ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
କନ୍ଧମାଳର ଗୋଛାପଡ଼ା ଥାନା ଅଞ୍ଚଳରେ ୧୪୬ ଏକର ଜମିରେ ଲାଗିଥିବା ଗଂଜେଇ ଗଛ ନଷ୍ଟ କଲେ ପୋଲିସ ଓ ଅବକାରୀ ଟିମ୍ । ନଷ୍ଟ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୧୪ କୋଟି ଟଙ୍କାରୁ ଅଧିକ ହେବ । ଗଂଜେଇ ଗଛ କାଟିବା ବେଳେ ରାଜସ୍ୱ ବିଭାଗ ଅଧିକାରୀ ଓ ଜଣେ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ । ମାଓବାଦୀ PLGA ସପ୍ତାହ ପାଳନ କରୁଥିବାରୁ ଏହି ସମୟରେ ଗଂଜେଇ ଗଛ ନକାଟିବାକୁ ପୋଷ୍ଟର ମାରି ଧମକ ଦେଇଥିଲା ଲାଲ ବାହିନୀ । ନକ୍ସଲଙ୍କ ଧମକ ସତ୍ତ୍ୱେ ପୋଲିସ ଓ ଅବାକାରୀ ବିଭାଗ ଜଙ୍ଗଲ ଭିତରେ ଚାଷ ହୋଇଥିବା ଗଂଜେଇ ଗଛ ନଷ୍ଟ କରିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।
ଆଜିଠାରୁ ଆରମ୍ଭ ହୋଇଛି ମାଓବାଦୀଙ୍କ ପିଏଲ୍ଜିଏ ସପ୍ତାହ । କିଛି ଦିନ ପୂର୍ବରୁ ମାଓବାଦୀ ସଂଗଠନ ସିପିଆଇ ମାଓବାଦୀ ବାଶଧାରା ଘୁମୁସର ନାଗାବଳି ଡିଭିଜନ କମିଟି ପକ୍ଷରୁ କଲ୍ୟାଣସିଂହପୁର ପାର୍ସାଲିରେ ବ୍ୟାନର ପୋଷ୍ଟର ମାରିଥିଲେ । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ଡିସେମ୍ବର ୨ ତାରିଖରୁ ୮ ଯାଏ ପିଏଲ୍ଜିଏ ସପ୍ତାହ ପାଳନ ପାଇଁ ଆହ୍ୱାନ ଦେଇଥିଲେ । ଏହି ସମୟରେ ଲାଲବାହିନୀ ହିଂସାକାଣ୍ଡ ଘଟାଇଥିବାର ଆଶଙ୍କା ଥାଏ । ତେଣୁ ମାଓପ୍ରବଣ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୬ଟି ରୁଟ୍ରେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି । ଚନ୍ଦ୍ରପୁର, ବ୍ରହ୍ମପୁର, କାଶୀପୁର, ଥୁଆମୂଳ ରାମପୁର, ଡଙ୍ଗାପଦର, ନାରାୟଣପାଟଣାକୁ ସରକାରୀ ବସ୍ ପୁରା ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ପୋଲିସ ଗାଡ଼ି ମଟର ଯାଞ୍ଚ କରିବା ସହିତ କମ୍ବିଂ କରୁଛି ।
୧୭ ଦିନ ହେଲା ନିଖୋଜ ଥିବା ଜଣେ କନଷ୍ଟେବଲ୍ଙ୍କ ମୃତଦେହ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। କିଛି ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। More
ଗତ ୧୮ ବର୍ଷ ଧରି ବାଉଁଶ ପୋଲ ଉପରେ ନିର୍ଭର କରି ରହିଛନ୍ତି ଗାଁ ଲୋକେ । ଅଢେଇ ବର୍ଷ ଭିତ୍ତିପ୍ରସ୍ତର ସ୍ଥାପନ ସରିଥିଲେ ମଧ୍ୟ ଆଜି ଯାଏ ନିର୍ମାଣ ହୋଇପାରିନି ପୋଲ । More
ବାତ୍ୟା ନ ଆସୁଣୁ ବଢ଼ିଗଲାଣି ପନିପରିବା ଦର । କିଛି ଦିନ ହେଲା ପରିବା ଦର ଟିକିଏ କମୁଥିବା ବେଳେ ଏବେ ବତ୍ୟା ଆସୁଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଏପଟେ ପରିବା ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । More
