ସଂକ୍ଷେପରେ ଆଜିର ତାଜା ଖବର - Saturday, 20 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବାଉଁଶ ବ୍ରିଜ୍‌ରେ ଚଢ଼ି ଅପହଞ୍ଚ ଇଲାକାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ

ପାରଂପରିକ ବାଦ୍ୟର ତାଳେତାଳେ ଲୋକଙ୍କ ସହ ନାଚିଥିଲେ କେନ୍ଦ୍ରମନ୍ତ୍ରୀ। More

ଫାଇଲ୍ ଭିତରେ ରହିଯିବ କି କୃଷି ସଂପର୍କିତ ଦୁଇ ବିଲ୍?

ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହର ନେଇ କେନ୍ଦ୍ରର ଘୋଷଣା ପରେ ରାଜ୍ୟରେ ପ୍ରସ୍ତାବିତ କୃଷି ବିଲ୍‌ଗୁଡ଼ିକର ଚାପ୍ଟର କ୍ଳୋଜ୍। ବିଭିନ୍ନ ସମୟରେ ରାଜ୍ୟ ସରକାର ଆଣିଥିବା ଅଧ୍ୟାଦେଶ ଓ ବିଲ୍ ଆଉ କାର୍ଯ୍ୟକାରୀ ହେବନାହିଁ। More

କରୋନା କାଳରେ ଛଟପଟ ଯାତ୍ରା କଳାକାରଙ୍କୁ ଆଶ୍ୱସ୍ତି; ହେଲେ ନାଇଟ କର୍ଫ୍ୟୁକୁ ନେଇ କେଁ

କୋଭିଡ୍ କଟକଣାରୁ ମୁକୁଳି ଝଲସିବ ଯାତ୍ରା ମଞ୍ଚ, କମ୍ପିବ ସିନେମା ହଲ ପରିସର । ସବୁ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସାଧାରଣ ଲୋକେ । ରାଜ୍ୟରେ କରୋନା ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ କ୍ରିୟାଶୀଳ କରିବାକୁ ନୂଆ ନିୟମାବଳୀ ଜାରି କରିଛନ୍ତି ରାଜ୍ୟ ସରକାର । More

ଜିଲ୍ଲା ଟ୍ରେଜେରୀ ଅଫିସର୍‌ଙ୍କ ଚିଠି ଖୋଲିଦେଲା ରତ୍ନଭଣ୍ଡାର ଚାବି ରହସ୍ୟ

୨୦୧୮ ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସୁରକ୍ଷା ନେଇ ହଲ୍ଲାପଟା ଭିତରେ ଆସିଥିଲା ଭିତରଭଣ୍ଡାର ଚାବି ହଯିଯିବା ଖବର। ଏନେଇ ତମ୍ବିତୋଫାନ ଚାଲିଥିବାବେଳେ ଜାନୁଆରୀ ୧୩ ତାରିଖରେ ସେତେବେଳର ଜିଲ୍ଲାପାଳ ସୂଚନାରେ କଣ କହିଥିଲେ, ଆଉ ଏବେ କଣ ଘଟିଲା ଜାଣନ୍ତୁ More

ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଷ୍ଣୁ

ଦରଦାମ୍‌ ଉପରେ କେବଳ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ନୁହେଁ, ରାଜ୍ୟ ସରକାରଙ୍କ ଦାୟିତ୍ୱ ବି ଅଛି। ଦରଦାମ୍‌କୁ ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିଜେପି ନେତା ବିଷ୍ଣୁ ସେଠୀ କହିଛନ୍ତି। More

ମାହାଙ୍ଗା ଡବଲ ମର୍ଡର: ସିଡିଆର୍ ମାଗିଲେ କୋର୍ଟ

ଅଗଷ୍ଟ ମାସରୁ ନିର୍ଦ୍ଦେଶ ଦେଇଥିଲେ ବି ରିପୋର୍ଟ ନମିଳିବାରୁ କୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଏନେଇ ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି।  More

ନିଆଳି ମାଧବରୁ ଶ୍ରୀମନ୍ଦିର ଯିବ ପୋଢୁଆଁ ଭାର

ନିଆଳି ମାଧବରୁ ଶ୍ରୀମନ୍ଦିର ଯିବ ପୋଢୁଆଁ ଭାର । ବୁଡି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ୩ ବର୍ଷ ଧରି ପ୍ରୟାସ ଆରମ୍ଭ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କର ମାମୁଁ ଘର ନିଆଳି ମାଧବ । ତେଣୁ ମାଧବାନନ୍ଦ ଜୀଉଙ୍କ ପୀଠରୁ ପ୍ରତିବର୍ଷ ପୁରୀ ଶ୍ରୀମନ୍ଦିରକୁ ପୋଢୁଆଁ ଭାର ଓ ପାଟ ବସ୍ତ୍ର ଯିବାର ପ୍ରଥା ରହି ଆସିଥିଲା । ମଝିରେ କିଛି ବର୍ଷ ସେଥିରେ ବ୍ୟତିକ୍ରମ ଘଟିଥିଲା । ପୁଣି ତାକୁ ପୁନରୁଦ୍ଧାର କରିବା ପାଇଁ ଅଣ୍ଟା ଭିଡିଛି ମାଧବାନନ୍ଦଜୀଉ ବିକାଶ ପରିଷଦ । ତାଙ୍କ ସହିତ ସାମିଲ ହୋଇଛନ୍ତି ବହୁ ଜଗନ୍ନାଥ ପ୍ରେମୀ, ଭକ୍ତ ଓ ଶ୍ରଦ୍ଧାଳୁ । ସେହି ଉଦ୍ଦେଶ୍ୟରେ ମାଧବ ମନ୍ଦିରଠାରେ ଏକ ଚୁଡାନ୍ତ ବୈଠକ ହୋଇ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୨୬ ତାରିଖରେ ଶାନ୍ତି ଶୃଙ୍ଖଳାରେ କୋଭିଡ କଟକଣାରେ ପୋଢୁଆଁ ଭାର ଯିବା ପାଇଁ ସର୍ବ ସମ୍ମତି କ୍ରମେ ସ୍ଥିର ହୋଇଛି  ।

ନୂଆ ରୂପ ନେଇଛି ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ

ନୂଆ ରୂପ ନେଇଛି ମୟୂରଭଞ୍ଜ ଜିଲ୍ଲାର ରେଳ ଐତିହ୍ୟ । ଦୀର୍ଘ ୧୦ ଦଶଦ୍ଧିରୁ ଉର୍ଦ୍ଧ୍ୱ ରେଳ ଇଂଜିନ- ରେଳ ଡବାର ପୁନରୁଦ୍ଧାର ହୋଇ ରେଳ ମ୍ୟୁଜିୟମର ଲୋକାର୍ପିତ ହୋଇଛି । ନୂଆ ରୂପ ରଙ୍ଗ ଓ ଆଲୋକମାଳାରେ ଝଲସୁଛି ମୟୂରଭଂଜ ରାଜତନ୍ତ୍ର ଅମଳର ରେଳ ଇଂଜିନ ଓ ରେଳଡବା । ବାରିପଦା ରେଳଷ୍ଟେସନ ପରିସରରେ ଆଗାମୀ ପୀଢି ଏବେ ଜିଲ୍ଲାର ରେଳ ଐତିହ୍ୟକୁ ଦେଖିପାରିପାରିବେ । ଭାରତ ସ୍ୱଧୀନତା ପୂର୍ବରୁ ୧୯୦୪ ମସିହାରେ ମୟୁରଭଂଜର ତତ୍କାଳୀନ ମହାରାଜା ରାମଚନ୍ଦ୍ର ଭଂଜଦେଓ ଏହାକୁ ପ୍ରତିଷ୍ଠା କରିଥିଲେ । ଏହା ପୁଣିଥରେ ପୁନରୁଦ୍ଧାର ହେବା ପରେ ଦେଖଣାହାରୀଙ୍କୁ ବେଶ୍ ଆକୃଷ୍ଟ କରୁଛି । ଦକ୍ଷିଣପୂର୍ବ ରେଳ ବିଭାଗ ଏକ କୋଟି ଟଙ୍କା ଖର୍ଚ୍ଚ କରି ଏହି ରେଳ ମ୍ୟୁଜିୟମ ନିର୍ମାଣ କରାଇଛନ୍ତି । ଆଗକୁ ଏଠାରେ ଲୋକଙ୍କ ପାଇଁ ଟୟ ଟ୍ରେନ୍ ସମେତ ଆହୁରି ଅନେକ ଯୋଜନା ରହିଛି । ରେଳ ମ୍ୟୁଜିୟମକୁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଲୋକାର୍ପିତ କରିଥିଲେ ।

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଶିରୋଧାର୍ଯ୍ୟ ଶିରୋନାମା ଲୋକାର୍ପିତ

