିଗ ପରିବର୍ତ୍ତନ କରିବା ପରେ ବର୍ଷା ଓ ପବନ ଧୀରେ ଧୀରେ ବଢ଼ିବ। ସର୍ବାଧିକ ୯୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି। More

ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା, ବାତିଲ୍‌ ହେଲା ୯୫ରୁ ଅଧିକ ଟ୍ରେନ୍

ବାତ୍ୟା ପାଇଁ ୯୫ରୁ ଅଧିକ ଟ୍ରେନ୍ ବାତିଲ୍‌ କରାଯାଇଛି। ଏହା ବ୍ୟତୀତ ଜୀବନ ଯେପରି ହାନୀ ହେବନି ସେ ଦିଗରେ ଧ୍ୟାନ ରଖାଯାଇଛି। More

କାଲି ମଧ୍ୟାହ୍ନରେ ପୁରୀ ଛୁଇଁବ ବାତ୍ୟା ‘ଜୱାଦ୍‌’ ! ପୁରୀଠୁ ଏବେ ୪୩୦ କି.ମି. ଦୂରରେ

ଆସନ୍ତାକାଲି ମଧ୍ୟାହ୍ନରେ ବାତ୍ୟା ‘ଜୱାଦ୍‌’ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ରହିଛି।  ବାତ୍ୟା ‘ଜୱାଦ୍‌’ ଏବେ ଗୋପାଳପୁରଠୁ ୩୬୦ କି.ମି. ଦୂରରେ ଥିବାବେଳେ ବିଶାଖାପାଟଣା ଠାରୁ ୨୫୦ କି.ମି. ଦୂରରେ ରହିଛି।  More

ଭାରତର ଟାଇଟଲ ଆଶା ଧୂଳିସାତ୍

ଜର୍ମାନୀ ୪ଟି ଗୋଲ ଦେଇ ଭାରତକୁ ବିଦାୟ ରାସ୍ତା ଦେଖାଇଥିଲା। ଭାରତ ପକ୍ଷରୁ ଉତ୍ତମ ସିଂ ଏବଂ ବବି ସିଂ ଧାମି ୨ଟି ଗୋଲ ଦେଇଥିଲେ। More

ବାତ୍ୟା ପାଇଁ ଘୁଞ୍ଚିଲା UGC-NET, IIFT ପରୀକ୍ଷା

ବାତ୍ୟା ଜଓ୍ବାଦ ପାଇଁ ବିପିୟୁଟି ପରିଚାଳିତ Ph.D ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚାଯାଇଛି। ଆସନ୍ତା ୫ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ରବିବାରକୁ ଘୁଞ୍ଚାଯାଇଛି। More

ଅଭୟକାନ୍ତ ପାଠକଙ୍କୁ ୧୨ ଘଣ୍ଟାର ମାରାଥନ ଜେରା କଲା ଇଡି

ଆୟବହିର୍ଭୁତ ସମ୍ପତ୍ତି ଏବଂ ଚାକିରି ନାଁରେ ଠକେଇ ଲିଙ୍କ୍‌ରେ ଭୁବନେଶ୍ୱର ବିବେକାନନ୍ଦ ମାର୍ଗସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଛି ଇଡି। ସକାଳ ପ୍ରାୟ ୭ଟାରୁ ଏହି ରେଡ ଆରମ୍ଭ ହୋଇଥିଲା। More

ମମିତା ହତ୍ୟା ମାମଲାକୁ ନେଇ ବିଜେପିର ଅଭିନବ ପ୍ରତିବାଦ

ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେପିର ଅଭିନବ ପ୍ରତିବାଦ । ଗୋବରପାଣି ଓ ଗଙ୍ଗାଜଳ ଛିଞ୍ଚି ବିଧାନସଭା ପରିସର ଶୁଦ୍ଧ କଲେ । ତେଣେ ମାଷ୍ଟର କ୍ୟାଣ୍ଟିନରେ ଘଣ୍ଟ ବଜାଇ ନବୀନଙ୍କ କୁମ୍ଭକର୍ଣ୍ଣ ନିଦ ବାଙ୍ଗିବାକୁ ପ୍ରୟାସ ଜାରି ରଖିଛି ବିଜେପି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରି ଆଜି ଉଭୟ ଗୃହ ଭିତରେ ଓ ବାହାରେ ଗର୍ଜିଛି ବିଜେପି । More

ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା

ମଧ୍ୟରାତ୍ରୀ ପରଠୁ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ କ୍ରମଶଃ ବଢ଼ି ୮୦ରୁ ୯୦, ଏମିତିକି ରବିବାର ୧୦୦ କିଲୋମିଟରକୁ ଛୁଇଁପାରେ। More