ସଂକ୍ଷେପରେ ଆଜିର ତାଜା ଖବର - Monday, 01 November 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବିଜୟ-ସାଲୁଜାଙ୍କ ପରେ ସୌମ୍ୟରଞ୍ଜନ ବି ଦିବ୍ୟଶଙ୍କରଙ୍କୁ କଲେ ଟାର୍ଗେଟ୍‌, କହିଲେ ଏତେ ଭୟ କାହିଁକି ?

କ୍ୟାପଟେନ୍‌ଙ୍କୁ ତିନିଆଡୁ ତୀର । ମମିତା ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବିଜୟ, ସାଲୁଜା, ସୌମ୍ୟଙ୍କ ଶାଣିତ ଆକ୍ରମଣ । କଂଗ୍ରେସ ଓ ବିଜେପି ରାୟପୁରରେ ହୋଇଥିବା ତଥାକଥିତ ବୈଠକକୁ ନେଇ ପୁଣି ଘେରିଥିବା ବେଳେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ କରିଛନ୍ତି ସିଧାସଳଖ ଟାର୍ଗେଟ୍ । More

ଆସ ଖାଇବା ସୁଆଦିଆ ଖେଳନା ମିଠା

ଆଗଭଳି ଆଉ ଲାଭ ହେଉନଥିବା ବେଳେ କେବଳ କୌଳିକ ବୃତ୍ତି କୁ ଧରି ରଖିବା ପାଇଁ ଏହି ମିଠା ତିଆରି କରାଯାଉଥିବା କହିଛନ୍ତି କାରିଗର।  ତେବେ ମଣିଷ ଯେତେ ଆଧୁନିକ ହେଲେ ମଧ୍ୟ ନିଜ ପରମ୍ପରା ଓ ଐତିହ୍ୟ କୁ ନ ଭୁଲି ଏହାର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ। More

ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ

ଦୀପାବଳିରେ ବାଣ ଫୁଟିବ ନା ନାହିଁ, ଏନେଇ ସସପେନ୍ସ ଲାଗି ରହିଥିଲା। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ। More

ମହିଳା ଡ୍ରେସ ପିନ୍ଧି ଘରେ ପଶିଲା ! ମାଆ, ଝିଅଙ୍କୁ ଛୁରାମାଡ଼ କଲା ପଡୋଶୀ ଘରର ଯୁବକ

ରାଜଧାନୀରେ ଚାଞ୍ଚଲ୍ୟ । ଭୁବନେଶ୍ୱରରେ ଘରେ ପଶି ମାଆ, ଝିଅଙ୍କୁ ଛୁରାମାଡ଼ । ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଛି । More

’ସିନ୍ଦୂର ଫରୁଆରେ ମୁଖ୍ୟମନ୍ତ୍ରୀ’ : ମମିତା ହତ୍ୟା ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ

ମମିତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆରେ ରହିଛନ୍ତି । ସଚିବାଳୟ, ବିଧାନସଭା ଯାଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଆସିଲେ ଘରକୁ ଡାକୁଛନ୍ତି । ବାହାରକୁ ବାହାରୁ ନାହାନ୍ତି' । କିନ୍ତୁ ରାଜନୀତି ପାଇଁ ବାହାରକୁ ଯାଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ଜୟନାରାୟଣ More

ସାଲୁଜା ଖୋଲିଲେ ଗୁମର ! ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ?

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ଘରେ ଘଟିଥିଲା କଣ ? ଏହାର ଗୁମର ଖୋଲିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ମମିତା ହତ୍ୟା ମାମଲାରେ ରାୟପୁର ବୁଝାମଣା ନେଇ ଖୁଲାସା କଲେ ବିଧାୟକ ସନ୍ତୋଷ ସିଂହ ସାଲୁଜା । ପୂର୍ବରୁ ବିଜୟ ମହାପାତ୍ର, ନରସିଂହ ମିଶ୍ର ଏ ପ୍ରସଙ୍ଗରେ ଉଠାଇଥିଲେ, ଆଉ ଏବେ ପୁଣି ଥରେ ରାୟପୁର କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ। More