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଶିରୋଧାର୍ଯ୍ୟ ଶିରୋନାମା ଲୋକାର୍ପିତ ହୋଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପୁସ୍ତକର ଲୋକାର୍ପଣ କରିଛନ୍ତି । ଏହି ବହିରେ ଲଳିତ ନିବନ୍ଧ ସହିତ ସଂପ୍ରତି ରାଜ୍ୟର ବିଭିନ୍ନ ପ୍ରକାର ଘଟଣା ସଂପର୍କରେ ଉଲ୍ଲେଖ ରହିଛି । ରାଜ୍ୟର ବିଭିନ୍ନ ସମସ୍ୟା, ଏହାର କାରଣ ଓ ପର୍ଯ୍ୟାଲୋଚନା ରହିଛି । ବିଶେଷ କରି ଓଡ଼ିଶାର ଦାରିଦ୍ର୍ୟ ସମସ୍ୟା ସଂପର୍କରେ ଲେଖିଛନ୍ତି ବିଷ୍ଣୁ ସେଠୀ । ଏବେ ଲୋକଙ୍କ କଥା ଓ କାମରେ ଫରକ ରହୁଛି । ତେଣୁ ଲୋକେ ନିଜେ ନିଜର ଆତ୍ମସମୀକ୍ଷା କରନ୍ତୁ ବୋଲି କହିଛନ୍ତି ବିଷ୍ଣୁ ସେଠୀ  ।

ଦେଶରେ ୨୪ ଘଣ୍ଟାରେ ୧୦,୩୦୨ ଆକ୍ରାନ୍ତ ଚିହ୍ନଟ; ୨୬୭ ମୃତ

ଦେଶରେ ୨୪ ଘଣ୍ଟାରେ ୧୦,୩୦୨ ଆକ୍ରାନ୍ତ ଚିହ୍ନଟ; ୨୬୭ ମୃତ ।
କେବଳ କେରଳରୁ ୫ ହଜାର ୭୫୪ ଆକ୍ରାନ୍ତ ଚିହ୍ନଟ; ୪୯ ମୃତ ।
ଦେଶରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୫ ହଜାର ୩୪୯କୁ ବୃଦ୍ଧି ।
ଆକ୍ଟିଭ୍ କେସ୍ ୧,୨୪,୮୬୮; ସୁସ୍ଥ ହେଲେଣି  ୩,୩୯,୦୯,୭୦୮ ।

ରାଜ୍ୟରେ ଆଉ ୨୩୯ କରୋନା ପଜିଟିଭ୍ ଚିହ୍ନଟ; ୨ ମୃତ

ରାଜ୍ୟରେ ଆଉ ୨୩୯ କରୋନା ପଜିଟିଭ୍ ଚିହ୍ନଟ; ୨ ମୃତ ।

କ୍ୱାରେଣ୍ଟିନରୁ ୧୪୦, ଲୋକାଲ୍ କେସ୍ ୯୯ ଚିହ୍ନଟ ।

୧୮ ବର୍ଷରୁ କମ୍ ବର୍ଗର ୩୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩ ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୭୯୮କୁ ବୃଦ୍ଧି ।

ଆକ୍ଟିଭ୍ କେସ୍‌ ୨ ହଜାର ୩୮୭; ସୁସ୍ଥ ହେଲେଣି ୧୦ ଲକ୍ଷ ୩୫ ହଜାର ୯୬୭ ।

କେବଳ ଭୁବନେଶ୍ୱରରେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ।

ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮,୩୯୧କୁ ବୃଦ୍ଧି ।

ତେଲକୋଇ ବନ ବିଭାଗର ୨ଟି ସ୍ଥାନରେ ଚଢ଼ାଉ; ୮ ଶିକାରୀ ଗିରଫ

ତେଲକୋଇ: ବନ ବିଭାଗର ୨ଟି ସ୍ଥାନରେ ଚଢ଼ାଉ; ୮ ଶିକାରୀ ଗିରଫ ।
ବିଞ୍ଜାବାହାଲ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଶିକାର ବେଳେ ଭାଲୁ ମୃତ ।
ମୃତ ଭାଲୁକୁ ଟ୍ରାକ୍ଟରରେ ନେବା ବେଳେ ଜବତ କଲା ବନ ବିଭାଗ; ୪ ଗିରଫ ।
ସେହିଭଳି ଗୋଳାଗାଡ଼ିଆ ଜଙ୍ଗଲରେ ବାରହା ଶିକାର ବେଳେ ଆଉ ୪ ଶିକାରୀ ଗିରଫ ।

