ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜନୀତି ବିଜ୍ଞାନର ପ୍ରଫେସର ବିଷ୍ଣୁଚରଣ ରାଉତଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ୧୯୩୭ ମସିହାରେ ସେ ଜଗତସିଂହପୁର ଜିଲ୍ଲାର ହଳଦିଆପଡା ସ୍ଥିତ ମଧ୍ୟ ଶାସନ ଗ୍ରମରେ ଜନ୍ମଗ୍ରହଣ କରିଥିଲେ। ୭୦ ଦଶକରୁ ଦୀର୍ଘ ୬୦ ବର୍ଷ ଧରି ରାଜନୀତି ବିଜ୍ଞାନରେ ଅନେକ ପାଠ୍ୟ ପୁସ୍ତକ ରଚନା କରିଥିଲେ। ସେ ଜଣେ ଅତ୍ୟନ୍ତ ଛାତ୍ରବତ୍ସଳ ଶିକ୍ଷକ ମଧ୍ୟ ଥିଲେ। ଗତକାଲି ରାତିରେ ଭୁବନେଶ୍ୱର ଲୁଇସ୍ରୋଡ୍ ସ୍ଥିତ ବାସଭବନରେ ପ୍ରଫେସର ରାଉତଙ୍କର ଦେହାନ୍ତ ହୋଇଛି।
ହୀରାକୁଦ ଡ୍ୟାମ୍ ଦ୍ୱାରା ବିସ୍ଥାପିତ ସମସ୍ତ ପରିବାରକୁ ଚିହ୍ନଟ ସହ ସେମାନଙ୍କୁ କ୍ଷତିପୂରଣ ଦାବିରେ ଧାରଣା। ହୀରାକୁଦ ଜଳଭଣ୍ଡାର ବୁଡି ଅଞ୍ଚଳ ସଂଗ୍ରାମ ସମିତି ପକ୍ଷରୁ ଏହି ଧାରଣା ଦିଆଯାଇଛି। ୧୬ ଦଫା ଦାବି ନେଇ ଆରଡିସି ଅଫିସ ଆଗରେ ଧାରଣା ଦେଇଛନ୍ତି ବିସ୍ଥାପିତ। ଗ୍ରାମସଭା ଜରିଆରେ ସମସ୍ତ ବିସ୍ଥାପିତମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛି ସଂଗ୍ରାମ ସମିତି। ୧୬ ହଜାର ଲୋକ ଆବେଦନ କରିଥିବା ବେଳେ ମାତ୍ର ୨ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି। ବାକି ବିସ୍ଥାପିତଙ୍କୁ ତୁରନ୍ତ ଚିହ୍ନଟ ପାଇଁ ଦାବି ହୋଇଛି।
ନେସ୍କୋ କର୍ମଚାରୀଙ୍କ ଧାରଣା। ନେସ୍କୋରେ କାର୍ଯ୍ୟରତ ୭ ଶହରୁ ଅଧିକ କର୍ମଚାରୀ ଆଜିକୁ ମାସେରୁ ଅଧିକ ଦିନ ହେଲା ଅହୋରାତ୍ର ଧାରଣା ଦେଉଛନ୍ତି। ବାଲେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ସେମାନଙ୍କ ଦାବି, ନେସ୍କୋକୁ ଟାଟା ପାୱାର ନେବା ପରେ ହୀନସ୍ତା ହେଉଛନ୍ତି। ଅସ୍ଥାୟୀ କର୍ମଚାରୀ ଚୁକ୍ତି ଅନୁଯାୟୀ, ସେମାନଙ୍କୁ ସ୍ଥାୟୀ କରିବା ବଦଳରେ ଟାଟା ପାୱାର ନୂଆ କର୍ମଚାରୀଙ୍କୁ ନିଯୁକ୍ତ କରୁଛି। ଯାହାକୁ ବିରୋଧ କରିଛନ୍ତି ଅସ୍ଥାୟୀ କର୍ମଚାରୀ। ଆଜି କର୍ମଚାରୀମାନେ ଟାଟା ପାୱାର ନେସ୍କୋର ସିଇଓଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇଛନ୍ତି।
ଅପାରଗତା ଓ ଦୁର୍ନୀତି କାରବାର ପାଇଁ ରାଜ୍ୟ ସରକାର ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍ ୱେଲ୍ଫେୟାର କର୍ପୋରେସନର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। More
ମମିତା ହତ୍ୟା ମାମଲାରେ ତଦନ୍ତ କେତେ ଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଲେ ହାଇକୋର୍ଟ । More
ନିର୍ମାଣର ୭ ବର୍ଷ ପରେ ବି କୃଷକଙ୍କ ସେବାରେ ଲାଗୁନି ଆଡିବନ୍ଧ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବାରିବଟା ନିକଟରେ ନିର୍ମାଣ ହୋଇଥିବା କଲ୍ୟାଣି ଆଡିବନ୍ଧ ଚାଷୀଙ୍କ ପାଇଁ ଦୁଃଖ ପାଲଟିଛି । More
କୋମଳମତି ଶିଶୁଙ୍କ ଆପତ୍ତିଜନକ ଭିଡ଼ିଓକୁ ନେଇ ବେପାର କରୁଥିବା ଢେଙ୍କାନାଳର ଅଭିଯୁକ୍ତ ଠାରୁ ସିବିଆଇ ସାଂଘାତିକ ତଥ୍ୟ ହାତେଇଛି। ଥରେ ପୋଷ୍ଟ ପରେ ଏହି ଆପତ୍ତିଜନକ ଭିଡ଼ିଓ ବିଦେଶ ଯାଏ ପହଞ୍ଚି ଯାଉଥିଲା ବୋଲି ଜଣାପଡ଼ିଛି। More
ପରିବା ବଜାରରେ ନିଆଁ ଲାଗିଛି । ହାତ ମାରିହେଉନି ପରିବା ଉପରେ । More
କେନ୍ଦୁଝର: ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଛି । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଛି । More
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ମନ୍ତ୍ରୀଙ୍କ ବହିଷ୍କାର ଦାବି ଜୋର ଧରିଛି। ସେପଟେ ଏହି ମାମଲାରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ହାଇକୋର୍ଟରେ ଆବେଦନ ହୋଇଛି। More
ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ଭେଜ୍ କୋହ୍ଲାପୁରୀ’ । More
କାର୍ତିକ ମାସ ପରି ପୁଣ୍ୟ ମାସରେ ଏପରି ଘଟଣାକୁ ନେଇ ଘରେ ସ୍ୱୟଂ ନାଗଦେବତା ଆବିର୍ଭାବ ହୋଇଥିବା ନେଇ ଆଶା କରି ପୂରା ପରିବାର ପୂଜାର୍ଚନାରେ ଲାଗିଥିଲେ। ଏହି ଖବର ପାଇବା ପରେ ଆଖ ପାଖ ଲୋକଙ୍କ ଭିଡ଼ ଏବେ ଦର୍ଶନ ପାଇଁ ଲାଗିଛି More
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଣପୁର ଆର୍ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ୍। More
ଶୀତ ଆସିଲେ ବଦଳିଯାଏ କୋରାପୁଟର ଚିତ୍ର । ବଦଳିଯାଏ ପ୍ରକୃତିରାଣୀର ରୂପ । ଫୁଟି ଉଠେ ଅଳସୀ ଓ ସୋରିଷ ଫୁଲ More
ଭଦ୍ରକ ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତ ଉହାଡ଼ ଗାଁର ଶନି ଜେନା। ଚମ ଧୁଡୁଧୁଡୁ ହେଲାଣି, ଅଣ୍ଟା ବି ନଇଁଗଲାଣି । ପାଦ ବି ଆଉ ବୋଲ ମାନୁନି କି ଆଖିକୁ ଆଉ ଭଲରେ ଦେଖାଯାଉନି । ହାତରେ ବାଡ଼ି ଧରି ବାଟ ଚାଲୁଥିବା ୭୫ ବର୍ଷର ବିଧବା ବୃଦ୍ଧା ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଗତ ଦୁଇବର୍ଷ ଧରି ମିଳୁଥିବା ରାସନ ବନ୍ଦ ହୋଇ ଯାଇଛି । More
୨୦୨୧ ମସିହା, ନଭେମ୍ବର ମାସ ୧୮ ତାରିଖ, ଗୁରୁବାର, ବିଛା ୩ ଦିନ,ଶୁକ୍ଳପକ୍ଷ, ଚତୁର୍ଦ୍ଦଶୀ ତିଥି। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
ଦୁଃଖ ପାଲଟିଛି ସଞ୍ଜ ନଦୀ। ଜୀବନକୁ ବାଜି ଲଗାଇ ଲୋକମାନେ ଏହି ନଦୀ ଦେଇ ଯା’ଆସ କରିଥାନ୍ତି। ହେଲେ ବର୍ଷା ଦିନ ଆସିଲେ , ଲୋକଙ୍କ ଚିନ୍ତା ଆହୁରି ବଢିଯାଏ। More
ଗାଧୋଉ ଥିବାବେଳେ ପୋଖରୀରେ ବୁଡ଼ି ଜଣେ ମହିଳା ଓ ତାଙ୍କ ୭ ବର୍ଷର ପୁଅ ମୃତ୍ୟୁ ଘଟିଛି। ଆଜି ସକାଳେ ଏହି ଦୁଃଖଦ ଘଟଣା ଘଟିଛି। More
ଯାତ୍ରୀବାହୀ ବସ୍ରୁ ଡକାୟତି କରିବା ପାଇଁ ପୁରା ପ୍ଲାନିଂ କରିଥିଲେ ଦୁର୍ବୃତ୍ତ। ଏଥିପାଇଁ ରାସ୍ତା ଉପରେ ଗଛ କାଟି ପକାଇ ଥିଲେ। ହେଲେ ସେମାନଙ୍କର ଏହି ଉଦ୍ୟମ ପୁରା ଭଣ୍ଡୁର ହୋଇଯାଇଥିଲା। More
କେହି କିଛି ଭାବିବା ଆଗରୁ ହଠାତ ଲିଭିଯାଏ ଜୀବନ ଦୀପ । ଆପଣାର ଲୋକଙ୍କୁ ଆଖି ସାମ୍ନାରେ ହାତ ଧରି ଡାକି ନେଇଯାଏ କାଳ ଯମ । More
୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳିନାହିଁ । ୨୦୧୭ରେ ପଛୁଆ ବର୍ଗଙ୍କ ଲାଗି ୨୩୬ ଆସନ ସଂରକ୍ଷିତ ଥିବା ବେଳେ ଏଥର ଏହା ୧୦୪କୁ ଖସି ଆସିଛି । More
ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି । ଜଗତସିଂହପୁର ଜିଲ୍ଲାର ଏଇ ବର୍ଷୀୟାନ ରାଜନେତା ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି । ବିଜୁବାବୁଙ୍କୁ ଟକ୍କର ଦେଇ ସେ ପରେ ତାଙ୍କର ଅତି ବିଶ୍ୱସ୍ତ ହୋଇପାରିଥିଲେ । ରାଜନୀତିର ଅଙ୍କାବଙ୍କା ରାସ୍ତାରେ ଏମିତି ଥିଲା ଉମେଶଙ୍କ ଯାତ୍ରା । More
ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । More
ସୁଧାଂଶୁ ଷଢ଼ଙ୍ଗୀଙ୍କୁ କିଛି ଦିନ ପୂର୍ବେ, ପୋଲିସ କମିଶନର ପଦବୀରୁ ବଦଳୀ କରାଯାଇ ପୋଲିସ ଗୃହ ନିର୍ମାଣର ସିଏମ୍ଡି କରାଯାଇଥିଲା । ଏହାପରେ ତାଙ୍କୁ ଗୃହ ବିଭାଗର ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ତାଙ୍କର ପୁଣି ରେଳବାଇ ପୋଲିସକୁ ବଦଳୀ ହୋଇଛି । More