ପରିବା ଦରରେ ନିଆଁ: ଭେଣ୍ଡି ୬୦ କୁ ପୋଟଳ ୮୦

କାର୍ତ୍ତିକ ମାସରେ ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି। ଅଧିକାଂଶ ପରିବା କିଲୋ ପ୍ରତି ୫୦ ଟଙ୍କା ଉପରେ ରହୁଛି। ବଜାରରେ ବାଇଗଣ, ଟମାଟୋ, ଭେଣ୍ଡି ଦର ଦେଖିଲେ ଗ୍ରାହକ ଚିନ୍ତା କରୁଛି କଣ ଓ କେତେ ପରିମାଣର ପରିବା ଘରକୁ ନେବ। ପୋଟଳ କିଲୋ ପିଛା ଚଢ଼ା ଦରରେ ବିକ୍ରି ହେଉଛି More

ଦୀପାବଳିରେ ଜଗା ଦର୍ଶନ ବନ୍ଦ : ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ ଜାଳିବା ମନା

ଦୀପାବଳିରେ ଜଗା ଦର୍ଶନ ବନ୍ଦ । ଆସନ୍ତା ୪ ତାରିଖରେ ପବିତ୍ର ଦୀପାବଳି ଓ ପୟାଶ୍ରାଦ୍ଧ । ଏହି ଅବସରରେ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ ରହିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରା ଜାରି ହେବ । ପରମ୍ପରା ଅନୁଯାୟୀ ଦୀପାବଳି ଦିନ ଭକ୍ତିମାନେ ବଡବଡିଆ ଡାକିବା ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇ କାଉଁରିଆ କାଠ ଜାଳିଥାନ୍ତି । More

ଦୀପାବଳି ଠାରୁ ବଜାରରେ ଉପଲବ୍ଧ ହେବ ଜିଓଫୋନ ନେକ୍ସଟ, ଜାଣନ୍ତୁ କଣ ରହିଛି ଫିଚର?

ଜିଓ ଏବଂ ଗୁଗୁଲ ଦ୍ୱାରା ମିଳିତ ଭାବରେ ବିକଶିତ ଶସ୍ତା ସ୍ମାର୍ଟଫୋନ ଜିଓଫୋନ ନେକ୍ସଟ ଦୀପାବଳି ଠାରୁ ଭାରତୀୟ ବଜାରରେ ଉପଲବ୍ଧ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ରିଲାଏନ୍ସ ରିଟେଲର ବିସ୍ତୃତ ଜିଓମାର୍ଟ ଡିଜିଟାଲ ନେଟୱାର୍କ ସ୍ଥଳଗୁଡିକରେ ଏହା ଉପଲବ୍ଧ ହେବ More

ମମିତା ହତ୍ୟାକାଣ୍ଡ: ଜେସିବି ଓ ସ୍କୁଟିକୁ ଜବତ କଲା ପୋଲିସ

ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ବ୍ୟବହୃତ ଜେସିବି ଓ ସ୍କୁଟିକୁ ଜବତ କରି ଥାନାକୁ ଆଣିଛି ପୋଲିସ। ମହାଲିଙ୍ଗରୁ ଏହି ଦୁଇ ଗାଡ଼ିକୁ ଜବତ କରି ସିନ୍ଧେକେଲା ଥାନାକୁ ଅଣାଯାଇଛି More

ମମିତା ପ୍ରସଙ୍ଗରେ ସୌମ୍ୟରଞ୍ଜନଙ୍କ ସଂପାଦକୀୟ ବାଣ : ଅତନୁଙ୍କ ଉଦାହରଣ ଦେଇ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ

ମମିତା ମେହେର ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଏକ ଦୈନିକ ଖବରକାଗଜର ସ୍ୱତନ୍ତ୍ର ସ୍ତମ୍ଭ ଆମ ଘରର ହାଲଚାଲରେ ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି । ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତି ଦେଇ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଛନ୍ତି । More

ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି : ବରଗଡରେ ବିଜେପି ପକ୍ଷରୁ ୮ ଘଣ୍ଟିଆ ବନ୍ଦ