ବାଉଁଶ ବ୍ରିଜ୍‌ରେ ଚଢ଼ି ଅପହଞ୍ଚ ଇଲାକାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ।

ବାଲେଶ୍ୱର ବାହାନଗା ସାଉଡ଼ ପଞ୍ଚାୟତ ବାଜଣା ଆଦିବାସୀ ସାହିରେ ପହଞ୍ଚି ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଗାଁକୁ ବ୍ରିଜ୍ ନଥିବା ବେଳେ କେନ୍ଦ୍ରମନ୍ତ୍ରୀ ଗାଁକୁ ସଂଯୋଗ କରୁଥିବା ଏକମାତ୍ର ବାଉଁଶ ପୋଲରେ ଚଢ଼ି ଅନ୍ଧାର ରାତିରେ ବିପଦପୂର୍ଣ୍ଣ ଅବସ୍ଥାରେ ଗାଁରେ ପହଞ୍ଚିଥିଲେ । ପରେ ଲୋକଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ମନ୍ତ୍ରୀ । ବିଦ୍ୟୁତ୍ ସମସ୍ୟା ଓ ରାସ୍ତା ଘାଟ ସମସ୍ୟା ନେଇ କେନ୍ଦ୍ରମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଫୋନ୍‌ରେ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ପାରଂପରିକ ବାଦ୍ୟର ତାଳେତାଳେ ଲୋକଙ୍କ ସହ ନାଚିଥିଲେ କେନ୍ଦ୍ରମନ୍ତ୍ରୀ ।

ସମ୍ବଲପୁର କରର୍ଡୋଲା ଗାଁରେ ହସ୍ତତନ୍ତ ଓ ଚିତ୍ରକଳାର ଯୁଗଳବନ୍ଦୀ

ସମ୍ବଲପୁର କରର୍ଡୋଲା ଗାଁରେ ହସ୍ତତନ୍ତ ଓ ଚିତ୍ରକଳାର ଯୁଗଳବନ୍ଦୀ । ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଗାଁରେ ଥିବା ବୁଣାକାରମାନଙ୍କ ଘର ବାହାର କାନ୍ଥରେ ଚିତ୍ରକର ମାନେ ଅଙ୍କନ କରୁଛନ୍ତି ସମ୍ବଲପୁରୀ ବସ୍ତ୍ରର ଚିତ୍ର । ୪୨ ଜଣ ଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ୪୭ ଜଣଙ୍କ ଘର କାନ୍ଥରେ ଚିତ୍ର ଅଙ୍କନ କରାଯାଉଛି । ଗୋଟିଏ ପଟେ ବୁଣାକାର ମାନେ ଘର ଭିତରେ ଥିବା ତନ୍ତରେ ଲୁଗା ବୁଣୁଥିବା ବେଳେ, କାନ୍ଥରେ ସେହି ଲୁଗାର ଚିତ୍ର ଅଙ୍କନ କରୁଛନ୍ତି ଚିତ୍ରଶିଳ୍ପୀ । ଓଡିଶା ଲଳିତ କଳା ଏକାଡେମୀ ଏବଂ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଉଦ୍ୟମରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି । ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ପୁରୀର ପଟ୍ଟଚିତ୍ର ଗାଁ ଭାବେ ଜଣାଶୁଣା ରଘୁରାଜପୁର ପରେ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏଭଳି ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରାଯାଇଥିବା କହିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଆସନ୍ତା ୨୩ରୁ ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ

ଆସନ୍ତା ୨୩ରୁ ରାଜ୍ୟ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ । ଏଥିରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ସହ ରାଜ୍ୟର ୩ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶ୍ୱଶ୍ୱର ଟୁଡୁ ଯୋଗଦେବେ । କାର୍ଯ୍ୟକାରିଣୀରେ ସାଂପ୍ରତିକ ରାଜ୍ୟରେ ରାଜନୈତିକ ପରିସ୍ଥିତିକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ । ଏହା ସହ କେନ୍ଦ୍ରର ଜନମଙ୍ଗଳକାରୀ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା ହେବ । ପୌର ଓ ପଂଚାୟତ ର୍ନିବାଚନ ପୂର୍ବରୁ ଏହି ସାଂଗଠନିକ ବୈଠକ ଅନେକ ଗୁରୁତ୍ୱ ରଖୁଛି । ବୈଠକରେ ନିର୍ବାଚନ ଖସଡା ଓ ସରକାରଙ୍କୁ ଘେରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ଏସବୁ ପାସ୍ଓ୍ୱାର୍ଡ ବ୍ୟବହାର କରୁଛନ୍ତି କି ? ରୁହନ୍ତୁ ସତର୍କ, ନହେଲେ...

