ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍ଡେଟ୍ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍ର ମଜାଦାର ତଥ୍ୟ ।
ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଗତକାଲି ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ଆଜି କ୍ଷତିପୂରଣ ଦାବି କରି ଅନ୍ଦୋଳନକୁ ଓହ୍ଲାଇଛନ୍ତି । ଉତ୍ତ୍ୟକ୍ତ ଲୋକମାନେ ୫୯ ନମ୍ବର ଜାତୀୟରାଜପଥ ଅବରୋଧ କରି ପ୍ରତିବାଦ କରୁଛନ୍ତି । ଏଥିସହ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । ଗତକାଲି ସଲାଗୁଡା ପଂଚାୟତ ତେର୍ଲେପାଲ ଗାଁର ଚନ୍ଦ୍ର ଦିଗାଲଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଭୁଲ ଇଞ୍ଜେକସନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ ।
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଗୋଲାବନ୍ଧ ଗ୍ରାମରେ କାନ୍ଥ ପଡି ଶିଶୁ ପୁତ୍ରର ମୃତ୍ୟୁ ହୋଇଛି । ମୃତ ଶିଶୁ ଗୋଲାବନ୍ଧ ଗ୍ରାମର ଶୁଦ୍ର ମହାକୁଡ଼ଙ୍କ ୨ବର୍ଷର ପୁଅ ସୌରଭ ମହାକୁଡ଼ ବୋଲି ଜଣାପଡିଛି । ଶୁଦ୍ର ପୁରୁଣା ଘରର ଆଜବେଷ୍ଟକୁ ଓହ୍ଲାଇ ମରାମତି କରୁଥିଲେ । ଏହି ସମୟରେ ଶିଶୁପୁତ୍ର ଜଣକ ଘର ଆଡ଼କୁ ଯାଉଥିବା ବେଳେ କାନ୍ଥ ଭୁଶୁଡ଼ି ତା ଉପରେ ପଡିଯାଇଥିଲା । ସଙ୍ଗେ ସଙ୍ଗେ ଶିଶୁପୁତ୍ର ଗୁଡୁକୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏଭଳି ଅଘଟଣକୁ ନେଇ ଗୋଲାବନ୍ଧ ଗାଁରେ ଶୋକର ଛାୟା ଖେଳିଯାଇଛି ।
ରାଜ୍ୟରେ କମିଛି ତୈଳ ଦର । କେନ୍ଦ୍ର ସରକାର ପକ୍ଷରୁ ପେଟ୍ରୋଲ ପିଛା ୫ଟଙ୍କା ଓ ଡିଜେଲ୍ ଦର ପିଛା ୧୦ ଟଙ୍କା ଏକ୍ସାଇଜ୍ ଡ୍ୟୁଟି କମାଯାଇଛି । More
ବିଜେଡିରେ ମିଶିବେ ପ୍ରଦୀପ ମାଝୀ । ଆଉ ଏ କଥା ସେ ନିଜେ ପୂର୍ବରୁ ସ୍ପଷ୍ଟ କରିଥିଲେ । More
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଲାଗି ବିରୋଧୀ ଅଡ଼ି ବସି ଥିବାବେଳେ ଅନ୍ୟପଟେ ଏହି ମାମଲାରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। More
କମିନି ତୃତୀୟ ଲହର ଭୟ । ରାଜ୍ୟରେ ତୃତୀୟ ଲହର ଆଶଙ୍କା ଏବେ ବି କମିନି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବିଜୟ ପାଣିଗ୍ରାହୀ । More
ଆସନ୍ତା ୯ ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ ସମ୍ଭାବନା । ଏ ସମ୍ପର୍କରେ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର More
ଅକ୍ଟୋବର ୮ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଗୋବିନ୍ଦ ବିବେକଙ୍କୁ ଫୋନ୍ କରିଥିଲା ଓ ଦୁଇଟା ଟାୟାର ଦେବାକୁ କହିଥିଲା । More
ନିଆରା ଢଙ୍ଗରେ ପାଳନ ହେଉଛି ଦୀପାବଳି । ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । More
ଗଛ ତଳେ ବିକ୍ରି ହେଉଛି ବିଭିନ୍ନ ପ୍ରକାରର ଭଳିକି ଭଳି ମଦ। ମାଣ୍ଡିଆ, ଚାଉଳ,ପେଣ୍ଡମ,ଚିନି ଓ ଗୁଡ଼ ଆଦି ନାରେ ମିଳୁଛି ମଦ । ମହିଳା ଓ ପୁରୁଷ ବିକ୍ରି କରୁଛନ୍ତି ଓ ଉଭୟ ମଧ୍ୟ ପିଉଛନ୍ତି More
ତିନି ଭାଇଙ୍କ ହୃଦୟରେ ଘର କରିଛନ୍ତି ଶହ ଶହ ପାରା । ବରା ଦୋକାନଟିଏ କରିଛନ୍ତି । ତଥାପି ମାସକୁ ପାରାଙ୍କ ପାଇଁ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । More
ଆଜି ୨୦୨୧ ମସିହା ନଭେମ୍ବର ୫ ତାରିଖ, ଶୁକ୍ରବାର, ତୁଳା ୨୦ ଦିନ, କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି। ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ... More
ରାସ୍ତାକଡ଼ରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ କ୍ଷତବିକ୍ଷତ ମୃତଦେହ। କେମିତି ହେଲା ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ? ଯଦି ତାଙ୍କୁ ହତ୍ୟା କରାଯାଇଛି, ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା ? More
ରାଜ୍ୟ ସରକାରଙ୍କ ପ୍ରଛନ୍ନ ନିର୍ଦ୍ଦେଶରେ ମମିତା ହତ୍ୟା ମାମଲାରେ ଜଡ଼ିତ ଉଚ୍ଚପଦସ୍ତ କ୍ଷମତାଶୀଳ ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାର ହୀନ ଉଦ୍ୟମ କରାଯାଉଛି। ଯାହାକି ଦେଶର ସମ୍ବିଧାନ ପ୍ରତି କୁଠାରଘାତ ତଥା ରାଜ୍ୟ ସରକାରଙ୍କ କଳାହାଣ୍ଡି ଓ କଳାହାଣ୍ଡି ବାସିନ୍ଦାଙ୍କ ଆତ୍ମ ମର୍ଯାଦା, ସ୍ୱାଭିମାନ ପ୍ରତି ତାତ୍ସଲ୍ୟ ମନୋଭାବର ପରିଚୟ ବୋଲି ଭକ୍ତ ଦାସ କହିଛନ୍ତି। More
କରୋନା କଟକଣା ମଧ୍ୟରେ ମାଆ କାଳୀଙ୍କର ଚାଲିଛି ପୂଜାର୍ଚ୍ଚନା। ଆଜି ଆଦୀ ମାତା ରୂପରେ ପୂଜା ପାଉଛନ୍ତି ମାଆ ଭଦ୍ରକାଳୀ More
ପ୍ରଦୂଷଣ ବୃଦ୍ଧି, କୋଭିଡ୍ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ୭ମ ଶ୍ରେଣୀରେ ପଢୁଥିବା ଏକ କୁନି ନନା ବଡ଼ ବଡ଼ ଶ୍ଲୋକ ଅନର୍ଗଳ ବୋଲିଚାଲିଛନ୍ତି । ଲୋକଙ୍କ ପୟା ଶ୍ରାଦ୍ଧ କରାଉଛନ୍ତି ଆଉ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ବଡ଼ ହେଲେ ସେ ଜଣେ ପଣ୍ଡିତ ହେବାକୁ ଚାହାନ୍ତି ବୋଲି କହିଛନ୍ତି । More
ଦୀପାବଳିରେ ଅଘଟଣ ହୋଇଛି। ରାଜ୍ୟର ୨ଟି ସ୍ଥାନରେ ବାଣ ବିସ୍ଫୋରଣ ହେବାରୁ ୨ ଜଣ ପ୍ରାଣ ହରାଇଛନ୍ତି More
ଗୁଡ୍ ଗର୍ଭନାନ୍ସ ବା ସୁଶାସନରେ ଓଡିଶା କେତେ ଦକ୍ଷ? କେତେ ହୋଇଛି ରାଜ୍ୟର ଆର୍ଥିକ ବିକା More
ରାଜ୍ୟରେ ଜାଲ୍ ପ୍ରମାଣ ପତ୍ର ଦେଇ ଶିକ୍ଷକତା କରୁଛନ୍ତି ଅନେକ ଶିକ୍ଷକ। ଏହା ଜଣାପଡ଼ିବା ପରେ ଚିନ୍ତାରେ ରାଜ୍ୟବାସୀ, ବିପଦରେ ପିଲାଙ୍କ ଭବିଷ୍ୟତ More