ସଂକ୍ଷେପରେ ଆଜିର ତାଜା ଖବର - Monday, 08 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କେନ୍ଦ୍ରାପଡ଼ା ପଞ୍ଚାୟତ ନିର୍ବାଚନ ଦ୍ୱନ୍ଦ୍ୱ ଦୂର ହେଲା, ହାଇକୋର୍ଟ ଦେଲେ ଅନୁମତି

୨୦୧୬ ମସିହାରେ ସେତେବେଳର ସଂରକ୍ଷଣ ବ୍ୟବସ୍ଥାକୁ ଚାଲେଞ୍ଜ କରି ହାଇକୋର୍ଟରେ ଦାୟର ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ଉଚ୍ଚନ୍ୟାୟାଳୟ ଅନୁମତି ପ୍ରଦାନ କରିଛନ୍ତି । ଫଳରେ କେନ୍ଦ୍ରାପଡା ପୌର ନିର୍ବାଚନ ବିଳମ୍ବରେ ହେବା ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇଛି । More

କାର୍ତ୍ତିକ ମାସ; ପରିବା ଦର, ଯାହା କିଣିବ ୮୦ ଟଙ୍କା ଉପରେ !

ଘରକୁ କେଉଁ ପରିବା ନେଲେ ଚଳିଯିବ, ଲୋକେ ଆକଳନ କରିପାରୁନାହାନ୍ତି । ଅଧିକାଂଶ ପରିବା ଦର ଏବେ ୫୦ଟଙ୍କା ଉପରେ ଥିବାରୁ ଯିଏ ବି ପରିବା ଘରକୁ ନେଉଛି ଆଗଭଳି ନେଉନାହାନ୍ତି ବରଂ ଅଧକିଲୋ, ଅଢେଇଶହରେ ଚଳାଇ ଦେଉଛନ୍ତି ଗ୍ରାହକ । More

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ୨ଟି ଏରୋ ବ୍ରିଜ୍‌ର ଉଦଘାଟନ କଲେ ସାଂସଦ ଅପରାଜିତା

୨ଟି ଏରୋ ବ୍ରିଜ୍‌ର ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୫ କୋଟି ୪୨ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ୍ । More

ଅପରାଜିତା: ମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେବାକୁ ମୁଁ କିଏ ବା ଆପଣ କିଏ ? 

ଶିକ୍ଷୟିତ୍ରୀ ମମିତା ମେହେର ତାତି ଓ ବିରୋଧୀଙ୍କ ପ୍ରତିବାଦ ଭିତରେ ଆଜି ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ମଞ୍ଚରେ ବସିଥିଲେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ରଖିଛନ୍ତି ମନ୍ତବ୍ୟ । ସେ କହିଛନ୍ତି ମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ ଦେବାକୁ ମୁଁ କିଏ ବା ଆପଣ କିଏ ?  ଘଟଣାର ସମସ୍ତେ ସିବିଆଇ ତଦନ୍ତ ଦାବି କରୁଛନ୍ତି । ଆମେ ମଧ୍ୟ ସିବିଆଇ ତଦନ୍ତ ଦାବି କରୁଛୁ ବୋଲି କହିଛନ୍ତି ଅପରାଜିତା । ସିିବିଆଇ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ସେ କହିଛନ୍ତି ।

ଅଫ୍‌ଲାଇନ୍‌ ପରୀକ୍ଷା ବାତିଲ ଦାବିରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ଆଗରେ ଛାତ୍ରୀଙ୍କ ଧାରଣା

ଅଫ୍‌ଲାଇନ୍‌ ପରୀକ୍ଷା ବାତିଲ ଦାବିରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ଆଗରେ ଛାତ୍ରୀଙ୍କ ଧାରଣା । ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ଅଧ୍ୟାୟନ କରୁଥିବା ଛାତ୍ରୀମାନେ ସେମାନଙ୍କ ସେମିଷ୍ଟର ପରୀକ୍ଷା ବାତିଲ ଏବଂ ମିଡ୍ ସେମି ଅଫଲାଇନ ପରୀକ୍ଷାକୁ ଅନଲାଇନରେ କରିବା ଲାଗି ଦାବି କରିଛନ୍ତି । ଏନେଇ ପ୍ରତିବାଦ କରିବା ସହ କଲେଜ ଫାଟକରେ ତାଲା ପକାଇ ଦେଇଥିଲେ ଛାତ୍ରୀ । ସେପଟେ ବୈଠକରେ ଏନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ।

ଏଠି ଦୋଷୀ ଦଣ୍ଡ ପାଆନ୍ତି ନାହିଁ: କଂଗ୍ରେସ

ଆଜି ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଦିବ୍ୟଶଙ୍କର ରହିବାକୁ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ତୀବ୍ର ଭର୍ତ୍ସନା କରିଛନ୍ତି। ସରକାରଙ୍କ ଔଦ୍ଧତ୍ୟ ବଢ଼ି ଯାଇଥିବା ସେ କହିଛନ୍ତି। More

ବାପାଙ୍କ ସହ ବଜାର ବୁଲିଲା ବହୁଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗା

ବେଶ ଖୁସ୍ ମିଜାସ୍ ଦେଖାଯାଉଥିବା ଜଗା ଆଜି ମାର୍କେଟରୁ ଚପଲ ବି କିଣିଛି । ଡାକ୍ତରଙ୍କ ଦ୍ୱାରା ଲଗା ଯାଇଥିବା ହେଲମେଟ୍ ମୁଣ୍ଡରେ ପିନ୍ଧି, ବାପାଙ୍କ ସହ ବୁଲିଛି । More

KBN ଗ୍ରୁପ୍‌ର ଆଉ ଦୁଇ ଗିରଫ, ଚେଙ୍ଗ ଘର ଆଜବେଷ୍ଟସ ଭାଙ୍ଗି ପଶିଲା ପୋଲିସ

ଚେଙ୍ଗଙ୍କ ଘର ଆଜବେଷ୍ଟସ ଭାଙ୍ଗି ପୋଲିସ ପଶିଥିଲା । ଏହାସହ ଘରର ଚଟାଣ ଖୋଳି ଛାନ୍‌ଭିନ୍‌ କରିଥିଲା । ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍‌) ଗ୍ରୁପ୍‌ର ଜଣେ ସଦସ୍ୟ ହେଉଛନ୍ତି ଚେଙ୍ଗ । More

ତେଜୁଛି ଆନ୍ଦୋଳନ; ହଟହଟା ହେଉଛନ୍ତି ବିଜେଡି ନେତା-ମନ୍ତ୍ରୀ, ଯୁଆଡ଼େ ଗଲେ ସିଆଡ଼େ ବିରୋଧ !

କଟକ ସିଏମ୍‌ସି ଅଫିସ ଆଗରେ ଦଳ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରିଛି । ପରେ ତିନି ଜଣଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ । More

ଜୁଏଲଙ୍କ କଥା ଦୋହରାଇଲେ ସାଂସଦ ସଂଗୀତା, କହିଲେ ମମିତାଙ୍କ ପରିବାକୁ ମୁଁ ଭେଟିଛି ଆଉ ଦୁଃଖ ବୁଝିଛି..

‘ମମିତାଙ୍କ ପରିବାରକୁ ମୁଁ ଦୁଇ ଦୁଇ ଥର ଭେଟିବାକୁ ଯାଇଛି । ତାଙ୍କ ପରିବାରର ଦୁଃଖ ଜାଣିଛି ଓ ମନ କଥା ବୁଝିଛି । ସେମାନଙ୍କ ବେଦନା କଣ ମୁଁ ଜାଣିଛି । ମୋ ସାମ୍ନାରେ ସେମାନେ କାନ୍ଦି କାନ୍ଦି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ ।’ More

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ, ହେଲେ ବାଟରେ ଜଗି ବସିଥିଲେ ବିରୋଧୀ !

ମମିତା ହତ୍ୟା ଘଟଣା ପ୍ରତିବାଦରେ ବିରୋଧୀ ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ଏହି ସମୟରେ କଳାହାଣ୍ଡିରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ । More

ବିଡିଓଙ୍କ ଗାଡ଼ିରେ ସଭାସ୍ଥଳକୁ ଆସିଲେ ମନ୍ତ୍ରୀ ଅରୁଣ ସାହୁ

କେସିଙ୍ଗାରେ କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଛନ୍ତି। ବିଜେପି କର୍ମୀମାନେ ସଭାସ୍ଥଳ ଆଡ଼କୁ ଧସେଇ ପଶିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। More

ପୋଲିସ-ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି, ବିଜେପି କର୍ମୀଙ୍କ ଉପରେ ପାଣିମାଡ଼

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଜେପି ଜୋରଦାର ପ୍ରତିବାଦ ଓ ବିକ୍ଷୋଭ କରିଛି। ଆଜି ସମ୍ବଲପୁରରେ ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଡିଆଇଜି ଅଫିସ ଘେରାଉ ପାଇଁ ଯିବା ବେଳେ ବ୍ୟାରିକେଡ ଟପିବାକୁ ଉଦ୍ୟମ କରିବା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। More

କାଲି ବୋମାରେ ଜଳିଥିଲା ଗାଁ, ଆଜି ପୁରୁଷ ଶୂନ୍ୟ

କାଲି ବୋମାରେ ଜଳିଥିଲା ଗାଁ, ଆଜି ପୁରୁଷଶୂନ୍ୟ। ବୋମାମାଡ଼ ଘଟଣା ପରେ ସାତପଡ଼ାର ନାଥପୁର ଗାଁ ପୁରୁଷ ଶୂନ୍ୟ ହୋଇଯାଇଛି। ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଗତକାଲି ଏହି ବୋମାମାଡ଼ ହୋଇଛି। More

ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ, ରଜତ କରଙ୍କୁ ପଦ୍ମଶ୍ରୀ: ସମ୍ମାନିତ କଲେ ରାଷ୍ଟ୍ରପତି

ଦେଶର ଦ୍ୱିତୀୟ ସବୋର୍ଚ୍ଚ ସିଭିଲିୟନ୍ ଆୱାର୍ଡ ପଦ୍ମ ବିଭୂଷଣରେ ୭ ଜଣଙ୍କୁ ସମ୍ମାନିତ କରାଯାଇଛି। କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛିା More

ଯୁବା ବୟସରେ ଅକର୍ମଣ୍ୟ ମନୋଜ୍ : ଲାଇନମ୍ୟାନ୍ କାମ କରୁଥିଲେ, ଖସିପଡ଼ି ଏବେ ବିଛଣାରେ

ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ । ବେଶ ହସଖୁସିରେ ଚାଲିଥିଲା ସଂସାର । ହେଲେ ଗୋଟିଏ ଦୁର୍ଘଟଣା ପରେ ମନୋଜ ପ୍ରଧାନଙ୍କ ଜୀବନର ମୋଡ଼ ବଦଳିଗଲା । More

ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ

ଚଢ଼େଇ ଖାଇବାକୁ ଆସି ପଞ୍ଜୁରୀରେ ଫସିଲା ନାଗ ସାପ। ୨ଟି ଚଢ଼େଇକୁ ନାଗ ସାପ ଗିଳି ଦେଇଥିବା ବେଳେ ତାର ପେଟ ଫୁଲି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ପଞ୍ଜୁରୀ ଭିତରୁ ସାପଟି ବାହାରି ପାରିନଥିଲା। More

ଭବାନୀପାଟଣାରେ ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର : ମମିତା ପ୍ରସଙ୍ଗରେ ପ୍ରବଳ ବିରୋଧ ସତ୍ତ୍ୱେ ମନ୍ତ୍ରୀ ଉପସ୍ଥିତ