ସାଧାରଣତଃ ଲୋକମାନେ ଏଭଳି ପାସ୍ଓ୍ୱାର୍ଡ ଦେଇଥାନ୍ତି, ଯାହାକୁ ସେମାନେ ନିଜେ ସହଜରେ ମନେ ରଖିପାରିବେ। ହେଲେ ଏଭଳି ଦୁର୍ବଳ ପାସ୍‌ୱାର୍ଡ ଯୋଗୁ ହ୍ୟାକର୍ସମାନେ ସହଜରେ ଏହାକୁ ହ୍ୟାକ୍‌ କରି ଦେଇଥାନ୍ତି। More

ଗେଲ କରିବା ବାହାନାରେ ଶିଶୁ କନ୍ୟାକୁ ଧରି ଚମ୍ପଟ୍‌ ମାରିଲେ ମହିଳା

ଆଜି ସକାଳେ ଜଣେ ଅଚିହ୍ନା ମହିଳା ଶିଶୁଟିକୁ ଧରିବା ବାହାନରେ, ତାକୁ ନେଇ କୁଆଡେ ଫେରାର ହୋଇଯାଇଛନ୍ତି । ଶିଶୁ ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସଦର ଟାଉନ ଥାନାରେ ଅଭିଯୋଗ ହୋଇଛି । More

‘ଆଜ୍ଞା ଆମକୁ ଟିକେ ରକ୍ଷା କରନ୍ତୁ, ପୋଲିସ୍‌ ଜଙ୍ଗଲରେ ବୁଲାଉଛି’

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଢେଙ୍କାନାଳ ଜିଲ୍ଲା କଲେଜ ଛକରୁ କିଛି ବିଜେପି କର୍ମୀଙ୍କୁ ପୋଲିସ୍‌ ଉଠାଇ ନେଇଛି। ପୋଲିସ ଉଠାଇ ନେଇ ଜଙ୍ଗଲରେ ଏହି ବିଜେପି କର୍ମୀଙ୍କୁ ବୁଲାଉଥିବା ସୂଚନା ମିଳିଛି। More

ଫରୁଆରେ ନାଗ ସାପ ବିଷ ବିକୁଥିଲେ ! ୧ କିଲୋଗ୍ରାମକୁ ଦେଢ଼ କୋଟି ଟଙ୍କା..

ଗିରଫ ଅଭିଯୁକ୍ତ ହେଲେ ସମ୍ବଲପୁର ସାଖିପଡାର ରଞ୍ଜନ କୁମାର ପାଢୀ ଏବଂ ସିନ୍ଦୁରପଙ୍କ ଗାଁର କୈଳାସ ଚନ୍ଦ୍ର ସାହୁ । ଜବତ ବିଷର ଆନୁମାନିକ ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ । ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପୋଲିସ ଟିମ୍‌ ଏହି ଚଢାଉ କରିଥିବା ସୂଚନା ମିଳିଛି । More

ଆହୁରି୨-୩ ଦିନ ଯାଏ କୋହଲା ପାଗ, କାଲିଠୁ ବଢ଼ିପାରେ ବର୍ଷାର ପରିମାଣ

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଶୀତର ବିଶେଷ ସମ୍ଭାବନା ନାହିଁ। ତେବେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାର ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। More

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, ବିଜେଡି-ବିଜେପି ମୁହାଁମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତକୁ BJP ଓ କଂଗ୍ରେସ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଉଭୟ ଦଳର ନେତା ମାନଙ୍କୁ ଉଠାଇନେଇଛି ପୋଲିସ । More

ପ୍ରକାଶ ପାଇଲା +୨ ଅଫ୍‌ଲାଇନ୍‌ ରେଜଲ୍ଟ; ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଲେ ଛାତ୍ରୀ

ଆଜି ଯୁକ୍ତ ଦୁଇ ଅଫ୍‌ଲାଇନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇଥିବା ୧୨, ୩୨୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮,୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। More

