ସଂକ୍ଷେପରେ ଆଜିର ତାଜା ଖବର - Monday, 22 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଧୋକା ଦେବା ପରେ ବର ଘରେ କନ୍ୟାର ଧାରଣା

ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର। More

ରାଉରକେଲାରେ ବିଶ୍ୱସ୍ତରୀୟ ହକି ଷ୍ଟାଡ଼ିୟମ୍ ନିର୍ମାଣ ନାଁରେ ଜାଲିଆତି

ଡିସେମ୍ବର ୨୦୨୦ରେ ଏହି ଷ୍ଟାଡ଼ିମୟ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଠି ପ୍ରଶ୍ନ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ କାହିଁକି ଆବଶ୍ୟକ ପଡିଲା ବିଧାୟକଙ୍କ ପ୍ରସ୍ତାବ ? ତାପୁଣି ମିଛି ମିଛିକା? More

ରାଜଧାନୀରେ ଜୋର ଧରିଲା ପଲିଟିକାଲ ତାତି

ରାଜଧାନୀ ରାଜରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ । ବିଜେପିର ମମିତା ମେହେର ପ୍ରସଙ୍ଗକୁ ଗ୍ୟାସ ଦରବୃଦ୍ଧି ଇସ୍ୟୁରେ କାଉଣ୍ଟର କରିଛି ବିଜେଡି । ସେପଟେ କିଛିଦିନ ତଳେ ମମିତା ମେହେରଙ୍କ ପରିବାର ପକ୍ଷରୁ ଜାରି ହୋଇଥିବା ଭିଡିଓ କିଏ ପ୍ରସ୍ତୁତ କରିଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି । More

ମିଛ ଥିଲା ଶିଶୁକନ୍ୟା ଚୋରି, ଘର ଢିଙ୍କି ସାଜିଥିଲେ କୁମ୍ଭୀର

ଗତ ୧୯ ତାରିଖ ରାତିରେ ଶିଶୁଟି ଜନ୍ମ ପରେ ୨୦ ତାରିଖ ସକାଳେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହାର ସିସିଟିଭିର ଚିତ୍ର ବି ସାମ୍ନାକୁ ଆସିଥିଲା।  More

ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ

ଆଜିର ଏହି ଉଡ୍ଡାନ ଉତ୍ସବରେ କୋଭିଡରେ ବାପାମାଆ ହରାଇଥିବା ୨୬ ଜଣ ବାଳକ-ବାଳିକା, ୨୦ ବରିଷ୍ଠ ନାଗରିକ, ୪ ଦିବ୍ୟାଙ୍ଗଙ୍କୁ ନେଇ ଉଡ଼ାଣ ଭରିଥିଲା ଜୟ ରାଇଡର ବିମାନ। More

ସାଂଘାତିକ ଅଭିଯୋଗ, ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଯାଉଛନ୍ତି ହେଲେ କିଛି କହୁ ନାହାନ୍ତି...

ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏବେ ବିନା କାରଣରେ ସରକାରୀ ଅର୍ଥ ବା ଲୋକଙ୍କ ଟଙ୍କାରେ ହେଲିକପ୍ଟର ଧରି ବୁଲୁଛନ୍ତି । ହେଲିକପ୍ଟର ଖର୍ଚ୍ଚ ଲୋକଙ୍କ ଟିକସ ଟଙ୍କାରୁ ହେଉଛି । More

ସରକାରଙ୍କ ମାଳ ମାଳ ଯୋଜନା କାହା ପାଇଁ ? ପୁଣି ମନେ ପଡ଼ିଲା ଦାନ ମାଝୀଙ୍କ କଥା, ଦେଖନ୍ତୁ ଭିଡିଓ..

ଏବେ ବି ଉପାନ୍ତ ଅଞ୍ଚଳରେ ହେଉ କି ସହରଠାରୁ ମାତ୍ର କେଇ କିଲୋମିଟର ଦୁରରେ ଥିବା ଗାଁ ଗହଳିରେ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରିନି । ଲୋକେ ଆମ୍ବୁଲାନ୍ସ ସେବା କ’ଣ ଜାଣି ନାହାନ୍ତି । ଅନେକ ଗାଁକୁ ଏବେ ପକ୍କା ରାସ୍ତାଟିଏ ନାହିଁ । ବିଦ୍ୟୁତ ଆଲୋକ ଅନେକଙ୍କ ପାଇଁ ଏବେ ବି ସାତସପନ । More

