ସଂକ୍ଷେପରେ ଆଜିର ତାଜା ଖବର - Thursday, 25 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟକ୍ରମକୁ ଢ଼େଲା ମାଡ଼

ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଗୁଣ୍ଡାଗର୍ଦ୍ଦିରେ ବିଶ୍ୱାସ କରେ ନାହିଁ। ଡିସିପିଙ୍କୁ ଭେଟି ଏନେଇ ଆଲୋଚନା କରିବି ବୋଲି  ସାଂସଦ କହିଛନ୍ତି। More

ପୁରୀରେ ଛାମୁଙ୍କୁ ଅଣ୍ଡା ମାଡ଼: ଧର୍ମେନ୍ଦ୍ରଙ୍କୁ ବବିଙ୍କ ସମାଲୋଚନା, ଜୟ ନାରାୟଣ ଦେଲେ ଦମ୍‌ଦାର ଉତ୍ତର

କେତେବେଳେ ବିଜେପି-ବିଜଡିକୁ ତ କେତେବେଳେ କଂଗ୍ରେସ ବିଜେପିକୁ, ପୁଣି କେତେବେଳେ କଂଗ୍ରେସ ବିଜେଡିକୁ ଅଣ୍ଡା ମାଡ଼ କରୁଛି । ତେବେ ଏହାରି ଭିତରେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି । More

ସାଂସଦ ଅନୁଭବଙ୍କ ବାପାଙ୍କ ବାତିଲ ହେଲା ପଦୋନ୍ନତି

ଅଭୟ ମହାନ୍ତିଙ୍କ କଟକ ସ୍ଥିତ ଘରକୁ ଚିଠି ପଠାଯାଇଥିବା ବେଳେ କନ୍ଦରପୁର କଲେଜର ଅଧ୍ୟକ୍ଷଙ୍କୁ ବି ଆବଶ୍ୟକ ପଦକ୍ଷେପ ନେବାକୁ ବି ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି।    More

ଗଂଜେଇ ଚାଷ ଛାଡ଼ିବାକୁ ନାରାଜ ଆଦିବାସୀ

ମାଓବାଦୀଙ୍କ ନାଲି ଆଖି ହେଉ କି ଅଧିକ ଆୟର ଲୋଭ, ଗଂଜେଇ ଚାଷ ସମ୍ପୂର୍ଣ୍ଣ ବେଆଇନ୍ ଜାଣିବା ସତ୍ତ୍ୱେ ୟା ସପକ୍ଷରେ ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। More

ଏକସଙ୍ଗେ ୬୦ଟି ସ୍ଥାନରେ ରେଡ କଲା ଭିଡିଲାନ୍ସ

ଏହିପରି ଘଟଣା କେବଳ ସିନେମାରେ ଦେଖିବାକୁ ମିଳିଥିଲା, କିନ୍ତୁ ଏହା ସତରେ ଦେଖିବାକୁ ମିଳିଛି, ଯାହା ସାରା ରାଜ୍ୟ ଓ ଦେଶରେ ପ୍ରଥମ ଘଟଣା ବୋଲି କହିଛନ୍ତି।  More

ଛିଣ୍ଡୁନି ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, କମିଟି କ’ଣ କରୁଛି ସମସ୍ତଙ୍କ ନଜର..

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉନ୍ନୟନ କମିଶନର, ଗୃହ, ରାଜସ୍ୱ, ଜଳସଂପଦ, ଶକ୍ତି, ବିଦ୍ୟାଳୟ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ରହିଛନ୍ତି । More

ରାଜ୍ୟରେ ବଢୁଛି କି ଆକ୍ରମଣାତ୍ମକ ରାଜନୀତି?

ଯେବେଠାରୁ ମମିତା ଇସ୍ୟୁ ସାମ୍ନାକୁ ଆସିଛି, ସେବେଠାରୁ ବିରୋଧୀ ଶାସକ ମଧ୍ୟରେ ବଢ଼ଛି ଆଟାକ୍-କାଉଣ୍ଟର ଆଟାକ୍। More

ତପସ୍ୱିନୀଙ୍କ ସପକ୍ଷରେ ବାହାରିଲେ ସ୍ଥାନୀୟ ଲୋକ; କହିଲେ- ବୋହୂକୁ ଆପଣେଇ ନିଅ

ଚାରି ଦିନ ହେଲା ଥମୁନି ଚର୍ଚ୍ଚା। ବ୍ରହ୍ମପୁର ବ୍ରହ୍ମାନଗରରେ ଶ୍ୱଶୁର ଘର ଆଗରେ ସେମିତି ଧାରଣାରେ ବସିଛନ୍ତି ତପସ୍ୱିନୀ। ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ଥିବା ବେଳେ ଘର ଆଗରେ ମାଣ ବସାଇ ପୂଜା କରିଛନ୍ତି ତପସ୍ୱିନୀ। ସେପଟେ ଆପୋଷ ବୁଝାମଣା କରି ସ୍ୱାମୀ-ସ୍ତ୍ରୀ ଏକାଠି ରୁହନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି। More