ଏଣିକି ଆୟୋଜନ ହୋଇପାରିବ ଯାତ୍ରା-ଅପେରା-ଡ୍ରାମା ! ଅନୁମତି ଦେଲେ SRC

ଯାତ୍ରା, ଅପେରା, ଡ୍ରାମା ଆଦି ପାଇଁ SRCଙ୍କ ନୂଆ ଗାଇଡଲାଇନ । ଏନେଇ SRCଙ୍କ ପକ୍ଷରୁ ଜାରି ହେଲା ନୂଆ ଗାଇଡ୍ଲାଇନ୍ । More

IIT ପାସ୍‌ କରିବା ପରେ ଏବେ ସାଇକେଲ ଦୋକାନ ! ନିଜେ ତିଆରି କରୁଛନ୍ତି ଦୁଇ ସାଙ୍ଗ

ବେକାର ଆଦିବାସୀ ଯୁବକ ଯୁବତୀଙ୍କୁ ଦେଇଛନ୍ତି ନିଯୁକ୍ତି । ଏବେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ୨୦ ଜଣଙ୍କୁ ଏହି ଦୁଇ ବନ୍ଧୁ ଦେଇଛନ୍ତି ନିଯୁକ୍ତି । ସେମାନଙ୍କୁ କରାଇଛନ୍ତି ରୋଜଗାରକ୍ଷମ । More

ବିଶ୍ୱ ବଡି ବିଲ୍ଡିଂ ଚାମ୍ପିୟନସିପ୍‌ରେ ଜିତି ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ

ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ସାହିର ଭାରୋତ୍ତୋଳକ ତଥା ବଡିବିଲ୍ଡର ଅର୍ଜୁନ ସାହୁ ୫୫ କିଲୋ ବର୍ଗରେ ଦେଶ ପାଇଁ ଗୌରବ ଆଣିଛନ୍ତି। ଗତ ଅକ୍ଟୋବରରେ ତାସକେଣ୍ଟରେ ଅନୁଷ୍ଠିତ ବିଶ୍ଵ ବଡିବିଲଡିଂ ଚାମ୍ପିଅନସିପରେ ପଦକ ବିଜୟୀ ହୋଇଥିଲେ। ଏଥିପାଇଁ ତାଙ୍କୁ ଆର୍ମି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। More

ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ସର୍ବୋତ୍କୃଷ୍ଠ ଥାନା

ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ସର୍ବୋତ୍କୃଷ୍ଠ ଥାନା । ଲକ୍ଷ୍ନୌଠାରେ ଆୟୋଜିତ ୫୬ ତମ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଏହି ଘୋଷଣା ସହ ଥାନାଧିକାରୀଙ୍କୁ ପୁରସ୍କୃତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଗାଙ୍ଗପୁର ଥାନା ଇନିସ୍‌ପେକ୍ଟର ଧୀରେଶ କୁମାର ଦାସ କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ । ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସାମିଲ ହୋଇଥିଲେ । ଉତ୍ତମ ଜନସମ୍ପର୍କ, ଅପରାଧ ନିୟନ୍ତ୍ରଣ, ଥାନା ପରିସରରେ ଉନ୍ନୟନ ମୂଳକ କାର୍ଯ୍ୟ, ମାମଲାର ଖୁବଶୀଘ୍ର ସମାଧାନ ଏବଂ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ଦେଉଥିବାରୁ ଗାଙ୍ଗପୁର ଥାନାକୁ ଏହି ପୁରସ୍କାର ମିଳିଛି । କେନ୍ଦ୍ର ସରକାରଙ୍କ ଏକ ଟିମ୍ ଦେଶର ୧୩ ହଜାରରୁ ଅଧିକ ଥାନାର ରିପୋର୍ଟ ପ୍ରସ୍ତୁତ କରିଥିଲେ ।

