ସଂକ୍ଷେପରେ ଆଜିର ତାଜା ଖବର - Saturday, 27 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୮୪୦ ମିଟର ସୁଡ଼ଙ୍ଗ ଖୋଳା କାର୍ଯ୍ୟ ସରିଛି, ବିସ୍ଫୋରଣ ଭିଡିଓ ଟ୍ୱିଟ୍‌ କଲେ କେନ୍ଦ୍ର ରେଳମନ୍ତ୍ରୀ

ଏକ ଭିଡ଼ିଓକୁ ଟ୍ୱିଟ୍‌ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଶେଷ ପଯର୍ୟାୟରେ ପହଞ୍ଚିଥିବା ଟନେଲ୍ ଖୋଳା ସମୟର ଚିତ୍ର ସେ ସେୟାର କରିଛନ୍ତି । More

ପୋଲାଣ୍ଡକୁ ହରାଇ ଜୁନିୟର ବିଶ୍ୱକପ କ୍ୱାର୍ଟର ଫାଇନାଲରେ ଭାରତର ପ୍ରବେଶ

ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର୍‌ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ଆଜିର କର ବା ମର ମ୍ୟାଚ୍‌ରେ ଆୟୋଜକ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଯାଇଛି। More

ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢୁଛି ରାସ୍ତା ଦୁର୍ଘଟଣା

ଅବେଳରେ ଅକାରଣରେ ଚାଲି ଯାଉଛି ମୂଲ୍ୟବାନ ଜୀବନ । ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ରାସ୍ତା ଦୁର୍ଘଟଣା ମୃତ୍ୟୁ। ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨୭ଟି ଦୁର୍ଘଟଣା ଘଟୁଛି ଓ ୧୩ ଜଣ ପ୍ରାଣ ହରାଉଛନ୍ତି । More

ପୁଣି ୩ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମଡ଼, ଜାଣନ୍ତୁ କିଏ କାହାକୁ ମାରିଛି ଅଣ୍ଡା ?

ବଲାଙ୍ଗୀର ଜିଲ୍ଲାର ନାରାୟଣଟିକ୍ରା ଠାରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ । More

ଅସୁରକ୍ଷିତ ପାଲଟିଛି ବ୍ୟାଙ୍କ ଓ ଏଟିଏମ୍

ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍‌ରେ ପଶି ବୁଲାଇଦେଉଛନ୍ତି କଳାକନା। More

କୋର୍ଟଙ୍କ କଥା ଶୁଣିଲେନି; କହିଲେ ‘ମୁଁ ସଖି କେନ୍ଦ୍ରକୁ ଯିବିନି, ଶ୍ୱଶୂର ଘର ଦୁଆରେ ବସିବି’

ବୋହୂ ତପସ୍ୱିନୀ କହିଛନ୍ତି ‘ମୁଁ ସଖି କେନ୍ଦ୍ରକୁ ଯିବିନି । ମୋ ପ୍ରତି ଅନ୍ୟାୟ ହୋଇଛି । ମୁଁ ଯେଉଁଠି ବସିଥିଲି ସେଇଠି ବସିବି । ମୋତେ ବୋହୂ ହିସାବରେ ନନେବା ଯାଏ ମୁଁ ବସିବି ବୋଲି କହିଛନ୍ତି ତପସ୍ୱିନୀ ।’ More

NFHS-5ର ସାଂଘାତିକ ରିପୋର୍ଟ, ପୁରୁଷ ନୁହେଁ ରାଜ୍ୟରେ ମଦ ପ୍ରତି ମହିଳାଙ୍କର ବଢ଼ୁଛି ଆଶକ୍ତ

୨୦୨୦-୨୧ ବର୍ଷ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ NFHS-5 ରିପୋର୍ଟରେ ଆସିଛି ଏଭଳି ଅବିଶ୍ୱସନୀୟ ତଥ୍ୟ । More

ଅମୃତ ଯୋଜନାରେ ପାଣିର ସଠିକ ଉପଯୋଗ ପାଇଁ ଆରମ୍ଭ କରାଯାଇଛି ସୋସିଏସନ୍ ଅଫ ଓ୍ୱାଟର ସପ୍ଲାଇ ଆଣ୍ଡ ସାନିଟାଇଜେସନ ଅର୍ଗାନାଇଜେସନ୍‌

ଅମୃତ ଯୋଜନାରେ ପାଣିର ସଠିକ ଉପଯୋଗ ପାଇଁ ଆରମ୍ଭ କରାଯାଇଛି ସୋସିଏସନ୍ ଅଫ ଓ୍ୱାଟର ସପ୍ଲାଇ ଆଣ୍ଡ ସାନିଟାଇଜେସନ ଅର୍ଗାନାଇଜେସନ୍‌ । ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି ସେବାର ଲୋକାର୍ପଣ କରାଯାଇଛି । ଏହି ଯୋଜନା ମାଧ୍ୟମରେ ପାଣିର ଉପଯୁକ୍ତ ବ୍ୟବହାର ସହ ପାଣି ଲିକେଜକୁ ରୋକାଯାଇ ପାରିବ । ଅମୃତ ଯୋଜନାରେ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନରେ ସଫଳତା ପାଇଁ ଓଡ଼ିଶାରେ ଏହି ସେବାର ଲଞ୍ଚ କରାଯାଇଛି । ବିଭିନ୍ନ ରାଜ୍ୟରୁ ଆସିଥିବା ପଦାଧିକାରୀଙ୍କ ସର୍ବସମ୍ମତି କ୍ରମେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥି ଭାଥନନଙ୍କୁ ଏହାର ସିଇଓ ଚୟନ କରାଯାଇଛି । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବ ଦୁର୍ଗା ଶଙ୍କର ମିଶ୍ର କହିଛନ୍ତି ଓଡ଼ିଶାର ୧୧୫ ସହରରୁ ୫୫ ସହରରେ ଶତ ପ୍ରତିଶତ ପାଣି ପହଞ୍ଚିଛି । ଡିସେମ୍ବର ୨୦୨୨ ସୁଦ୍ଧା ସବୁ ସହରରେ ଶତ ପ୍ରତିଶତ ପାଣି ପହଞ୍ଚିବ । ପୁରୀରେ ଡ୍ରିଙ୍କ ଫର୍ମ ଟ୍ୟାପରେ ୨୪ ଘଣ୍ଟିଆ ପାଣି ଯୋଗାଇ ଦିଆଯାଉଛି । ୨୦୨୩ ଡିସେମ୍ବର ସୁଦ୍ଧା ୧୭ଟି ସହରରେ ଡ୍ରିଙ୍କ ଫର୍ମ ଟ୍ୟାପ ମିଶନରେ ପାଣି ପହଂଚିବ । ଅମୃତ ୨.୨ ମିଶନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ୪ ହଜାର ୮୦୦ ସହର ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବ ଆଗାମୀ ୫ ବର୍ଷରେ ୨.୬୮ କୋଟି ପାଣି କନେକ୍ସନ ଦିଆଯିବ । ଅମୃତ ୨.୨ ଯୋଜନା ପାଇଁ ୫ ବର୍ଷରେ ପ୍ରାୟ ୩ ଲକ୍ଷ କୋଟି ଖର୍ଚ୍ଚ ହେବ  ।

ରିଭାଇଭ୍ : ଜଣେ ନର୍ସର କାହାଣୀ

ବେଳେବେଳେ ଏ ଜୀବନ ଏମିତି ଲାଗେ ଯେ ସତେ ଯେମିତି ଏଡେ ବଡ ଦୁନିଆରେ କେହି ବି ସାହା ନାହିଁ। ଲାଗେ ସତେ ଯେମିତି ଏ ଜୀବନ ନିଃସଙ୍ଗ। ତେବେ ଆସନ୍ତୁ ସେମିତି ଏକ ଚରିତ୍ରକୁ ହେଟିବା ଗାଳ୍ପିକା ଡା. ଇପ୍ସିତା ପ୍ରଧାନଙ୍କ ଗପରେ। More

ପୁଣି ଅପରାଜିତାଙ୍କୁ ବିରୋଧ, ସାଂସଦ କହିଲେ ଏହା ବିରୋଧ ନୁହେଁ ଅଭିମାନ

ଆଜିର ଘଟଣା ବିରୋଧ ନୁହେଁ ବରଂ ଅଭିମାନ ଓ ଅଳି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ । ସେ ଭୁବନେଶ୍ୱରର ସାଂସଦ, ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ କିଛି କାରଣ ପାଇଁ ଅଭିମାନ ରହିଛି । More