ଗ୍ୟାସ୍ ଦର ହ୍ରାସ କରିବାକୁ କେନ୍ଦ୍ରକୁ ୩୦ ଯାଏଁ କଣ୍ଟ ଦେଲା ବିଜେଡି।

୨୨ରୁ ୨୪ ଯାଏ ଗ୍ୟାସ୍ ଦର ପ୍ରତିବାଦରେ ବିଜେଡି ଆନ୍ଦୋଳନ କରିଥିଲା। ତଥାପି କେନ୍ଦ୍ରର ନିଦ ଭାଙ୍ଗୁନାହିଁ ବୋଲି ବିଜେଡି ଅଭିଯୋଗ କରିଛି। More

ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ସହ କଳା ପତାକା ପ୍ରଦର୍ଶନ

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ବେରୋଜଗାର ସହିତ ରନ୍ଧନ ଗ୍ୟାସ ଓ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ ପକ୍ଷରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଥିଲା। More

୮୦ ବର୍ଷରେ ବି ପୂରା ଫିଟ୍ ଯୋଗଗୁରୁ ହରିବୋଲ, ଯୁବକ ଭଳି ଡେଉଁଛନ୍ତି

ଅନ୍ୟ ମାନଙ୍କ ପାଇଁ ପ୍ରରଣା ପାଲଟିଛନ୍ତି ସେ । ତାଙ୍କ ଆଗରେ ବୟସ ହାର୍ ମାନିଛି ,ଯିଏ ୮୦ ବର୍ଷ ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି । ସେ ହେଲେ ବଲାଙ୍ଗିରର ଯୋଗ ମଣିଷ ହରିବୋଲ ହୋତା । ତାଙ୍କୁ ଭେଟିଥିଲେ ଆମ ବଲାଙ୍ଗିର ପ୍ରତିନିଧି ଘଟେଶ୍ୱର ମିଶ୍ର। More

ଭିଜିଲାନ୍ସ ଜାଲରେ ITDAର କନିଷ୍ଠ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ମୟୂରଭଂଜ ଜିଲ୍ଲା ITDAର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସ। ତାଙ୍କର ଅଚଳାଚଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ।  ଏକା ସାଙ୍ଗରେ ଭୁବନେଶ୍ୱର, ବାଲେଶ୍ୱର, ବାରିପଦାର ୧୧ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସର ୧୧ଟି ଟିମ୍।  ଏଥିରେ ନିୟୋଜିତ ହୋଇଛନ୍ତି ୧୦ ଜଣ ଡିଏସ୍‌ପି, ୪ ଜଣ ଇନ୍ସପେକ୍ଟର ଓ ୩୦ ଜଣ ଅନ୍ୟ ଅଧିକାରୀ।  ଭୁବନେଶ୍ୱରର ଶୈଳଶ୍ରୀ ବିହାର, କଳିଙ୍ଗ ବିହାର, ବାଲେଶ୍ୱରର ବୃନ୍ଦାବନ ଭବନ, ବାଲିଆପାଳ ସ୍ଥିତ ଘରେ, ବାଲେଶ୍ୱରରେ ଥିବା ଶ୍ୱଶୁର ଘରେ ଓ ବାରିପଦାରେ ମଧ୍ୟ ରେଡ୍ ଚାଲିଛି।

ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର

ତହସିଲଦାରଙ୍କ ଗାଡ଼ିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରାକ୍ଟର। ଜଳେଶ୍ୱର ଥାନା ଶିଖରପୁର ପୋଲ ଉପରେ ତହସିଲଦାରଙ୍କ ଗାଡିକୁ ଏକ ଟ୍ରାକ୍ଟର ଧକ୍କା ଦେଇଛି। ସୌଭାଗ୍ୟବଶତଃ, ଗାଡିରେ ଥିବା ତହସିଲଦାରଙ୍କ ସମେତ ୫ ଜଣ କର୍ମଚାରୀ ବର୍ତ୍ତି ଯାଇଛନ୍ତି। ବାଲି ଚୋରା ଚାଲାଣ ଖବର ପାଇ ଚଢ଼ାଉ କରିବାକୁ ତହସିଲଦାର ଯାଉଥିବା ବେଳେ ଶିଖରପୁର ପୋଲ ଉପରେ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଥିଲା ଟ୍ରାକ୍ଟର। 

