ସଂକ୍ଷେପରେ ଆଜିର ତାଜା ଖବର - Sunday, 31 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଠାରୁ ୮ ୱିକେଟ୍‌ରେ ହାରିଲା ଭାରତ

ଆଜିର ମ୍ୟାଚ୍ ଉଭୟ ଟିମ୍ ପାଇଁ କର ବା ମର ଭଳି ସ୍ଥିତି ଥିଲା। କାହିଁକିନା ଉଭୟ ଦଳ ପାକିସ୍ତାନ ଠାରୁ ହାରିଥିଲେ। ଏହି ବିଜୟ ପରେ ନ୍ୟୁଜିଲାଣ୍ଡ ଟିମ୍ ପାଇଁ ସେମିଫାଇନାଲ୍ ରାସ୍ତା ସହଜ ହୋଇଛି।  More

ଘରକୁ ଫେରୁଥିବା ବେଳେ ନିଖୋଜ ହୋଇଗଲେ ମା'-ଝିଅ

ସ୍ତ୍ରୀଙ୍କୁ ଖୋଜାଖୋଜି କରି ନପାଇବା ପରେ ମଳୟ ଭୁବନେଶ୍ୱର ଜିଆରପିରେ ଅଭିଯୋଗ କରିଥିଲେ ମଧ୍ୟ ଜିଆରପିରେ ଏତଲା ନ ରଖିବାରୁ ମହିଳାଙ୍କ ବାପଘର ଲୋକେ ସମ୍ବଲପୁର ଜିଆର୍‌ପିରେ ଅଭିଯୋଗ କରିଛନ୍ତି। More

ରୋଗୀଣା ମାଆକୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କଲା ପୁଅ

ସମସ୍ୟା ଜଣାଇବାକୁ ଦୀର୍ଘ ୧୫ କମି ମାଆଙ୍କୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିଲେ ଦୀପକ। ରୋଗୀଣା ମାଆକୁ ଟ୍ରଲିରେ ନେଇ ଜିଲ୍ଲାପାଳଙ୍କ ପାଖରେ ଗୁହାରୀ କଲା ପୁଅ।  More

ଆସିଲା କରୋନାର ନଭେମ୍ବର ଗାଇଡଲାଇନ୍: ଝୁଲିଲା ବାଣ ନିଷ୍ପତ୍ତି

ବାଣ ଫୁଟାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ୍‌ ଜାରି ହୋଇନଥିଲେ ବି ଖୁବ୍‌ ଶୀଘ୍ର ପୃଥକ ପୃଥକ ଗାଇଡ୍‌ଲାଇନ ଜାରି କରାଯିବ।ଦୀପାବଳିରେ ବାଣ ଫୁଟିବ ନା ନାହିଁ? କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। More

ମମିତାଙ୍କ ପାଇଁ ଦିଲ୍ଲୀରେ ଗର୍ଜିଲା ବିଜେପି, କଂଗ୍ରେସ ବି ଦିଲ୍ଲୀରେ ଉଠାଇବ ସ୍ୱର

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ନ୍ୟାୟ ଦାବିରେ ବିଜେପି ଆନ୍ଦୋଳନ ଜାରି କରିଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଦିଲ୍ଲୀରେ ବି ମମିତାଙ୍କ ପାଇଁ ନ୍ୟାୟ ଦାବି ଉଠିଛି। ଆଜି ଦିଲ୍ଲୀରେ ବିଜେପି ନେତା ଶୋଭଯାତ୍ରା କରିଛନ୍ତି।  More

ଅଚଳ ହୋଇ ପଡ଼ିଛି ବନ ବିଭାଗର ୨ଟି ହାଇସ୍ପିଡ ବୋଟ : କେମିତି ହେବ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ?

ପାଟ୍ରୋଲିଂ ପାଇଁ ନାହିଁ ବନ ବିଭାଗ ପାଖରେ ଅତ୍ୟାଧୁନିକ ବୋଟ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସହ ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏ ୧୬୦କିମି ପର୍ଯ୍ୟନ୍ତ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ ନଭେମ୍ବର ୧ ରୁମେ ୩୧ ଯାଏ କଟକଣା ଜାରି କରିବ ରାଜନଗର ବନବିଭାଗ । More

ଗଛ ପାଇଁ ସମର୍ପିତ ମଣିଷ : କେମିତି ବଞ୍ଚିବ, କେମିତି ବଢ଼ିବ . . ସକାଳଠୁ ସଞ୍ଜ ଯାଏଁ ଚିନ୍ତା କରନ୍ତି ବିଜୟ

ଗଛ ତାଙ୍କ ପାଇଁ ଜୀବନ । କେମିତି ବଂଚିବ ଗଛ, କେମିତି ବଢିବ ଗଛ। ସକାଳଠୁ ସଂଜ ଯାଏଁ ଏମିତି ଚିନ୍ତା କରନ୍ତି ବାଲେଶ୍ୱର ଜିଲ୍ଲା ଗଡ଼ପୋଖରୀ ଗାଁର ବିଜୟ କୁମାର ଜେନା । More

