ସଂକ୍ଷେପରେ ଆଜିର ତାଜା ଖବର - Tuesday, 16 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମମିତା ଘଟଣାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ, ହାଇକୋର୍ଟରେ ପହଞ୍ଚିଲା ପୁରା ପରିବାର

ମହାଲିଙ୍ଗ ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଗୋବିନ୍ଦ ସାହୁଙ୍କ ପ୍ରେମ କାହାଣୀ ଜାଣିଥିଲେ ସନ୍‌ସାଇନ୍‌ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର । ସେଥିପାଇଁ ତାଙ୍କୁ ଅନେକ ସମୟରେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା । More

ସ୍କୁଲ ଚାଉଳ ବିକି ଧରାପଡ଼ିଲେ ପ୍ରଧାନ ଶିକ୍ଷକ, ସାଙ୍ଗରେ ଥିଲେ ଆଉ ଦୁଇ କର୍ମଚାରୀ

ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଏହି ଘଟଣାର ସଠିକ ତଦନ୍ତ କରାଯିବା ସହ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେବାକୁ ଦାବି ହୋଇଛି । More

ଏବେ ବି ମନେ ଅଛି ଭିଟାମାଟି ଛାଡ଼ି ବାସହରା ହେବାର ଦୃଶ୍ୟ, ୬ ଦଶନ୍ଧି ଧରି ଶୁଖୁନି ଲୁହ

ଝାରସୁଗୁଡ଼ା ଜିଲ୍ଲାର ଦୁଇ ହଜାର ହୀରାକୁଦ ବିସ୍ଥାପିତଙ୍କ ପରିବାରକୁ ଘରଡିହ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ହୁଏତ ସେହି ତାଲିକାରେ ସ୍ଥାନ ପାଇପାରନ୍ତି ଲଖନପୁର ବ୍ଲକ ଲମ୍ଫାଲୁଗା ଗାଁର ଜମିହରା । More

ପଞ୍ଚାୟତ ନିର୍ବାଚନରେ ଆଉ ପାଦେ, ଜାଣନ୍ତୁ କାହା ପାଇଁ କେତେ ଆସନ ସଂରକ୍ଷିତ..

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ଆଉ ପାଦେ ବଢ଼ିଲେ ରାଜ୍ୟ ନିର୍ବାଚନ ଆୟୋଗ । ଚୂଡ଼ାନ୍ତ ହେଲା ପଞ୍ଚାୟତ ତାଲିକା । ଏହି ଅନୁଯାୟୀ, ୬ ହଜାର ୭୯୪  ପଂଚାୟତରେ ହେବ ଭୋଟ୍ ଯେଉଁଥିରେ ରହିଛି ମୋଟ୍ ୯୧ ହଜାର ୯୧୬ଟି ଓ୍ୱାର୍ଡ । More

ମାଟି ଅତଡା ଖସି ୪ ଶ୍ରମିକ ଗୁରୁତର

ଜଳ ନିଷ୍କାସନ ପାଇଁ ନାଳ ଖୋଳିବା ସମୟରେ ମାଟି ଅତଡ଼ା ଖସି ୪ ଜଣ ଶ୍ରମିକଙ୍କ ଗୁରୁତୁର । ଗଞ୍ଜାମ ସୋରଡ଼ା ଥାନା ନୂଆଗାଁ ନିକଟରେ ଏଭଳି ଘଟଣା ଘଟିଛି ।ମାଟି ଅତଡ଼ା ଖସି ଯିବାରୁ ମାଟି ତଳେ ଚାପି ହୋଇଯାଇଛନ୍ତି ଶ୍ରମିକ । ଗୁରୁତର ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଚାଷ ଜମିରୁ ପାଣି ନିଷ୍କାସନ କରୁଥିବା ବେଳେ ହଠାତ୍ ମାଟି ଅତଡ଼ା ଖସି ଯାଇଥିଲା । ସୋରଡା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି ।

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ ଲୁଟି ନେଲେ ୩ ଦୁର୍ବୁତ୍ତ

ବାରିପଦାରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍‌ର ଅଭିଯୋଗ ଆସିଛି । ବାରିପଦା ସଦର ଥାନାରୁ ମଞ୍ଚାବନ୍ଧା ଏସଆର୍ ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଛି । ୧୮ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏହି ପେଟ୍ରୋଲ ପମ୍ପରୁ ଗତ ରାତିରେ ଲୁଟ୍ ହୋଇଥିବାର ସୂଚନା ମିଳିଛି । ୩ ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ତେଲ ପକାଇଥିଲେ, ତା ପରେ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପର କର୍ମଚାରୀଙ୍କଠାରୁ ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ । ଏକ ନିର୍ଦ୍ଦିଷ୍ଟ ଗାଁର ଯୁବକ ଏହି କାଣ୍ଡ କରିଥିବା ସନ୍ଦେହ କରାଯାଉଛି॥ ଲୁଟେରାମାନେ ବାରିପଦା ଆଡୁ ଆସି ବାଲେଶ୍ୱର ଆଡ଼କୁ ପଳାଇଥିଲେ । ୧୦ ଦିନ ଭିତରେ ରାଇରଙ୍ଗପୁର ନୀଳମାଧବ ପେଟ୍ରୋଲ ପମ୍ପ, ମାଣତ୍ରୀ ପେଟ୍ରୋଲ ପମ୍ପ, ଭୁବନେଶ୍ୱର ପେଟ୍ରୋଲ ପମ୍ପ ସମେତ ମଞ୍ଚାବନ୍ଧା ପେଟ୍ରୋଲ ପମ୍ପରୁ ଲୁଟ୍ ହେଲାଣି । ଲଗାତର ଭାବେ ୪ଟି ପେଟ୍ରୋଲ ପମ୍ପରୁ ଲୁଟ୍ ହୋଇଥିଲେ ମଧ୍ୟ ପୋଲିସ ଅପରାଧୀଙ୍କୁ ଧରିବାରେ ସମ୍ଭବ ହେଉନାହିଁ । 
 

ବଲାଙ୍ଗିରରେ ଗ୍ୟାଙ୍ଗଓ୍ୱାର, ଦିନ ଦ୍ୱିପ୍ରହରରେ ସଂଘବଦ୍ଧ ଭାବେ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ବଲାଙ୍ଗିର ସହରରେ ଗ୍ୟାଙ୍ଗଓ୍ୱାର । ଦିନ ଦ୍ୱିପ୍ରହରରେ ବରପାଲିପଡ଼ାରେ ୬ ଜଣ ଯୁବକ ହାଟପଦାପଡ଼ାର ରାଜ ଜେନାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ରାଜ ଜେନାର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ରାଜଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି । କିଛି ଦିନ ତେଳେ ସହରର ଗୋପବନ୍ଧୁ ନଗରରେ ଗ୍ୟାଙ୍ଗଓ୍ୱାର ହେବା ସହିତ ଜଣକୁ ଅପହରଣ କରିନିଆଯାଇଥିଲା । ସେହି ଘଟଣାକୁ ନେଇ ଆଜି ରାଜଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ତେବେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

CBI ଅଧିକାରୀଙ୍କୁ ଠେଙ୍ଗାରେ ପିଟିଲେ ଗାଁର ମହିଳା..

ସିବିଆଇ ଟିମ୍‌କୁ ନିର୍ଧୁମ୍‌ ଛେଚିଲେ । କିଛି ମହିଳା ସଂଘବଦ୍ଧ ହୋଇ ସିବିଆଇ ଟିମ୍‌ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । More

ଭଦ୍ରକ-ଯାଜପୁରରେ ପଡ଼ିଲା ଅଚାନକ ସିବିଆଇ ରେଡ୍‌

ଅନ୍‌ଲାଇନ୍‌ରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ନେଇ ଚଳିତ ମାସ ୧୪ ତାରିଖରେ ସିବିଆଇ ପାଖରେ ମାମଲା ଦାଏର ହୋଇଥିଲା । ୨୩ଟି ଭିନ୍ନ ଭିନ୍ନ ମାମଲାରେ ୮୩ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ସିବିଆଇ । More

ମାଆ ଛାଡ଼ି ପଳାଇଲା, ପୁଅ ପାଦରେ ଶିକୁଳି ପଡ଼ିଲା

ବାକ ଶକ୍ତି ହରାଇବା ସହ ନିଜ ଗୋଡରେ ଛିଡା ହେବାକୁ ଅକ୍ଷମ ହୋଇପଡିଲା । ଆଉ ଏଭଳି ଦୁଃଖ ସମୟରେ ନିଜ ପୁଅକୁ ଛାଡି ଅନ୍ୟ କୁଆଡେ ଚାଲିଗଲା ନିଷ୍ଠୁର ମା’ More

ଚଳିତଥର ୭ ପଂଚାୟତରେ ହେବନି ନିର୍ବାଚନ, ଜାଣନ୍ତୁ କଣ ରହିଛି କାରଣ...

ଏଥର ୭ ପଂଚାୟତରେ ହେବନି ନିର୍ବାଚନ, କାରଣ ଏହି ପଂଚାୟତ ଗୁଡ଼ିକ ବିଭିନ୍ନ ଏନ୍ଏସିରେ ବିଲୀନ ହୋଇଥିବାରୁ ସେସବୁରେ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ More

ଆଜିଠୁ ପୁଣି ଚାଲିବ ଟୟ ଟ୍ରେନ, ଦିନକୁ କରିବ ୬ ଟ୍ରିପ୍‌

ଆଜିଠାରୁ ନନ୍ଦନକାନନରେ ପୁଣି ଗଡ଼ିବ ଟୟ ଟ୍ରେନ। ଦିନକୁ ୬ ଟ୍ରିପ କରାଯିବ। ସକାଳ ୧୦ଟା, ୧୧ଟା ଓ ଅପରାହ୍ନ ୧୨ଟା, ୨ଟା, ୩ଟା ଓ ୪ଟାରେ ଏହି ଟୟ ଟ୍ରେନ ଚାଲିବ। More

୧୦ ଦିନ ଭିତରେ ୩ ହଜାର ୪୮୮ ପଳାତକ ଗିରଫ

ଓ୍ୱାରେଣ୍ଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସଂପୃକ୍ତ ଜିଲ୍ଲା ପୋଲିସକୁ ରାଜ୍ୟ ପୋଲିସ ପକ୍ଷରୁ ପ୍ରଶଂସା କରାଯାଇଛି। ବଡ଼କଥା  ହେଉଛି, ଗିରଫ ଓ୍ୱାରେଣ୍ଟିଙ୍କ ମଧ୍ୟରୁ ୨୬୪୮ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ୱାନା ଥିଲା। More

Daily Horoscope, 16 NOV 2021: ଜାଣନ୍ତୁ ଆଜିର ରାଶିଫଳ

୨୦୨୧ ମସିହା, ନଭେମ୍ବର ମାସ ୧୬ତାରିଖ, ମଙ୍ଗଳବାର। ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା।    More

ଦିନେ ଜାତୀୟ ସ୍ତରରେ ଫୁଟବଲକ ଥିଲେ, ଏବେ ପର ଦୁଆରେ ମୂଲ ଲାଗୁଛନ୍ତି

ଜାତୀୟ ସ୍ତରରେ ଫୁଟବଲ ଖେଳାଳୀଙ୍କର ଏବେ ଦୟନୀୟ ସ୍ଥିତି। ହୃଦ୍‌ରୋଗରେ ପୀଡ଼ିତ ଅଛି କୁନି ପୁଅ, ବାରମ୍ବାର ଚାକିରି ଆବେଦନ କରି କରି ସୁଫଳ ନହେବା ପରେ ଏବେ ପର ଦୁଆରେ କାମ କରୁଛନ୍ତି ସ୍ୱାମୀ ଓ ସ୍ତ୍ରୀ More

ହ୍ୱାଟ୍ସ-ଆପ୍ ଠକେଇରୁ କେମିତି ସୁରକ୍ଷିତ ରହିବେ ?

ଅନେକ ସମୟରେ ଲୋକେ ହ୍ବାଟ୍ସ-ଆପ୍ ମାଧ୍ୟମରେ ଠକେଇର ଶିକାର ହେଉଛନ୍ତି ।ସୋସିଆଲ୍ ମିଡିଆ ଆପ୍ ହ୍ବାଟ୍ସ-ଆପ୍ ଠକେଇରୁ କେମିତି ସୁରକ୍ଷିତ ରହିବେ ? ଏ ନେଇ କଣ ସବୁ ଉପାୟ ଅବଲମ୍ବନ କରିବେ। ଏହାକୁ ନେଇ ଓଡ଼ିଶା କ୍ରାଇମବ୍ରାଞ୍ଚ କମିଶନରେଟ ପୋଲିସ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି More

ପେଟ୍ରୋଲ୍, ଡିଜେଲ କ୍ଷତିକୁ ଭରଣା କରିବ କେନ୍ଦ୍ର

ଦେଶରେ କୋଭିଡ୍ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ନିବେଶ, ଭିତ୍ତିଭୂମି ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଅର୍ଥମନ୍ତ୍ରୀ।ମହାମାରୀର ଦ୍ୱିତୀୟ ଲହର ପରେ ଦେଶର ଅର୍ଥନୀତିରେ ବଡ ଧରଣର ସୁଧାର ଆସିଥିବା ସେ କହିଛନ୍ତି। More

ମନ୍ତ୍ରୀଙ୍କୁ କ୍ଳିନଚିଟ୍ ଦେଇ ବିରୋଧୀଙ୍କ ନିଶାନାରେ ଉତ୍ତରାଞ୍ଚଳ ଡିଆଇଜି

ମାସେରୁ ଅଧିକ ସମୟ ଧରି ମମିତା ପ୍ରସଙ୍ଗକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ତେବେ ନା ତ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି, ନା ମମିତା ହତ୍ୟାର ତଦନ୍ତ ଆଗକୁ ବଢୁଛି। More

ସ୍କୁଲ ମାଟି ମାଡି ପିଲା ଖୁସି ହେଲେ ଅଭିଭାବକଙ୍କ ମନରେ ଭୟ

ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲା । କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା । କିନ୍ତୁ ପିଲାଙ୍କ ମନରେ ଖୁସି ଥିଲେ ମଧ୍ୟ ଶଙ୍କାରେ ରହିଛନ୍ତି ଅଭିଭାବକ । More

ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ମଦମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଆସିଥିଲା ନିର୍ବାଚନର ୭ ଦିନ ପୂର୍ବରୁ ମଦକୁ ବନ୍ଦ କରିବାକୁ ପ୍ରସ୍ତାବ ଆସିଛି। More

କୋର୍ଟ ଭିତରେ ସ୍ୱାମୀ-ସ୍ତ୍ରୀ ପିଟାପିଟି

ସ୍ୱାମୀ,ସ୍ତ୍ରୀ ଏକାଠି ହେବେ କଣ ବରଂ ସ୍ଥିତି ବିଗିଡ଼ିଗଲା। ଫିଲ୍ମ ଷ୍ଟାଇଲରେ ପ୍ରେମ ବିବାହ କରିଥିବା ଦୁଇ ପ୍ରେମୀ ଯୁଗଳଙ୍କ ଏଭଳି କ୍ଲାଇମେକ୍ସ ଚର୍ଚ୍ଚାର ବିଷୟ ହୋଇଛି।  More

ବର୍ଷକୁ ବର୍ଷ ବଢ଼ି ଚାଲିଛି ଶିବ ଲିଙ୍ଗ ! ପାହାଡ଼ ଉପରେ ଥିବା ମହାଦେବଙ୍କ ପୀଠର ଇତିହାସ ଓ କିମ୍ବଦନ୍ତୀ ଖୁବ୍ ରୋମାଞ୍ଚକର

ଗଞ୍ଜାମ ଜିଲ୍ଲା ପାଲୁରୁ ନିକଟସ୍ଥ ଝାଟିପଦର ଓ ରଘୁନାଥପୁର ଗାଁ ମଝିରେ ଅବସ୍ଥିତ ଶିଖରେଶ୍ୱର ପାହାଡ଼ । ଲୋକଙ୍କ କହିବା ଅନୁସାରେ ପାହାଡ଼ ଶୀର୍ଷରେ ଥିବା ଏକ ଶିବ ଲିଙ୍ଗ ପ୍ରତ୍ୟେକ ବର୍ଷ ବଢି ବଢି ଚାଲିଛି More