୮ ଘଣ୍ଟିଆ ବରଗଡ଼ ବନ୍ଦ ଡାକରା । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପକ୍ଷରୁ ଆଜି ୮ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । More

ଆହ୍ୱାନ, ଗର୍ଜନ, ମିଶ୍ରଣ... ପ୍ରଦୀପ ମାଝୀଙ୍କ ହୋମ୍ ଗ୍ରାଉଣ୍ଡରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ପ୍ରଦୀପ ମାଝିଙ୍କ ଗଡ଼ ନବରଙ୍ଗପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ସଂକଳ୍ପ ସମାବେଶ, ମହାମିଶ୍ରଣ ପର୍ବ ଏବଂ ବିଶାଳ ସମାବେଶ ଆୟୋଜନ କରି, ଅବିଭକ୍ତ କୋରାପୁଟ ଜିଲ୍ଲା ଏବେବି କଂଗ୍ରେସର ଗଡ଼ ଅଛି ବୋଲି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ଦଳର ବହୁ ହେଭିୱେଟ୍ । ଆଉ କହିଛନ୍ତି କଂଗ୍ରେସ ଏକ ପୁରୁଣା ଦଳ । More

ତୈଳଦର ପ୍ରତିବାଦରେ ଆଜି ଆନ୍ଦୋଳନ କରିବ ଶାସକ ଦଳ

ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜ୍ୟ ବ୍ୟାପୀ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ମହିଳା ଜନତା ଦଳ। ବିଶେଷ କରି ତେଲ ଦର ବହୁତ ବାଧୁଛି। ତେଲ ଦର ବଢ଼ିବା ଯୋଗୁଁ ବାକି ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବଢୁଛି More

ବିରୋଧୀଙ୍କ ମମିତା ବନାମ୍ ବିଜେଡିର ଦରବୃଦ୍ଧି ଇସ୍ୟୁ: ପଞ୍ଚାୟତ ଭୋଟ୍ ପୂର୍ବରୁ ଜୋର୍ ଧରୁଛି ପ୍ରତିବାଦ ପଲିଟିକ୍ସ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ରାଜ୍ୟ ରାଜନୀତି । ମମିତା ମେହେର ପ୍ରସଙ୍ଗରେ ବିରୋଧୀଙ୍କ ଘନଘନ ଆକ୍ରମଣ ଓ ବିକ୍ଷୋଭ ପରେ ଦରଦାମ୍ ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇ ଏହାକୁ କାଉଣ୍ଟର କରିଛି ବିଜେଡି । ପ୍ରାୟ ୩ ବର୍ଷ ପରେ କେନ୍ଦ୍ର ବିରୋଧୀ ସ୍ୱରକୁ ଶାଣିତ କରି ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗତକାଲି ରାଜଭାବନ ଆଗରେ ବିକ୍ଷୋଭ କରିଛି ଶାସକ ଦଳ More

ଆଜିଠୁ ଖୋଲିବ ଶିମିଳିପାଳ, କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବେ ପର୍ଯ୍ୟଟକ

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ। ପ୍ରତି ବର୍ଷ ବର୍ଷାଋତୁରେ ଏହି ଅଭୟାରଣ୍ୟକୁ ବନ୍ଦ କରାଯାଇଥାଏ। କାରଣ ରାସ୍ତା ଖରାପ ହେଉଥିବାରୁ ସୃଷ୍ଟି ହୋଇଥାଏ ସମସ୍ୟା । ପ୍ରତି ବର୍ଷ ପରି ଏଥର ମଧ୍ୟ ବାରିପଦା ପଟରୁ ପିଠାବଟା ଗେଟ୍ ଓ ଯଶୀପୁର ପଟରୁ କାଳିଆମି ଗେଟ୍ ଦେଇ ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ । More

ଗୁରୁବାର ଦୀପାବଳି: ବାଣ ଫୁଟାଇବାକୁ ମିଳିବ କି ଅନୁମତି?

