ସଂକ୍ଷେପରେ ଆଜିର ତାଜା ଖବର - Wednesday, 10 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ୱରର କେବିଏନ୍ ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ ଭିଇରାଲ

ଭୁବନେଶ୍ୱରର କେବିଏନ୍ ଗ୍ରୁପ୍ ଭଳି କଟକରେ ବି ଯୁବ ଗୋଷ୍ଠୀଙ୍କ ମାରଣାସ୍ତ୍ର ସହ ଭିଡିଓ, ହାତରେ ବନ୍ଧୁକ ଧରି ସର୍ବସାଧାରଣ ସ୍ଥାନରେ କରିଛନ୍ତି ସର୍ଟ ଭିଡିଓ । କେବଳ ବନ୍ଧୁକ ନୁହେଁ ଖଣ୍ଡା ଧରି ସର୍ବସାଧାରଣରେ ପ୍ରଦର୍ଶନ କରିବା ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।  ତାଳଦଣ୍ଡା କେନାଲ ନିକଟବର୍ତ୍ତି ଅଞ୍ଚଳରେ ଏହି ଭିଡିଓ ସୁଟ କରାଯାଇଥିବା ଜଣାପଡ଼ୁଛି । ଏନେଇ ଖବର ମିଳିବା ପରେ କଟକ କମିଶନରେଟ ପୋଲିସ ଘଟଣାର ଯାଂଚ ଆରମ୍ଭ କରିଛି । କିଛି ଯୁବଗୋଷ୍ଠୀ ସମାଜରେ ଆତଙ୍କ ସୃଷ୍ଟିକରିବା ଭଳି ଭିଡ଼ିଓ ଛାଡ଼ିବା ଏବେ ଏକପ୍ରକାର ଟ୍ରେଣ୍ଡ ହୋଇଗଲାଣି । ରାଜଧାନୀରେ କମିଶନରେଟ ପୋଲିସ ଏଭଳି ଭିଡିଓ ଛାଡ଼ିଥିବା KBN ଗ୍ରୁପର ୯ ଜଣଙ୍କୁ ଗିରଫ କରିସାରିଲାଣି । ୨୯ ଜଣିଆ ଓ୍ୱାଣ୍ଟେଡ ଲିଷ୍ଟରୁ ଆଉ ୨୦ ଜଣଙ୍କୁ ଖୋଜୁଛି ପୋଲିସ । ଏଭଳି ସ୍ଥିତିରେ କଟକର ଆତଙ୍କ ସୃଷ୍ଟିକାରୀ ଭିଡିଓ କମିଶନରେଟ ପୋଲିସ ପାଇଁ ମୁଣ୍ଡବିନ୍ଧା ବଢ଼ାଇଛି ।

ଗଣମାଧ୍ୟମରେ ହତ୍ୟା ଖବର ପ୍ରସାରିତ ହେବାର କିଛି କ୍ଷଣ ପରେ ସାମ୍ନାକୁ ଆସିଲେ ଜାତୀୟ ସ୍ତରର ରେସଲର ନିଶା ଦାହିୟା

ଗଣମାଧ୍ୟମରେ ହତ୍ୟା ଖବର ପ୍ରସାରିତ ହେବାର କିଛି କ୍ଷଣ ପରେ ସାମ୍ନାକୁ ଆସିଲେ ଜାତୀୟ ସ୍ତରର ରେସଲର ନିଶା ଦାହିୟା । ଭିଡିଓ ବାର୍ତ୍ତାରେ କହିଲେ ହତ୍ୟା ଖବର ମିଛ, ମୁଁ ସମ୍ପୂର୍ଣ୍ଣ ସୁସ୍ଥ । ଆଜି ସନ୍ଧ୍ୟାରେ ରେସଲର ନିଶା ଦାହିୟା ଏବଂ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଥିଲା । ତେବେ ଏହାର କିଛି ସମୟ ପରେ ନିଶା ଏକ ଭିଡିଓ ଜାରି କରିଥିଲେ ଏଥିରେ ତାଙ୍କୁ ହତ୍ୟା କରାଯାଇଥିବା ଖବର ମିଛ ବୋଲି କହିବା ସହ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଓ ଗୋଣ୍ଡାରେ ଜାତୀୟ ଚାମ୍ପିଅନସିପ୍ ଖେଳୁଥିବା କହିଥିଲେ । ସୂଚନା ଅନୁସାରେ ସୋନପତ୍ର ଏକ ସ୍ପୋର୍ଟସ ଏକାଡେମୀରେ ସେହି ସମାନ ନାଁର ଆଉ ଜଣେ ରାଜ୍ୟ ସ୍ତରର ମହିଳା ରେସ୍‌ଲରଙ୍କୁ ତାଙ୍କ କୋଚ୍ ପବନ କୁମାର ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ରେସଲରଙ୍କ ନାଁ ମଧ୍ୟ ନିଶା ହୋଇଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା କୁହାଯାଉଛି ।

ଏଥର ବି ରାଧାପାଦ ଦର୍ଶନ ମନା

ଆସନ୍ତା ୧୨ରେ ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳ ମନ୍ଦିରରେ ରାଧାରାଣୀଙ୍କ ସ୍ୱତନ୍ତ୍ର ଓଡ଼ିଆଣୀ ବେଶ ଓ ଶ୍ରୀକୃଷ୍ଣଙ୍କ ନଟବର ବେଶ ଅନୁଷ୍ଠିତ ହେବ । ତେବେ କୋଭିଡ୍ କଟକଣା ଯୋଗୁ ଏଥର ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏହାସହ ୧୨ ତାରିଖ ଅଁଳା ନବମୀ ଓ ୧୫ ତାରିଖ ଏକାଦଶୀରେ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯିବ । କେବଳ ସେବାୟତମାନେ ମନ୍ଦିର ଭିତରକୁ ଯାଇ ରାଧାପାଦ ଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ସେବାୟତଙ୍କ ସହଯୋଗରେ ଭକ୍ତମାନେ ପ୍ରସାଦ ପାଇପାରିବେ । ବର୍ଷକରେ ଥରେ ଅଁଳା ନବମୀରେ ରାଧାରାଣୀ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥାନ୍ତି । ଏହି ବେଶ ଦେଖିବାକୁ ସାକ୍ଷୀଗୋପାଳ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ । ତେବେ କୋଭିଡ୍ ସଂକ୍ରମଣ ଯୋଗୁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଏହି ଦିନ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଛି ।

KBN ଗ୍ରୁପ୍‌ ପାଇଁ କାଳ କମିଶନରେଟ୍‌ ପୋଲିସ, ସମୂଳେ ଧ୍ୱଂସ ପାଇଁ ଆରମ୍ଭ କଲା ଅପରେସନ୍‌ ଦମନ୍‌

ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ  ପରେ ଏବେ ପୋଲିସ୍ ଟାର୍ଗେଟ୍‌ରେ KBN ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ । More

ଜାଣନ୍ତୁ, କିଏ ହେବେ ରାଜ୍ୟର ପରବର୍ତ୍ତୀ ପୋଲିସ୍ ମୁଖିଆ

ନୂଆ ବର୍ଷରେ ଆସିବେ ରାଜ୍ୟର ନୂଆ ଡିଜିପି । ବର୍ତ୍ତମାନର ଡିଜିପି ଅଭୟ ଅବସର ନେବେ । ରାଜ୍ୟର ଡିଜିପି ଚୟନ ବେଳେ ଅନେକ ବିଷୟକୁ ସରକାର ବିଚାରକୁ ନେଇଥାଆନ୍ତି । ଦକ୍ଷତା, ଅଭିଜ୍ଞତା ଓ ବିଶ୍ୱସନୀୟତାକୁ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ଏଥର ସରକାର ବାଛିବେ କାହାକୁ ? ଜାଣନ୍ତୁ । More

ବିଷଧର ସାପ ସହ ଖେଳ । କଲେଜ ପରିସରରରେ ଶହ ଶହ ପିଲାଙ୍କ ଆଗରେ ପିଲା ସାପ ସହ ଖେଳୁଛନ୍ତି

ବିଷଧର ସାପ ସହ ଖେଳ । କଲେଜ ପରିସରରରେ ଶହ ଶହ ପିଲାଙ୍କ ଆଗରେ କିଛି କଲେଜ୍ ପିଲା ସାପ ସହ ଖେଳୁଥିବା ଦୃଶ୍ୟ ଭାଇରାଲ ହୋଇଛି । କେନ୍ଦୁଝର ଆନନ୍ଦପୁର କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟର କିଛି ଛାତ୍ର ସାପ ସହ ଖେଳୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ଜଣେ ଛାତ୍ରୀ ସର୍ପ ଦଂଶନରୁ ଅଳ୍ପକେ ବର୍ତ୍ତି ଯାଉଥିବାର ଦୃଶ୍ୟ ବି ଦେଖିବାକୁ ମିଳିଛି । ପିଲାଙ୍କୁ ସାପ ଧରାଉଥିବା ବ୍ୟକ୍ତି ଜଣକ ଏକ ବେସରକାରୀ କଲେଜର ଅଧ୍ୟକ୍ଷ ବୋଲି ଜଣାପଡ଼ିଛି । ସେପଟେ ଏଭଳି ଭିଡିଓ ଭାଇରାଲ ହେବା ପରେ ଘଟଣାର ତନାଘନା ଆରମ୍ଭ କରିଛି ବନ ବିଭାଗ ।

ଏଥର ନୂଆ ବର୍ଷରେ ନୂଆ ଡିଜିପି ପାଇବ ଓଡ଼ିଶା

ଡିଜିପି ଅଭୟଙ୍କର କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍‌ ପର୍ଯ୍ୟନ୍ତ ଥିଲା । ମାତ୍ର ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇ ଥିଲେ । ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଅବସର ନେବେ ଡିଜିପି ଅଭୟ । ସେଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । More

ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୁଣି ସ୍ୱର ଶାଣିତ କଲା ବିଜେପି

ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ବିରୋଧୀ ଖଡ଼ଗହସ୍ତ ହୋଇଥିବାବେଳେ ଆହୁରି ତେଜିଛି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ସାଙ୍ଗକୁ ଗିରଫ ଦାବି । ଆଜି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ହୋଇଛି ଅଣ୍ଡାମାଡ଼ । More

କିରାଣୀ-ପିଏସ୍-କନଷ୍ଟେବଳଙ୍କ ପାଖରେ ଯଦି ଏତେ, ତାହାଲେ ବଡ଼ ବାବୁଙ୍କ ପାଖରେ କେତେ ?

ପ୍ରଶ୍ନ ଉଠୁଛି, ସେମାନେ ଏତେଦିନ ଯାଏଁ ଦୁର୍ନୀତି ନିବାରଣ ବିଭାଗ ଅଲକ୍ଷ୍ୟରେ ଥିଲେ କେମିତି ? ସେମାନେ ହିଁ କଣ ପୋଖରୀର ସବୁଠୁ ବଡ଼ ମାଛ ? ନା ତାଙ୍କଠୁ ଆହୁରି ବଡ଼ ବଡ଼ ମାଛ ଏତେ ଗଭୀର ଜଳରେ ଅଛନ୍ତି ଯେ, ଭିଜିଲାନ୍ସର ଜାଲ ତାଙ୍କ ଯାଏଁ ପହଞ୍ଚିପାରୁନି ? More

JSWକୁ ବିରୋଧ, ‘ପ୍ରକଳ୍ପ ନାଁରେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସରକାର’ କହିଲେ ବିକ୍ଷୋଭକାରୀ

ଢିଙ୍କିଆ ପଞ୍ଚାୟତ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୩ ପଞ୍ଚାୟତର ପ୍ରାୟ ଦେଢ ହଜାର ଲୋକ ଏକାଠି ହୋଇଛନ୍ତି । ପ୍ରଦୂଷିତ ପାରାଦୀପ ଅଞ୍ଚଳରେ ଆଉ ଅଧିକ ପ୍ରଦୂଷଣକାରୀ ଶିଳ୍ପକୁ ସ୍ୱାଗତ କରାଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିରୋଧୀ । More

ଯୁଆଡ଼େ ଗଲେ ସିଆଡ଼େ ବିରୋଧ, ଆକାଶ ଦାଶନାୟକଙ୍କୁ ବିଜେପି ଦେଖାଇଲା କଳାପତାକା

ବିଜେଡି ନେତା ଯୁଆଡ଼େ ଯାଉଛନ୍ତି ସିଆଡ଼େ ବିରୋଧୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କେଉଁଠି କଳାପତାକା ଦେଖାଇ ତାଙ୍କୁ ପ୍ରତିବାଦ କରାଯାଉଛି ତ, ଆଉ କେଉଁଠି ଅଣ୍ଡାମାଡ଼ କରି ପ୍ରତିବାଦ କରାଯାଉଛି । More

ବୋଧହୁଏ ଏହି ୧୧ଟି କାରଣରୁ, ଦିବ୍ୟଶଙ୍କରଙ୍କୁ ପାଖରେ ବସାଇବାକୁ କୁଣ୍ଠା କଲେନି ନବୀନ

ରାଜନୈତିକ ମହଲରେ ଆଲୋଚନା, ଦିବ୍ୟଶଙ୍କର ପାଇଁ ବିଜେଡି ଏତେ ବଦନାମ ହେଉଥିବା ସତ୍ୱେ, ନବୀନ କାହିଁକି ତାଙ୍କୁ ମଂଚ ଉପରେ ନିଜ ପାଖରେ ବସାଇବାକୁ ରାଜି ହେଲେ? ଏଥିପାଇଁ ଏହି ୧୧ଟି କାରଣ ଦାୟୀ କି? More

ମନ୍ତ୍ରୀଙ୍କ ଗାଡିକୁ ଗୋଡାଇ ଗୋଡାଇ ଅଣ୍ଡାମାଡ, ବିରୋଧର ନୂଆ ତରିକା

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀମାନଙ୍କୁ ଏବେ ହଟହଟା ହେବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ଚୁପ୍ ହୋଇ ବସିଥିବାରୁ ଅଣ୍ଡାମାଡ ଆପଣାଇଛନ୍ତି ବିରୋଧୀ । ମନ୍ତ୍ରୀ ଯୁଆଡେ ଗଲେ ବିରୋଧୀ କରୁଛନ୍ତି ଅଣ୍ଡାମାଡ । ସତେ ଯେମିତି ବିରୋଧୀଙ୍କ ହାତରେ ଅଣ୍ଡା ଏବେ ଅସ୍ତ୍ର ପାଲଟିଯାଇଛି । ଆରମ୍ଭ ହୋଇଛି ଅଣ୍ଡାମାଡର ଟ୍ରେଣ୍ଡ । More

ସଂକ୍ରମଣ କମୁଛି, ତେଣୁ ୧୫ରୁ ଖୋଲିବ ଷଷ୍ଠ-ସପ୍ତମ ଶ୍ରେଣୀ

କୋଭିଡ୍‌ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଥିଲା ସ୍କୁଲ । ଯେଉଁଥିପାଇଁ ପିଲାମାନେ ଘରେ ବସି ରହିଥିଲେ । ଅବଶ୍ୟ କିଛି ପିଲା ଅନ୍‌ଲାଇନ୍‌ରେ କ୍ଲାସ୍‌ କରୁଥିଲେ । ହେଲେ ସବୁ ପିଲା ଏହାର ସୁଯୋଗ ପାଇପାରୁନଥିଲେ । More

ଆନ୍ଧ୍ର ଖେଳୁଛି ଡୁଆଲ ଗେମ୍‌, କୋଟିଆ ଭିତରେ ପଶି ବାଣ୍ଟୁଛି ଜଙ୍ଗଲ ଜମି ପଟ୍ଟା

କୋଟିଆ ଗ୍ରାମପୁଞ୍ଜ ସୀମା ସମସ୍ୟାକୁ ନେଇ କୋରାପୁଟରେ ବସୁଛି ଏକ ସର୍ବଦଳୀୟ ବୈଠକ । ଏହି ବୈଠକରେ ଜିଲ୍ଲାର ସବୁ ଦଳର ନେତା ଉପସ୍ଥିତ ରହିବେ । More

ଶୁଣିଲାନି ପ୍ରଶାସନ : ନିଜ ଖର୍ଚ୍ଚରେ ରାସ୍ତା ମରାମତି କଲେ ଗ୍ରାମବାସୀ

ପ୍ରତିଦିନ ଏହି ରାସ୍ତାଦେଇ ଆଖପାଖ ଗାଁର ହଜାର ହଜାର ଲୋକ ଯିବାଆସିବା କରନ୍ତି । ନିର୍ବାଚନ ବେଳେ ମାଳ ମାଳ ନେତା ମନ୍ତ୍ରୀ ଏହି ରାସ୍ତା ଯାତାୟତ କରିଥାନ୍ତି । ହେଲେ ଭୋଟ୍ ମିଳିବା ପରେ ସବୁ ଓଲଟ ପାଲଟ୍ ହୋଇଯାଏ । More

OPHWC ମ୍ୟାନେଜର; ହେଲେ ସମ୍ପତ୍ତି ଏତେ ଯେ, ଆକଳନ କରିବାକୁ ଲାଗିଲା ପ୍ରାୟ ଦୁଇ ଦିନ

ଆୟବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ପ୍ରତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍‌ । ତେବେ ତାଙ୍କଠାରୁ ମୋଟ ୧୪ କୋଟି ୮୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତି ଜବତ କରାଯାଇଛି । ତାଙ୍କର ମୋଟ ଆୟର ୧୦୮୭ ଗୁଣା ଅଧିକ ସମ୍ପତି ତାଙ୍କଠାରୁ ଜବତ କରାଯାଇଛି । More

ଯୁବକଙ୍କ ସହ ଏକୁଟିଆ କଥା ହେଉଥିଲେ ବୋଲି ନିର୍ଯାତନା ଦେଲେ, ଶେଷରେ ଜୋର ଜବରଦସ୍ତ ବାହାଘର କରାଇଦେଲେ

ଯୁବକ ସହ ଏକୁଟିଆ କଥା ହେଉଥିଲେ ବୋଲି ଯୁବତୀଙ୍କୁ ଅକଥନୀୟ ନିର୍ଯାତନା। ଗାଳିଗୁଲଜ କରି ଜୋର ଜବରଦସ୍ତ ବାହାଘର କରାଇବାକୁ ଉଦ୍ୟମ କରିବା ସହ ଭିଡିଓ ଭାଇରାଲ କରିଥିଲେ କିଛି ଯୁବକ। More

ଫିଲ୍ମ ଷ୍ଟାଇଲ୍‌ରେ ଗାଡ଼ି ଉପରେ ମସ୍ତି କରୁଛନ୍ତି KBN ଗ୍ୟାଙ୍ଗ୍ ସଦସ୍ୟ, ସାମ୍ନାକୁ ଆସିଲା ଆଉ ଏକ ଭିଡିଓ

KBN ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବାରେ ଲାଗିଛି। ସ୍ମାର୍ଟସିଟି ଭୁବନେଶ୍ୱରରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପ୍‌ର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।  More

କଟକରେ ୨୬୩ କୋଟି ଟଙ୍କାର ଅତ୍ୟାଧୁନିକ ଓମ୍‌ଫେଡ୍‌ ଡାଏରୀ ପ୍ଲାଣ୍ଟ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କଟକ ଅରିଲୋରେ ୨୬୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ନିର୍ମିତ ଅତ୍ୟାଧୁନିକ ଓମ୍‌ଫେଡ୍‌ ଡାଏରୀ ପ୍ଲାଣ୍ଟ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। More

