ସଂକ୍ଷେପରେ ଆଜିର ତାଜା ଖବର - Wednesday, 01 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାତ୍ୟା ପାଇଁ ବାତିଲ ହେଲା ୯୫ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ୮ଟି ଆକ୍ସନ ପଏଣ୍ଟ ଉପରେ ଫୋକସ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। More

‘ସରକାରଙ୍କ ଜିଦ୍‌ ଭାଙ୍ଗିବ, ହେବାକୁ ଦେବୁନି କମ୍ପାନୀ’

ଘରୋଇ କମ୍ପାନି ପାଇଁ ଜମି ଅଧିଗ୍ରହଣ କରିବାକୁ ଢିଙ୍କିଆ ଗାଁକୁ ଭାଗ ଭାଗ କରାଯାଉଛି । ଗାଁ ଗାଁ ମଧ୍ୟରେ ସମ୍ପର୍କ ଓ ଭାଇଚାରା ନଷ୍ଟ କରାଯାଉଛି । More

ଜୁନିଅର ହକି ବିଶ୍ୱକପ୍ ସେମିରେ ଭାରତ

ମ୍ୟାଚର ବାକି ସମୟ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଉଭୟ ଭାରତ ଓ ବେଲଜିୟମର ଆଟାକ୍ ଦମଦାର ଥିଲା More

ତରଳୁଛି ଗ୍ଲାସିୟର, କ’ଣ ଏହାର ପ୍ରଭାବ ? ରିସର୍ଚ୍ଚ ପାଇଁ ଆଣ୍ଟାର୍କଟିକା ଯିବେ ଓଡ଼ିଆ ଝିଅ

ଗ୍ଲାସିୟର ତରଳିବା ଦ୍ୱାରା ଏହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ କିପରି ପଡୁଛି ସେ ନେଇ ଅଧ୍ୟୟନ କରିବ ନିବେଦିତାଙ୍କ ଟିମ୍ । ତାଙ୍କର ଏହି ମିଶନ ପାଇଁ ପ୍ରାୟ ୧୮ ଲକ୍ଷ ଟଙ୍କାର ଆବଶ୍ୟକତା ପଡ଼ୁଥିବାରୁ ଏଥିପାଇଁ ସେ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ କର୍ପୋରେଟ୍‌ ସଂସ୍ଥାକୁ ଅନୁରୋଧ କରିଛନ୍ତି । More

ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାରେ ହେବ ତଦନ୍ତ, ପୋଲିସ ମୁଣ୍ଡରେ ଝୁଲୁଛି ଖଣ୍ଡା

ପୋଲିସ ହେପାଜତରେ ଥିବା ବେଳେ ଯୁବକଙ୍କ ମୃତ୍ୟୁ । ଏହି ଘଟଣାରେ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି କ୍ରାଇମବ୍ରାଞ୍ଚ । More

କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

୧ମ, ୨ୟ ଲହରରେ ଯେଭଳି କାମ କରିଥିଲେ, ସେଭଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। More

ଚାରି ବାନ୍ଧବୀଙ୍କ ନିଆରା ପ୍ରୟାସ : ଆର୍ଟ ସେଣ୍ଟର୍ ଖୋଲି କୁନି କୁନି ପିଲାଙ୍କୁ ଶିଖାଉଛନ୍ତି ଡ୍ରଇଂ, ପେଣ୍ଟିଙ୍ଗ ଆଉ କ୍ରାଫ୍ଟ

ଚାରି ଝିଅ ସାଙ୍ଗ ଏବେ ଚର୍ଚ୍ଚାରେ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଆଗେଇ ଆସିଛନ୍ତି । ରଙ୍ଗ ଓ ତୂଳୀରେ ଖେଳାଉଛନ୍ତି ପିଲାଙ୍କୁ । ମନ ରଙ୍ଗୀନ ହେଉ ଓ ପରିବେଶ ବି ରଙ୍ଗୀନ ହେଉ, ଏହା ହିଁ ଲକ୍ଷ୍ୟ । More

କୁନ୍ଦୁଲି ଓ ପରୀ ଘଟଣାରେ SIT ତଦନ୍ତ ହୋଇଥିଲା, ଫଳ କଣ ମିଳିଲା?

