ସଂକ୍ଷେପରେ ଆଜିର ତାଜା ଖବର - Friday, 19 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଧର୍ମେନ୍ଦ୍ରଙ୍କୁ ପ୍ରଣବ ପ୍ରକାଶଙ୍କ ଟାର୍ଗେଟ ପରେ ଜୟନାରାୟଣଙ୍କ ପାଲଟା ଜବାବ ।

-ଧର୍ମେନ୍ଦ୍ରଙ୍କୁ ପ୍ରଣବ ପ୍ରକାଶଙ୍କ ଟାର୍ଗେଟ ପରେ ଜୟନାରାୟଣଙ୍କ ପାଲଟା ଜବାବ ।
-ପ୍ରଣବ ପ୍ରକାଶ ଜାଣିଶୁଣି ଅବୁଝା ହେଉଛନ୍ତି ବୋଲି ଟୁଇଟ୍ କରିଛନ୍ତି ଜୟନାରାୟଣ ।
-ପୂର୍ବରୁ କେଉଁ ତଥ୍ୟ ଆଧାରରେ ବିଜେଡି କାର୍ଯ୍ୟାନୁଷ୍ଠାନ ନେଉଥିଲା, ପ୍ରଶ୍ନ କରିଛନ୍ତି ।
-ତୁମ ପୋଲିସ୍ ପ୍ରଶାସନ ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଅସମର୍ଥ କହିଲେ ଜୟନାରାୟଣ ।
-ସିବିଆଇକୁ ତଦନ୍ତ ଭାର ଦେଲେ ପ୍ରମାଣ ସାମ୍ନାକୁ ଆସିବ, ଦୋଷୀ ବନ୍ଧା ହେବ ।
-ବିଜେପି ଅତୀତରେ ଅନେକ ନୈତିକତାର ଉଦାହରଣ ଦେଇଛି- ଜୟନାରାୟଣ ।
-ଆଡଭାନୀ ସାମାନ୍ୟ ଅଭିଯୋଗ ଭିତ୍ତିରେ କଠୋର ନିଷ୍ପତ୍ତି ନେଇଥିଲେ ।
-ତୁମ ଦଳର ଆଇନ ମନ୍ତ୍ରୀ କ୍ରାଇମ୍ କରୁଛନ୍ତି- ଜୟନାରାୟଣ ।
-ପରୀ, ସୌମ୍ୟରଞ୍ଜନ, ମମିତା ମାମଲାରେ ଦଳର ମନ୍ତ୍ରୀମାନେ ସଂପୃକ୍ତ ଥିବା ଅଭିଯୋଗ ।
-ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛନ୍ତି ।
-ତୁମେ ଗୋଟେ ଆଞ୍ଚଳିକ ଦଳ, ୟୁପି କଥା ନକହି ଓଡ଼ିଶା କଥା ବୁଝ- ଜୟନାରାୟଣ ।
-ବିଜେଡି ଶାସନ କାଳରେ ପ୍ରତିଦିନ ୬ଟି ଧର୍ଷଣ, ୫ଟି ଅପହରଣ ହେଉଛି ।
-୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ଥିବା କହିଛନ୍ତି ଜୟନାରାୟଣ ।
-ରାଜ୍ୟବାସୀ ଯାହା ପଚାରୁଛନ୍ତି ଉତ୍ତର ନଦେଇ ବାଉଳା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

କେବେ ହଜିଥିଲା ରତ୍ନ ଭଣ୍ଡାର ଚାବି ? RTIରୁ ମିଳିଲା ବଡ଼ ତଥ୍ୟ

ଆରଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭିତର ରତ୍ନଭଣ୍ଡାରର କୌଣସି ଚାବି ପୁରୀ ଜିଲ୍ଲା ରେକର୍ଡ ରୁମ୍‌ରେ କେବେ ବି ନଥିଲା । ଅସଲି କିମ୍ବା ନକଲି, କୌଣସି ବି ଚାବି ରେକର୍ଡ ରୁମ୍‌ରେ ରଖାଯାଇ ନାହିଁ । More

କଟକଣା ଭିତରେ କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗା ଭସାଣ

କରୋନା ମହାମାରୀ ପାଇଁ ଗଲା ଦୁଇ ବର୍ଷ ଧରି ଫିକା ପଡ଼ିଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । ଫଳରେ କଟକ, ପାରାଦୀପ କିମ୍ବା ରାଜଧାନୀରେ ବାଲିଯାତ୍ରା ଉତ୍ସବ ଆୟୋଜନ ହୋଇପାରୁନଥିବାରୁ ନିରସ ଓ ନିରାଡ଼ମ୍ବର ହୋଇପଡ଼ିଛି ରଙ୍ଗାରଙ୍ଗ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । More