ହୋ ଭାଷାକୁ ବଞ୍ଚାଇ ରଖିବାକୁ ଉଦ୍ୟମ : ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଯୁବ ଶିକ୍ଷକ

ହୋ ଏକ ଆଦିବାସୀ ସମ୍ପ୍ରଦାୟର ପୁରାତନ ଭାଷା ଯାହାକୁ ହୋ, କୋଲହ ଓ ମୁଣ୍ଡା ଆଦିମ ଜନଜାତିମାନେ ବ୍ୟବହାର କରନ୍ତି More

ଘାଟି ରାସ୍ତା ପାଲଟିଛି ମରଣଯନ୍ତା : ରାସ୍ତା ମରାମତି ନହେଲେ ଭୋଟ ବର୍ଜନ ସହ ଆନ୍ଦୋଳନ ଚେତାବନୀ

ଗମନାଗମନ ବାଧାପ୍ରାପ୍ତ ହେବା ସହ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ହାନି ହେଉଛି । ଫନି ବାତ୍ୟା ପରଠାରୁ ସ୍ଥିତି ଅଧିକ ଶୋଚନୀୟ ହୋଇପଡ଼ିଛି । More

ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି। More

ବୟସର ସାୟାହ୍ନରେ ହାରିନାହାନ୍ତି ଦୁଃଖୁ : ତାବିଜ, କଡି, ଡେଉଁରିଆ ତିଆରି କରି ଗାଁ ଗାଁ ବିକୁଛନ୍ତି

ସୁବର୍ଣ୍ଣପୁର ବିନିକାର ଦୁଃଖୁ ସାହୁଙ୍କ ବିଶ୍ୱାସ, ସ୍ୱାଭିମାନ ଓ କର୍ତ୍ତବ୍ୟନିଷ୍ଠାର ଜ୍ୱଳନ୍ତ ଉଦାହରଣ.. More

ଚର୍ଚ୍ଚାରେ କଟକ ଝିଅ ପ୍ରଜ୍ଞା: ଫିଲ୍ମ ଷ୍ଟାଇଲରେ ଚଳନ୍ତା ଗାଡ଼ିରୁ ଡେଇଁଲେ, ଲୁଟେରାକୁ ଗୋଇଠା ମାରି କାବୁ କଲେ

ସାହାସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଚଳନ୍ତା ଗାଡ଼ିରୁ ଡେଇଁ ଲୁଟ୍ କରି ଦୌଡ଼ି ପଳାଉଥିବା ଲୁଟେରାକୁ ପିଛା କରିଥିଲେ। ଏହାପରେ ତାଙ୍କୁ ଗୋଇଠା ମାରି ତଳେ ପକାଇ କାବୁ କରିଥିଲେ। More

କୁବେର ଅଧିକାରୀଙ୍କ ଅମାପ ସମ୍ପତ୍ତି ଓ ବ୍ୟାଙ୍କ୍‌ ବାଲାନ୍ସ ଜାଣିଲେ ଉଡ଼ିଯିବ ହୋସ୍‌

ଭିଜିଲାନ୍ସ ଜାଲରେ ଫସିଥିବା ରାଜ୍ୟ ପୋଲିସ ହାଉସିଂ ଆଣ୍ଡ୍‌ ୱେଲ୍‌ଫେୟାର କର୍ପୋରେସନ(OPHWC)ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଜି ଅମାପ ସମ୍ପତ୍ତିର ମୂଲ୍ୟାୟନ କରୁଛନ୍ତି ଭିଜିଲାନ୍ସ ଅଧିକାରୀ। More