ଗୋଟିଏ ପଟେ ନୟନଙ୍କ ନୟନାଶ୍ରୁକୁ ପୋଛିବାକୁ ସରକାର ଆଗଭର ନହେବାରୁ ଗାଁର ସିଦ୍ଧେଶ୍ୱର ସଶକ୍ତ ଯୁବ ବାହିନୀ ଆଗେଇ ଆସି ଉଦାହରଣ ସୃଷ୍ଟି କଲେ, ଆଉ ଅନ୍ୟପଟେ ସଂଗ୍ରାମଙ୍କ ଆତ୍ମନିର୍ଭରତାକୁ ପ୍ରତିପାଦିତ କରିବାର ଉଦ୍ୟମ ଯୁବଗୋଷ୍ଠୀଙ୍କ ପାଇଁ ଅନ୍ୟତମ ପ୍ରେରଣାର ଉତ୍ସ ସାଜିଗଲା । ଯେବେ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସକାରାତ୍ମକ, ସେବେ ସାହାଯ୍ୟ ଆପେ ଆପେ ଯେ ମିଳିଯାଏ, ଏହା ତାର ଅନ୍ୟତମ ଉଦାହରଣ । More
ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହୋଇଛି। ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। More
ଆଜି ୨୦୨୧ ମସିହା ଡିସେମ୍ବର ତା ୨ରିଖ ରିଖ ଗୁରୁବାର, ବିଛା ୧୭ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ତ୍ରୟୋଦଶୀ ତିଥି। ତେବେ ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ପ୍ରତିକାର। More
ଓଡ଼ିଶାରେ ୧ ହଜାର ୮୮୦ ସରକାରୀ ହାଇସ୍କୁଲ୍ରେ ୫ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧ହଜାର ୭୫ ସଂଖ୍ୟକ ସ୍କୁଲ୍କୁ ରୂପାନ୍ତରଣ କରାଯାଇଛି। More
କିଛିଦିନ ପୂର୍ବେ ମୟୂରଭଞ୍ଜରେ ଏକ ସ୍କୁଲ୍ରୁ କିଛି ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ଢେଙ୍କାନାଳ ଜିଲ୍ଲାର ଏକ ଆବାସିକ ଯୁକ୍ତ ଦୁଇ କଲେଜର ୩୩ ଜଣ ଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। More
ମାଡ଼ି ଆସୁଛି ବାତ୍ୟା ‘ଜୱାଦ୍’ ! ଆଜି ଅବପାତରେ ପରିଣତ ହୋଇପାରେ ଲଘୁଚାପ କ୍ଷେତ୍ର। ୩ରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ। More
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୮ଟି ଆକ୍ସନ ପଏଣ୍ଟ ଉପରେ ଫୋକସ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। More
ଘରୋଇ କମ୍ପାନି ପାଇଁ ଜମି ଅଧିଗ୍ରହଣ କରିବାକୁ ଢିଙ୍କିଆ ଗାଁକୁ ଭାଗ ଭାଗ କରାଯାଉଛି । ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ କରାଯାଉଛି । More
ମ୍ୟାଚର ବାକି ସମୟ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଉଭୟ ଭାରତ ଓ ବେଲଜିୟମର ଆଟାକ୍ ଦମଦାର ଥିଲା More
ଗ୍ଲାସିୟର ତରଳିବା ଦ୍ୱାରା ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ କିପରି ପଡୁଛି ସେ ନେଇ ଅଧ୍ୟୟନ କରିବ ନିବେଦିତାଙ୍କ ଟିମ୍ । ତାଙ୍କର ଏହି ମିଶନ ପାଇଁ ପ୍ରାୟ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଥିବାରୁ ଏଥିପାଇଁ ସେ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ କର୍ପୋରେଟ୍ ସଂସ୍ଥାକୁ ଅନୁରୋଧ କରିଛନ୍ତି । More
ପୋଲିସ ହେପାଜତରେ ଥିବା ବେଳେ ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । More