ସଂକ୍ଷେପରେ ଆଜିର ତାଜା ଖବର - Friday, 12 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ପୁଣି ଅଣ୍ଡାମାଡ଼

ଆଗରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଟୁକୁନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ତୁଷାରକାନ୍ତି ବେହେରା, ପଦ୍ମନାଭ ବେହେରାଙ୍କୁ ଅଣ୍ଡାମାଡ଼ ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା।   More

ଦୁର୍ବଳ ରାଜନୈତିକ ନିଷ୍ପତ୍ତି ! ଓଡ଼ିଶା ହାତରୁ ଖସିଯିବ କି କୋଟିଆ, ଏବେ ଏମିତି କିଛି ହେଉଛି ସନ୍ଦେହ..

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି, ସାଲୁର ବିଧାୟକ ରାଜନ୍ନା ଦୋରାଙ୍କ ଆଖିତରାଟିଲା ଭଳି ପୋଷ୍ଟ । ରାଜନ୍ନା କୋଟିଆବାସୀଙ୍କୁ ଧନ୍ୟବାଦ ଦେବା ସହ ଲେଖିଛନ୍ତି, କୋଟିଆବାସୀ ଆନ୍ଧ୍ରରେ ରହିବା ଲାଗି ଲିଖିତ ଭାବେ ଜଣାଇଛନ୍ତି । More

ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ପଛରେ ବିଜେଡି ରଚିଛି ଷଡଯନ୍ତ୍ର: ବିଜେପି

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା ହରତାଳରେ ପରିଣତ ହୋଇଥିଲା। ଆଉ ଏହା ପଛରେ ସରକାରୀ ଦଳର ଚକ୍ରାନ୍ତକୁ ସାମ୍ନାକୁ ଆଣିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। More

ମାଡ଼ି ଆସୁଛି ତୃତୀୟ ଲହର; ଭାଇରାସ୍‌ ବଦଳାଉଛି ରୂପ, ଦେଖାଯାଉଛି ନୂଆ ଲକ୍ଷଣ..

କୋଲକାତାର ଡାକ୍ତରମାନେ କହିଛନ୍ତି ଯେ, ଅଧିକାଂଶ ଲୋକଙ୍କୁ କରୋନା ଟିକା ଲାଗିସାରିଛି ତେଣୁ ସେମାନେ ଏବେ ଏହି ରୋଗକୁ ଆଉ ଗୁରୁତ୍ୱର ସହ ନେଉ ନାହାନ୍ତି । More

BWF ଆଓ୍ୱାର୍ଡ ପାଇଁ ପ୍ରମୋଦ ମନୋନୀତ

ଏହି ବର୍ଗରେ ତାଙ୍କ ସହ ଅନ୍ୟ ୫ ଜଣ ଖେଳାଳି ରହିଛନ୍ତି । ସେହିପରି ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଯୋଡି ବର୍ଗରେ ମଧ୍ୟ ଓଡ଼ିଆ ପୁଅ ପ୍ରମୋଦ ଏବଂ ତାଙ୍କ ଡବଲସ୍ ପାର୍ଟନର ମନୋଜ ସରକାର ମନୋନୀତ ହୋଇଛନ୍ତି । More

"ଆମେ ବି କୌଣସି କ୍ଷେତ୍ରରେ କମ୍ ନୁହେଁ"

ଆଜିର ମହିଳା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ । ସରକାର ବି ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା କରିଛନ୍ତି, ଯାହା ମହିଳାଙ୍କୁ ସ୍ବାବଲମ୍ବୀ କରାଇପାରୁଛି । ଏସବୁ ସର୍ତ୍ତ୍ୱେ ମଧ୍ୟ କଥା ଯେତେବେଳେ ଶାରିରୀକ ଶକ୍ତିର ଆସେ, ଆଜିବି ଆମ ସମାଜ ସେପରି କାମ ପାଇଁ ପୁରୁଷଙ୍କୁ ଉପସ୍ଥିତି ଖୋଜେ । କିନ୍ତୁ ଏବେ ସେ କ୍ଷେତ୍ରରେ ମହିଳା ନିଜକୁ ପ୍ରତିପାଦିତ କରାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ଦୁଇ ଭଉଣୀ । More

ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ

ହାତରେ ଥାଳି, ରାସ୍ତାରେ ଆଣ୍ଠେଇ ରାଜରାସ୍ତାରେ ଭିକ୍ଷା ମାଗିଲେ ଆଶାୟୀ ଶିକ୍ଷକ। OSSET ଓ CBT ଉତ୍ତୀର୍ଣ୍ଣ ସମସ୍ତ ସଂସ୍କୃତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦାବିରେ ଏଭଳି ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଆଶାୟୀ ଶିକ୍ଷକ। More

ଓଲିଉଡ୍‌ ଲିଙ୍କ୍‌ ପରେ ସାମ୍ନାକୁ ଆସିଲା କୋଟିପତି ସରକାରୀ ବାବୁଙ୍କ ଆଉ କୋଟିଏ ଟଙ୍କା

ଗିରଫ କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ କ୍ଷେତ୍ରରେ ପ୍ରତାପ ବିନିଯୋଗ କରିଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠାବ ହୋଇଛି। More

ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ଏହି ୨ ଦିନ ପ୍ରବଳ ବର୍ଷିପାରେ

ଆସନ୍ତା ୧୬ ଓ ୧୭ ତାରିଖରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। More

ଡିସେମ୍ବର ସୁଦ୍ଧା ସରିବ କରୋନାର ପ୍ରଥମ ଡୋଜ୍ ଟିକାକରଣ !

ଡ଼ିସେମ୍ବର ସୁଦ୍ଧା ରାଜ୍ୟରେ କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍‌ ଟିକାକରଣ ସାରିବାକୁ ରଖାଯାଇଛି ଲକ୍ଷ୍ୟ More

ଅପରାଧୀଙ୍କ ସହ ମିଶି ଶାସନ କରୁଛନ୍ତି ନବୀନ ବାବୁ

ଜାଣିଶୁଣି ନବୀନ ବାବୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୁରକ୍ଷା ଦେଉଛନ୍ତି। ଏମିତି କରିବା ଦ୍ୱାରା ପୂରା ବିଶ୍ୱରେ ନିନ୍ଦିତ ହେଉଛି ଓଡ଼ିଶା More

ଦୁର୍ନୀତିଗ୍ରସ୍ତ ଓ ଅପାରଗ ୮ ସରକାରୀ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର

ଦୁର୍ନୀତିଗ୍ରସ୍ତ ଓ ଅପାରଗ ୮ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। More

ସାଲୁର ବିଧାୟକଙ୍କ ଦାବି- ଆନ୍ଧ୍ରରେ ମିଶିବାକୁ କୋଟିଆବାସୀଙ୍କ ଇଚ୍ଛା

କୋଟିଆକୁ ନେଇ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ନୂଆ ଚାଲ୍‌ ଚଳାଇଥିବା ବେଳେ ଏବେ ଆନ୍ଧ୍ରପ୍ରଦେଶର ସାଲୁର ବିଧାୟକ ଏକ ନୂଆ ଦାବି କରିଛନ୍ତି। କୋଟିଆବାସୀ ଆନ୍ଧ୍ରରେ ମିଶିବେ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ବିଧାୟକ କହିଛନ୍ତି। More

ଭୁଲ୍‌ ରକ୍ତ ନେଲା ରୋଗୀଙ୍କ ଜୀବନ ! O+ ଜାଗାରେ ଦିଆଯାଇଥିଲା B+ ବ୍ଲଡ୍‌ !