ଏଣିକି ମନ ଇଚ୍ଛା କେନ୍ଦ୍ର ଟଙ୍କା ଖର୍ଚ୍ଚ କରିପାରିବନି ରାଜ୍ୟ, CAGଙ୍କ ରହିବ ନଜର

ପ୍ରାକୃତିକ ସମ୍ପଦର ଅଡିଟ୍ କରିବେ ସିଏଜି । ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବେ ସିଏଜି । More

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ନେଇ ଅସନ୍ତୋଷ, ହାଇକୋର୍ଟରେ ପହଞ୍ଚିଲା ମାମଲା

ଆସନ୍ତା ଡିସେମ୍ବର ୨୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ହେଲେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି । More

ଖାକି ବର୍ଦ୍ଦି ଭିତରେ ଦରଦୀ ହୃଦୟ : ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି କନେଷ୍ଟେବଳ ଦେବେନ୍ଦ୍ର

ପିଲା ଦିନରୁ ଶିକ୍ଷକତା ପ୍ରତି ତାଙ୍କର ଅହେତୁକ ରୁଚି ଥିଲେ l ହେଲେ ଶିକ୍ଷକ ହେବାର ଇଚ୍ଛା ଥିଲେ ସୁଦ୍ଧା ନିଯୁକ୍ତ ନବାହାରିବାରୁ ଅବକାରୀ ବିଭାଗରେ କନେଷ୍ଟବଳ ଚାକିରି କରିବାକୁ ପଡ଼ିଲା । More

ଦୁଃଖ ସାଜିଛି ସାଳନ୍ଦୀ ନଦୀ, ମାଟି ଖାଉଛି ଘର ଭାଙ୍ଗୁଛି

କୂଳ ଖାଉଛି ନଦୀ ନଇର ସୁଅରେ ମାଟିଖାଇ ଅନେକ ଘର ଭାଂଗି ଯାଇଛି । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକର କାନପୁର ଗାଁ ନିକଟରେ ବହି ଯାଇଛି ଶାଳନ୍ଦୀ ନଦୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । More

ପଞ୍ଜାବ ପଠାନକୋଟ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ ବିସ୍ଫୋରଣ

ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବ ବୋଲି ପୁଲିସ୍‌ ସୂତ୍ରରୁ ପ୍ରକାଶ । ତେବେ କିଏ ଓ କାହିଁକି ଏପରି ଆକ୍ରମଣ ଘଟାଇଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌। ଏପରିକି ସବୁ ଚେକ୍‌ପୋଷ୍ଟରେ ପୁଲିସ୍‌ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି More

ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ଚାଲିପାରେ ବିମାନ

ଦିନ ଗୋଟାଏରେ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୪ଟା ପର୍ଯ୍ୟନ୍ତ ଚାଲିବ। ଉଡ଼ାନ ଦିବସ ପାଳନ ଅବସରରେ କେନ୍ଦ୍ର ମନ୍ତ୍ରୀ ଝାରସୁଗୁଡ଼ାରୁ ଆଉ କିଛି ରୁଟକୁ ବିମାନ ଚଳାଚଳ କିମ୍ବା ବିମାନ ବନ୍ଦର ବିକାଶ ଦିଗରେ ଆଉ କିଛି ଘୋଷଣା କରିପାରନ୍ତି। More

ଆନ୍ଧ୍ରରୁ ଦଳବଳ ଧରି ମାଡ଼ିଆସିଲେ, ଭୋଜିଭାତ କରି ପଳେଇଲେ

ଆନ୍ଧ୍ରରୁ ଦଳବଳ ଧରି ସୀମାନ୍ତ ଓଡ଼ିଶାର ଦେଓମାଳି ପର୍ବତରେ ବିଜୟନଗରମ୍ ଜିଲ୍ଲାପାଳ । ୧୫ଟି ସରକାରୀ ଗାଡ଼ିରେ ବିରାଟ ପଟୁଆର ଧରି ପହଞ୍ଚିଗଲେ ଜିଲ୍ଲାପାଳଙ୍କ ସମେତ ସମଗ୍ର ଜିଲ୍ଲା ପ୍ରଶାସନିକ ଅଧିକାରୀ । More

ମମିତା ହତ୍ୟା ମାମଲାରେ ଆଜି ବିଜେପିର ହଲ୍ଲାବୋଲ , ସେପଟେ ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୋଧରେ ବିଜେଡିର ପ୍ରତିବାଦ

