ସଂକ୍ଷେପରେ ଆଜିର ତାଜା ଖବର - Sunday, 28 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରଦ୍ମଶ୍ରୀ ନନ୍ଦ ସାରଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି ।  More

ମୁଣ୍ଡରେ ବନ୍ଧୁକ ଲଗାଇ ସାର୍‌ଙ୍କୁ ଅପହରଣ କଲେ, ୨୦ କିଲୋମିଟର ଯାଏଁ ପିଟି ପିଟି ନେଲେ

ରାଜରାସ୍ତାରେ ହାଇେୱେ ଲୁଟେରାଙ୍କ ଆତଙ୍କରାଜ । ପ୍ରାୟ ୨୦ କିଲୋମିଟର ଯାଏଁ ଅପହରଣ, ଲୁଟ୍ ଉଦ୍ୟମ, ରକ୍ତାକ୍ତ ଆକ୍ରମଣ । ମୁଣ୍ଡରେ ଲଗାଇଲେ ପିସ୍ତଲ, ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ । More

ମଣ୍ଡି ଖୋଲୁ ଖୋଲୁ ଚାଷୀ ଅସନ୍ତୋଷ, ଅବ୍ୟବସ୍ଥା ମଧ୍ୟରେ ଆରମ୍ଭ ହେଲା ଧାନ କିଣା

୨ ହଜାର ୪୦୪କୁ ଛାଡ଼ି ବାକି ପିପିସିର ନିଜସ୍ୱ ଜାଗା ନାହିଁ । କିଏ RMC ମାର୍କେଟ୍ ୟାର୍ଡ ବ୍ୟବହାର କରୁଛନ୍ତି, ତ ଆଉ କିଏ ସରକାରୀ ଓ ଘରୋଇ ଜାଗା । More

ଖଣିଜ ସମ୍ପଦରେ ଭରପୁର, ହେଲେ ଦାରିଦ୍ର୍ୟ ତାଲିକାରେ ଆମ ରାଜ୍ୟ ! କାହିଁକି..?

୧୯୮୫ରେ ଉତ୍କଟ ଦାରିଦ୍ର୍ୟ ପାଇଁ ଏକଦା ଅନ୍ତର୍ଜାତୀୟ ଖବରର ଶିରୋନାମା ପାଲଟିଥିଲା ଫାନସ ପୁଞ୍ଜି । ନିଜ ଅଭାବୀ ପଣ ପାଇଁ ଓଡ଼ିଶାର ଗରିବୀକୁ ବିଶ୍ୱ ଦରବାରରେ ଚର୍ଚ୍ଚିତ କରାଇଥିବା ଫାନସଙ୍କ ସେଇ ଚିରାଚରିତ ପଲିଥିନ୍ ଟଣା ମାଟିଘର ଏବେ ବି ରହିଛି । More

ଡରାଇଲାଣି ଓମିକ୍ରନ ଭାରିଏଣ୍ଟ, ଶିକ୍ଷାନୁଷ୍ଠାନ ବଢ଼ାଉଛି ସଂକ୍ରମଣ ସଂଖ୍ୟା

ସତରେ ଡରାଇଲାଣି ତୃତୀୟ ଲହର ଆଶଙ୍କା । ଓମିକ୍ରନ ଭାରିଏଣ୍ଟ ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ । ଡେଲ୍‌ଟା ଭାରିଏଣ୍ଟ ଠାରୁ ବି ଅଧିକ ମାରାତ୍ମକ ଓମିକ୍ରନ ଭାରିଏଣ୍ଟ । ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ବି ସହଜରେ ସଂକ୍ରମିତ କରିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ । More

କିଛି ଦିନର ନିରବତା ପରେ ବଲାଙ୍ଗିର ଜିଲ୍ଲାରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ

କିଛି ଦିନର ନିରବତା ପରେ ବଲାଙ୍ଗିର ଜିଲ୍ଲାରେ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ । ଖପ୍ରାଖୋଲ ନିକଟ ଜଙ୍ଗଲରେ ମୁହାଁମୁହିଁ ବେଳେ ପୋଲିସ ଗୁଳିରେ ଜଣେ କ୍ୟାଡର ନକ୍ସଲ ନିହତ ହୋଇଛି । ମୃତକର ନାଁ ହେଲା ଶଙ୍କର । ସେ ଏସିଏମ୍ ରାଙ୍କର ଥିଲା । ଆଉ ୩ ଜଣ ନକ୍ସଲ ଫେରାର ହୋଇଯାଇଥିଲେ । ଏହାପରେ କାଲିଠୁ ସେହି ଅଞ୍ଚଳରେ କୁମ୍ବିଂ ଅପରେସନ୍ ଜୋରଦାର କରାଯାଇଛି । କାଲି ରାତିରେ ଖପ୍ରାଖୋଲ ବ୍ଲକର ଜୁନାନିବାହାଲ ଗାଁକୁ ୩ ଜଣ ମାଓବାଦୀ ଆସିଥିବା ଖବର ପାଇଥିଲା ଖପ୍ରାଖୋଲ ପୋଲିସ । ଏସ୍‌ପିଙ୍କ ନିର୍ଦ୍ଦେଶରେ ଖପ୍ରାଖୋଲ ଥାନା ଅଧିକାରୀ ଡିଭିଏଫ୍ ଟିମ୍ ସହିତ ଅପରେସନ୍ ଆରମ୍ଭ କରିଥିଲେ । ଉଭୟ ପଟୁ ଗୁଳିବିନିମୟ ହୋଇଥିଲା । ଶେଷରେ ପୋଲିସ ଗୁଳିରେ ଜଣେ କ୍ୟାଡର ନକ୍ସଲ ନିହତ ହୋଇଥିଲା । ସେପଟେ ମାଓ ସ୍ଥିତିର ସମୀକ୍ଷା ପାଇଁ ବଲାଙ୍ଗିରରେ ପହଞ୍ଚିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ହିଂସାର ବାଟ ତ୍ୟାଗ କରିବାକୁ ମାଓବାଦୀଙ୍କୁ ସେ ଆହ୍ବାନ ଦେବା ସହିତ ଏହି ଅପରେସନର ସଫଳତା ପାଇଁ ପୋଲିସକୁ ପ୍ରଶଂସା କରିଛନ୍ତି ।