ଗୃହର ମଧ୍ୟଭାଗକୁ ଆସି କଳା ଗାମୁଛା ଦେଖାଇ ପ୍ରତିବାଦ କରିଛନ୍ତି। କଳା ଗାମୁଛା ଓ ବ୍ୟାନର ପୋଷ୍ଟର ଦେଖାଇ ବିଜେପି ହୋହଲ୍ଲା କରିଛି। କଂଗ୍ରେସ ସଭ୍ୟ ମଧ୍ୟ ବ୍ୟାନର, ପୋଷ୍ଟର ଦେଖାଇ ହୋହଲ୍ଲା କରିଛନ୍ତି। ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ହୋହଲ୍ଲା କରିଛନ୍ତି।  More

ମନେରଗା ମହାଦୁର୍ନୀତି : ସରକାରୀ ଅର୍ଥ ଆତ୍ମସାତ କରିବାର ନୂଆ ଉପାୟ, ଗୋଟିଏ ରାସ୍ତାକୁ ଦୁଇଥର କାମ

ସରକାରକା ମାଲ୍ ଦରିଆ ମେ ଡାଲ୍ । ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାଁରେ ଲୁଟ ହୋଇଛି ଲକ୍ଷାଧିକ ଟଙ୍କା । ଆଉ ଏଥିରେ ସାମିଲ ଅଛନ୍ତି ଠିକାଦାର ଠୁ ଯନ୍ତ୍ରୀ । More

ଶତାଧିକ ପୁରୁଷ ଓ ମହିଳା ହାତରେ କୋଡି କୋଦାଳ : ପାହାଡ ଚିରି ଜଳପ୍ରପାତକୁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ପ୍ରଶାସନକୁ ଅପେକ୍ଷା କଲେନି, ନିଜେ ଚାନ୍ଦା କରି ଜଳପ୍ରପାତକୁ ରାସ୍ତା ନିର୍ମାଣ କରିଛନ୍ତି ଗ୍ରାମବାସୀ । More

ଅମଳ ଫସଲକୁ ସୁରକ୍ଷିତ ରଖ: ୪ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଆଣ୍ଡାମାନ ସାଗର ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତାକାଲି ଅବପାତରେ ପରିଣତ ହେବ।  ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରି କାଲି ଅବପାତ ରୂପ ନେବ ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା ସ୍ପଷ୍ଟ ହେବ।  More

ହଲାଣ୍ଡକୁ ହରାଇ ସେମିରେ ଆର୍ଜେଣ୍ଟିନା 

ପ୍ରଥମ କ୍ୱାର୍ଟରଫାଇନାଲ୍ ମ୍ୟାଚରେ ସ୍ପେନକୁ ହରାଇ ସେମି ଫାଇନାଲ୍କୁ ପ୍ରବେଶ କରିଛି ଜର୍ମାନୀ। ଜର୍ମାନୀ ବିପକ୍ଷରେ ଆସନ୍ତା ୩ତାରିଖରେ ସେମିଫାଇନାଲ ମ୍ୟାଚ ଖେଳିବ ଆର୍ଜେଣ୍ଟିନା। More

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ, ସେଠାରେ ବଢ଼ିଲା ଝିଅକୁ ଦେଖି ସମ୍ଭାଳି ପାରିନଥିଲା ବାପା

ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଂଚଳରେ । ମହାଦେବପାଲି ଗାଁର ଭାଗବତ ବେହେରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । More

ସଚ୍ଚୋଟ୍ ଅଟୋଚାଳକ ଶ୍ରବଣ କୁମାର : ପର୍ଯ୍ୟଟକଙ୍କୁ ଫେରାଇଦେଲେ ପାଇଥିବା ମୂଲ୍ୟବାନ ସୁନାଗହଣା

ସାଧାରଣ ମଣିଷ ଲୋଭ ମୋହ ମାୟା ଭିତରେ ଛନ୍ଦି ହୋଇଥାଏ। କିନ୍ତୁ ଆଜି ବି ଅନେକ ମଣିଷ ଏହି ପୃଥିବୀର ଅଛନ୍ତି ସେମାନେ ଲୋଭ ମୋହ ମାୟା ଠାରୁ ଉର୍ଦ୍ଧରେ । ସ୍ୱାଭିମାନ ଆଗରେ ସେମାନଙ୍କ ପାଇଁ ସୁନା ରୂପା ତୁଛ । ଏମିତି ଜଣେ ନିଆରା ମଣିଷ ହେଲେ ଅଟୋଚାଳକ ଶ୍ରବଣ କୁମାର । More

ବନ୍ଧା ହେଲେ ପୋଲିସ୍‌ ବାବୁ: କାର୍‌ ସିଟ୍‌ ତଳୁ ମିଳିଲା ୨ ଲକ୍ଷ, ଘରୁ ମିଳିଲା ୩ ଲକ୍ଷ ନଗଦ ଟଙ୍କା

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବଙ୍ଗୋମୁଣ୍ଡା ଥାନା IIC ବିନୋଦ ବିହାରୀ ନାୟକ। ଦୀର୍ଘ ଦିନ ହେଲା ସେ ଭିଜିଲାନ୍ସ ସ୍କାନରରେ ଥିଲେ। More

୪ରୁ ପ୍ରବଳ ବର୍ଷା ପବନ ! କେଉଠି ମାଡ଼ ହେବ ବାତ୍ୟା ?