ଅନ୍ୟପଟେ ବିଜେପିର ଆଟାକକୁ କାଉଣ୍ଟର କରିବା ଲାଗି ବିଜେଡିର ସଜବାଜ । ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ । ମମିତା ମେହେର ହତ୍ୟା ମାମଲାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରୁଥିବା ବେଳେ ବିଜେଡି ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ଅସ୍ତ୍ର କରି More

କମୁଛି ବ୍ରାଜିଲ୍‌ କଫିର ଡିମାଣ୍ଡ, ଆମେରିକା-ଇଟାଲି ଏବେ କୋରାପୁଟ ମୁହାଁ

କଫି ଚାଷୀଙ୍କ ମତରେ ବଣ, ପାହାଡ଼ ଘେରା ପରିବେଶ ଆଉ ଉନ୍ନତ ମାଟି କୋରାପୁଟ କଫିର ଗୁଣବତ୍ତାକୁ ସମୃଦ୍ଧ କରିପାରୁଛି । ଯେଉଁଥିପାଇଁ ଏହା କର୍ଣ୍ଣାଟକର କୁର୍ଗା ହେଉ ବିଶ୍ୱର ଅନ୍ୟ ନାମୀ ବ୍ରାଣ୍ଡକୁ ଟକ୍କର ଦେଇପାରୁଛି । More

୨ ହଜାର ଲୋକଙ୍କୁ ଏକାଠି ପାଇଁ ଅନୁମତି, ହେଲେ ଧନୁଯାତ୍ରାରେ ତ ଲକ୍ଷ ଲକ୍ଷ ଦର୍ଶକ !

ଯାତ୍ରା, ଅର୍କେଷ୍ଟ୍ରା, ଖୋଲାମଞ୍ଚ ଆଦିରେ କଳା ପରିବେଷଣ ପାଇଁ ନୂଆ ଗାଇଡଲାଇନ୍ସରେ ରାଜ୍ୟ ସରକାରଙ୍କ ଅନୁମତି ପରେ ଏବେ କଳାକାରଙ୍କ ମନରେ ଉତ୍ସାହ ଫେରିଛି ସତ । ପ୍ରସ୍ତୁତି ବି ଆରମ୍ଭ ହୋଇଛି, ସରଞ୍ଜାମକୁ ସଜ କରାଯାଉଛି । ହେଲେ ମନରେ କିନ୍ତୁ ଖୁସି କମ୍, ଦ୍ୱନ୍ଦ୍ୱ ବେଶୀ । More

ପଞ୍ଚାୟତ ନିର୍ବାଚନ: ବିଜେଡି-ବିଜେପି-କଂଗ୍ରେସରେ ଚାଲିଲାଣି ଗୁପ୍ତ ବୈଠକ, କିଏ ଯିବ କେଉଁ ଦଳକୁ ?

ଖୋଦ୍ ମୁଖ୍ୟମନ୍ତ୍ରୀ ଜିଲ୍ଲାରୁ ଜିଲ୍ଲା ବୁଲି ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟୁଛନ୍ତି । ମନ୍ତ୍ରୀମାନେ ମଧ୍ୟ ବ୍ଲକକୁ ଯାଇ ଏଇ କାମରେ ଲାଗିଛନ୍ତି । ତେବେ ଯେଉଁ ସବୁ ସିଟ୍‌ରେ ବିଜେପିର ସାଂସଦ ଓ ବିଧାୟକ ଅଛନ୍ତି ଓ ଯେଉଁଠି ବିଜେଡିର ସଙ୍ଗଠନ ସେତେଟା ମଜଭୁତ ନାହିଁ, ତାକୁ ଫୋକସ୍‌ରେ ରଖୁଛି ଦଳ । More

ପ୍ରଣବ ଆଇନ ବିଷୟରେ ଅଜ୍ଞ: ପୀତାମ୍ବର

ପ୍ରଣବ ସୋସିଆଲ ମିଡିଆରେ ବିରୋଧୀଙ୍କୁ ଆହ୍ୱାନ ଦେବା ପରେ କଡ଼ା ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ। More

ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଓଡ଼ିଆଙ୍କ ଭଗବାନ କହିଲେ ଉପବାଚସ୍ପତି ? ତେଜିଲା ବିବାଦ..

ମୁଖ୍ୟମନ୍ତ୍ରୀଙ୍କୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର କହି ବିବାଦରେ ଉପବାଚସ୍ପତି ରଜନୀକାନ୍ତ ସିଂହ । ଅନୁଗୁଳ ସଭାରେ ଉପବାଚସ୍ପତିଙ୍କ ଏପରି ବୟାନକୁ ନେଇ ତେଜିଛି ରାଜନୀତି । More