ସଂକ୍ଷେପରେ ଆଜିର ତାଜା ଖବର - Friday, 03 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭାରତର ଟାଇଟଲ ଆଶା ଧୂଳିସାତ୍

ଜର୍ମାନୀ ୪ଟି ଗୋଲ ଦେଇ ଭାରତକୁ ବିଦାୟ ରାସ୍ତା ଦେଖାଇଥିଲା। ଭାରତ ପକ୍ଷରୁ ଉତ୍ତମ ସିଂ ଏବଂ ବବି ସିଂ ଧାମି ୨ଟି ଗୋଲ ଦେଇଥିଲେ। More

ବାତ୍ୟା ପାଇଁ ଘୁଞ୍ଚିଲା UGC-NET, IIFT ପରୀକ୍ଷା

ବାତ୍ୟା ଜଓ୍ବାଦ ପାଇଁ ବିପିୟୁଟି ପରିଚାଳିତ Ph.D ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚାଯାଇଛି। ଆସନ୍ତା ୫ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ରବିବାରକୁ ଘୁଞ୍ଚାଯାଇଛି। More

ଅଭୟକାନ୍ତ ପାଠକଙ୍କୁ ୧୨ ଘଣ୍ଟାର ମାରାଥନ ଜେରା କଲା ଇଡି

ଆୟବହିର୍ଭୁତ ସମ୍ପତ୍ତି ଏବଂ ଚାକିରି ନାଁରେ ଠକେଇ ଲିଙ୍କ୍‌ରେ ଭୁବନେଶ୍ୱର ବିବେକାନନ୍ଦ ମାର୍ଗସ୍ଥିତ ତାଙ୍କ ବାସଭବନରେ ଚଢ଼ଉ କରିଛି ଇଡି। ସକାଳ ପ୍ରାୟ ୭ଟାରୁ ଏହି ରେଡ ଆରମ୍ଭ ହୋଇଥିଲା। More

ମମିତା ମାମଲାକୁ ନେଇ ବିଜେପିର ଅଭିନବ ପ୍ରତିବାଦ

ମମିତା ମେହେର ହତ୍ୟା ଘଟଣାକୁ ନେଇ ବିଜେପିର ଅଭିନବ ପ୍ରତିବାଦ । ଗୋବରପାଣି ଓ ଗଙ୍ଗାଜଳ ଛିଞ୍ଚି ବିଧାନସଭା ପରିସର ଶୁଦ୍ଧ କଲେ । ତେଣେ ମାଷ୍ଟର କ୍ୟାଣ୍ଟିନରେ ଘଣ୍ଟ ବଜାଇ ନବୀନଙ୍କ କୁମ୍ଭକର୍ଣ୍ଣ ନିଦ ବାଙ୍ଗିବାକୁ ପ୍ରୟାସ ଜାରି ରଖିଛି ବିଜେପି। ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରି ଆଜି ଉଭୟ ଗୃହ ଭିତରେ ଓ ବାହାରେ ଗର୍ଜିଛି ବିଜେପି । More

ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା

ମଧ୍ୟରାତ୍ରୀ ପରଠୁ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ କ୍ରମଶଃ ବଢ଼ି ୮୦ରୁ ୯୦, ଏମିତିକି ରବିବାର ୧୦୦ କିଲୋମିଟରକୁ ଛୁଇଁପାରେ। More

କାଲି ୧୯ ଜିଲ୍ଲାରେ ସ୍କୁଲ୍ ଛୁଟି

ଆଗରୁ ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାପାଳ ଛୁଟି ଘୋଷଣା କରାଯାଇଥିଲା।    More

"ସାତ ଜନ୍ମର ସମ୍ପର୍କ ତିଆରି କରିବା ପାଇଁ ସାତଦିନର ସମୟ"

ସ୍ୱାମୀଙ୍କ ସହ ରହିବା ପାଇଁ ପଣ କରିଥିବା ତପସ୍ୱିନୀଙ୍କ କଠୋର ତପସ୍ୟାର ଅନ୍ତ ଘଟିଲା। ଶେଷରେ ଫଳବତୀ ହେଲେ ତପସ୍ୱିନୀ। ସ୍ୱାମୀ ସହ ସମ୍ପର୍କ ସୁଧାରିବା ପାଇଁ ତାଙ୍କୁ ମିଳିଲା ୭ଦିନ। ଗୋଟିଏ ଛାତ ତଳେ ଏକାଠି ରହିବେ ତପସ୍ବିନୀ ଓ ସ୍ୱାମୀ ସୁମିତ । More

ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା 

ପାଖେଇ ଆସୁଛି ବାତ୍ୟା । ବର୍ତ୍ତମାନ ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା  More

ଆସନ୍ତାକାଲି ଏହି ଜିଲ୍ଲାରେ ସ୍କୁଲ୍‌ ଛୁଟି

ବାତ୍ୟା ‘ଜୱାଦ୍‌’ ପାଇଁ ଆସନ୍ତାକାଲି ଗଞ୍ଜାମ ଜିଲ୍ଲାରେ ସ୍କୁଲ୍‌ ଛୁଟି ନେଇ ଘୋଷଣା ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଛୁଟି ନେଇ ଡିଇଓ ଘୋଷଣା କରିଛନ୍ତି। More

ହଜାର ହଜାର ହେକ୍ଟର ଜମିରେ ଗଞ୍ଜେଇ ଚାଷ,ବ୍ୟବସାୟ ରୋକିବା ଦିଗରେ ସମ୍ପୂର୍ଣ୍ଣ ଫେଲ ଅବକାରୀ ବିଭାଗ

ଏକର ଏକର ଜମିରେ ହୋଇଛି ଗଞ୍ଜେଇ ଚାଷ । କିଏ ଅନୁମତି ଦେଲା, ଆଉ କରୁଛି କିଏ ? More

ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ ପିଅନ, ପହଞ୍ଚିଗଲା ଭିଜିଲାନ୍ସ

ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ପିଅନ। ଜଣେ କ୍ଲାସ୍‌ ୱାନ୍‌ ଠିକାଦାରଙ୍କ ନିକଟରୁ ସିକ୍ୟୁରିଟି ବାବଦରେ ସମ୍ପୃକ୍ତ ପିଅନ ଲାଞ୍ଚ ନେଉଥିଲେ। More

ମମିତା ପ୍ରସଙ୍ଗରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ

ହାଇକୋର୍ଟଙ୍କୁ ଏନେଇ ଅନୁରୋଧ କରିଥିଲେ ରାଜ୍ୟ ସରକାର। ଦାୟିତ୍ୱରେ ଯିଏ ବି ଅବହେଳା କରିଥିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ମୁଖ୍ୟମନ୍ତ୍ରୀ କହିଛନ୍ତି। More

ବିଶାଖାପାଟଣାରୁ ୪୨୦ କିମି ଦୂରରେ ବାତ୍ୟା

ବାତ୍ୟା ଜୱାଦ୍ ଗୁଲାବ ବାତ୍ୟାଠୁ ଅଧିକ ତିତିଲିଠୁ କମ୍ ହେବ ବୋଲି କୁହାଯାଉଛି । ୪ ସଂଧ୍ୟାରୁ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ମୁହାଁଇବ । ଏହାପରେ ୫ ତାରିଖ ପୂର୍ବାହ୍ନରେ ପୁରୀ ଜିଲ୍ଲାରେ ଉପକୂଳ ନିକଟବର୍ତ୍ତୀ ହେବ । ଉପକୂଳ ନିକଟ ହୋଇ ସମାନ ଦିଗରେ ପଶ୍ଚିମବଙ୍ଗକୁ ଅଗ୍ରସର ହେବ। More

ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସମେତ ୩ ରାଜ୍ୟରେ ୪୬ଟି NDRF ଟିମ୍ ମୁତୟନ, ଷ୍ଟାଣ୍ଡବାଏରେ ଅଧିକ ୧୮ଟି ଟିମ୍

ସମ୍ଭାବ୍ୟ ବାତ୍ୟା ପାଇଁ NDRF ଟିମ୍ ମୁତୟନ । ୩ ରାଜ୍ୟ ପାଇଁ ୪୬ଟି NDRF ଟିମ୍ ମୁତୟନ ଅଛନ୍ତି । More

ଘରେ ବନାନ୍ତୁ ସ୍ୱାଦିଷ୍ଟ 'ଦହି ମୁସମୁସ୍'

ଆପଣ କେବେ ଶୁଣିଛନ୍ତି କି ଦହିକୁ ଛାଣି ଏହାର ଏକ ରେସିପି ପ୍ରସ୍ତୁତ ହୋଇପାରିବ । ଆଜି ଆମେ ଆପଣଙ୍କୁ ଏକ ନିଆରା ଓ ଓଡ଼ିଆର ଦେଶୀ ରେସିପି ବିଷୟରେ ଜଣେଇବୁ । ଏହି ରେସିପର ନାଁ ହେଉଛି ‘ଦହି ମସମୁସ୍’ । More

ଆସିବ ବଡ଼ ଜୁଆର ! ‘ଗୁଲାବ’ ଠାରୁ ଅଧିକ ଏବଂ ‘ତିତ୍‌ଲି’ ଠାରୁ କମ୍ ରହିବ ବାତ୍ୟା ‘ଜୱାଦ୍‌’

ବାତ୍ୟା ଜୱାଦ୍‌’ ପ୍ରଭାବରେ ଆଜି ସଂଧ୍ୟାରୁ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବାର ସମ୍ଭାବନା ରହିଛି। ତେବେ ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ। ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି।  More

ସୃଷ୍ଟି ହେଲା ବାତ୍ୟା ‘ଜୱାଦ୍‌’, ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ

ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଥିବାବେଳେ ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଛି। More

ମମିତା ହତ୍ୟା ମାମଲାରେ ନୂଆ ଫର୍ଦ୍ଦ, ହାଇକୋର୍ଟରେ ସରକାରଙ୍କ ଷ୍ଟାଟସ୍‌ ରିପୋର୍ଟ ଦାଖଲ

କିଛି ଦିନ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ବାପା ଓ ଭାଇ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲେ ମମିତାଙ୍କ ପରିବାର ଲୋକ ।  More

ପୁରୀରେ ମାଡ଼ ହେବ ବାତ୍ୟା ! ୧୦୦ କି.ମି. ବେଗରେ ପବନ ବହିପାରେ

ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ ଅନୁସାରେ ପୁରୀ ଜିଲ୍ଲାରେ ବାତ୍ୟା ‘ଜୱାଦ ସ୍ଥଳଭାଗ ଛୁଇଁପାରେ। ଏନେଇ SRC ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ପୁଣି ସମୁଦ୍ରକୁ ଚାଲି ଯାଇପାରେ ବାତ୍ୟା।  More

ବିଧାନସଭାରେ ଗଙ୍ଗା ପାଣି ଛିଞ୍ଚିଲେ, ମାଷ୍ଟର କ୍ୟାଣ୍ଟିନ୍‌ରେ ଘଣ୍ଟ ବାଡ଼େଇଲେ ! କେବେ ଭାଙ୍ଗିବ ନବୀନଙ୍କ ନିଦ ?

ମମିତା ମେହେର ହତ୍ୟା ମାମଲାକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ସେମାନଙ୍କର ଏକମାତ୍ର ଦାବି, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ । ଦିବ୍ୟଶଙ୍କରଙ୍କୁ ବହିଷ୍କାର ନକଲା ଯାଏଁ ବିରୋଧ ଜାରି ରହିବ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଚେତାବନୀ ଦେଇଛନ୍ତି । More

୩୨ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା: ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌, ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା !

ପଶ୍ଟିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ବାତ୍ୟା ‘ଜୱାଦ’ ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି। More

ଦେବ ଦୀପାବଳି ପାଇଁ ପୁରୀରେ ବ୍ୟାପକ ଆୟୋଜନ

ହି ଦେବ ଦୀପାବଳିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଵିଭୂଷିତ ହୋଇଥାନ୍ତି । ସଂଧ୍ୟା ଧୂପ ପରେ ପୁଷ୍ପାଳକ ସେବାୟତ ମାନେ ମହାପ୍ରଭୁଙ୍କୁ ଶ୍ରାଦ୍ଧ ଵେଶରେ ନାଗପୁରୀ ଶାଢୀ ଚାଦରରେ ଭୂଷିତ କରାଇଥାନ୍ତି। More

କେତେବେଳେ ବିଧାୟକ ତ କେତେବେଳେ ସଂପାଦକ ଜାଣି ପାରୁନାହାନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେ ବେଳେବେଳେ ରାଜ୍ୟ ସରକାରଙ୍କ ବିରୋଧରେ ମୁହଁ ଖୋଲି ସିଧାସଳଖ ଆକ୍ରମଣ କରନ୍ତି । ପୁଣି କେତେବେଳେ ସରକାରଙ୍କୁ ସୁରକ୍ଷା ଦେବାକୁ ଯାଇ ଉତ୍ତର ନଦେଇ ପାଲଟା ପ୍ରଶ୍ନ ପଚାରି ପ୍ରସଙ୍ଗରୁ ଏଡାଇ ଯିବାକୁ ଚାହାନ୍ତି । More