ଏ ବର୍ଷ ଦୀପାବଳିରେ ବାଣଫୁଟାକୁ ମିଳିବ କି ଅନୁମତି ? ଆଜି ଦିନ ପ୍ରାୟ ୨ଟା ବେଳେ ମାମଲାର ଚୂଡ଼ାନ୍ତ ଶୁଣାଣି ସହ ରାୟ ପ୍ରକାଶ କରିପାରନ୍ତି ହାଇକୋର୍ଟ। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ More

ଉଦଳା ଥାନା ଅଞ୍ଚଳରେ ରେଡ୍ : ଡ୍ରଗ୍ସ ଜବତ, ଜଣେ ଗିରଫ

ରାଜ୍ୟରେ ଥମୁନି ଡ୍ରଗ୍ସ କାରବାର । ମୟୂରଭଂଜ ଜିଲ୍ଲା ଉଦଳା ଥାନା ଯଇଦା ଗାଁରେ ଚଢ଼ାଉ କରି ଅବକାରୀ ବିଭାଗ ଓ ସ୍ପେସାଲ ସ୍କ୍ୱାର୍ଡ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ଜବତ କରିଛି । ଅଭିଯୁକ୍ତ ରଜତ କୁମାର କରକୁ ମଧ୍ୟ ଗିରଫ କରିଛି ମିଳିତ ଟିମ୍ More

ଆଜିଠୁ ଲାଗୁ ହେବ ନୂଆ ଗାଇଡଲାଇନ୍

ଆଜିଠାରୁ ଲାଗୁ ହୋଇଛି ନୂଆ କରୋନା ଗାଇଡ୍ ଲାଇନ୍ । ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଜାରି ହୋଇଥିବା ଏହି ନୂଆ ଗାଇଡଲାଇନ ଅନୁସାରେ ସହରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ପୂର୍ବ ପରି ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ More

ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ

ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି।  More

ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଗଲେ ମା'-ଝିଅ

ସ୍ତ୍ରୀଙ୍କୁ ଖୋଜାଖୋଜି କରି ନପାଇବା ପରେ ମଳୟ ଭୁବନେଶ୍ୱର ଜିଆରପିରେ ଅଭିଯୋଗ କରିଥିଲେ ମଧ୍ୟ ଜିଆରପିରେ ଏତଲା ନ ରଖିବାରୁ ମହିଳାଙ୍କ ବାପଘର ଲୋକେ ସମ୍ବଲପୁର ଜିଆର୍‌ପିରେ ଅଭିଯୋଗ କରିଛନ୍ତି। More

ରୋଗୀଣା ମାଆକୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କଲା ପୁଅ

ସମସ୍ୟା ଜଣାଇବାକୁ ଦୀର୍ଘ ୧୫ କମି ମାଆଙ୍କୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିଲେ ଦୀପକ। ରୋଗୀଣା ମାଆକୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କଲା ପୁଅ।  More

ଆସିଲା କରୋନାର ନଭେମ୍ବର ଗାଇଡଲାଇନ୍: ଝୁଲିଲା ବାଣ ନିଷ୍ପତ୍ତି

ବାଣ ଫୁଟାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ଜାରି ହୋଇନଥିଲେ ବି ଖୁବ୍‌ ଶୀଘ୍ର ପୃଥକ ପୃଥକ ଗାଇଡ୍‌ଲାଇନ ଜାରି କରାଯିବ।ଦୀପାବଳିରେ ବାଣ ଫୁଟିବ ନା ନାହିଁ? କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। More

ମମିତାଙ୍କ ପାଇଁ ଦିଲ୍ଲୀରେ ଗର୍ଜିଲା ବିଜେପି, କଂଗ୍ରେସ ବି ଦିଲ୍ଲୀରେ ଉଠାଇବ ସ୍ୱର

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବିରେ ବିଜେପି ଆନ୍ଦୋଳନ ଜାରି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଦିଲ୍ଲୀରେ ବି ମମିତାଙ୍କ ପାଇଁ ନ୍ୟାୟ ଦାବି ଉଠିଛି। ଆଜି ଦିଲ୍ଲୀରେ ବିଜେପି ନେତା ଶୋଭଯାତ୍ରା କରିଛନ୍ତି।  More