ଆମିଷ ବଜାରରେ ନିଆଁ, ଖାସି ମାଂସ କିଲୋ ୭୫୦ ଟଙ୍କା

କାର୍ତ୍ତିକ ମାସ ସରିଲା । ଆଜି ହେଉଛି ଛାଡ଼ଖାଇ । କାର୍ତ୍ତିକ ମାସ ଯାକ ହବିଷ ଖାଇଥିବା ଲୋକେ ଆଜି ଛାଡ଼ଖାଇ ପାଳନ କରୁଛନ୍ତି । ମାସେ ଯାଏଁ ମାଛ ମାଂସ ଖାଇନଥିବାରୁ ଆଜି ସ୍ୱତନ୍ତ୍ର ଭାବେ ଆମିଷ ଭୋଜନ ହେବ । ଏଥିପାଇଁ ମାଛ ମାଂସ ଦୋକାନଗୁଡ଼ିକରେ ସକାଳୁ ସକାଳୁ ଗହଳି ଲାଗିଛି । ତେବେ ଆଜି ଶନିବାର ହୋଇଥିବାରୁ କେତେକ ଲୋକ ଆମିଷ ଖାଉ ନାହାନ୍ତି । ତେଣୁ ଯେତେ ଗହଳି ହେବା କଥା ସେତେ ନାହିଁ ।  ଆସନ୍ତାକାଲି ରବିବାର ଥିବାରୁ କାଲି ହିଁ ଅସଲ ଛାଡ଼ଖାଇ ହେବ । ତଥାପି ଆଜି ଆମିଷ ମାର୍କେଟରେ ରେଟ୍ ଅଧିକ ଅଛି । ଖାସି ମାଂସ କିଲୋ ପ୍ରତି ୭୫୦ ଟଙ୍କା ଥିବାବେଳେ ରୋହିମାଛ କିଲୋ ପ୍ରତି ୧୬୦ରୁ ୨ ଶହ ଟଙ୍କା, ମାଗୁର ୪ ଶହ ଟଙ୍କା, ପମ୍ଫ୍ରେଟ୍ ୭ ଶହ ଟଙ୍କା, ଭେକଟି ୫ ଶହ ଟଙ୍କା, ଚିଙ୍ଗୁଡ଼ି ୪ ଶହରୁ ୬ ଶହ ଟଙ୍କା ରହିଛି ।

ଚାଷୀକୁଳକୁ ପୁଣି ଦାଉ ସାଧିଲା ପ୍ରକୃତି । ଲଘୁଚାପ ବର୍ଷା ଉଜାଡି ଦେଲା ଚାଷୀର କଷ୍ଟ ଅର୍ଜିତ ଅମଳ

ଚାଷୀକୁଳକୁ ପୁଣି ଦାଉ ସାଧିଲା ପ୍ରକୃତି । ଲଘୁଚାପ ବର୍ଷା ଉଜାଡି ଦେଲା ଚାଷୀର କଷ୍ଟ ଅର୍ଜିତ ଅମଳ । ଅଦିନିଆ ବର୍ଷାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଗଂଜାମ ଜିଲ୍ଲା । ଜିଳ୍ଲାର ଅନେକ ତଳି ଅଂଚଳ ବର୍ଷାପାଣିରେ ଜଳାର୍ଣ୍ଣବ ରହିଥିବାବେଳେ ଧାନ ଗଜା ହୋଇଯାଇଛି । ଖଲ୍ଲିକୋଟ, କୋଦଳା, ବେଗୁନିଆପଡା, ରମ୍ଭା, ପୁରୁଷୋତ୍ତମପୁର ଭଳି ବ୍ଲକରେ ଧାନ ଓ ପରିବା ସବୁଠୁ ଅଧିକ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଗଂଜାମ ଜିଲ୍ଲାରେ ପ୍ରାୟ ୧ ଲକ୍ଷ ୭୯ ହେକ୍ଟର ଜମି ଚାଷ ଉପଯୋଗୀ ଥିବାବେଳେ ଚଳିତ ଲଘୁଚାପ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୮ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ରିପୋର୍ଟ ମିଳିଛି । ଏଭଳି ପରିସ୍ଥିତିରେ କ୍ଷତିପୂରଣ ପାଇବା ପାଇଁ  ଖଲ୍ଲିକୋଟ ବ୍ଲକ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ, କୋଦଳା ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଚାଷୀ । ସପ୍ତାହକ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ଦିଆଯିବ ଓ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା କୃଷି ଅଧିକାରୀ ।

କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ

କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ପରିମାଣର ବାଘ ନଖ ଓ ହାତୀ ଦାନ୍ତ ଜବତ କଲା ବନ ବିଭାଗ ଟିମ୍ । ବିଭିନ୍ନ ସ୍ଥାନରେ ଚଢାଉ କରି କଲରାପତରିଆ ବାଘର ୪୨ଟି ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଏ ମାମଲାରେ ୪ ଜଣଙ୍କୁ ଗିରଫ କରିଛି । ହାତୀ ଦାନ୍ତ ଓ ବାଘ ନଖ ବିକ୍ରି ପାଇଁ ଡିଲ ହେଉଥିବା ସୂଚନା ପାଇ ଏହି ଚଢାଉ କରାଯାଇଥିଲା । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ନିକଟ ଟୁରଚି ଗାଁରେ ବନ ବିଭାଗର ଚଢାଉ ବେଳେ ଦୁଇଟି ଯାକ ହାତୀଦାନ୍ତ ଉଦ୍ଧାର ହୋଇଥିଲା । ଏହି ମାମଲାରେ ବାପପୁଅ ନୂଆଖାଉ ବାଗ ଓ ଚିତ୍ରସେନ ବାଗ ଗିରଫ ହୋଇଛନ୍ତି । ଏହି ରାକେଟ୍ ପଡ଼ୋଶୀ ଛତିଶଗଡକୁ ବ୍ୟାପିଥିବା ବନ ବିଭାଗ ଜାଣିବାକୁ ପାଇଛି ।