ଆସନ୍ତାକାଲି ଅବପାତରେ ପରିଣତ ହେବ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର। କେଉଁଠି ମାଡ଼ ହେବ ? କେଉଁ ଜାଗାରେ ଅତିକ୍ରମ କରିବ ? କେତେ ତୀବ୍ରତା ରହିବ ? ଏସବୁ ଆସନ୍ତାକାଲି ସ୍ପଷ୍ଟ ହେବ। More

ବାରମ୍ବାର ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା ! କାହିଁକି . . .କାରଣ କ’ଣ

କାହିଁକି ଓଡ଼ିଶା ମୁହାଁ ହେଉଛି ଗୋଟିଏ ପରେ ଗୋଟିଏ ବାତ୍ୟା? ଶନିବାର ଓଡ଼ିଶାର କେଉଁଠି ସ୍ଥଳଭାଗ ଛୁଇଁବ ବାତ୍ୟା? ଜାଣନ୍ତୁ କ’ଣ କହୁଛି ପାଣିପାଗ. More

ଝିଅଙ୍କୁ ଯୋଶ୍ ଚଢ଼ାଉଥିଲେ . . ଆଉ ୟଙ୍ଗ୍ ହୋଇଯାଉଥିଲେ ? ଏପରି କାହିଁକି କହିଲେ କଂଗ୍ରେସ ବିଧାୟକ

କଳଙ୍କିତ ମନ୍ତ୍ରୀଙ୍କୁ ଗୃହରେ ପୂରାଇ ଦେବୁ ନାହିଁ । ମନ୍ତ୍ରୀ ହତ୍ୟା ଘଟଣାରେ ପୂରା ସାମିଲ ଅଛନ୍ତି । କିନ୍ତୁ ସରକାର କିଛି କରୁନାହାନ୍ତି । More

ଜୟ ଯବାନ ନାରାରେ ପ୍ରକମ୍ପିତ ହେଲା ସାରା ଗାଁ

ସିଆରପିଏଫ୍‌ରେ ଯୋଗଦେଇ ଗାଁକୁ ଫେରିବା ପରେ ଦୁଇ ଓଡିଆ ପୁଅଙ୍କୁ ମିଳିଲା ଭବ୍ୟ ସମ୍ବର୍ଦ୍ଦନା । କାରଣ ଏବେ କେବଳ ସେ ଖାଲି ଫୋର୍ସକୁ ଯୋଗ ଦେଇନାହାନ୍ତି ବରଂ ଗାଁରେ ଥିବା ଅନ୍ୟ ମାନଙ୍କୁ ବି ପ୍ରେରଣା ଦେଇଛନ୍ତି । More

IASଙ୍କ ଉପରେ କାମର ଚାପ ! ଏକାଧିକ ବିଭାଗର ଦାୟିତ୍ୱ ଯୋଗୁ ଭାରାକ୍ରାନ୍ତ !

ଏକାଧିକ ବିଭାଗର ଦାୟିତ୍ୱ ଦିଆଯାଉଥିବାରୁ ଅତ୍ୟଧିକ କାମ ରହୁଛି। ତେଣୁ କେତେକ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର।   More

Daily Horoscope, 01 Dec 2021: ଆସନ୍ତୁ ଜାଣିବା ଆଜିର ରାଶିଫଳ...

ଆଜି ୨୦୨୧ ମସିହା ଡିସେମ୍ବର ତା ୧ରିଖ ବୁଧବାର ବିଛା ୧୬ ଦିନ, ମାର୍ଗଶିର ମାସ, କୃଷ୍ଣପକ୍ଷ, ଦ୍ୱାଦଶୀ ତିଥୀ । ଆସନ୍ତୁ ଜାଣିବା ଆଜିର ରାଶିଫଳ । କେମିତି କଟିବ ଦିନ ଏବଂ କ’ଣ ରହିଛି ପ୍ରତିକାର ? More

ଶୀତକାଳୀନ ଅଧିବେଶନରେ ଗୃହର ବଢ଼ିବ ତାତି

ବିଧାନସଭାର ଶୀତକାଳୀନ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି। ମମିତା ମେହେର ଓ ଧାନ ମଣ୍ଡିକୁ ନେଇ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିବାବେଳେ କାଉଣ୍ଟର ପାଇଁ ବିଜେଡି ମଧ୍ୟ ପ୍ରସ୍ତୁତ ହୋଇଛି। More

୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ

୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏକ ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ଏହି ୪ ପୋଲିସ୍‌ ଅଧିକାରୀଙ୍କ ବିରୋଧରେ କ୍ରାଇମ୍‌ବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରିଛି।  More

ବଳ ଗୋଟାଉଛି ବାତ୍ୟା ! ୩ ତାରିଖ ମଧ୍ୟରାତ୍ରରୁ ବଢ଼ିବ ପବନର ବେଗ, ପ୍ରବଳ ବର୍ଷା ସମ୍ଭାବନା

ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା। ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ି ଘଣ୍ଟା ପ୍ରତି ୪୫ରୁ ୫୫ କି.ମି. ବେଗରେ ପବନ ବହି ପାରେ। More

୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର, ବଡ଼ ଧରଣର ଲୁଟ୍‌ ମାମଲାରେ ସମ୍ପୃକ୍ତ ଥିଲେ

ପୋଲିସ୍‌ ଏନ୍‌କାଉଣ୍ଟରରେ ୨ ଅପରାଧୀ ଆହତ। ATMରୁ ୨୯ ଲକ୍ଷ ଲୁଟ୍ ଘଟଣାରେ ପୋଲିସ୍‌ର ଚଢାଉ ବେଳେ ଏହି ୨ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା।  More

ବିଶ୍ୱ ଏଡ୍‌ସ ଦିବସ, ପାଳନ କରାଯାଏ କାହିଁକି ?

ଏଡ୍‌ସ ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଆସିଛି । କାହିଁକି ପାଳନ ହେଉଛି ବିଶ୍ୱ ଏଡ୍‌ସ୍ ଦିବସ । ପଢନ୍ତୁ, ଏଇ ରିପୋର୍ଟ । More

ମାଳ ମାଳ ଯୋଜନା, ହେଲେ ଚାଷୀଙ୍କର ବଢ଼ୁନି ଆୟ ! କାଳିଆ-ବଳିଆ ନାଁକୁ ମାତ୍ର

ଚାଷ ଓ ଚାଷୀର ଉନ୍ନତି ଲାଗି କାଳିଆ ଓ ବଳିଆ ଭଳି ଖାଲି ସାମାନ୍ୟ ଆର୍ଥିକ ସହାୟତା ନୁହେଁ, ବରଂ ଉତ୍ପାଦନ ଓ ବିକ୍ରିବଟା ଲାଗି ଭିତ୍ତିଭୂମି ନିର୍ମାଣ, ଆନୁଷଙ୍ଗିକ ସୁବିଧା ସୁଯୋଗ ଓ ଚାଷୀ ଅନୁକୂଳ ନୀତିକୁ ଗୁରୁତ୍ୱ ଦେବା ଦରକାର ଜନମଙ୍ଗଳ ସରକାର । More

ବାତ୍ୟା ସମୟରେ କଣ କରିବେ, ୧୫ଟି ପଏଣ୍ଟରେ ଜାଣନ୍ତୁ

ସାଇକ୍ଲୋନ ପ୍ରଭାବରେ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଯିବ। ୩ ତାରିଖ ମଧ୍ୟରାତ୍ରରୁ ପବନ ବଢ଼ି ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ବୋହିପାରେ। ପରେ ପବନର ବେଗ ୯୦ କିମି ବହିବାର ସମ୍ଭାବନା ରହିଛି। More

ଏଥର ଜିରୋ ନାଇଟ୍‌ ସେଲିବ୍ରେସନ ମନା

ଗତବର୍ଷ ମଧ୍ୟ ୩୧ ରାତି ଉତ୍ସବ ମନା କରାଯାଇଥିଲା। ନୂଆବର୍ଷ ପାଳନ ନେଇ ଜିରୋ ନାଇଟ୍‌ ଉତ୍ସବ ଆୟୋଜନକୁ ଏଥର ମଧ୍ୟ ମନା କରାଯାଇଛି।  More

ମମିତା ହତ୍ୟା ମାମଲା ତଦନ୍ତର ତଦାରଖ କରିବେ ଅବସରପ୍ରାପ୍ତ ଜଜ୍

କେତେବାଟ ଗଲା ମମିତା ହତ୍ୟା ମାମଲାର ତଦନ୍ତ ? କାହା ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ? କେଉଁ କେଉଁ ଅଭିଯୋଗ ଏବଂ ପ୍ରମାଣ ହାତେଇଛି ବଲାଙ୍ଗିର ପୋଲିସ ? ବିସ୍ତୃତ ତଥ୍ୟ ଜାଣିବାକୁ ଚାହିଁଥିଲେ ହାଇକୋର୍ଟ। ଏହାସହ ରାଜ୍ୟ ସରକାରଙ୍କୁ ମାଗିଥିଲେ ଷ୍ଟାଟସ୍ ରିପୋର୍ଟ। More