ଜୀବନ ଯୁଦ୍ଧରେ ଲଢ଼ି ଅସହାୟ ହେବା ପରେ ଇଚ୍ଛାମୃତ୍ୟ ପାଇଁ ଆବେଦନ

ଜୀବନ ଯୁଦ୍ଧରେ ଲଢ଼ି ଅସହାୟ ହେବା ପରେ ଇଚ୍ଛାମୃତ୍ୟ ପାଇଁ ଆବେଦନ । ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଆବେଦନ କରିଛନ୍ତି ଦୁର୍ଘଟଣାରେ ଗୁରୁତର ହୋଇ ଶଯ୍ୟାଶାୟୀ ହୋଇଥିବା ଯୁବକ ଅନିଲ ଶିଖା । ଭବାନୀପାଟଣା ଚିକିଲି ଗାଁର ଅନୀଲ ଶିଖା ୨୦୧୫ରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେବା ପରେ ମଧ୍ୟ ସୁସ୍ଥ ହୋଇନଥିଲେ । ମେରୁଦଣ୍ଡ ଭାଙ୍ଗି ଯାଇଥିବାରୁ ଆଉ ଉଠି ବସି ପାରୁନଥିଲେ । ସେବେଠାରୁ ଯନ୍ତ୍ରଣା ଦାୟକ ଜୀବନ ଜିଉଁଛନ୍ତି  ଅନୀଲ ।  ଯଦୁବନ ଶିଖା ଜଣେ ଗରିବ ପରିବାରର ଏବଂ ମୂଲ ଲାଗିଲେ ଘର ଚଳେ । ଅଧିକ ଚିକିତ୍ସା ପାଇଁ କିପରି ଟଙ୍କା ଯୋଗାଡ କରିବେ ଏବଂ କେବେ ସୁସ୍ଥ ହେବେ ଚିନ୍ତା କରି ପାରୁ ନାହାନ୍ତି । ଅନୀଲ ସବୁବେଳେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶେଷରେ ଏବେ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଆବେଦନ କରିଥିବା ଜଣାଇଛନ୍ତି ଅନିଲ ଶିଖା ।

ରାସ୍ତା ହେବାର ୩ ଦିନ ଭିତରେ ଉଠିଗଲା ପିଚୁ

୩ ଦିନ ଗଲାନି ରାସ୍ତା କାମ । ରାସ୍ତା ହେବାର ୩ ଦିନ ଭିତରେ ଉଠିଗଲା ପିଚୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋର ବ୍ଲକ ବାଲିପୁର ଛକରେ । ନିମ୍ନମାନର କାମ ଯୋଗୁଁ ଏପରି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତାଟି ମାଟିଆପଲା ଛକରୁ ଆରମ୍ଭ କରି ମାଣିପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତା କାମ କରୁଥିବା ବେଳେ ଏଥିପାଇଁ ୧ କୋଟି ୧୫ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଛି । ତେବେ ମାତ୍ର ୩ ଦିନ ଭିତରେ ରାସ୍ତାରୁ ପିଚୁ ଉଠିଯିବା ପରେ ଲୋକେ ଏନେଇ ଆନ୍ଦୋଳନ କରିଛନ୍ତି । ତେବେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । 

ଜେଲ୍‌ରୁ ବାଲିଘାଟ ଅପରେଟ୍ କରୁଛନ୍ତି ବାଲି ମାଫିଆ

ଜେଲ୍‌ରୁ ବାଲିଘାଟ ଅପରେଟ୍ କରୁଛନ୍ତି ବାଲି ମାଫିଆ । ଜେଲ୍ ଭିତରେ ଥାଇ ମଧ୍ୟ ଚଳାଇଛନ୍ତି ବେଆଇନ କାରବାର । ବେଧଡ଼କ ଭାବେ ଦିନ ଦ୍ୱିପହରେ ଉଠୁଛି ବାଲି, ଚାଲିଛି ଚୋରା ଚାଲାଣ । ରାଉରକେଲାରେ ଏଭଳି ଏକ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ବିଶ୍ରା ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୧ଟି ଗାଡ଼ି ସିଜ୍ କରିବା ସହ ୧୧ ଜଣଙ୍କୁ ଗିରଫ କରିଛି । ଘଟଣାର ମାଷ୍ଟରମାଇଣ୍ଡ ଅମିତ ସାହୁ ପୂର୍ବରୁ କିଛି ମାମଲାରେ ଗିରଫ ହୋଇ ଜେଲ୍‌ରେ ରହିଛି । ତେବେ ଜେଲ୍‌ରେ ଥାଇ ମଧ୍ୟ ସେ କିଭଳି ଭାବେ ଏସବୁ କାରବାର ଚଳାଇଥିଲା ତାକୁ ନେଇ ଉଠିଚି ପ୍ରଶ୍ନ । ଅମିତ ସାହୁ ଗତ ମାସ ୧୧ ତାରିଖରୁ ଜେଲ୍‌ରେ ଥିବା ବେଳେ ଜିଲ୍ଲା ପ୍ରଶାସନ କଣ ପାଇଁ ତାଙ୍କର ବାଲି ଉଠାଇବା ଲାଇସେନ୍ସ ବାତିଲ କରି ନାହିଁ । ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଅନ୍ୟପଟେ ଏ ନେଇ ରାଉରକେଲା ଏସ୍‌ପି କହିଛନ୍ତି ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ତାଙ୍କ ନାଁରେ ଥିବା ସମସ୍ତ ବାଲିଘାଟ ବାତିଲ ପାଇଁ ପଦକ୍ଷେପ ନିଆଯିବ ।

ସ୍ୱାମୀ ହତ୍ୟା ମାମଲାରୁ ମୁୁକୁଳିବା ପାଇଁ ଧରମ ମାଆଙ୍କୁ ଲୁଟିଲା ଝିଅ

ସ୍ୱାମୀ ହତ୍ୟା ମାମଲାରୁ ମୁୁକୁଳିବା ପାଇଁ ଧରମ ମାଆଙ୍କୁ ଲୁଟିଲା ଝିଅ । କୋର୍ଟରେ କେଶ୍ ଲଢ଼ିିବା ଲାଗି ଦରକାର ହେଉଥିବା ଟଙ୍କା ଯୋଗାଡ଼ କରିବାକୁ ଧରମ ମା’ ଘରୁ ଲୁଟ୍ କଲା ଝିଅ । ଶେଷରେ ଗିରଫ ହୋଇ ଜେଲ୍ ଗଲେ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ମହିଳା । ନିଜ କେଶ୍ ଲଢ଼ିବା ଲାଗି ଟଙ୍କା ଆବଶ୍ୟକ ହେବାରୁ ସଂପୃକ୍ତ ମହିଳା ବିଭିନ୍ନ ବସଷ୍ଟାଣ୍ଡରେ ବୁଲି ମହିଳାଙ୍କୁ ଟାର୍ଗେଟ କରୁଥିଲେ । ଏହି ସମୟରେ ୬ ମାସ ତଳେ କୋଦଳା ବସଷ୍ଟାଣ୍ଡରେ ଖଲ୍ଲିକୋଟ ଥାନା ବିକ୍ରମପୁର ଅଞ୍ଚଳର ନିରୁପମାଙ୍କ ସହ ଭେଟ ହୋଇଥିଲା । ନିରୁପମା ଅନେକ ସୁନା ଗହଣା ପିନ୍ଧିଥିବାରୁ ତାଙ୍କୁ ଟାର୍ଗେଟ କରିଥିଲେ । ଆଉ ସେହି ବସଷ୍ଟାଣ୍ଡରେ ହିଁ ତାଙ୍କ ସହ ସଂପର୍କ ସ୍ଥାପନ କରିଥିଲେ । ଆଉ ଫୋନ୍ ନମ୍ବର ଆଣି ଯୋଗାଯୋଗରେ ରହିଥିଲେ । ପରେ ପରେ ନିରୁପମାଙ୍କୁ ଧରମ ମା କରିଥିଲେ । ଏହି ଆଳରେ ତାଙ୍କ ଘରକୁ ଯାଆ ଆସ କରିବା ଆରମ୍ଭ କରିଥିଲେ । ଅକ୍ଟୋବର ୪ରେ ନିରୁପମାଙ୍କ ଘରକୁ ଆସି ସୁଯୋଗ ଦେଖି ସୁନାଗହଣା ଲୁଟିନେଇଥିଲେ । ପରେ ପରେ ଅକ୍ଟୋବର ୧୬ରେ ନିରୁପମା ଥାନାରେ ଏତଲା ଦେଇଥିଲେ । ପୋଲିସ ତଦନ୍ତ କରି ସଂପୃକ୍ତ ମହିଳାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଏହାସହ ସେ ସୁନା ବିକିଥିବା ଦୋକାନୀଙ୍କୁ ମଧ୍ୟ ପୋଲିସ ଧରିଛି ।

ବନ୍ଧୁକ ମୁନରେ ଏଟିଏମ୍ ଭିତରୁ କେମିତି ହୋଇଥିଲା ଲୁଟ୍ ? କେତେ ଜଣ ପଶିଥିଲେ ଏଟିଏମ୍ ଭିତରେ ?

ବନ୍ଧୁକ ମୁନରେ ଏଟିଏମ୍ ଭିତରୁ କେମିତି ହୋଇଥିଲା ଲୁଟ୍ ? କେତେ ଜଣ ପଶିଥିଲେ ଏଟିଏମ୍ ଭିତରେ ? ଭଦ୍ରକ ଏଟିଏମ୍‌ରୁ ଟଙ୍କା ଲୁଟ୍ ମାମଲାରେ ସିସିଟିଭି ଫୁଟେଜ୍ ମିଳିବା ପରେ ଘଟଣା ସମ୍ପର୍କରେ ସୂଚନା ମିଳିଛି । ତିନି ଜଣ ଏଟିଏମ୍ କର୍ମଚାରୀ ଟଙ୍କା ଭର୍ତ୍ତି କରିବାକୁ ଆସିଥିଲେ । ଏକ ଟ୍ରଙ୍କରେ ଟଙ୍କା ରଖି ଏଟିଏମ୍‌ରେ ଥିଲେ । ଠିକ୍ ଏହି ସମୟରେ ହାତରେ ବନ୍ଧୁକ ଧରି ଜଣେ ବ୍ୟକ୍ତି ପଶି ଆସି ଆରମ୍ଭ କରିଥିଲା ଆତଙ୍କରାଜ । ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଟ୍ରଙ୍କକୁ ଧରି ଚମ୍ପଟ୍ ମାରିଥିଲା ବାଇକ୍‌ରେ । ଆଉ କିଛି ବ୍ୟକ୍ତି ଅପେକ୍ଷା କରି ରହିଥିଲେ ଆଉ ଚାହୁଁ ଚାହୁଁ ସେଠୁ ଛୁ ମାରିଥିଲେ । ଗତକାଲି ଭଦ୍ରକ ଚରମ୍ପା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ଟଙ୍କା ଲୋଡ ବେଳେ ଏହି ଲୁଟ୍ ହୋଇଥିଲା । ଲୁଟ୍ ହୋଇଥିବା ଟ୍ରଙ୍କରେ ପ୍ରାୟ ୨୯ ଲକ୍ଷ ଟଙ୍କା ଥିଲା । ଟଙ୍କା ଲୋଡ୍ କରିବାକୁ ଆସିଥିବା କର୍ମଚାରୀଙ୍କୁ ପଚରାଉଚରା ପରେ ଅଧିକ ତଦନ୍ତ କରୁଛି ପୋଲିସ୍ ।

ଛୋଟ ଶିଳ୍ପ ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲା ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍

କରୋନାରେ ଭୁଶୁଡି ପଡିଥିବା ଛୋଟ ଛୋଟ ଶିଳ୍ପ ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କଲା ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ । ବ୍ୟାଙ୍କମାନେ ଠିକ ଭାବରେ ଋଣ ପ୍ରଦାନ କରୁନଥିବା UCCI ଅଭିଯୋଗ କରିଛି । ଓଡ଼ିଶାରେ ଇଜ୍ ଅଫ ଡୁଇଙ୍ଗ ବିଜିନେସ ଠିକ ନଥିବାରୁ ବାହାର ରାଜ୍ୟର ଶିଳ୍ପ ବା ପୁଞ୍ଜି ନିବେଶକାରୀ ଆସୁନାହାନ୍ତି । ଛୋଟ ଶିଳ୍ପ ଗୁଡିକୁ ବ୍ୟାଙ୍କ ମାନେ ଋଣ ପ୍ରଦାନ କରନ୍ତୁ, ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଇଜ ଅଫ ଡୁଇଙ୍ଗ୍ ବିଜିନେସକୁ ଅଧିକ କାର୍ଯ୍ୟକ୍ଷମ କରନ୍ତୁ ବୋଲି ରାଜ୍ୟ ସରକାରଙ୍କୁ UCCI ଅନୁରୋଧ କରିଛି । ଏହା ସହ ଷ୍ଟିଲ ଏବଂ ବକ୍‌ସାଇଟ ଉତ୍ପାଦନ କ୍ଷେତ୍ରରେ ଯେଉଁ କୋଇଲା ଆବଶ୍ୟକ ଥିଲା, ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିଥିବାରୁ ଧନ୍ୟବାଦ ଦେଇଛି UCCI ।

କୋଭିଡ ମୃତକଙ୍କୁ ସହାୟତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର

ମୁଖ୍ୟମନ୍ତ୍ରୀଙ୍କୁ ନରସିଂହ ମିଶ୍ରଙ୍କ ଚିଠି । କୋଭିଡ ମୃତକଙ୍କୁ ସହାୟତା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମୃତକଙ୍କ ପରିବାରକୁ ସହାୟତା ଦିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । ମୃତ୍ୟୁବରଣ କରିଥିବା ପରିବାର ପିଛା ୪ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଉ ଯଥାକ୍ରମେ ୭୫ ଓ ୨୫ ପ୍ରତିଶତ ଅନୁପାତରେ କେନ୍ଦ୍ର ଓ ରାଜ୍ୟ ସହାୟତା ଦିଅନ୍ତୁ । କେନ୍ଦ୍ର ସରକାର ୩ ଲକ୍ଷ ଓ ରାଜ୍ୟ ସରକାର ୧ ଲକ୍ଷ ଟଙ୍କା ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଲକ୍ଷେ ଟଙ୍କା ଦେବାକୁ ପଦକ୍ଷେପ ନେଇ କେନ୍ଦ୍ର ଉପରେ ଚାପ ପକାନ୍ତୁ । କୋଭିଡରେ ମୃତ୍ୟୁର ସଠିକ୍ ଯାଞ୍ଚ ଲାଗି ଚିଠିରେ ଦାବି କରିଛନ୍ତି ନରସିଂହ ।

କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ ପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦକ୍ଷିଁଣ ଆଫ୍ରିକା, ବୋସଓ୍ୱାନା ଓ ହଂକଂରେ ଏହି ଭାରିଏଣ୍ଟ ଚିହ୍ନଟ ହୋଇଥିବା ବେଳେ ଆନ୍ତର୍ଜାତିକ ବିମାନ ଯାତ୍ରା ନେଇ ଥିବା କଟକଣା କମ କରିବା ନିଷ୍ପତ୍ତିର ସମୀକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ବିଦେଶରୁ ଆସୁଥିବା ଏବଂ ଯାତ୍ରା କରୁଥିବା ନାଗରିକଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ଗୁରୁତ୍ୱ ଦେଇଛନ୍ତି । କରୋନା ବହୁଳ ଆକ୍ରାନ୍ତ ଦେଶ ଗୁଡିକ ଉପରେ ମଧ୍ୟ ନଜର ରଖିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁସାରେ କୋଭିଡ୍ ଟେଷ୍ଟ କରିବାକୁ ସେ କହିଛନ୍ତି । ସ୍ଥିତିକୁ ନେଇ ସତର୍କ ରହିବା ସହ ମାସ୍କ ପିନ୍ଧିବା, ଟିକାକରଣ ଏବଂ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଦେଶରେ ଚାଲିଥିବା କରୋନା ଟିକାକରଣର ଦ୍ୱିତୀୟ ଡୋଜ୍ ବୃଦ୍ଧି କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ନେତୃତ୍ୱରେ ବସିଥିବା ଏହି ବୈଠକରେ କ୍ୟାବିନେଟ୍ ସେକ୍ରେଟାରୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ, ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ଯୋଗ ଦେଇଥିଲେ ।

ପୁଣି ଖାକିରେ ଦୁଷ୍କର୍ମ ଦାଗ ! ହୋମଗାର୍ଡଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ମଙ୍ଗୁଳି ଫାଣ୍ଡିରୁ । ଏଠାରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆସିଛି ଡ୍ୟୁଟିରେ ଥିବା ଜଣେ ହୋମଗାର୍ଡଙ୍କ ବିରୋଧରେ । More

ପିଠା ଖାଇବାକୁ ଯାଇଥିଲା କୁନି ଝିଅ, ହେଲେ ଫେରିନଥିଲା ! ଫେରିବାଲା ନେଇଗଲେ କି ?

ଝିଅ ନମିଳିବାରୁ ବାପା ଉମାକାନ୍ତ ଓ ମାଆ ସସ୍ମିତା ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି । ଘଟଣାରେ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି । More

ଏଣିକି ଆଉ କଥା ବଦଳାଇ ପାରିବେନି ସୁଚନ୍ଦ୍ର, ରେକର୍ଡ କରି ରଖିଲା ପୋଲିସ

ବିରୋଧୀ ଅଭିଯୋଗ କରିଥିଲେ ଯେ, ଚାପରେ ଆସି ସୁଚନ୍ଦ୍ର ବୟାନ ବଦଳାଉଛନ୍ତି । ହେଲେ ୧୬୪ରେ ବୟାନ୍ ରେକର୍ଡ କରାଗଲା ପରେ ସମସ୍ତଙ୍କ ମୁହଁ ବନ୍ଦ । ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ବାରମ୍ବାର ବୟାନ ବଦଳାଉଥିବା ସୁଚନ୍ଦ୍ର ପୋଲିସ ଆଗରେ କ’ଣ କହିଛନ୍ତି ? More

କରୋନାର ନୂଆ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା, ସତର୍କ ହେଲେ ଓଡ଼ିଶା ସରକାର

କରୋନା ଭାଇରସ୍‌ର ନୂଆ ଭ୍ୟାରିଏଣ୍ଟର ‘ଓମିକ୍ରନ୍‌’ ଚିହ୍ନଟ ପରେ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। More

କୋରାପୁଟ କଫି ପାଇଁ ବଡ଼ ଯୋଜନା ଘୋଷଣା କଲେ ରାଜ୍ୟ ସରକାର

କୋରାପୁଟ ଜିଲ୍ଲାରେ କଫି ଚାଷ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଯୋଜନା ଘୋଷଣା କରିଛନ୍ତି। More

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ରାଣୀଝୁଲା ପାହାଡ : ମନ ମୋହୁଛି ତ୍ରିକୋଣୀୟ ପାହାଡର ଶିଖରରୁ ବହି ଆସୁଥିବା ଝରଣା

ପ୍ରକୃତି କୋଳରେ ରାଣୀଝୁଲା ପାହାଡ଼ । କୁଳୁକୁଳୁ ନାଦ କରି ପାହାଡ଼ ଶିଖରରୁ ବହି ଆସୁଛି ଝରଣା । ଚାରିଆଡେ ସବୁଜ ବନାନୀ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପୂରା ପରିବେଶ । More

ଘରର ବଡ଼ମାନଙ୍କ ପାଇଁ ପ୍ରଥମାଷ୍ଟମୀ ପର୍ବ : ନୂଆ ପୋଷାକ ସାଙ୍ଗକୁ ମହକି ଉଠୁଛି ହଳଦୀ ପତର ପିଠା

ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ପ୍ରଥମାଷ୍ଟମୀ । ପରମ୍ପରା ଅନୁଯାୟୀ,ପରିବାରର ପ୍ରଥମ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ । More

ପ୍ରେରଣା ସାଜିଲେ ଗାଁ ମହିଳା : ପାହାଡ଼ି ଝରଣାରେ ବନ୍ଧ ବାନ୍ଧି ପାଣି ସମସ୍ୟାର ସମାଧାନ କଲେ

ପ୍ରେରଣା ସାଜିଲେ ଗାଁ ମହିଳା, ବନ୍ଧ ବାନ୍ଧି ପାଣି ସମସ୍ୟାର ସମାଧାନ କରିଦେଲେ ।ସ ରକାରଙ୍କଠାରୁ ଟଙ୍କାଟିଏ ବି ସାହାଯ୍ୟ ନେଇନାହାନ୍ତି । କେବଳ ଶ୍ରମଦାନ କରି ରଚିଦେଲେ ଇତିହାସ । ସାରା ଅଞ୍ଚଳ କହୁଛି ସାବାସ୍ ସାବାସ୍। More

ଭିନ୍ନ ଜାତିରେ ବିବାହ କଲେ ମିଳିବ ସହାୟତା : ନବଦମ୍ପତିଙ୍କୁ ୫ ଲକ୍ଷ ଟଙ୍କା ଦେବେ ସରକାର

ସାମାଜିକ ସମନ୍ୱୟ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର । ଇଣ୍ଟରକାଷ୍ଟ୍ ମ୍ୟାରେଜ୍ କଲେ ସହାୟତା ପ୍ରଦାନ କରାଯିବ । ବିବାହ ପରେ ଦମ୍ପତିଙ୍କୁ ୧୦,୦୦୦ରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ସରକାର । More

Daily Horoscope, 27 NOV 2021: ଜାଣନ୍ତୁ ଆଜିର ରାଶିଫଳ

ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ। ଅନ୍ୟର ଉପକାରକରି ପ୍ରଶଂସିତ ହେବେ।  More

ସ୍କୁଲ୍‌କୁ ସ୍କୁଲ୍‌ ଡେଉଁଛି କରୋନା; ପୁଣି ଏକ ସ୍କୁଲ୍‌ରେ ୨୬ ଛାତ୍ରୀ ପଜିଟିଭ୍‌ ଚିହ୍ନଟ

ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଏବେ ପୁଣିଥରେ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଏବେ ଚିନ୍ତାର କାରଣ ପାଲଟିଛି। ସେପଟେ ସ୍କୁଲ୍‌କୁ ସ୍କୁଲ୍‌ ଡେଉଁଛି କରୋନା। More

ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ପୂରଣ କଲେ ମୁଖ୍ୟମନ୍ତ୍ରୀ

ଆଡମିଶନ ପାଇଁ ଆବଶ୍ୟକ ପଡ଼ୁଥିବା ଟଙ୍କା ପାଖରେ ନଥିବାରୁ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ More

ଛିଡ଼ା ହୋଇଥିବା ତୀର୍ଥଯାତ୍ରୀ ବସ୍‌କୁ ପିଟିଲା ଟ୍ରକ, ଚାଲିଗଲା ୩ ଜୀବନ

ବ୍ରହ୍ମପୁରର ଗୋପାଳପୁରରୁ ଘଟଗାଁ ଯାଇ ମା ତାରିଣୀଙ୍କୁ ଦର୍ଶନ କରି ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। More

ରାଜଧାନୀରେ ଆକ୍ରୋଶ ରାଜନୀତି, ନିରଞ୍ଜନ ବି କହିଲେ ସୁରକ୍ଷା ଲୋଡ଼ା

ଗ୍ରୀଲ ବାଡ଼େଇ ଶହ ଶହ ସଂଖ୍ୟାରେ ଶାସକ ଦଳର କର୍ମୀ ସାଂସଦ ଥିବା ଘର ଭିତରକୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ପୋଲିସ ଥାଇ ବି ନଥିଲା ଭଳି । ରଣକ୍ଷେତ୍ର ପାଲଟିଯାଇଥିଳା ଆଚାର୍ଯ୍ୟ ବିହାର ଅଞ୍ଚଳ । More

ଓଡ଼ିଶା ଇତିହାସରେ ବିରଳ ରେକର୍ଡ କଲେ ଆଇଟିଡିଏ ସହକାରୀ ଯନ୍ତ୍ରୀ

ଆଦିବାସୀଙ୍କ କଲ୍ୟାଣ ଟଙ୍କାରେ ଅୟସ କରୁଥିଲେ ମୟୁରଭଞ୍ଜ ଜିଲ୍ଲା ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସ। ମିଳିଛି ବିପୁଳି ସମ୍ପତ୍ତି ବାଡ଼ିର ହିସାବ।  More

ଦାରିଦ୍ର୍ୟ ତାଲିକାର ୯ମ ସ୍ଥାନରେ ଓଡ଼ିଶା, ୩ ଜିଲ୍ଲାରେ ସ୍ଥିତି ଅତି ଦୟନୀୟ !

ବାସ୍ତବ କ୍ଷେତ୍ରରେ ରାଜ୍ୟରୁ ଦାରିଦ୍ର୍ୟ କେତେ ହଟିଛି, ନୀତି ଆୟୋଗ ରିପୋର୍ଟରୁ ତାହା ଜଳ ଜଳ ଦେଖାଯାଉଛି। ନୀତି ଆୟୋଗର ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟକୁ ନେଇ ଆରମ୍ଭ ହୋଇଛି ରାଜ୍ୟ ରାଜନୀତି। ରାଜ୍ୟର ଏ ଦୁଃସ୍ଥିତି ପାଇଁ ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। More

ଚିନ୍ତା ବଢ଼ାଇଲା କରୋନାର ନୂଆ ଭ୍ୟାରିଏଣ୍ଟ, ଟିକା ବି କାମ ଦେଉନି

ରାଜ୍ୟରେ ବି ପୁଣି କଡ଼ ଲେଉଟାଇବା ଆରମ୍ଭ କଲାଣି କରୋନା। ଏଇ ମାସରେ କ୍ରମାଗତ ୧୫ ଦିନ ଧରି ଦୈନିକ ସଂକ୍ରମଣ ୨ଶହ ଉପରେ ରହିବା ପରେ ଗତକାଲି ହଠାତ୍ ପୁଣି ୩ ଶହ ପାର୍ କରିଥିଲା। More

ଆର୍ଜେଣ୍ଟିନାକୁ ୩-୨ ଗୋଲରେ ହରାଇଲା ଜର୍ମାନୀ

ଆରମ୍ଭରୁ ହିଁ ଦୁଇ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲେ। ମ୍ୟାଚର ୧୧ମିନିଟରେ ଜର୍ମାନୀ ତାର ଦଳୀୟ ପ୍ରଥମ ଗୋଲ ଦେଇଥିଲା। ଦଳ ପକ୍ଷରୁ ପୋଲଜାରିକ ମାଟେଓ ଆର୍ଜେଣ୍ଟିନା ଡିଫେନଣ୍ଡରଙ୍କୁ ଚକମା ଦେଇ ଗୋଲଟି କରିଥିଲେ। More