ବିକାଶ କଥା କହିଲେ ଦିବ୍ୟଶଙ୍କର, ମମିତା ଓ ମହାଲିଙ୍ଗ୍ କଲେଜ୍ କଥା ଆଡ଼େଇ ଗଲେ । More

ନ୍ୟାୟ ଅପେକ୍ଷାରେ ମମିତାଙ୍କ ପରିବାର: ତାତିଲେ ବିରୋଧୀ, ସବୁଆଡ଼େ କଳା ପତାକା ଦେଖାଇ ବିରୋଧ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ଆଜି ମାସେ ବିତି ଯାଇଥିଲେ ସୁଦ୍ଧା ହେଲେ ଏବେ ସୁଦ୍ଧା ମମିତାଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ।ଅଭିଯୁକ୍ତ ଗୋବିନ୍ଦ ସହ ସଂପର୍କକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। More

Daily Horoscope, 8 Nov 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା ନଭେମ୍ବର ୮ ତାରିଖ, ସୋମବାର, ତୁଳା ୨୩ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ, ଚତୁର୍ଥୀ ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ବିଜେପି କର୍ମୀ ଅଟକ, ଦିନ ୧୧ଟାରୁ ଜନତା କର୍ଫ୍ୟୁ ଲାଗି କଂଗ୍ରେସର ଆହ୍ୱାନ

ମମିତା ମେହେର ହତ୍ୟା ମାମଲା  ତାତି ଭିତରେ ଆଜି କଳହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବ ବିଜେପି। More

ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନମିଳିଲେ, ଭୋଟ୍ କଥା ଭୁଲିଯାଆ . . .

ଦମଣ୍ଡା ଗାଁ ଲୋକେ ଏବେ ବି ମୌଳିକ ସୁବିଧାରୁ ବଞ୍ଚିତ । ନାନାଦି ସମସ୍ୟା ଭିତରେ କଷ୍ଟ ପାଉଥିବା ଦମଣ୍ଡା ଗ୍ରାମବାସୀ ଏବେ ନିଷ୍ପତି ନେଇଛନ୍ତି, ନିର୍ବାଚନ ପୂର୍ବରୁ ମୌଳିକ ସୁବିଧା ନ ମିଳିଲେ ଭୋଟ ବର୍ଜନ କରିବେ। More

ଦେଶ ପାଇଁ ଗୌରବ ଆଣିଲେ ଓଡ଼ିଆ ବୈଜ୍ଞାନିକ : ୧୯୦ଜଣଙ୍କ ମଧ୍ୟରେ ୩ୟ ସ୍ଥାନ ଅଧିକାର କଲେ କଟକର ସିଦ୍ଧାନ୍ତ ଶେଖର

କୋରାପୁଟରେ ଆଦିମ ଆଦିବାସୀମାନଙ୍କ ପ୍ରାକୃତିକ ସଂରକ୍ଷଣ, ଚାଷ ପଦ୍ଧତି, ପାରମ୍ପାରିକ ଶୈଳୀ ଉପରେ ଗବେଷଣା କରି ବିଶ୍ୱ ସ୍ତରରେ ହୋଇଥିବା ସପ୍ତମ ଗୋ ଗ୍ରୀନ ସମିଟରେ ଆମ ରାଜ୍ୟର ଜଣେ ଯୁବକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । More

କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ

ସମ୍ବାଦରେ ‘କଟାକ୍ଷ କିଶୋର’ କାର୍ଟୁନ୍ ଲାଗି ଘରେ ଘରେ ପରିଚିତ ଥିବା ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ହୋଇଛି। ଦୃଦ୍‌ଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା। More

କନ୍ଦାଉଛି ଏଫସିଆଇ : ଅବସର ନେବାର ୧୦ ବର୍ଷ ପରେ ବି କର୍ମଚାରୀଙ୍କୁ ମିଳୁନି ପେନସନ!

