ସଂକ୍ଷେପରେ ଆଜିର ତାଜା ଖବର - Wednesday, 03 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସବୁଜ ବାଣ ପୁଟାଇବାକୁ ଅନୁମତି ଅଛି, ହେଲେ ବ୍ୟବସାୟୀ ବିକ୍ରି କରିପାରୁ ନାହାନ୍ତି ! ଦୋକାନ ସବୁ ଉଭାନ୍‌..

ଦୀପାବଳି ଘଡ଼ିରେ ଅଦୃଶ୍ୟ ବାଣ ବଜାର । ଉତ୍ସବର ଠିକ୍ ଦିନକ ପୂର୍ବରୁ ମାର୍କେଟ୍‌ରୁ ବାଣ ଦୋକାନ ଗାଏବ । ନିକଟରେ ସରକାର କେବଳ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ପରେ ଏହାକୁ ଫୁଟାଇ ଉତ୍ସବ ମନାଇବାକୁ ମନସ୍ଥ କରିଥିଲେ ଲୋକେ । More

ଚିନ୍ତା ବଢ଼ାଇଲାଣି ମମିତା ହତ୍ୟା ମାମଲା, ଧୂଳିସାତ୍‌ ହୋଇଯିବ କି BJDର ପଶ୍ଚିମ ଓଡ଼ିଶା ଦଖଲ ସ୍ୱପ୍ନ ?

ମମିତା ମେହେର ମାମଲା, ବିଜେଡିର ପଶ୍ଚିମ ଓଡ଼ିଶା ଗଣିତକୁ ଓଲଟପାଲଟ କରିବ କି ?  ୨୦୧୭ ପଂଚାୟତ ନିର୍ବାଚନ ହେଉ କି ୧୯ ସାଧାରଣ ନିର୍ବାଚନର ଲୋକସଭା ଭୋଟ୍, ସବୁଠି ବିଜେଡିକୁ ଝଟ୍‌କା ଲାଗିଥିଲା । More

ମମିତା ହତ୍ୟା ଘଟଣା: ବିଜେଡିର ବଢ଼ୁଛି ଅଡ଼ୁଆ, ରାସ୍ତା ଘାଟରେ ମନ୍ତ୍ରୀ ହେଉଛନ୍ତି ହଟହଟା

ମହାଲିଙ୍ଗ୍ ସନ୍‌ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍‌ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍‌ଲା । More

‘ସବୁ ବିରୋଧୀ ମିଶିକି ଯେତିକି, ଏକା ବିଜେପି ସେତିକି’

ଦେଶରେ ସଦ୍ୟ ଅନୁଷ୍ଠିତ ବିଭିନ୍ନ ରାଜ୍ୟ ଉପନିର୍ବାଚନରେ ସବୁ ବିରୋଧୀ ମିଶି ଯେତିକି, ବିଜେପି ତାଠୁ ବେଶି । ଉପନିର୍ବାଚନ ଫଳାଫଳ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଏଭଳି ପ୍ରତିକ୍ରିୟା । More

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ । ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡିରୁ ଇସ୍ତଫା ଦେଇଛନ୍ତି ।ନିଜ ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି । More

ବଢ଼ୁଛି ସନ୍ଦେହ ! ମହାଲିଙ୍ଗ କଲେଜର ଦୁଇ ଲେଡିଜ୍‌ ହଷ୍ଟେଲରେ ପଶିଲା ପ୍ରଶାସନ

ମହାଲିଙ୍ଗ କଲେଜ ହଷ୍ଟେଲ୍‌ରେ ତନାଘନା । କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଲେଡିଜ୍ ହଷ୍ଟେଲରେ ଆରମ୍ଭ ହୋଇଛି ପ୍ରଶାସନିକ ତଦନ୍ତ । ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ହୋଇପଡିଥିବା ମହାଲିଙ୍ଗ କଲେଜର ଏହି ୨ଟି ଲେଡିଜ ହଷ୍ଟେଲରେ ହେଉଛି ତନାଘନା । More

ରାଗିଗଲେ ଭକ୍ତ ଦାସ ! ତା କ୍ୟାରିଅର୍ ଗଢିଥିଲି, ସେ ଏମିତି କଲା..