Daily Horoscope, 10 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା ନଭେମ୍ବର ୧୦ ତାରିଖ, ବୁଧବାର, ତୁଳା ୨୫ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ, ଷଷ୍ଠୀ ମୁକ୍ତ ସପ୍ତମୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ପୁଅ ବଦଳରେ ବାପାକୁ ଅପହରଣ; ଅଧ ରାତିରେ ଘରେ ପଶି ମାର୍‌ପିଟ୍‌ ଓ ଭଙ୍ଗାରୁଜା

ଫିଲ୍ମ ଷ୍ଟାଇଲରେ ଗୁଣ୍ଡାରାଜ୍‌। ପୁଅକୁ ଅପହରଣ କରିବାକୁ ଆସିଥିଲେ। ହେଲେ ପୁଅକୁ ନପାଇ ବାପାକୁ ଅପହରଣ କରି ନେଇଥିବା ଅଭିଯୋଗ। More

ଚିନ୍ତାରେ ଚାଷୀ ! ବର୍ଷକର ପରିଶ୍ରମ ଆଖି ଆଗରେ ମାଟିରେ ମିଶିଯାଉଛି..

ଭଦ୍ରକରୁ-ନୀଳଗିରି, ବାଲେଶ୍ୱରରୁ-ସୋର, ସବୁଠି ଚାଷୀର ନିଦ ହଜାଇ ଦେଇଛନ୍ତି ମାରାତ୍ମକ ଚକଡ଼ା ପୋକ । ଏବର୍ଷ ପାଗ ଭଲ ଥିବାରୁ ଭଲ ଅମଳ ଆଶାରେ ଥିଲା ଚାଷୀ । ହେଲେ ଧାନ ପାଚିଲା ବେଳକୁ ହଠାତ୍ ଚକଡା ପୋକ ଲାଗିବା ଚାଷୀଙ୍କୁ ନିରାଶ କରିଛି ।  More

ବାପାଙ୍କ ସର୍ଭିସ୍‌ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟିଲା ପୁଅ: ଆଉ ତା’ପରେ...

ଏ କେମିତିକା ପୁଅ? ବାପାଙ୍କ ସର୍ଭିସ୍‌ ବନ୍ଧୁକ ଧରି ଲୁଟ୍‌ ପାଇଁ ପହଞ୍ଚିଲେ ବ୍ୟାଙ୍କରେ...ଆଉ ତାହା ପରେ ଯାହା ହେଲା More

‘କଷ୍ଟ କଲେ କୃଷ୍ଣ ମିଳେ’ ଏଣିକି ଆଉ ‘ବଣ ମଲି ବଣରେ ଝଡ଼ି ପଡ଼ିବନି’, ଏଥରର ପଦ୍ମ ପୁରସ୍କାରରୁ ଏହା ସ୍ପଷ୍ଟ..

ସମାଜର ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନ ତ ମିଳିଛି, ତା ସହ ବଣ ମଲ୍ଲୀ ହୋଇ ବଣରେ ଝଡ଼ି ଯାଉଥିବା ଅନେକ ଅକ୍ଷାତ ପଲ୍ଲୀର ବିଖ୍ୟାତଙ୍କୁ ମିଳିଛି ଏଥର ସମ୍ମାନଜନକ ପଦ୍ମଶ୍ରୀ । More

ନବୀନ-ଜଗନ ଭେଟ୍‌ଘାଟ୍‌, କଥା ଦେଲେ ମିଳିମିଶି ସବୁ ସମସ୍ୟାର ସମାଧାନ କରିବେ..

ଦୁଇ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ନେଇ ପଦକ୍ଷେପ ନେବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମଧ୍ୟରେ ଲୋକସେବା ଭବନରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦିଆଯାଇଛି । More

ସରକାରୀ ଚାକିରି କିନ୍ତୁ କୋଟି କୋଟି ଟଙ୍କାର ରଖିଛନ୍ତି ସମ୍ପତ୍ତି

ସରକାରୀ ଚାକିରି କରିଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି, ଯାହାର ହିସାବ ସେ ନିଜେ ବି ଦେଇ ପାରୁନାହାନ୍ତି। More