ଭୁଲ୍‌ ରକ୍ତ ଯୋଗୁ ଚାଲିଗଲା ଜୀବନ। O+ ଜାଗାରେ B+ ରକ୍ତ ଦିଆଗଲା। ଫଳରେ ମୃତ୍ୟୁ ଘଟିଲା। ଏଭଳି କିଛି ଅଭିଯୋଗ ଆସିଛି ରାଉରକେଲାରୁ। More

ଝିଅର ସ୍ୱପ୍ନ ପୂରଣ ପାଇଁ ରାଜରାସ୍ତାରେ ପଇଡ଼ ବିକ୍ରି କରୁଛି ମାଆ

ଝିଅର ସ୍ୱପ୍ନ କରିବା ପାଇଁ ରାଜଧାନୀର ରାଜ ରାସ୍ତାରେ ପଇଡ଼ ବିକ୍ରି କରୁଛନ୍ତି ମାଆ More

ପଞ୍ଚକରେ ଧବଳେଶ୍ୱର ବନ୍ଦ : ୧୨ ରୁ ୧୯ ପର୍ଯ୍ୟନ୍ତ ଲାଗିବ ୧୪୪ ଧାରା

କାର୍ତ୍ତିକ ମାସର ପଂଚୁକରେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ, ୧୨ ରୁ ୧୭ ପର୍ଯ୍ୟନ୍ତ ଲାଗିବ ୧୪୪ ଧାରା More

ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ଓଡ଼ିଶା ବନ୍ଦ ଡାକରା : ଜୋରଜବରଦସ୍ତ କାହାକୁ ନଅଟକାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଜି କଂଗ୍ରେସର ୬ ଘଂଟିଆ ଓଡ଼ିଶା ବନ୍ଦ। ଗାଡ଼ି ଚଳାଚଳକୁ ଜୋରଜବରଦସ୍ତ ପ୍ରଭାବିତ ନକରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ More

ଚାକିରିରୁ ନିଲମ୍ବିତ ହେଲେ କୁବେର ଡେପୁଟୀ ମ୍ୟାନେଜର

ଗିରଫ ପୋଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ୍। ୨୦୦୩ରେ ନିର୍ମିତ ଫିଲ୍ମ ନାରୀ ଆଖିରେ ନିଆଁ ଓ ୨୦୦୫ର ବାଜି ଫିଲ୍ମରେ ଟଙ୍କା ଲଗାଇଥିଲେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ। More

ବିଜେପି ସହ ହାତ ମିଳାଇଛି କଂଗ୍ରେସ: ବିଜେଡି

ଧର୍ମଘଟ ଡାକରା ପୂର୍ବରୁ ରାଜଭବନ ଆଗରେ ୨ ଦିନିଆ ଅହୋରାତ୍ର ଧାରଣା ଦେଇଥିବା ଯୁବ କଂଗ୍ରେସ ମମିତା ମାମଲାକୁ ଧରି ଦିଲ୍ଲୀ ଦରବାରରେ ପହଞ୍ଚିଛି। ମାମଲାରେ ଯେହେତୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଅଭିଯୋଗ ଉଠୁଛି, ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ବହିଷ୍କାର ଦାବି କରିଛି ଯୁବ କଂଗ୍ରେସ।  More

ଚେତାଶୂନ୍ୟ ଯୁବକଙ୍କୁ ବୋହି ନେଇଗଲେ ପୋଲିସ ମ୍ୟାଡାମ୍

ରାଜେଶ୍ୱରୀଙ୍କ ଏଭଳି କାର୍ଯ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ତେବେ ରାଜେଶ୍ୱରୀଙ୍କ ମହତ କାର୍ଯ୍ୟକୁ ସୋସିଆଲ ମିଡିଆରେ ପ୍ରବଳ ପ୍ରଶଂସା କରାଯାଇଛି।     More

କାମ ଦେଲାନି ଚାଲାକି, ଧରାପଡ଼ିଗଲେ ପୋଲିସ୍‌ ହାତରେ

ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଚାକିରି ପାଇବା ଆଶାରେ ଶେଷରେ ଯୁବକ, ଯୁବତୀ ଠକାମିର ଶିକାର ହେଉଛନ୍ତି। More

ଲଘୁଚାପ ସକ୍ରିୟ: ୧୬ ଯାଏଁ ବର୍ଷିବ !

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ତାରିଖ ଯାଏଁ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।  More