ସଂକ୍ଷେପରେ ଆଜିର ତାଜା ଖବର - Tuesday, 02 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପ୍ରଥମ ଓଡ଼ିଆ ଭାବେ ପ୍ରମୋଦ ଭଗତ ପାଇବେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’

ଓଡ଼ିଆ ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତ ପାଇବେ ଖେଳରତ୍ନ ପୁରସ୍କାର । ପ୍ରମୋଦଙ୍କ ସମେତ ଦେଶର ମୋଟ ୧୨ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । More

କମିଛି ସୁନା ଦର, ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ! ଜାଣନ୍ତୁ, ରାଜଧାନୀରେ କେତେ ରହିଛି ଦୁନା ଦର ?

ଆଜି ଧନ୍ତେରସ୍ । ଏହି ଅବସରରେ ସୁନା କିଣିବାକୁ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ । ବିଶ୍ୱାସ ରହିଛି ଧନତେରସରେ ସୁନା କିଣିଲେ ଶୁଭ ହୁଏ, ସେଦୃଷ୍ଟିରୁ ପରମ୍ପରା ରକ୍ଷା ଲାଗି ଲୋକେ ଆଜି ସୁନା କିଣୁଛନ୍ତି । More

ପଞ୍ଚାୟତ ଭୋଟ୍ ପୂର୍ବରୁ ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀକନ୍ଦଳ, ସୌମ୍ୟଙ୍କୁ କାଉଣ୍ଟର ଆଟାକ୍‌

ପଞ୍ଚାୟତ ଭୋଟ୍ ପୂର୍ବରୁ ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀକନ୍ଦଳ । କନ୍ଧମାଳ ହେଉ କି କେନ୍ଦ୍ରାପଡ଼ା ଅବା ନୟାଗଡ଼ । ସବୁଠି ଦଳ ଭିତରୁ ଖୋଲୋଖୋଲି ଶୁଭିଲାଣି ବିରୋଧର ସ୍ୱର । More

ରାଜରାସ୍ତାରେ ହିନସ୍ତା ହେଲେ ମନ୍ତ୍ରୀ: ପ୍ରଶ୍ନ ହେଲା ଇସ୍ତଫା ଦେବ କି ନାହିଁ? ଘାଇଲା ହୋଇଗଲେ ମନ୍ତ୍ରୀ

ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମଝି ରାସ୍ତାରେ ଇସ୍ତଫା ଦାବି କଲେ। ଖୋଦ୍ ମନ୍ତ୍ରୀଙ୍କ ଘର ପାଖରେ ଭବାନୀପାଟଣାରେ ଘଟିଥିବା ଏ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମି଼ଡିଆରେ ଭାଇରାଲ୍ ହେବାରେ ଲାଗିଛି More

ଦିନେ ଥିଲା ଟ୍ରକ ହେଲପର୍, ଏବେ ଆକାଉଣ୍ଟରେ ପୁଳା ପୁଳା କଳା ଟଙ୍କା

ତାଙ୍କ ନାଁରେ ଥିଲା ଦୁଇଟି ଭିଜିଲାନ୍ସ କେସ୍ । ତଥାପି ସେ ଦୁର୍ନୀତି ଛାଡିପାରୁନଥିଲେ । ଏବେ ପୁଣିଥରେ ଏହି ଦୁର୍ନୀତିଗ୍ରସ୍ତ ତହସିଲଦାରଙ୍କୁ ମାଡିବସିଛି ଭିଜିଲାନ୍ସ । ନିଜ ସାନଭାଇ ପାଖରେ ରଖୁଥିଲେ କଳାଟଙ୍କା । More

ସଚେତନତାର ଅଭାବ ହିଁ ଦୁର୍ଘଟଣାର କାରଣ, ସେପଟେ ଚେଇଁ ଶୋଇଛି NHAI

ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବଢି ବଢି ଚାଲିଛି ଦୁର୍ଘଟଣାର ହାର । ସଡକ ଦୁର୍ଘଟଣାରେ ଅକାରଣେ ଜୀବନ ହରାଉଛନ୍ତି ଅନେକ ଲୋକ । ଭାଂଗି ଯାଉଛି ଅନେକ ପରିବାରର ହସ ଖୁସିର ସଂସାର More

ଦୀପାବଳିରେ ଏଥର ଶୁଭିବନି କାନଫଟା ଶବ୍ଦ: ବ୍ୟବସାୟୀଙ୍କୁ ବିଳମ୍ବରେ ଅନୁମତି ଯୋଗୁଁ ବେପାର ମାନ୍ଦା

ବାଣ ଓ ଆଲୋକର ପର୍ବ ଦୀପାବଳିରେ ଏଥର ଶୁଭିନପାରେ କାନଫଟା ଶବ୍ଦ । କାରଣ ରାଜ୍ୟ ସରକାର ସବୁଜ ବାଣ ବ୍ୟତୀତ ଅନ୍ୟ ସମସ୍ତ ବାଣର ବିକ୍ରି ଓ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରିଥିବା ବେଳେ ବ୍ୟବସାୟୀଙ୍କୁ ବିଳମ୍ବରେ ଅନୁମତି ମିଳିଛି । ଆଉ ଏଥିପାଇଁ ବେପାର ପାଇଁ ହାତରେ ସମୟ ବି ନାହିଁ । More

ତହସିଲଦାର ରାମଚନ୍ଦ୍ର, ଭାଇ ଲକ୍ଷ୍ମଣ ଗିରଫ

ଭିଜିଲାନ୍ସ ଜାଲରେ ରାମ-ଲକ୍ଷ୍ମଣ । ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଗିରଫ । ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ଜେନାଙ୍କୁ ମଧ୍ୟ ଗିରଫ କରାଯାଇଛି । ଉଭୟ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କୁ ଗିରଫ କରିଛି ଭିଜିଲାନ୍ସ । ଦୁଇ ଭାଇଙ୍କ କଳା କାରବାର ସଂପର୍କରେ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । More

ଜହ୍ଲାଦ ପାଲଟିଲା ସ୍ୱାମୀ: ସ୍ତ୍ରୀ ଓ ପୁଅକୁ କଲା ହତ୍ୟା

ରାଜଧାନୀରେ ଚାଂଚଲ୍ୟ। ତମାଣ୍ଡୋ ଅଂଚଳରେ ହୋଇଛି ଡବଲ ମର୍ଡର। ସୂଚନା ଅନୁସାରେ, ତମାଣ୍ଡୋ ତମାଣ୍ଡୋ ଥାନା ନାରଗଦା ଅଞ୍ଚଳରେ ଡବଲ ମର୍ଡର ହୋଇଛି। ୧୦ ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି More

ଗାଁ ମଶାଣି ରାସ୍ତାକୁ ଅଳିଆ ଗଦା କରିଥିଲା ପୌରପାଳିକା, ରାସ୍ତା ଉପରେ ଶବ ରଖି ଗାଁ ଲୋକେ କଲେ ପ୍ରତିବାଦ

ଅଳିଆ ଗଦାରେ ପରିଣତ ହୋଇଛି ଗାଁ ମଶାଣିକୁ ଯାଇଥିବା ରାସ୍ତା । ଏହାକୁ ବିରୋଧ କରି ଶବ ରଖି ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ। ଏମିତି ଘଟଣା ଘଟିଛି ନବରଙ୍ଗପୁର ସଦର ମୁହକୁମାସ୍ଥିତ ମାଝୀଗୁଡା ଗ୍ରାମରେ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ମଶାଣି ରାସ୍ତାରେ ନବରଙ୍ଗପୁର ପୌରପାଳିକା ଅକ୍ତିଆର କରି ଅଳିଆଗଦା କରୁଛି। More

ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୨କୋଟି ୭୨ଲକ୍ଷ ଟଙ୍କା ବ୍ୟୟବରାଦ

ପରିଚାଳନା କମିଟି ମିଟିଂରେ ଶ୍ରୀମନ୍ଦିର ବଜେଟକୁ ଅନୁମୋଦନ ମିଳିଛି। ଶ୍ରୀମନ୍ଦିର ମୋଟ ବଜେଟ୍ ପରିମାଣ ଏଥର ୧୯୦.୨୬ କୋଟି ଟଙ୍କା ରଖାଯାଇଛି More

ଦିବ୍ୟଶଙ୍କରଙ୍କ ଜବାବର ପାଲଟା ଜବାବ ରଖିଲେ ସାଲୁଜା, କହିଲେ ଲୋକଙ୍କୁ ଭ୍ରମିତ କରୁଛନ୍ତି

ପାଲଟା ଜବାବ ରଖିଲେ ସାଲୁଜା । ମମିତା ହତ୍ୟା ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଜବାବର ପାଲଟା ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । More

ଟଙ୍କା ଲୋଭ କ’ଣ ନକରିପାରେ ! ବାପା ନାଁ ବଦଳାଇ ଦେଲେ ବଡ଼ ବାବୁ, ବ୍ୟବସ୍ଥାରେ ଫାଙ୍କ ଜଳଜଳ . . .

ନାଁ ରାମଚନ୍ଦ୍ର ଜେନା । ବାପାଙ୍କ ନାଁ କେତେବେଳ ଖଗେଶ୍ୱର ଜେନା ତ କେତେବେଳ ବୈଷ୍ଣବ ଜେନା ପୁଣି ଆଉ କେତେବେଳେ ନାରାୟଣ ଜେନା । ଟଙ୍କା ଲୋଭରେ ବଦଳାଇ ଦେଲେ ବାପାଙ୍କ ନାଁ । ତହସିଲଦାରଙ୍କ ତିନି ଜଣ ବାପା । ଆମେ ନୁହେଁ, ତାଙ୍କ ପାନ୍ କାର୍ଡ଼ ହିଁ ଏହା ଦର୍ଶାଉଛି । More

KFC ବିକ୍ରି କରୁଛି ବାସି ଖାଦ୍ୟ ! CMC ଅଚାନକ ରେଡ୍‌

KFCରେ ଚଢ଼ାଉ । ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ହେଲା ଚଢ଼ାଉ । ବଡ଼ ବଡ଼ିଆଙ୍କୁ ମନଲୋଭା ଖାଦ୍ୟ, ଅତି ସୁନ୍ଦର ଭାବେ ପରଷି ଦେଉଥିବା ଏହି କେଏଫ୍‌ସସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ । More

ଅପରାଜିତାଙ୍କ ଟାର୍ଗେଟ୍‌ରେ ଦିବ୍ୟଶଙ୍କର। କହିଲେ, ସାମ୍ନା କରନ୍ତୁ ସିବିଆଇ ତଦନ୍ତ

ପୁଣି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିଭିନ୍ନ ଗଣମାଧ୍ୟମରେ ନିଜର ପକ୍ଷ ରଖିବା ସହ ନିଜକୁ ସ୍ୱଚ୍ଛ ବୋଲି କହୁଥିବା କ୍ୟାପ୍ଟେନ୍ ଦିବ୍ୟଶଙ୍କରଙ୍କୁ ଅପରାଜିତା ପୁଣି ଥରେ ସମାଲୋଚନା କରିଛନ୍ତି More

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା

ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ବାଟ ଫିଟିଲା । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଏହି ନିର୍ବାଚନ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ନିର୍ବାଚନ ପାଇଁ କୋଅପରେଟିଭ ନିର୍ବାଚନ କମିଶନ ଏକ ମାସ ମଧ୍ୟରେ ନିର୍ବାଚନ ତାରିଖ ଧାର୍ଯ୍ୟ କରିବେ। ସୁନ୍ଦରଗଡ଼ ସମବାୟ ବ୍ୟାଙ୍କ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । More

ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ

ମନ୍ତ୍ରୀ ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳି ଜୁନାଗଡ଼ ଅଭିମୁଖେ ପୋଲିସ ଏସ୍କର୍ଟରେ ଯାଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲେ ଦୀପଜ୍ୟୋତି। ମମିତା ହତ୍ୟାକାଣ୍ଡର ୨୩ ଦିନ ପରେ କାହିଁକି ବାହାରିଲେ ବୋଲି ପ୍ରଶ୍ନ କରିବା ସହ ଇସ୍ତଫା ଦାବି କରିଥିଲେ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି।  More

ଗଞ୍ଜେଇ ଚାଷ ଓ କାରବାରକୁ ବନ୍ଦ କରିବ ‘ଅପରେସନ ପରିବର୍ତ୍ତନ’

ବେଆଇନ ଗଞ୍ଜେଇ ଚାଷ ଓ କାରବାରକୁ ରୋକିବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ଆନ୍ଧ୍ର-ଓଡିଶା ସୀମାରେ ଆରମ୍ଭ ହୋଇଛି ‘ଅପରେସନ ପରିବର୍ତ୍ତନ’। ଏହି ଅଭିଯାନ ଅନ୍ତର୍ଗତ ଗଞ୍ଜେଇ ଫସଲକୁ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ନଷ୍ଟ କରିବାକୁ ପୋଲିସ ହାତକୁ ନେଇଛି। More

ବିଜେଡିର ଗୁଣ୍ଡାଗିରି: କଂଗ୍ରେସ ନେତାଙ୍କୁ ଚାରିପଟୁ ଘେରି ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ପିଟିଲେ

କଂଗ୍ରେସ ନେତାଙ୍କୁ ଚାରିପଟୁ ଘେରି ପିଟିଲେ ବିଜେଡି କର୍ମୀ। ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ କୁଚିଣ୍ଡା ବିଧାନସଭା ଯୁବ କଂଗ୍ରେସ ସଭାପତି ଜୟନ୍ତ କିଷାନଙ୍କୁ ବିଜେଡି କର୍ମୀମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।  More

ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବ୍ୟବସ୍ଥାରେ ସାରା ଦେଶରେ ଓଡ଼ିଶା ପ୍ରଥମ: ନବୀନ

କୁଚିଣ୍ଡାରେ BSKY ସ୍ମାର୍ଟ କାର୍ଡ ବାଣ୍ଟିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ରଖିଛନ୍ତି। ରାଜ୍ୟର ସାଢ଼େ ୩ କୋଟି ଲୋକ BSKY ଦ୍ୱାରା ଉପକୃତ ହେବେ ବୋଲି କହିଛନ୍ତି। More

ମମିତାଙ୍କ ସ୍କୁଲକୁ ମୁଁ ଯାଇନି: ଦିବ୍ୟଶଙ୍କର

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ପରଠୁ ବିବାଦୀୟ ହୋଇପଡ଼ିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଅନେକ ଦିନ ଧରି ଚୁପ୍‌ ରହିବା ପରେ ପ୍ରେସ୍‌ ବିବୃତ୍ତି ଜରିଆରେ ମୁହଁ ଖୋଲିଥିଲେ। More

Daily Horoscope: ଆଜି ଦିନର ମହତ୍ତ୍ୱ କଣ ରହିଛି, ଆସନ୍ତୁ  ଜାଣିବା

ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ କାମରେ ଅସନ୍ତୁଷ୍ଟ ହୋଇପାରନ୍ତି। ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ପ୍ରତିକାର ପାଇଁ କଣ କରିବେ? More

ବାଣ ଫୁଟା ନେଇ ଗାଇଡ୍‌ଲାଇନ୍‌ ଜାରି କଲେ SRC

ରାଜ୍ୟରେ ଦୀପାବଳି, ଛଟ୍ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବାଣ ଫୁଟା ନେଇ ସ୍ୱତନ୍ତ୍ର ରିଲିଫ‍ କମିଶନର(SRC) ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ, ରାଜ୍ୟରେ କେବଳ ସବୁଜ ବାଣ ହିଁ ବିକ୍ରି ଓ ଫୁଟା ଯାଇ ପାରିବ।  More

NEET Result 2021: ପ୍ରକାଶ ପାଇଲା ରେଜଲ୍ଟ,ନେକ୍ତା ନିୟତେନ୍ଦ୍ର ଓଡ଼ିଶା ଟପ୍ପର

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(NEET) ରେଜଲ୍ଟ ପ୍ରକାଶ ପାଇଛି। ଅଲ୍ ଇଣ୍ଡିଆ ରାଙ୍କ୍‌ରେ ପ୍ରଥମ ସ୍ଥାନରେ ରହିଛନ୍ତି ୩ ଜଣ ପରୀକ୍ଷାର୍ଥୀ। ତେଲେଙ୍ଗାନାର ମୃଣାଳ କୁତେରି, ଦିଲ୍ଲୀର ତନ୍ମୟ ଗୁପ୍ତା, ମହାରାଷ୍ଟ୍ରର କାର୍ତ୍ତିକ ନାୟର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। More

ବିଜୟ-ସାଲୁଜାଙ୍କ ପରେ ସୌମ୍ୟରଞ୍ଜନ ବି ଦିବ୍ୟଶଙ୍କରଙ୍କୁ କଲେ ଟାର୍ଗେଟ୍‌, କହିଲେ ଏତେ ଭୟ କାହିଁକି ?

କ୍ୟାପଟେନ୍‌ଙ୍କୁ ତିନିଆଡୁ ତୀର । ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଜୟ, ସାଲୁଜା, ସୌମ୍ୟଙ୍କ ଶାଣିତ ଆକ୍ରମଣ । କଂଗ୍ରେସ ଓ ବିଜେପି ରାୟପୁରରେ ହୋଇଥିବା ତଥାକଥିତ ବୈଠକକୁ ନେଇ ପୁଣି ଘେରିଥିବା ବେଳେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରିଛନ୍ତି ସିଧାସଳଖ ଟାର୍ଗେଟ୍ । More

ଆସ ଖାଇବା ସୁଆଦିଆ ଖେଳନା ମିଠା

ଆଗଭଳି ଆଉ ଲାଭ ହେଉନଥିବା ବେଳେ କେବଳ କୌଳିକ ବୃତ୍ତି କୁ ଧରି ରଖିବା ପାଇଁ ଏହି ମିଠା ତିଆରି କରାଯାଉଥିବା କହିଛନ୍ତି କାରିଗର।  ତେବେ ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ପରମ୍ପରା ଓ ଐତିହ୍ୟ କୁ ନ ଭୁଲି ଏହାର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ। More

ଇଏ କି ସେବା? ଜଣକ ଇଂଜେକ୍ସନ୍‌କୁ ଅନ୍ୟ ଜଣଙ୍କୁ ଫୋଡିଦେଲେ

ଡାକ୍ତର ଯେଉଁ ସାଲାଇନ୍ ଓ ଇଞ୍ଜେକସନ୍ ଦେବାକୁ କହିଥିଲେ ତା ନଲାଗି ଅନ୍ୟ ଜଣେ ରୋଗୀଙ୍କୁ ଲାଗିଥିଲା। ଘଟଣାକୁ ନେଇ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ପରିବାରଲୋକେ ଜଣାଇଛନ୍ତି। More

ଆନ୍ଧ୍ର ସରକାରଙ୍କ ଉପରେ ଖପ୍ପା ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୂର୍ବରୁ ଋଣ ଚୁକ୍ତିନାମାରେ ରାଜ୍ୟପାଳଙ୍କ ନାମକୁ କିପରି ଅନ୍ତର୍ଭୁକ୍ତ କରାଯିବ ସେନେଇ ହାଇକୋର୍ଟ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିବା ସହ ସମାଲୋଚନା କରିଥିଲେ ଏବଂ ଏହାର ଜବାବ ମାଗିଥିଲେ। More

ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ

ଦୀପାବଳିରେ ବାଣ ଫୁଟିବ ନା ନାହିଁ, ଏନେଇ ସସପେନ୍ସ ଲାଗି ରହିଥିଲା। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ। More