ଏଥର ଶୀତକାଳୀନ ଅଧିବେଶନରେ ଦର ଦାମ ବୃଦ୍ଧି, ନାରୀ ନିର୍ଯାତନା କଂଗ୍ରେସର ମୁଖ୍ୟ ପ୍ରସଙ୍ଗ

ବିଧାନସଭାର ଶୀତକାଳୀନ ଅଧିବେଶନରେ କଂଗ୍ରେସ ଦର ଦାମ ବୃଦ୍ଧି, ନାରୀ ନିର୍ଯାତନାକୁ ମୁଖ୍ୟ ପ୍ରସଙ୍ଗ କରିବ । ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କାରିବ ବୋଲି କହିଛି । ବିଧାନସଭାରେ ଆଲୋଚନାରେ ଭାଗ ନେବୁ, ଦରକାର ପଡ଼ିଲେ ବିରୋଧ ବି କରିବୁ । ତେବେ ବାଚସ୍ପତି କଟକଣା ଲଗାଇଲେ ତାକୁ ବିରୋଧ କରିବୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଗୃହରେ ବିରୋଧ କରିବା ନେଇ ପୂର୍ବରୁ ସାଲୁଜା କହିଛନ୍ତି ୯ଜଣ ବିଧାୟକ ବସି ଏ ବାବାଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।

ଶିକ୍ଷକଙ୍କୁ ଅପହରଣ କଲେ ଛାତ୍ର, ନିର୍ଧୁମ ଛେଚା ଖାଇଲେ

ଦେବଗଡ଼ କଲା ଟୋଲ୍ ଗେଟ୍ ପାଖରେ ରବୀନ୍ଦ୍ର ଗାଡ଼ି ରଖି ପରିସ୍ରା ଯାଇଥିବାବେଳେ ୩ ଯୁବକ ବାଇକରେ ଆସି ତାଙ୍କୁ କାବୁ କରିଥିଲେ । ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର ପଛ ସିଟ୍‌ରେ ବସାଇଥିଲା । More

ଓଡ଼ିଶା ପାଇଁ ଗର୍ବ ଆଣିଲେ ସ୍ୱପ୍ନା; ଜିତିଲେ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’

ମାୟାନଗରୀ ମୁମ୍ବାଇରେ ଚମକିଲେ ଓଡିଆ ଝିଅ । ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । More

୧୦ ମିନିଟ୍ ଧସ୍ତାଧସ୍ତି ପରେ ପୋଲିସ୍‌ ହାତରେ ଧରାପଡ଼ିଲା ହାର୍ଡକୋର୍‌ କଣ୍ଟ୍ରାକ୍ଟ କିଲର୍‌

କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲା ହାର୍ଡକୋର୍‌ କଣ୍ଟ୍ରାକ୍ଟ କିଲର୍‌। ୧୦ ମିନିଟ୍ ଧରି ଧସ୍ତାଧସ୍ତି ପରେ ପୋଲିସ ଏହି ହାର୍ଡକୋର୍‌ କଣ୍ଟ୍ରାକ୍ଟ କିଲର୍‌କୁ କାବୁ କରିବାରେ ସଫଳ ହୋଇଥିଲା। More

ପୁଣି ଏକ ବାତ୍ୟା ଆଶଙ୍କା, ୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ

ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରଟି ବାତ୍ୟାର ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବା ପରେ ବାତ୍ୟା ସମ୍ଭାବନା ସ୍ପଷ୍ଟ ହେବ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଠି ପ୍ରଭାବ ପଡ଼ିବ ତାହା ଏବେ କହି ହେବ ନାହିଁ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।  More

ଚିନ୍ତା ବଢ଼ାଉଛି ବୁର୍ଲା ଭୀମସାର୍‌, ୬୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ବୁର୍ଲା ଭୀମସାର୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣ ଛାତ୍ରଛାତ୍ରୀ ହୋଇଥିବାବେଳେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। More

ଦେଶର ଶକ୍ତିଶାଳୀ ମହିଳା ତାଲିକାରେ ଓଡିଆ ଆଶା ଦିଦି, ସକାଳଠୁ ରାତି ଯାଏଁ ଲୋକଙ୍କ ସେବାରେ ଜୀବନ ବିତାଉଛନ୍ତି ମାତିଲଦା

ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଲେ ମାତିଲଦା । ସେବା ଯାହାର ପରିଚୟ । ଜଣେ ଆଶା ଦିଦିଙ୍କ ସଫଳତାର କାହାଣୀ More

କରୋନାର ନୂଆ ଭାରିଏଣ୍ଟ ଆତଙ୍କ ପରେ ନୂଆ ଗାଇଡ୍‌ଲାଇନ୍ ଜାରି କଲେ ଓଡ଼ିଶା ସରକାର

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଆତଙ୍କ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି ହୋଇଛି। More

Daily Horoscope, 28 NOV 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ନଭେମ୍ବର ମାସ ୨୮ତାରିଖ, ରବିବାର, ବିଛା ୧୩ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ନବମୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ପଥର ଖୋଳରେ ପୂଜା ପାଉଛନ୍ତି କାଳେଶ୍ୱର : ଅଙ୍ଗନଦୀରେ ଛାତିଏ ଛାତିଏ ପାଣି ପାର କଲେ ପଡ଼େ ବାବାଙ୍କ ପୀଠ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ପଚାଂୟତ ସଂସାମୁରା ଗାଁର ଅଙ୍ଗନଦୀ ମଝିରେ ପଥର ଖୋଳ ଭିତରେ ଥିବା ବାବା କାଳେଶ୍ୱରଙ୍କ ପୀଠ । ଏଠାରେ ବାବା କାଳେଶ୍ୱର କାହିଁ କେତେ ଦିନରୁ ପୂଜା ପାଇଁ ଆସୁଛନ୍ତି । More

ଆଖି ବୁଜି ଦେଇଛନ୍ତି ସରକାର ? ଗାଈ ଚରାଇବା ସହ ମୂଲ ଲାଗୁଛନ୍ତି ଜାତୀୟ ସ୍ତରର ଖେଳାଳି

ଏମିତି ଝିଅ ଭାଗ୍ୟରେ ଥିଲେ ମିଳେ । ଗରିବ ବାପାମାଆଙ୍କୁ ଚଳାଇବାକୁ ଗାଈ ଚରାଉଛନ୍ତି ଓ ମୂଲ ଲାଗୁଛନ୍ତି । କିନ୍ତୁ ବିଡମ୍ୱନା ହେଉଛି, ଏଇ ଝିଅ ଜାତୀୟ ସ୍ତରର ଜଣେ କ୍ରୀଡାବିତ୍ । ତାଙ୍କ ପ୍ରତିଭାକୁ ସାରା ଦେଶ ଦେଖିଥିଲା ବେଳେ ରାଜ୍ୟ ସରକାର ଦେଖି ନ ଦେଖିଲା ପରି ହେଉଛନ୍ତି More

୮୪୦ ମିଟର ସୁଡ଼ଙ୍ଗ ଖୋଳା କାର୍ଯ୍ୟ ସରିଛି, ବିସ୍ଫୋରଣ ଭିଡିଓ ଟ୍ୱିଟ୍‌ କଲେ କେନ୍ଦ୍ର ରେଳମନ୍ତ୍ରୀ

ଏକ ଭିଡ଼ିଓକୁ ଟ୍ୱିଟ୍‌ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶେଷ ପଯର୍ୟାୟରେ ପହଞ୍ଚିଥିବା ଟନେଲ୍ ଖୋଳା ସମୟର ଚିତ୍ର ସେ ସେୟାର କରିଛନ୍ତି । More

ପୋଲାଣ୍ଡକୁ ହରାଇ ଜୁନିୟର ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତର ପ୍ରବେଶ

ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚ୍‌ରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। More

ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢୁଛି ରାସ୍ତା ଦୁର୍ଘଟଣା

ଅବେଳରେ ଅକାରଣରେ ଚାଲି ଯାଉଛି ମୂଲ୍ୟବାନ ଜୀବନ । ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ରାସ୍ତା ଦୁର୍ଘଟଣା ମୃତ୍ୟୁ। ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨୭ଟି ଦୁର୍ଘଟଣା ଘଟୁଛି ଓ ୧୩ ଜଣ ପ୍ରାଣ ହରାଉଛନ୍ତି । More

ପୁଣି ୩ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼, ଜାଣନ୍ତୁ କିଏ କାହାକୁ ମାରିଛି ଅଣ୍ଡା ?

ବଲାଙ୍ଗୀର ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ । More

ଅସୁରକ୍ଷିତ ପାଲଟିଛି ବ୍ୟାଙ୍କ ଓ ଏଟିଏମ୍

ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍‌ରେ ପଶି ବୁଲାଇଦେଉଛନ୍ତି କଳାକନା। More