ଅକ୍ଷମ ନୁହନ୍ତି ! ଏମାନେ ସମାଜ ପାଇଁ ପ୍ରେରଣା, ହ୍ୱିଲ୍‌ ଚେୟାରେ ବସି ସେବା କେନ୍ଦ୍ର ଚଳାଉଛନ୍ତି

ପରିବାର ଉପରେ ବୋଝ ହୋଇ ନାହାଁନ୍ତି କି ସରକାରୀ ସହାୟତାକୁ ହାତ ପତାଇ ନାହାଁନ୍ତି । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ । More

ବାତ୍ୟା ମାଡ଼ି ଆସୁଛି ! ସବୁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ..

ମାଡ଼ି ଆସୁଥିବା ବାତ୍ୟା ଏବଂ ତାର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଭିଡ଼ିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ୧୭ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା । More

ଆସୁଛି ବାତ୍ୟା ! ଏହି ସବୁ ଜିଲ୍ଲାରେ ଦୁଇ ଦିନ ପ୍ରବଳ ବର୍ଷା

ଏହାପରେ ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହାରି ପ୍ରଭାବରେ ୪ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଦିଆଯାଇଛି ରେଡ୍ ଓ୍ୱାର୍ଣ୍ଣିଂ । More

ସାମ୍ବାଦିକଙ୍କୁ ଲୋକସେବା ଭବନ ମନା କାହିଁକି?

ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଲେ ଚତୁର୍ଥ ସ୍ତମ୍ଭ ପ୍ରତି ସରକାରଙ୍କ ଏଭଳି ପାତରଅନ୍ତର ଗଣତନ୍ତ୍ର ପ୍ରତି କେତେ ଶୁଭଙ୍କର ତାହା ଏବେ ବଡ଼ ପ୍ରଶ୍ନ। More

ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଏହି ଅବପାତ ଏବେ ଆନ୍ଧ୍ରର ବିଶାଖାପାଟଣାଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୯୬୦ କିଲୋମିଟର, ଓଡ଼ିଶାର ଗୋପାଳପୁରଠୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୧୦୨୦ କିଲୋମିଟର ଏବଂ ପାରାଦୀପଠୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୧୦୬୦ କିଲୋମିଟର ଦୂରରେ ରହିଛି। More

୭ ଦିନ ସାଙ୍ଗ ହୋଇ ରହିବେ ତପସ୍ୱିନୀ-ସୁମିତ

୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତକୁ କୋର୍ଟ ବାରଣ କରିଛନ୍ତି। ୭ ଦିନ ପରେ ପୁଣି କୋର୍ଟରେ ହେବ ମାମଲାର ଶୁଣାଣି ହେବ। More

ଏତେ ସହଜରେ ବର୍ତ୍ତିପାରିବେନି ମନ୍ତ୍ରୀ ଦିବ୍ୟଶଙ୍କର, ଗୋଡ଼େ ଗୋଡ଼େ ଜଗିଛନ୍ତି ବିରୋଧୀ

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକମାନେ କଳା ଗାମୁଛା ସହ ହାତରେ ପ୍ଲାକାର୍ଡ ଓ ବ୍ୟାନର୍ ଧରି ପ୍ରତିବାଦ କରିଥିଲେ । କଂଗ୍ରେସ ବିଧାୟକମାନେ ବି ଗୃହ ଭିତରେ ପୋଷ୍ଟର ଓ ବ୍ୟାନର୍ ଦେଖାଇ ହୋହଲ୍ଲା କରିଥିଲେ । More

ଚିଲିକା ବିଜେଡି ଦୁଇ ଫାଳ ! କିଏ କାଟିବ କାହାକୁ ?

ଚିଲିକାରେ ଏଥର ବିଜେଡି କର୍ମୀ କର୍ମୀ ଲଢେଇ । ଆଗରେ ରହିବେ ନେତା । ଯିଏ ଜିତିବ ସିଏ ଆଗକୁ ବଢିବ । ଆଉ ଯିଏ... More