କେବେ ହଜିଥିଲା ରତ୍ନ ଭଣ୍ଡାର ଚାବି ? RTIରୁ ମିଳିଲା ବଡ଼ ତଥ୍ୟ

ଆରଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭିତର ରତ୍ନଭଣ୍ଡାରର କୌଣସି ଚାବି ପୁରୀ ଜିଲ୍ଲା ରେକର୍ଡ ରୁମ୍‌ରେ କେବେ ବି ନଥିଲା । ଅସଲି କିମ୍ବା ନକଲି, କୌଣସି ବି ଚାବି ରେକର୍ଡ ରୁମ୍‌ରେ ରଖାଯାଇ ନାହିଁ । More

କଟକଣା ଭିତରେ କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗା ଭସାଣ

କରୋନା ମହାମାରୀ ପାଇଁ ଗଲା ଦୁଇ ବର୍ଷ ଧରି ଫିକା ପଡ଼ିଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । ଫଳରେ କଟକ, ପାରାଦୀପ କିମ୍ବା ରାଜଧାନୀରେ ବାଲିଯାତ୍ରା ଉତ୍ସବ ଆୟୋଜନ ହୋଇପାରୁନଥିବାରୁ ନିରସ ଓ ନିରାଡ଼ମ୍ବର ହୋଇପଡ଼ିଛି ରଙ୍ଗାରଙ୍ଗ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । More

କିଲୋମିଟର ଯାଏଁ ଲମ୍ବିଛି ଭିକାରୀଙ୍କ ଧାଡ଼ି, ଭିକ୍ଷା ମାଗିବା ପାଇଁ ବାହାର ରାଜ୍ୟରୁ ବି ଆସନ୍ତି ଭିକ୍ଷୁ

ବୁଢ଼ାବଳଙ୍ଗ କୂଳରେ ଭିକାରୀ ମେଳା । ଭିଡ଼ ଲଗାଇଥିଲେ ଉଭୟ ଦାନ ଦେଲାବାଲା ଓ ନେଲାବାଲା । ଏଭଳି ଦୃଶ୍ୟ ବାଲେଶ୍ୱର ସହର ଉପକଣ୍ଠ ବାଲିଘାଟରେ ଦେଖିବାକୁ ମିଳିଛି । More

ଧମେନ୍ଦ୍ରଙ୍କୁ ଭାଇ ଭାଇ କହି, କାଉଣ୍ଟର ଆଟକ୍‌ କଲେ ପ୍ରଣବ !

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରି ସେ ସିଧା ସଳଖ ଲେଖିଛନ୍ତି ଯେ, ‘ଦମ୍ ଅଛି ତ ଠୋସ୍ ପ୍ରମାଣ ଦିଅନ୍ତୁ; ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲ୍ ପଠାଇବେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ୭ ଚାଷୀଙ୍କୁ ଗାଡ଼ି ମଡ଼ାଇ ମାରି ଜେଲରେ ଅଛନ୍ତି । More

ମା’ର ୫୦୦ ଟଙ୍କା ଭତ୍ତା ଆଉ ଭାଇର ଦିନ ମଜୁରୀ, ଘର ଚଳିବା କଷ୍ଟ ! ଆତ୍ମହତ୍ୟା କଲେ ତିନି ଭଉଣୀ

ଜୋନପୁର ଅଞ୍ଚଳରେ ଆଜି ଏକ ଘଟଣା ଘଟିଛି । ଯାହା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖଳାଇ ଦେଇଛ । ସମସ୍ତଙ୍କ ମୁଁହରେ ସମାନ କଥା, କ’ଣ ଏମିତି ବି ହୋଇପାରେ ? ଟଙ୍କା କ’ଣ ଜୀବନଠୁ ମୂଲ୍ୟବାନ ? ଟଙ୍କା ନାହିଁ ବୋଲି କ’ଣ ଜୀବନ ହାରିଦେବା ? More