‘ଝଡ଼ା ଫୁଙ୍କା ପାଇଁ ବଜ୍ରକାପ୍ତା କାତି’

କରଂଜିଆ ଗୋଲେଇ ବାଇପାସ ନିକଟରେ ବଜ୍ରକାପ୍ତା କାତି କାରବାର ବେଳେ ପୋଲିସର ଚଢାଉ । ଛାତ ଉପରେ ବଜ୍ରକାପ୍ତା କାତି କାରବାର ଖବର ପାଇ ପୋଲିସ ଚଢାଉ କରିବା ସହ ୧୫ ଜଣକୁ ଅଟକ ରଖି ବନ ବିଭାଗକୁ ହସ୍ତାନ୍ତର କରିଛି । ପୋଲିସ ଏମାନଙ୍କ ନିକଟରୁ ୧୫ଟି କାତି, ସହିତ ୩ଟି ବାଇକ ଜବତ ହୋଇଛି । ବନ ବିଭାଗ ଅଟକ ରଖିଥିବା ବ୍ୟକ୍ତିଙ୍କୁ ଅଧିକ ପଚରାଉଚରା କରୁଛି । ଝଡ଼ାଫୁଙ୍କା ପାଇଁ ଏହି ବଜ୍ରକାପ୍ତା କାତି ଆଣିଥିବା ଅଟକ ଅଭିଯୁକ୍ତ କହିଛନ୍ତି । ତେବେ ଏଥିରେ ସଂପୃକ୍ତ ବାବାକୁ ଖୋଜୁଛି ବନ ବିଭାଗ । ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାର ଓ ଆଇନ୍ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର

ମାହାଙ୍ଗା ଡବଲ ମର୍ଡର ଘଟଣାରେ ରାଜ୍ୟ ସରକାର ଓ ଆଇନ୍ ମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର । ପ୍ରେସମିଟରେ ଚେଲ୍ଲା କୁମାର ଅଭିଯୋଗ କରିଛନ୍ତି ଯେ, ମାହାଙ୍ଗ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳ ପୋଲିସ ଆଗରେ ସତ କହିଦେବ ବୋଲି ସ୍ଥାନୀୟ ନେତାଙ୍କ ଦ୍ୱାରା ତାଙ୍କୁ ହତ୍ୟା କରାଯାଇଛି । ଏତଲାରେ ଆଇନ୍ ମନ୍ତ୍ରୀଙ୍କ ନାଁ ଥିବାରୁ ତଦନ୍ତରେ ସ୍ୱଚ୍ଛତା ପାଇଁ ମନ୍ତ୍ରୀ ପ୍ରତାପ ଜେନା ତୁରନ୍ତ ଇସ୍ତଫା ଦେବା ଉଚିତ । ଘଟଣା ବାବଦରେ ସୋନିଆ ଓ ରାହୁଲ ଗାନ୍ଧୀ ଅବଗତ ଥିବା ବେଳେ ଯେ ପର୍ଯ୍ୟନ୍ତ ଆଇନ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି ସେ ଯାଏଁ କଂଗ୍ରେସ ସଂଗ୍ରାମ ଜାରି ରଖିବ ବୋଲି ସେ କହିଛନ୍ତି । ଚେଲ୍ଲା କୁମାରଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କିଲୋମିଟର ଯାଏଁ ଲମ୍ବିଛି ଭିକାରୀଙ୍କ ଧାଡ଼ି, ଭିକ୍ଷା ମାଗିବା ପାଇଁ ବାହାର ରାଜ୍ୟରୁ ବି ଆସନ୍ତି ଭିକ୍ଷୁ

ବୁଢ଼ାବଳଙ୍ଗ କୂଳରେ ଭିକାରୀ ମେଳା । ଭିଡ଼ ଲଗାଇଥିଲେ ଉଭୟ ଦାନ ଦେଲାବାଲା ଓ ନେଲାବାଲା । ଏଭଳି ଦୃଶ୍ୟ ବାଲେଶ୍ୱର ସହର ଉପକଣ୍ଠ ବାଲିଘାଟରେ ଦେଖିବାକୁ ମିଳିଛି । More

ଧମେନ୍ଦ୍ରଙ୍କୁ ଭାଇ ଭାଇ କହି, ଜବରଦସ୍ତ କାଉଣ୍ଟର ଆଟକ୍‌ କଲେ ପ୍ରଣବ !

ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍‌ କରି ସେ ସିଧା ସଳଖ ଲେଖିଛନ୍ତି ଯେ, ‘ଦମ୍ ଅଛି ତ ଠୋସ୍ ପ୍ରମାଣ ଦିଅନ୍ତୁ; ମୁଖ୍ୟମନ୍ତ୍ରୀ ବାନ୍ଧିକି ଜେଲ୍ ପଠାଇବେ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ୭ ଚାଷୀଙ୍କୁ ଗାଡ଼ି ମଡ଼ାଇ ମାରି ଜେଲରେ ଅଛନ୍ତି । More

ମା’ର ୫୦୦ ଟଙ୍କା ଭତ୍ତା ଆଉ ଭାଇର ଦିନ ମଜୁରୀ, ଘର ଚଳିବା କଷ୍ଟ ! ଆତ୍ମହତ୍ୟା କଲେ ତିନି ଭଉଣୀ

ଜୋନପୁର ଅଞ୍ଚଳରେ ଆଜି ଏକ ଘଟଣା ଘଟିଛି । ଯାହା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖଳାଇ ଦେଇଛ । ସମସ୍ତଙ୍କ ମୁଁହରେ ସମାନ କଥା, କ’ଣ ଏମିତି ବି ହୋଇପାରେ ? ଟଙ୍କା କ’ଣ ଜୀବନଠୁ ମୂଲ୍ୟବାନ ? ଟଙ୍କା ନାହିଁ ବୋଲି କ’ଣ ଜୀବନ ହାରିଦେବା ? More

ଡଙ୍ଗା ପାଇଁ ଚାଲିଗଲା ୩ ଛୋଟ ପିଲାଙ୍କ ଜୀବନ

ଛୋଟ ପିଲାମାନେ ଡ଼ଙ୍ଗାଭସାରେ ଖୁସି ମନାଉଥିଲେ। ହେଲେ ସେଇ ଖୁସି ଯେ ସେମାନଙ୍କ ଜୀବନ ନେଇଯିବ, ଏହା ସେମାନଙ୍କୁ ଅଜଣା ଥିଲା। More

ମମିତାଙ୍କ ପରିବାର ଉପରେ ଚାପ ପକାଇ ମାମଲା କରାଯାଇଛି: ଧର୍ମେନ୍ଦ୍ର

ତ୍ୱରିତ ଶୁଣାଣି ପାଇଁ କେସ୍ କରାଯାଇଛି। ମାମଲାର ଚାର୍ଜସିଟ୍ ଦାଖଲ ହୋଇନି ହେଲେ ତ୍ୱରିତ ଶୁଣାଣି ଲାଗି ଅପିଲ ହୋଇଥିବା ଧର୍ମେନ୍ଦ୍ର କହିଛନ୍ତି। More

ବିଜେଡ଼ି ଛାଡ଼ି ବିଜେପିରେ ମିଶିଲେ ସଂଜୀବ ସାହୁ

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ। ସେ ନିକଟରେ ବିଜେଡ଼ିରୁ ଦେଇଥିଲେ ଇସ୍ତଫା More

ପାକିସ୍ତାନରେ ଦୁଷ୍କର୍ମକାରୀଙ୍କୁ କରାଯିବ ନଂପୁସକ

ପାକିସ୍ତାନ ମନ୍ତ୍ରିମଣ୍ଡଳ ଦ୍ୱାରା ପାରିତ ଅଧ୍ୟାଦେଶକୁ ରାଷ୍ଟ୍ରପତି ଆରିଫ୍ ଅଲ୍ବୀ ମୋହର ଲଗାଇବାର ପ୍ରାୟ ୧ ବର୍ଷ ପରେ ଏହି ବିଲ୍ ପାରିତ ହୋଇଛି। More

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ରେଜଲ୍ଟ

ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ । More

ତିନିମାସ ହେଲାଣି ଜଳୁନି ବିଜୁଳି : ଲୋକେ କହିଲେ, ବିଜୁଳି ନାହିଁ ତ ଭୋଟ୍‌ ନାହିଁ...