ପ୍ରଥମେ ଦଶ ବର୍ଷ ଲୋକଙ୍କ ପାଇଁ କାମ କର । ଏୟାରଫୋର୍ସରେ ଦଶବର୍ଷ କାମ କରି ଛାଡି ପଲେଇ ଆସିଲା । ମୋର ଇଛା ଥିଲା ତାକୁ ବଡ ପଦବୀରେ ଦେଖିବା । ସେ କଳାହାଣ୍ଡିର ଗର୍ବ ହୋଇଥାଆନ୍ତା । More

ଆଇନଶୃଙ୍ଖଳା ବିଗିଡ଼ିଗଲାଣି, ପ୍ରଥମେ ଡିଜିପି ଇସ୍ତଫା ଦିଅନ୍ତୁ

ରାଜ୍ୟ ସରକାରଙ୍କୁ ତାରାଙ୍କ କଡ଼ା ସମାଲୋଚନା । କହିଲେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା । ହେଲେ ପୋଲିସ କିଛି ଦେଖିପାରିଲାନି । ପୋଲିସ ସତେ ଯେମିତି ନିଦା ବିଷ୍ଣୁ ପାଲଟି ଯାଇଥିଲା । More

କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ତିନି ଦଳର କର୍ମୀ ମୁହାଁମୁହିଁ

କୁଚିଣ୍ଡାରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ତିନି ଦଳର କର୍ମୀ ମୁହାଁମୁହିଁ । ମନ୍ତ୍ରୀ ଟୁକୁନି ସାହୁ ରହିଥିବା ଡାକ ବଙ୍ଗଳା ଆଗରେ ତିନି ଦଳର କର୍ମୀଙ୍କ ହୋହାଲ୍ଲା ଓ ନାରାବାଜି ଆନ୍ଦୋଳନ ବେଳେ ତିନି ଦଳର କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିରୋଧ ବେଳେ ଏପରି ସ୍ଥିତି ଉପୁଜିଛି । More

ବାଚସ୍ପତି, ସାଂସଦଙ୍କୁ ଘେରିଗଲେ ଗାଁ ଲୋକେ, ବନ୍ଦ ହେଲା ଉଦ୍‌ଘାଟନ କାର୍ଯ୍ୟକ୍ରମ

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବାଚସ୍ପତି ସୂର୍ଯ୍ୟ ପାଚ୍ରଙ୍କୁ ଘେରିଗଲେ ଗ୍ରାମବାସୀ। ଉଦଘାଟନ କରିବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ ଲୋକେ। More

ଖୁସି ଖବର ! WhatsApp ରେ ଯେତେବେଳେ ଚାହିଁବେ ଡିଲିଟ୍ କରିପାରିବେ ମେସେଜ୍, ରହିବନି ସମୟ କଟକଣା

ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଭୁଲରେ ମେସେଜ୍ ପଠାଇଲେ କିମ୍ବା ପୁରୁଣା ମେସେଜ୍ ପାଇଁ ଲୋକଙ୍କୁ ଚିନ୍ତା କରିବାକୁ ପଡ଼ିବନି । ୟୁଜରଙ୍କୁ ଯୋଡ଼ି ରଖିବା ପାଇଁ ପୁରୁଣା ଫିଚରକୁ ଅପଗ୍ରେଡ୍ କରିବା ସହ ଗୁରୁତ୍ୱପୂର୍ଣ୍ଣ ଫିଚର୍ ଆଣୁଛି ଲୋକପ୍ରିୟ ମେସେଜିଙ୍ଗ୍ କମ୍ପାନୀ । ହ୍ୱାଟସଆପ୍ ବର୍ତ୍ତମାନ ଚାରି ବର୍ଷ ପୁରୁଣା ' ଡିଲିଟ୍ ଫର୍ ଏଭ୍ରିୱାନ୍' ଫିଚରକୁ ଅପଡେଟ୍ କରିବାକୁ ଯାଉଛି More

ଦୀପାବଳି ପରେ ଖୋଲିବ ଷଷ୍ଠ, ସପ୍ତମ !

ରାଜ୍ୟରେ ଏବେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଫଲାଇନ୍ ପାଠପଢ଼ା ଗତ ଦେଢ଼ ବର୍ଷ ଧରି ବନ୍ଦ ରହିଛି ।୨୫ ଅକ୍ଟୋବରରୁ ଆରମ୍ଭ ହୋଇଛି ଅଷ୍ଟମ ଶ୍ରେଣୀ କ୍ଲାସରୁମ୍ ପାଠପଢ଼ା। More

ଦୀପାବଳୀରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ମିଠା ‘କାଲାକନ୍ଦ’

ପର୍ବପର୍ବାଣୀ ଆସିଲେ ଘରେ ବିଭିନ୍ନ ମିଠାର ରେସିପି ପ୍ରସ୍ତୁତ କରାଯାଏ । ଏହି ଦୀପାବଳୀରେ ଘରେ ବନାନ୍ତୁ ଏକ ମିଠାର ରେସିପି । ଆଜି ଆମେ ଏକ ମିଠାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘କାଲାକନ୍ଦ’ । ଏହି ରେସିପିଟି ଘରେ ଆପଣ ସହଜ ଓ ସରଳ ଉପାୟରେ ବନେଇ ପାରିବେ । More

ମମିତା ମାମଲାରେ ମନ୍ତ୍ରୀଙ୍କ ସହ ଅନ୍ୟ ବଡ଼ବଡ଼ିଆ ବି ସାମିଲ: ଭକ୍ତ

ମମିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣାର ଗାନ୍ଧିଛକରେ ସଭା କରି ଏପରି ଭାବେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭକ୍ତ। ମନ୍ତ୍ରୀଙ୍କ ତିନି ସହଯୋଗୀଙ୍କ ଫୋନ କଲ୍ ଡିଟେଲ ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ। More

ଦିବ୍ୟାଙ୍ଗ ଯୁବତୀଙ୍କ ଦୁଃଖ ଶୁଣିଲେନି ମୁଖ୍ୟମନ୍ତ୍ରୀ, ଘର ତିଆରି ସ୍ୱପ୍ନ ରହିଗଲା ସ୍ୱପ୍ନରେ

ମଧୁମିତାଙ୍କ ପରିବାର ଅତି ଗରିବ ଶ୍ରେଣୀର। ଏକ ନୂଆଣିଆ ଚାଳ ଛପର ଘରେ ସେ ରହି ଆସୁଛନ୍ତି। ବତ୍ୟା ବନ୍ୟା ଆସିଲେ, ଚିନ୍ତାରେ ପଡି ଯାଆନ୍ତି ପୂରା ପରିବାର। ଏହା ଦେଖି ଦିବ୍ୟାଙ୍ଗ ମଧୁମିତା ପକ୍କା ଘର ଖଣ୍ଡେ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗୁହାରି କରିଥିଲେ More

Daily Horoscope: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ ଜାଣିବା

ଆଜି ୨୦୨୧ ମସିହା ନଭେମ୍ବର ୩ ତାରିଖ ବୁଧବାର, ତୁଳା ୧୮ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର । ଆସନ୍ତୁ ଦେଖିବା ଆଜି ଆପଣଙ୍କ ଭାଗ୍ୟରେ କଣ ରହିଛି । More

ତୁଟିଲା କଂଗ୍ରେସ କନ୍ଦଳ : କଂଗ୍ରେସ ବୈଠକରେ ଏକତାର ବାର୍ତ୍ତା ଦେଲେ ସିଦ୍ଧୁ-ଚନ୍ନି

ବଦଳିଲା ରାଜ୍ୟ କଂଗ୍ରେସରେ ସମୀକରଣ । ଏକାଠି ହେଲେ ଚନ୍ନି ଓ ସିଦ୍ଧୁ । କଂଗ୍ରେସ କନ୍ଦଳରେ ବ୍ରେକ୍ ଲାଗିଥିବା ପରି ଜଣାପଡ଼ୁଛି । ମଙ୍ଗଳବାର ଦିନ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ସମୀକରଣ ଦେଖିବାକୁ ମିଳିଛି । More

ରାତି ୧୦ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ : ଦୀପାବଳିରେ ନିୟମ କଡାକଡି ନେଇ ଡିସିପିଙ୍କ ସୂଚନା

ବେଆଇନ ବାଣ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ । ରାତି ୧୦ଟା ପରେ ବାଣ ଫୁଟାଇଲେ ହେବ କଡା ଆକ୍ସନ୍ । ଦୀପାବଳିରେ ନିୟମକୁ କଡାକଡି ପାଳନ କରିବାକୁ ଭୁବନେଶ୍ୱର ଡିସିପି କହିଛନ୍ତି । More

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କର୍ମୀଙ୍କୁ ମାଡ଼ର ପ୍ରତିବାଦ : ବିଜେପି ଓ କଂଗ୍ରେସ ପକ୍ଷରୁ ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ପାଳନ

ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ମାଡ଼ ମାରିବା ଅଭିଯୋଗରେ ଆଜି କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ । ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ବିଜେପି ସାଧାରଣ ସଂପାଦକ ରବି ନାଏକ ଅଭିଯୋଗ କରିଥିଲେ ଯେ, ବିଜେଡିର ଗୁଣ୍ଡାରାଜ ଚାଲିଛି More

ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’

ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସମେତ ଦେଶର ମୋଟ ୧୨ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । More

କମିଛି ସୁନା ଦର, ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ! ଜାଣନ୍ତୁ, ରାଜଧାନୀରେ କେତେ ରହିଛି ସୁନା ଦର ?

ଆଜି ଧନ୍ତେରସ୍ । ଏହି ଅବସରରେ ସୁନା କିଣିବାକୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ । ବିଶ୍ୱାସ ରହିଛି ଧନତେରସରେ ସୁନା କିଣିଲେ ଶୁଭ ହୁଏ, ସେଦୃଷ୍ଟିରୁ ପରମ୍ପରା ରକ୍ଷା ଲାଗି ଲୋକେ ଆଜି ସୁନା କିଣୁଛନ୍ତି । More

ପଞ୍ଚାୟତ ଭୋଟ୍ ପୂର୍ବରୁ ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀକନ୍ଦଳ, ସୌମ୍ୟଙ୍କୁ କାଉଣ୍ଟର ଆଟାକ୍‌

ପଞ୍ଚାୟତ ଭୋଟ୍ ପୂର୍ବରୁ ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀକନ୍ଦଳ । କନ୍ଧମାଳ ହେଉ କି କେନ୍ଦ୍ରାପଡ଼ା ଅବା ନୟାଗଡ଼ । ସବୁଠି ଦଳ ଭିତରୁ ଖୋଲୋଖୋଲି ଶୁଭିଲାଣି ବିରୋଧର ସ୍ୱର । More

ରାଜରାସ୍ତାରେ ହିନସ୍ତା ହେଲେ ମନ୍ତ୍ରୀ: ପ୍ରଶ୍ନ ହେଲା ଇସ୍ତଫା ଦେବ କି ନାହିଁ? ଘାଇଲା ହୋଇଗଲେ ମନ୍ତ୍ରୀ

ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଝି ରାସ୍ତାରେ ଇସ୍ତଫା ଦାବି କଲେ। ଖୋଦ୍ ମନ୍ତ୍ରୀଙ୍କ ଘର ପାଖରେ ଭବାନୀପାଟଣାରେ ଘଟିଥିବା ଏ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମି଼ଡିଆରେ ଭାଇରାଲ୍ ହେବାରେ ଲାଗିଛି More

ଚାକିରି ପଛରେ ଗୋଡ଼ାଇଲେ ନାହିଁ, ବାଡ଼ିରେ ଫସଲ କଲେ। ଏବେ ଦିନକୁ ରୋଜଗାର....

ଆଜିର ଦୁନିଆରେ ସରକାରୀ ହେଉ କିମ୍ବା ଘରୋଇ ହେଉ ସମସ୍ତେ ଚାକିରି ପଛରେ ବାୟା। ସ୍ଥିତି ଏମିତି ହେଲାଣି ଯେ, ଚାକିରିଟିଏ ମିଳିବା ଏବେ କଷ୍ଟକର ହେଲାଣି। ତେଣୁ ଏବେ ଚାକିରି ପଛରେ ନଗୋଡ଼େଇ ନିଜ ବାଡ଼ିରେ କିମ୍ବା ପାଳରେ କିଛି କରିବା ଲାଗି ଚେଷ୍ଟା କରୁଛନ୍ତି ଅନେକ ଲୋକେ More