ରସାନନ୍ଦଙ୍କ ପାଇଁ ପକ୍ଷାଘାତ ରୋଗଯନ୍ତ୍ରଣାଠାରୁ ବଳି ଯାଇଛି ପେନସନ ନପାଇବାର କଷ୍ଟ । ୧୦ ବର୍ଷ ପରେ ବି ମିଳୁନି ପ୍ରାପ୍ୟ । More

ଏଣିକି ପେଟ ଚିରା ହେବନି, ଏଣ୍ଡୋସ୍କୋପିରେ ହେବ ଅପରେସନ୍

ଓଡ଼ିଶାରେ ପ୍ରଥମଥର ପାଇଁ ଏସସିବି ମେଡିକାଲରେ ମାଗଣାରେ ଜଣେ ରୋଗୀ ଏହି ରୋଗର ଚିକିତ୍ସା କରିପାରିବେ। ଆଜି ପ୍ରଥମ ଦିନରେ ତିନିଜଣ ରୋଗୀଙ୍କର ଆକାଲିସା କାଡିଆ ଅସ୍ତ୍ରୋପଚାର କରାଯିବ ବୋଲି କୁହାଯାଇଛି। More

ବିଧାନସଭା ନିର୍ବାଚନରେ ବିଜୟୀ ହେବାକୁ ମୋଦି ଦେଲେ ଗୁରୁମନ୍ତ୍ର

ୟୁପି ସମତେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍? କେରଳ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ କିଭଳି କ୍ଷମତାକୁ ଆସିବ ଦଳ? ଏ ମୁଖ୍ୟ ଦୁଇ ଚିନ୍ତନ ସହ ବିବିିଧ ରାଜନୈତିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। More

ଗୁଣ୍ଡାଙ୍କୁ ସାବାଡ୍ କରିବାକୁ କଡ଼ା ଆଇନ୍ ଆଣିବେ ରାଜ୍ୟ ସରକାର

ବିଗତ କିଛି ଦିନ ଧରି ବଢି ଚାଲିଥିବା ଗୁଣ୍ଡାଗିରି ବି ପୋଲିସ୍ ପାଇଁ ସାଜିଛି ମୁଣ୍ଡ ବିନ୍ଧାର କାରଣ। ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କୁ ୭ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ଏମିତିକି ଅପରାଧୀକୁ କୌଣସି ସରକାରୀ ଅଧିକାରୀ ସାହାଯ୍ୟ କରିଥିବା ଜଣାପଡିଲେ ଏହାକୁ ଗୁରୁତ୍ୱର ସହ ନେଇ ଦିଆଯିବ ଦଣ୍ଡ। More

ଦିବ୍ୟଶଙ୍କରଙ୍କ ହୋମ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ

ବିଜେଡିର ମିଶ୍ରଣ ପର୍ବରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଣହୁଙ୍କାର ଦେଇଛନ୍ତି। ବିରୋଧୀ ଦଳମାନେ କେବଳ ମିଛ କଥା କହୁଥିବା ଅଭିଯୋଗ ଆଣି, ଯଦି କିଛି ତଥ୍ୟ ପ୍ରମାଣ ଅଛି ତେବେ କୋର୍ଟରେ ଦେବାକୁ ସେ ଆହ୍ୱାନ ଦେଇଛନ୍ତି। ସେପଟେ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ୍ ସେୟାର କରିବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି More

ବଢ଼ୁଛି ଇଲେକ୍‌ଟ୍ରିକ୍‌ ଯାନର ଚାହିଦା, ଲୋକଙ୍କୁ ଗାଡ଼ି କିଣାରେ ସବ୍‌ସିଡି ଦେବାକୁ ସରକାରଙ୍କ ଯୋଜନା

ତେଲର ମହଙ୍ଗା ମାଡ଼ରେ ପେଟ୍ରୋଲ-ଡିଜେଲ୍‌କୁ ମୁହଁ ମୋଡ଼ିଲେଣି ଲୋକେ । ଏବେ ଇଲେକ୍‌ଟ୍ରିକ୍ ଯାନ ମୁହାଁ ଜନତା । କେବଳ ସେଇଥି ପାଇଁ ଚଳିତ ବର୍ଷ ରାଜ୍ୟରେ ବ୍ୟାଟେରୀ ଚାଳିତ ଇଲେକ୍‌ଟ୍ରିକ୍ ଯାନ ପଞ୍ଜୀକରଣ ଗତବର୍ଷ ତୁଳନାରେ ୪ ଗୁଣା ଟପିଗଲାଣି । More