ଏହି ଟ୍ରାନ୍ସଫର୍ମର ଉପରେ ତିନୋଟି ଏଲ୍ ଆଇ ପୋଇନ୍ଟ ନିର୍ଭର ଥିଲା କିନ୍ତୁ ଚାରି ମାସ ହେବ ତାହା ବି ଅଚଳ ହୋଇ ରହିଛି l ଗାଁ ଲୋକେ ଚାଷ ପାଇଁ ପାଣି ବି ପାଇପାରୁନାହାନ୍ତି l ଯାହା ଫଳରେ ଚାଷୀ କୂଳ ଏବେ ହତାଶ ହୋଇ ପଡ଼ିଛନ୍ତି More

ନିଆଁରେ ଜଳି ପୋଡ଼ି ଛାରଖାରପର ହୋଇଗଲା ସଂସାର

ରାତିରେ ସମସ୍ତେ ଶୋଇଥିଲେ। ହଠାତ୍ ଘରେ ଲାଗିଗଲା ନିଆଁ। କେହି କିଛି ଜାଣିବା ଆଗରୁ ଜଳିପୋଡ଼ି ସବୁ ଛାରଖାର୍ ହୋଇଗଲା More

କଟକଣା ମାନିଲେ ନାହିଁ, ଜଳାଶୟରେ ଏକାଠି ହୋଇ ଡଙ୍ଗା ଭସାଇଲେ

କରୋନା କଟକଣାକୁ ଫୁ' କଲେ, ସାରା ରାଜ୍ୟର ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ More

ଆଜି ଶ୍ରୀଜିଉଙ୍କ ସୁନା ବେଶ କିନ୍ତୁ ଭକ୍ତଙ୍କ ମନ୍ଦିର ପ୍ରବେଶ ନିଷେଧ

ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା More

୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ହେବ ଯମୁନା

୭୦ ବର୍ଷ ଧରି ଯମୁନା ପ୍ରଦୂଷିତ ହେବାରେ ଲାଗିଛି। ତେଣୁ ଦୁଇ ଦିନରେ ଏହା ସଫା ହୋଇପାରିବନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। More

ପୁରୀ ଷ୍ଟେସନ୍ ନାଁ ପରିବର୍ତ୍ତନକୁ ରେଳମନ୍ତ୍ରୀଙ୍କ ଗ୍ରୀନ୍ ସିଗନାଲ

ପୁରୀର ନାଁ ବଦଳିବା ଦାବି ଜୋର ଧରିବା ଭିତରେ ରେଳ ଷ୍ଟେସନର ନାଁ ବଦଳିବା ପ୍ରକ୍ରିୟାକୁ ପ୍ରାଥମିକ ସଫଳତା ପରେ ଉତ୍ସାହିତ ହୋଇପଡ଼ିଛନ୍ତି। More

କେତେ ବାଟ ଗଲା ମମିତା ମେହେର ହତ୍ୟା ମାମଲାର ତଦନ୍ତ?

ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମନ୍ତ୍ରୀଙ୍କ ସଂପୃକ୍ତି ନେଇ ପୀଡ଼ିତାଙ୍କ ବାପା ବି ଅଭିଯୋଗ କରିଛନ୍ତି। ତେଣୁ ମନ୍ତ୍ରୀଙ୍କ ସହ ଡିଆଇଜି, ବଲାଙ୍ଗିର ଏସପିଙ୍କୁ  ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ପରିଷଦ ନିବେଦନ କରିଛି।   More

ଦ୍ୱିତୀୟ କୋଣାର୍କ ମନ୍ଦିରକୁ ନେଇ ବିବାଦ : ସରକାରଙ୍କ ବିନା ଅନୁମତିରେ ଚାଲିଛି ନିର୍ମାଣ କାର୍ଯ୍ୟ

କୋଣାର୍କରେ ଏବେ ତିଆରି ଚାଲିଛି ଦ୍ୱିତୀୟ ସୂର୍ଯ୍ୟ ମନ୍ଦିର । ଏହି ମନ୍ଦିର ତିଆରିକୁ ନେଇ ଦେଖାଦେଇଛି ବିବାଦ । ଏହାକୁ ବନ୍ଦ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଗଲାଣି । ନୂତନ ମନ୍ଦିର ତିଆରି ହୋଇଥିବା ଜମିର ମାପଚୁପ କରି ତଦନ୍ତ ରିପୋର୍ଟ ଦେବାକୁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । More

ଅତିଷ୍ଠ କଲା ଗୋଷ୍ଠୀକନ୍ଦଳ,ଆତ୍ମସମର୍ପଣ କଲେ ୨ ମୋଷ୍ଟ ଓ୍ୱାଣ୍ଟେଡ ମହିଳା ମାଓବାଦୀ

ଏମାନଙ୍କ ସହାୟତାରେ ସୀମାରେ ପ୍ରଜାମେଳିର ଆୟୋଜନ କରାଯାଇ ଆଦିବାସୀଙ୍କୁ ସରକାର ବିରୋଧୀ ସ୍ଲୋଗାନ ଦିଆଯିବାସହ ମାଓ ସାମିଲ ହେବାପାଇଁ ପ୍ରୋତ୍ସାହିତ କରାଯାଉଥିଲା । ୪ ବର୍ଷ ଧରି ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ । More