ସଂକ୍ଷେପରେ ଆଜିର ତାଜା ଖବର - Wednesday, 17 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏମିତି ବି ଆସେ ମୃତ୍ୟୁ ! ବାପା-ମାଆ ମେଡିକାଲ ବେଡ୍‌ରେ, ଆଉ ପୁଅ..

କେହି କିଛି ଭାବିବା ଆଗରୁ ହଠାତ ଲିଭିଯାଏ ଜୀବନ ଦୀପ । ଆପଣାର ଲୋକଙ୍କୁ ଆଖି ସାମ୍ନାରେ ହାତ ଧରି ଡାକି ନେଇଯାଏ କାଳ ଯମ । More

ପଞ୍ଚାୟତ ନିର୍ବାଚନ: ପଛୁଆ ବର୍ଗଙ୍କୁ ଅଣଦେଖା, ସରକାରଙ୍କ ବିରୋଧରେ କୁହୁଳୁଛି ଅସନ୍ତୋଷ

୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳିନାହିଁ । ୨୦୧୭ରେ ପଛୁଆ ବର୍ଗଙ୍କ ଲାଗି ୨୩୬ ଆସନ ସଂରକ୍ଷିତ ଥିବା ବେଳେ ଏଥର ଏହା ୧୦୪କୁ ଖସି ଆସିଛି । More

ବିଜୁବାବୁଙ୍କୁ ଟକ୍କର ଦେଇ, ବିଶ୍ୱସ୍ତ ହୋଇଥିଲେ ଉମେଶ ସ୍ୱାଇଁ

ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକରେ ରାଜ୍ୟ ଜଣେ ବରିଷ୍ଠ ରାଜନେତାଙ୍କୁ ହରାଇଛି । ଜଗତସିଂହପୁର ଜିଲ୍ଲାର ଏଇ ବର୍ଷୀୟାନ ରାଜନେତା ଅନେକ ଘାତ ପ୍ରତିଘାତ ଦେଇ ଗତି କରିଛନ୍ତି । ବିଜୁବାବୁଙ୍କୁ ଟକ୍କର ଦେଇ ସେ ପରେ ତାଙ୍କର ଅତି ବିଶ୍ୱସ୍ତ ହୋଇପାରିଥିଲେ । ରାଜନୀତିର ଅଙ୍କାବଙ୍କା ରାସ୍ତାରେ ଏମିତି ଥିଲା ଉମେଶଙ୍କ ଯାତ୍ରା । More

ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନା ପଜିଟିଭ୍‌

ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । More

IPS ସ୍ତରରେ ଅଦଳବଦଳ, ପୁଣି ବଦଳିଲେ ସୁଧାଂଶୁ ଷଢ଼ଙ୍ଗୀ

ସୁଧାଂଶୁ ଷଢ଼ଙ୍ଗୀଙ୍କୁ କିଛି ଦିନ ପୂର୍ବେ, ପୋଲିସ କମିଶନର ପଦବୀରୁ ବଦଳୀ କରାଯାଇ ପୋଲିସ ଗୃହ ନିର୍ମାଣର ସିଏମ୍‌ଡି କରାଯାଇଥିଲା । ଏହାପରେ ତାଙ୍କୁ ଗୃହ ବିଭାଗର  ଓଏସ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ତାଙ୍କର ପୁଣି ରେଳବାଇ ପୋଲିସକୁ ବଦଳୀ ହୋଇଛି । More

୩,୯୩୩ ଗାଁରେ ପହଞ୍ଚିବ 4G ମୋବାଇଲ ସେବା, ଅର୍ଥ ମଞ୍ଜୁର କଲେ ପ୍ରଧାନମନ୍ତ୍ରୀ

USFO ଯୋଜନାରେ ୬ ହଜାର ୪୬୬ କୋଟି ଟଙ୍କା ମଂଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପହଞ୍ଚ ଜିଲ୍ଲାଗୁଡ଼ିକରେ 4G ଇଣ୍ଟରନେଟ୍ ସେବା ପାଇଁ କ୍ୟାବିନେଟ ନିଷ୍ପତ୍ତି ସଂପର୍କରେ ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । More

ଆଉ ମନ ହେଉନି ସ୍କୁଲ ଯିବାକୁ, ଭୁଲିଗଲେଣି ରାସ୍ତା ! ଟ୍ୟୁସନ୍‌ ଜିନ୍ଦାବାଦ୍‌

୨୦୧୮ରେ ୨୮.୬ ପ୍ରତିଶତ ପିଲା ଟ୍ୟୁସନ ହେଉଥିବା ବେଳେ ୨୦୨୦ରେ ଏହା ୩୨.୫ ପ୍ରତିଶତକୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ସରକାରୀ ସ୍କୁଲରେ ପିଲାଙ୍କ ନାମଲେଖା ୬୫ ଦଶମିକ ୮ ପ୍ରତିଶତରୁ ୭୦.୩ ପ୍ରତିଶତକୁ ବୃଦ୍ଧି ପାଇଛି । More

ଅନ୍‌ଲାଇନ୍‌ରେ ଶିଶୁଙ୍କୁ ଯୌନ ଶୋଷଣ ମାମଲା, ଢ଼େଙ୍କାନାଳରୁ ସୁରେନ୍ଦ୍ରକୁ ଗିରଫ କଲା CBI

ସୁରେନ୍ଦ୍ରକୁ ୭ ଦିନ ଟ୍ରାଞ୍ଜିଟ ରିମାଣ୍ଡରେ ନେବାକୁ ଦିଲ୍ଲୀ CBI ଆବେଦନ କରିଛି । ଏଥିସହ ଆସନ୍ତା ୨୬ରେ ଦିଲ୍ଲୀ ସିବିଆଇ କୋର୍ଟରେ ହାଜର ପାଇଁ ଅନ୍ୟ ଜଣେ ଅଭିଯୁକ୍ତ ମନୋରଂଜନ ଦାସକୁ ନୋଟିସ ଜାରି କରାଯାଇଛି । More

OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଓଲିଉଡ ଲିଙ୍କ୍ ନେଇ ଭିଜିଲାନ୍ସର ତଦନ୍ତ

ପ୍ରତାପ ପ୍ରାୟ ୫୦ ଲକ୍ଷ ଟଙ୍କା ଏହି ୨ଟି ଫିଲ୍ମରେ ଲଗାଇଥିଲେ । ପ୍ରତାପ ଓ ତାଙ୍କ ପରିବାରର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟରେ ସନ୍ଦେହଜନକ ଭାବେ ଜମା ହୋଇଛି ପ୍ରାୟ ଦେଢ଼ କୋଟି ଟଙ୍କା । More

ବାହନ ପୋର୍ଟାଲର ୟୁଜର ଆଇଡି ଓ ପାସଓ୍ବାର୍ଡ ଅପବ୍ୟବହାର

ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାଲିଥିବା ବେଆଇନ ଓ ହେରାଫେରି କାର୍ଯ୍ୟକଳାପର ଖୁଲାସା ହୋଇଛି । ବଡବିଲର ୧୧୭ଟି ଗାଡିକୁ ବେଆଇନ ଭାବେ ଫିଟନେସ୍ ସାର୍ଟିଫିକେଟ୍ ଦେଇ ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ କାର୍ଯ୍ୟାଳୟର ସହକାରୀ ପ୍ରୋଗ୍ରାମର ରଂଜନ ଦାସ ପୋଲିସ ହାବୁଡରେ ପଡିଛନ୍ତି । ବାହନ ପୋର୍ଟାଲର ୟୁଜର ଆଇଡି ଓ ପାସଓ୍ବାର୍ଡ ଅପବ୍ୟବହାର କରି ବଡବିଲର ୧୧୭ଟି ଗାଡିକୁ ବୌଦ୍ଧରେ ଥିବା ଦର୍ଶାଇଥିଲେ ରଂଜନ । ଘଟଣା ସଂପର୍କରେ ଖବର ପାଇ ପରିବହନ କମିଶନର ଅରୁଣ ବୋଥ୍ରା ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶାଲଖୁ ମୁର୍ମୁ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ପୋଲିସ ରଂଜନ ଦାସଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ବେଆଇନ କାମରେ ଆଉ କିଏ ସଂପୃକ୍ତ ଅଛନ୍ତି ତାର ତଦନ୍ତ ମଧ୍ୟ ଚାଲିଛି ।

ଦିବ୍ୟଶଙ୍କରଙ୍କୁ ଟାର୍ଗେଟ କଲେ କଂଗ୍ରେସ ଦଳର ମୁଖପାତ୍ର ପଦ୍ମାକର ଗୁରୁ

ମମିତା ମେହେର ହତ୍ୟା ମାମଲାରେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁହଁ ଖୋଲିଥିବା ବେଳେ ତାଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଦଳର ମୁଖପାତ୍ର ପଦ୍ମାକର ଗୁରୁ ପ୍ରଶ୍ନ କରିଛନ୍ତି ଯେ, ଏତେ ଦିନ ପରେ କାହିଁକି ମୁହଁ ଖୋଲିଛନ୍ତି ମନ୍ତ୍ରୀ । ଅକ୍ଟୋବର ୮ ରୁ ଆଜି ପର୍ଯ୍ୟନ୍ତ କାହିଁକି ଚୁପ୍ ଥିଲେ ଦିବ୍ୟଶଙ୍କର । ତା ଛଡ଼ା ଭିଡିଓ ମାଧ୍ୟମରେ କାହିଁକି ସ୍ପଷ୍ଟୀକରଣ ଦେଉଛନ୍ତି, ସାମ୍ନାକୁ ଆସୁ ନାହାନ୍ତି ।  ମମିତାଙ୍କ ବାପା ମାଆ ଏବେ କୋର୍ଟ ଯାଇଥିବାରୁ ନିଜକୁ ସ୍ବଚ୍ଛ ଦେଖାଇବାକୁ ଦିବ୍ୟଶଙ୍କର ଏପରି କରୁଥିବା ଅଭିଯୋଗ କରିଛନ୍ତି ପଦ୍ମାକର । ଏବେ ସାକ୍ଷ୍ୟପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରୁଥିବାର ସଂଗୀନ ଅଭିଯୋଗ ମଧ୍ୟ କରିଛନ୍ତି । କଂଗ୍ରେସର ଅଭିଯୋଗ ନେଇ ମନ୍ତ୍ରୀଙ୍କ କିଛି ପ୍ରତିକ୍ରିୟା ମିଳି ନାହିଁ ।

ରେଡ୍‌ ଅଧିକାରୀଙ୍କ ଉପରକୁ କୁକୁର ଛାଡିଲା ନିଶା ମାଫିଆ

ନୀଳଗିରି: ଘରେ ଅବକାରୀ ରେଡ୍ ବେଳେ କୁକୁର ଛାଡ଼ିଦେଲା ନିଶା ମାଫିଆ । ନୀଳଗିରି ଘୋଟଘରସାହିରେ ରେଡ୍ ବେଳେ ଅଧିକାରୀଙ୍କ ଉପରକୁ କୁକୁର ଛାଡ଼ିଦେଲା ମାଫିଆ । ସଂପୃକ୍ତ ମାଫିଆ ଘରୁ ୭୦ କେଜି ଗଂଜେଇ ଜବତ ସହ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରଯାଇଛି ।

ସରପଞ୍ଚ ପ୍ରଦୀପ ବିଶୋୟୀ ହତ୍ୟା ମାମଲାରେ ୨ ଭାଇ ଗିରଫ


ବ୍ରହ୍ମପୁର: ପୂର୍ବତନ ସରପଞ୍ଚ ପ୍ରଦୀପ ବିଶୋୟୀ ହତ୍ୟା ମାମଲା । ବନ୍ଥପଲ୍ଲୀର ୨ ଭାଇଙ୍କୁ ଗିରଫ କଲା ବଡ଼ବଜାର ଥାନା ପୋଲିସ । ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବେ ଏହି ଦୁଇ ଭାଇଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ପୂର୍ବରୁ ଏନେଇ ୬ ଜଣ ଗିରଫ ହୋଇଥିଲେ ।
 

RDC ଅଫିସ୍ ଘେରିବ ବିଜେଡି


ରନ୍ଧନ ଗ୍ୟାସ୍ ଦାମ୍ ବୃଦ୍ଧି ପ୍ରତିବାଦରେ RDC ଅଫିସ୍ ଘେରିବ ବିଜେଡି । ପ୍ରେସମିଟ୍‌ରେ ସୂଚନା ଦେଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ୨୨ରେ କଟକ, ୨୩ରେ ସମ୍ବଲପୁର, ୨୪ରେ ବ୍ରହ୍ମପୁର RDC ଅଫିସ୍ ଘେରାଯିବ ବୋଲି ସେ କହିଛନ୍ତି । ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ RDC ଅଫିସ୍ ଆଗରେ ପ୍ରତିବାଦ କରିବେ ।

ଚିଲିକା ପ୍ରାକୃତିକ ସଂରକ୍ଷଣ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ

ଚିଲିକା ପ୍ରାକୃତିକ ସଂରକ୍ଷଣ ନେଇ ହାଇକୋର୍ଟଙ୍କ କଡ଼ା ଆଭିମୁଖ୍ୟ । ବାରମ୍ବାର ଘେରି ଉଚ୍ଛେଦ ପରେ ବି ପୁଣି ତିଆରି ହେଉଥିବା କଥା କହିଲେ କୋର୍ଟ । ଦିନ ୨ଟା ଭିତରେ କୃଷ୍ଣପ୍ରସାଦରୁ ଘେରି ଉଚ୍ଛେଦ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ନିର୍ଦ୍ଦେଶ ଅନୁସାରେ ଉଚ୍ଛେଦ ସହ କୋର୍ଟରେ ଭିଡିଓ ଦାଖଲ କଲେ ଜିଲ୍ଲାପାଳ । ପୂର୍ବ ନିର୍ଦ୍ଦେଶ ଅନୁସାରେ ଭର୍ଚୁଆଲ ମୋଡରେ ହାଜର ହେଲେ ୨ ଜିଲ୍ଲାପାଳ । ୨୨ରେ ପୁରୀ, ଖୋର୍ଦ୍ଧା, ଗଂଜାମ, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ହାଜର ନିର୍ଦ୍ଦେଶ ଦିଆଯାଇଛି ।
 

ଏକାଦଶ ଶ୍ରେଣୀ ନାମଲେଖା ପାଇଁ ପୁଣିି ସୁଯୋଗ

ଚଳିତ ଶିକ୍ଷା ବର୍ଷରେ ଏକାଦଶ ଶ୍ରେଣୀ ନାମଲେଖା ପାଇଁ ପୁଣିି ସୁଯୋଗ । ଯେଉଁମାନେ କୌଣସି କାରଣରୁ ନାମ ଲେଖାଇ ନାହାନ୍ତି ସେମାନଙ୍କୁ ସୁଯୋଗ ଦିଆଯିବ । ଏହି ୩ୟ ପର୍ଯ୍ୟାୟ ନାମଲେଖା ବେଳେ ସଂରକ୍ଷଣ ନିୟମ ଲାଗୁ ହେବ ନାହିଁ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଫି ଦେଇ ଆବେଦନ କରିଥିଲେ କିନ୍ତୁ ଏଥର ଦେବାକୁ ପଡ଼ିବନି ଫି । ସେହିପରି ସ୍ଲାଇଡଅପ୍ ସୁଯୋଗରୁ ବଞ୍ଚିତ ହୋଇଥିଲେ ବିନା ଦେୟର ଆବେଦନ କରିପାରିବେ । ନଭେମ୍ବର ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନଲଇନରେ ଆବେଦନ କରିପାରିବେ । ୨୪ରେ ମେରିଟ୍ ଲିଷ୍ଟ; ୨୫ ଓ ୨୬ ତାରିଖରେ ନାମ ଲେଖାଇବାକୁ ନିର୍ଦ୍ଦେଶ

ବଢ଼ୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଅଡ଼ୁଆ, ରାଜ୍ୟପାଳଙ୍କ ପାଖରେ ପହଞ୍ଚିଲା ମମିତା ହତ୍ୟା ଘଟଣା

ବିଜେପି ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଆରମ୍ଭ ହୋଇଛି, ଦସ୍ତଖତ ଅଭିଯାନ । ଯାହାକୁ ଦେଖିବା ପରେ ଏବେ ସ୍ପଷ୍ଟ ହେଉଛି ଯେ, ମନ୍ତ୍ରୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରରେ ଲାଗିଛି । More

ମମିତା ହତ୍ୟା ମାମଲା: ପୁରୁଣା କଥାକୁ ଦୋହରାଇଲେ ମନ୍ତ୍ରୀ, ବାଢ଼ିଲେ ଅଜବ ଯୁକ୍ତି..

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ନଦେଇ ସେ ପୂର୍ବ ଭଳି କେବଳ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ହତ୍ୟା ଘଟଣାରେ ତାଙ୍କର କୌଣସି ସଂପୃକ୍ତି ପାହିଁ । କାରଣ ସେ ଭାରତୀୟ ବାୟୁସେନାର ଜଣେ ପାଇଲଟ୍‌, ଦେଶ ପାଇଁ ଲଢ଼ିଛନ୍ତି । More

ଭୋଟର ତାଲିକାରେ ତ୍ରୁଟି ଥିଲେ ସଂଶୋଧନ ପାଇଁ ଆବେଦନ କରିବାକୁ ପରାମର୍ଶ

କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ଭୋଟର ତାଲିକାରେ କୌଣସି ତ୍ରୁଟି ଥିଲେ ସଂଶୋଧନ ପାଇଁ ଆବେଦନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। More

ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ ନେତା, କିନ୍ତୁ...

ଦଳରେ ଅସନ୍ତୁଷ୍ଟ ଅଛନ୍ତି କି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ? ଦଳୀୟ କାର୍ଯ୍ୟକଳାପରେ ସେ ଅସନ୍ତୁଷ୍ଟ ନେଇ ଆଭାସ ମିଳିଛି। More

ପେଟ୍ରୋଲ ବୋମା ପକାଇ ଜାଳିଦେଲେ ବିଜେପି ନେତ୍ରୀଙ୍କ ଗାଡ଼ି

ଭୁବନେଶ୍ୱର ଜିଲ୍ଲା ବିଜେପି କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରକୁ ପେଟ୍ରୋଲ ବୋମା ପକାଇ କିଛି ଦୁର୍ବୃତ୍ତ ଜାଳି ଦେଇଥିବା ଅଭିଯୋଗ ହୋଇଛି। More

ବେଙ୍ଗାଲୁରୁରୁ ହ୍ୟାକ୍‌ ହୋଇଥିଲା OCAC ସିଇଓଙ୍କ ହ୍ୱାଟ୍ସଆପ୍‌

OCAC ସିଇଓଙ୍କ ହ୍ୱାଟ୍ସଆପ୍‌ ହ୍ୟାକ୍‌ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ସ୍ପଷ୍ଟ ହୋଇଛି। ଗ୍ୟାଙ୍ଗର ସଦସ୍ୟ ବେଙ୍ଗାଲୁରୁରେ ରହି ଏହି ଅପରାଧ ଘଟାଇଛନ୍ତି। More

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ‘ଅମୃତଭଣ୍ଡା ହାଲ୍‌ୱା’

ଆମ ଓଡ଼ିଆ ଘରେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଆଜି ଆମେ ଆପଣଙ୍କ ପାଇଁ ଅମୃତଭଣ୍ଡାରେ ଏକ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ଅମୃତଭଣ୍ଡା ହାଲ୍‌ୱା’ । More

Daily Horoscope, 17 NOV 2021: ଜାଣନ୍ତୁ ଆଜିର ରାଶିଫଳ

୨୦୨୧ ମସିହା, ନଭେମ୍ବର ମାସ ୧୭ ତାରିଖ, ବୁଧବାର, ବିଛା ୨ ଦିନ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ଅଦିନିଆ ବର୍ଷାରେ ଉଜୁଡି ଗଲା ପାଚିଲା ଧାନ ଖେତ : ଚାଷୀ ମୁଣ୍ଡରେ ଏବେ ଚଡକ

ହଜାର ହଜାର ଟଙ୍କା ଧାର କରଜ କରି ଚାଷୀ କରିଥିଲା ଚାଷ ହେଲେ ଅମଳ ପୂର୍ବରୁ ସବୁ ଧାନ ନଷ୍ଟ ହୋଇଗଲା । କେଉଁଠି ଧାନ ଖେତରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ ଆଉ କେଉଁଠି କଟାଯାଇଥିବା ଧାନ ଉପରେ ପାଣି ଜମି ରହିଛି । More

ସମାଜସେବା ପାଇଁ ଆଗଭର ଦିବ୍ୟାଙ୍ଗ ଯୁବକ : ରକ୍ତ ଦରକାର ହେଲେ କିମ୍ବା ଅସହାୟ ରୋଗୀଙ୍କ ଚିକିତ୍ସା ସମୟରେ ଖୋଜାପଡ଼ନ୍ତି ବବଲୁ

ବବଲୁ ଭିନ୍ନକ୍ଷମ ହେଲେ ସୁଦ୍ଧା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କେବେ ସାହାଯ୍ୟ ଆଶା କରିନାହାନ୍ତି, ବରଂ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । More

ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ ହୋଇଛି। ଭୁବନେଶ୍ୱର ସ୍ଥିତ ବାସଭବନରେ ହୃଦ୍‌ଘାତରେ ଉମେଶଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।  More

ସନ୍‌ ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌କୁ ମୁଁ କେବେ ଯାଇ ନାହିଁ, ଅଭିଯୁକ୍ତଙ୍କୁ କେବେ ଭେଟି ନାହିଁ: ମନ୍ତ୍ରୀ ଦିବ୍ୟଶଙ୍କର

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୁଣି ଥରେ ନିଜ ଉପରେ ଆସିଥିବା ସମସ୍ତ ଅଭିଯୋଗକୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଖଣ୍ଡନ କରିଛନ୍ତି। More

ବ୍ରାହ୍ମଣୀ ନଦୀ କୂଳରେ ବିଶାଳକାୟ ବିଷ୍ଣୁମୂର୍ତ୍ତି ! କେହି ଗଢ଼ି ନାହାନ୍ତି, ଆପଣାଛାଏଁ ତିଆରି ହୋଇଛି !

ନଦୀ ଗର୍ଭରେ ପ୍ରଭୂଙ୍କ ପୀଠ। କେହି ଗଢ଼ି ନାହାନ୍ତି, ଲୋକେ କହୁଛନ୍ତି ନଦୀ ବାଲିରେ ଆପେ ଆପେ ତିଆରି ହୋଇଛି। ଶହ ଶହ ବର୍ଷ ତଳର ଏ ମୂର୍ତ୍ତି ସେମିତି ରହିଛି। ଏ ସରକାର ନା ଦାୟିତ୍ୱ ନେଉଛି ନା ଏ ପୀଠକୁ ବିକଶିତ କରୁଛି?   More

ମମିତା ଘଟଣାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, ହାଇକୋର୍ଟରେ ପହଞ୍ଚିଲା ପୁରା ପରିବାର

ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ପ୍ରେମ କାହାଣୀ ଜାଣିଥିଲେ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର । ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା । More

ସ୍କୁଲ ଚାଉଳ ବିକି ଧରାପଡ଼ିଲେ ପ୍ରଧାନ ଶିକ୍ଷକ, ସାଙ୍ଗରେ ଥିଲେ ଆଉ ଦୁଇ କର୍ମଚାରୀ

ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବାକୁ ଦାବି ହୋଇଛି । More

ଏବେ ବି ମନେ ଅଛି ଭିଟାମାଟି ଛାଡ଼ି ବାସହରା ହେବାର ଦୃଶ୍ୟ, ୬ ଦଶନ୍ଧି ଧରି ଶୁଖୁନି ଲୁହ

ଝାରସୁଗୁଡ଼ା ଜିଲ୍ଲାର ଦୁଇ ହଜାର ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ଘରଡିହ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ହୁଏତ ସେହି ତାଲିକାରେ ସ୍ଥାନ ପାଇପାରନ୍ତି ଲଖନପୁର ବ୍ଲକ ଲମ୍ଫାଲୁଗା ଗାଁର ଜମିହରା । More

ପଞ୍ଚାୟତ ନିର୍ବାଚନରେ ଆଉ ପାଦେ, ଜାଣନ୍ତୁ କାହା ପାଇଁ କେତେ ଆସନ ସଂରକ୍ଷିତ..

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ଆଉ ପାଦେ ବଢ଼ିଲେ ରାଜ୍ୟ ନିର୍ବାଚନ ଆୟୋଗ । ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା । ଏହି ଅନୁଯାୟୀ, ୬ ହଜାର ୭୯୪  ପଂଚାୟତରେ ହେବ ଭୋଟ୍ ଯେଉଁଥିରେ ରହିଛି ମୋଟ୍ ୯୧ ହଜାର ୯୧୬ଟି ଓ୍ୱାର୍ଡ । More

ଯୌନ ପିପାଷୁଙ୍କ ମାୟା ଜାଲରେ ଶିଶୁ, ହ୍ୱାଟ୍‌ସଆପ୍‌ରେ ଚାଲିଛି ବେପାର

ଯୌନ ରାକ୍ଷାସଙ୍କ ମାୟାକୁ ବୁଝିବା ଆଗରୁ ସଙ୍କଟରେ ପଡ଼ିଯାଉଛନ୍ତି ଅବୋଧ ଶିଶୁ । କାରଣ ମାତିଛନ୍ତି ଯୌନ ପିପାସୁ । ଛାଇ ଭଳି ଘୁରିବୁଲୁଛନ୍ତି ଭର୍ଚୁଆଲ୍ ମୋଡ୍‌ରେ । More