ଶ୍ୱଶୁର ଘର ଆଗରେ ମାଣ ବସାଇଲେ, କହିଲେ- ‘ମା’ ଲୋ ଶାଶୂ ଘର ଲୋକଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ’

ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ଗତ ୪ ଦିନ ହେଲା ଥଣ୍ଡା, କାକର ସହି ଧାରଣା ଦେଇଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ଓରଫ ଡିମ୍ପଲ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି। More

‘ଲକ୍ଷଣ ବଦଳାଉଛି କରୋନା, ଆବଶ୍ୟକ ନଥିଲେ ଘରୁ ବାହାରନ୍ତୁ ନାହିଁ’

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। କରୋନା ଏହାର ଲକ୍ଷଣ ବଦଳାଉ ଥିବାବେଳେ ଲୋକେ ବାହାରେ କଟକଣା ମାନୁ ନାହାନ୍ତି। ଯାହାକି ଏହା ଆଗକୁ ବିପଦ ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। More

ଶୀତକାଳୀନ ଅଧିବେସନ ପୂର୍ବରୁ ସମସ୍ତଙ୍କ କୋଭିଡ୍ ଟେଷ୍ଟ

କୋଭିଡ କଟକଣା ଭିତରେ ଚାଲିବ ବିଧାନସଭା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କଟକଣା ଦୃଷ୍ଟିରୁ ପୂର୍ବ ଅଧିବେଶନ ପରି କଟକଣା ଜାରି ରହିବ ବୋଲି ସୂଚନ ଦିଆଯାଇଛି । More

ଘର ଖଣ୍ଡିଏ ଲାଗି ଗୁହାରୀ କରି କରି ଥକି ଗଲେ ଦିବ୍ୟାଙ୍ଗ ଯୁବକ : ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଆତ୍ମାହୁତି ଦେବାକୁ ଧମକ

ଘର ଖଣ୍ଡିଏ ଲାଗି ବଡ଼ ବାବୁଙ୍କୁ ଗୁହାରୀ କରି ଥକି ଗଲେ ଦିବ୍ୟାଙ୍ଗ । କେହି ଗୁହାରି ଶୁଣିଲେ ନାହିଁ, କି ଘର ଦେଲେ ନାହିଁ । ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ଆସିଲେ ମୁଁ ଆତ୍ମହୁତି ଦେବି ବୋଲି କହୁଛନ୍ତି । More

ଦିନକୁ ଦିନ ମାତିଲାଣି କରୋନା; ଦିନକରେ ୩୩୫ ଆକ୍ରାନ୍ତ, ୨ ମୃତ

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲାଣି । ବଢୁଥିବା ସଂକ୍ରମଣ ସାରା ରାଜ୍ୟରେ ଚିନ୍ତାର ବିଷୟ ପାଲଟିଲାଣି । ଆଜି ରାଜ୍ୟରେ ଦିନକରେ ୩୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । More

ଓଡ଼ିଶାରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ସଂକ୍ରମଣ କମିବା ପରେ ପୁଣିଥରେ ସଂକ୍ରମଣ ବଢ଼ୁଥବି ଦେଖିବାକୁ ମିଳିଛି। More

ମାନସିକ ରୋଗୀଙ୍କୁ ଉପେକ୍ଷା ଅଭିଯୋଗ : କରୋନା କାଳରେ ନା ହେଉଛି କାଉନସିଲିଂ ନା ମିଳୁଛି ଔଷଧ

କିଛି ଦିନ ତଳେ କୋରାପୁଟ ସଦର ମହକୁମାରେ ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ତରଫରୁ ଏକ ଶିବିର ଆୟୋଜିତ ହୋଇଥିଲା । ସେଥିରେ ଅନେକ ମାନସିକ ରୋଗୀ ବି ଚିହ୍ନଟ ହୋଇଥିଲେ । ରୋଗ ସଂପର୍କରେ ଜଣେ ସର୍ମ୍ପକୀୟ ରୋଗର ଭୟାବହତା ବିଷୟରେ ଓ ମାନସିକ ରୋଗର ନିରାକରଣ, ଯତ୍ନ ଓ ଚିକିତ୍ସା ସଂର୍ମ୍ପକରେ ଡାକ୍ତର ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ More

ଗଛରୁ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ଗଛରୁ ନାବାଳକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। More

Daily Horoscope, 25 NOV 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ନଭେମ୍ବର ମାସ ୨୫ ତାରିଖ, ଗୁରୁବାର, ବିଛା ୧୦ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ବାଟବଣା ସରକାରଙ୍କ ‘ଖୁସି’ଯୋଜନା : ଛାତ୍ରୀଙ୍କୁ ମିଳୁନି, ଖତ ଖାଉଛି ସାନିଟାରୀ ନାପକିନ୍

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୨୦୧୮ ଫେବୃୟାରୀରେ କିଶୋରୀ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ କରାଯାଇଥିଲା ‘ଖୁସି’ଯୋଜନା । ଏହି ଯୋଜନା ମାଧ୍ୟମରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିଲା ମାଗଣା ସାନିଟାରୀ ନାପକିନ୍ । More

ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ

ଜୁନିଅର ବିଶ୍ୱକପ୍ ହକିରେ ଆଜି କାନ୍ନାଡାକୁ ଭେଟିବ ଟିମ୍ ଇଣ୍ଡିଆ । ଗତକାଲି ଫ୍ରାନ୍ସ ଠାରୁ ହାରିବା ପରେ ଦ୍ୱିତୀୟ ମ୍ୟାଚ୍ ଜିତି ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ । More

ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ

ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଥିବା ବିବାଦର ସମାଧାନ ପାଇଁ କମିଟି ଗଠନ ହୋଇଛି। More

‘ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡି ବିରୋଧରେ କହି ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା’

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିମ୍ବା ବିଜେଡି ବିରୋଧରେ କହି, ଅଣ୍ଡା ବାଣ୍ଟିଲେ ଭଲ ହୁଅନ୍ତା ବୋଲି ବିଧାୟକ ସୌମ୍ୟ ରଞ୍ଜନ ଯୁକ୍ତି ବାଢିଛନ୍ତି। ଅଣ୍ଡା ମାଡ଼ ନକରି ସେହି ଅଣ୍ଡାକୁ ଗରିବ ପିଲାଙ୍କୁ ବାଣ୍ଟିଥିଲେ, ଅନେକ ଗରିବ ପିଲା ଉପକୃତ ହୁଅନ୍ତେ ବୋଲି ସେ କହିଛନ୍ତି। More

ଡ୍ରେନେଜ ପାଇପ୍ ଭିତରୁ ବାହାରିଲା ଲକ୍ଷ ଲକ୍ଷ ଟଙ୍କା

ପାଇଖାନା ଟାଙ୍କିକୁ ସଂଯୋଗ କରୁଥିବା ପାଇପରୁ ମିଳିଲା ଟଙ୍କା। ଗଣୁ ଗଣୁ ଜଣାପଡ଼ିଲା ପାଇପ୍ ଭିତରେ ଜେଇ ବାବୁ ଲୁଚାଇ ରଖିଥିଲେ ନଗଦ ୧୩ ଲକ୍ଷ ଟଙ୍କା।  More

ଶ୍ରୀମନ୍ଦିର ସ୍ୱର୍ଣ୍ଣିମ ଇତିହାସରେ ଯୋଡ଼ି ହେଲା ନୂଆଫର୍ଦ୍ଦ

ଯୁଗ ଯୁଗ ଧରି ଜଗନ୍ନାଥ ଭକ୍ତଙ୍କୁ ଅନନ୍ୟ ଅନୁଭୂତି ଦେବାକୁ ବିରାଟ ପଦକ୍ଷେପ। ବର୍ଣ୍ଣାଢ୍ୟ ଉତ୍ସବରେ ହେଲା ବହୁଚର୍ଚ୍ଚିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ। More

ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିବା ବିଜେପି କର୍ମୀ ଗଲେ କୁଆଡେ?

ପୂର୍ବରୁ ୨୦୧୫ ଓ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରି ଅଣ୍ଡାମାଡ଼ ଘଟଣା ଚର୍ଚ୍ଚା ସୃଷ୍ଟି କରିଥିଲା। ୨୦୧୫ ଫେବୃଆରୀ ୧୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ଗଲାବେଳେ, ଭୁବନେଶ୍ୱର ଖାରବେଳ ନଗରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ ଯୁବ କଂଗ୍ରେସ କର୍ମୀ। More

ପ୍ରସେସନ୍‌ ବେଳେ ମାଡ଼ିଗଲା ଟ୍ରକ୍, ବରପିତାଙ୍କ ମୃତ୍ୟୁ

ଦୁର୍ଘଟଣା ପରେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। More

କାନାଡାକୁ ୧-୦ ଗୋଲରେ ହରାଇଲା ପୋଲାଣ୍ଡ

ଫାଷ୍ଟ ହାଫ ଶେଷ ସୁଦ୍ଧା ଉଭୟ ଦଳ ଖାତା ଖୋଲି ପାରିନଥିଲେ। ତୃତୀୟ କ୍ୱାର୍ଟର ବେଳକୁ ଆଉଏକ ରଣନୀତି ପ୍ରସ୍ତୁତ କରି ପାର୍ଶ୍ଵ ପରିବର୍ତ୍ତନ କରି ପଡିଆକୁ ଓହ୍ଲାଇଥିଲା ପୋଲାଣ୍ଡ। More