ମମିତା ମେହେରଙ୍କୁ ନ୍ୟାୟ ଦେବା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କୁନି ଝିଅ

ରାଜ୍ୟରେ ଝିଅଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଉ ନାହିଁ । ପ୍ରତିମାସରେ କେଉଁଠ ନା କେଉଁଠି ଝିଅମାନଙ୍କୁ ମାରି ଦିଆଯାଉଛି । ପୂର୍ବରୁ ପରୀ, ପିହୁ ପରି ଝିଅଙ୍କୁ ହତ୍ୟା କରାଯାଇଥିବା ବେଳେ ଏବେ ମମିତା ମେହରଙ୍କୁ ହତ୍ୟା କରାଯାଇଛି । ଏଥିପାଇଁ ସବୁ ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଝିଅଙ୍କ ସୁରକ୍ଷା ପାଇଁ ଦାବି କରିବାକୁ ସେ ଅପିଲ କରିଛନ୍ତି । More

ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଛାଡ୍‌ କଲେ ଓଡ଼ିଶା ସରକାର

ଇଲେକ୍ଟ୍ରିକ୍ ଗାଡ଼ି ଉପରେ ଶତ ପ୍ରତିଶତ ଟିକସ ଓ ପଞ୍ଜୀକରଣ ଫି’ ଛାଡ୍‌ କରିଛନ୍ତି ରାଜ୍ୟ ସରକାର।  ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।  More

ବଢୁଛି ତୈଳ ଦର: ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ କଲେ ବିଜେଡ଼ି ନେତା

ଦରବୃଦ୍ଧି ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରୁଛି। ଟ୍ରଲି, ସାଇକେଲ୍, ଶଗଡ଼ରେ ବସି ପ୍ରତିବାଦ ଜଣାଇଛନ୍ତି ବିଜେଡି ନେତା ଓ ବିଧାୟକ। ବିକ୍ଷୋଭ ଶୋଭାଯାତ୍ରା କରିବା ସହ ରାଜଭବନ ନିକଟରେ ଆନ୍ଦୋଳନ କରିଛନ୍ତି More

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟ ହେଲେ ଓଡ଼ିଆ ବୋହୂ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା ହେଲେ ପୁନମ ଗୁପ୍ତା ମିଶ୍ର। ପ୍ରଧାନମନ୍ତ୍ରୀ ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲ୍‌ର ସଦସ୍ୟ ଭାବେ ପୁନମ ଗୁପ୍ତା ମିଶ୍ର ମନୋନୀତ ହୋଇଛନ୍ତି। More

ପାଖେଇ ଆସୁଛି ଦୀପାବଳି, ଗ୍ରାହକଙ୍କ ମନ ମୋହୁଛି ସମ୍ବଲପୁରୀ ଦୀପ

ଆଲୋକର ପର୍ବ ଦୀପାବଳିକୁ ହାତ ଗଣତି ଆଉ କିଛି ଦିନ ବାକି ରହିଛି। ଗ୍ରାହକଠାରୁ ଆରମ୍ଭ କରି ବ୍ୟବସାୟୀ ସମସ୍ତେ ଲାଗିପଡିଛନ୍ତି ଦୀପାବଳି ପ୍ରସ୍ତୁତିରେ। ହେଲେ ଚଳିତ ବର୍ଷ ଦେଖିବାକୁ ମିଳୁଛି ସମ୍ବଲପୁରୀ ଦୀପ। ଆଉ ଯାହା କି ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି। More

ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ସମ୍ଭାବନା : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପଯର୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । କରୋନା ତୃତୀୟ ଲହର ଆସିବା ସମ୍ଭାବନା କମ ରହିଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇପାରେ More

ଦୀପାବଳୀରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ଚନ୍ଦ୍ରକାନ୍ତି ପିଠା’

ପର୍ବପର୍ବାଣୀ ଆସିଲେ ଘରେ ପ୍ରସ୍ତୁତ ହୁଏ ଭଳି କି ଭଳି ପିଠା । ଆଜି ଆମେ ଆମ ଓଡ଼ିଆ ଘରର ଏକ ପାରମ୍ପରିକ ପିଠାର ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚନ୍ଦ୍ରକାନ୍ତି ପିଠା’ । ଏହି ଦୀପାବଳୀରେ ଘରେ ସହଜ ଓ ସରଳ ଉପାୟରେ ବନାନ୍ତୁ ଚିନ୍ଦ୍ରକାନ୍ତି ପିଠା । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ । More

ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

ଫୁଲବାଣୀ ଗସ୍ତରେ ଯାଇଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡ଼ିଛନ୍ତି। ନିମ୍ନ ରକ୍ତଚାପ ଓ ନିଶ୍ୱାସ ନେବାରେ ପ୍ରତାପ ଜେନା କଷ୍ଟ ଅନୁଭବ କରୁଥିବା ସୂଚନା ମିଳିଛି। ଫୁଲବାଣୀ ସର୍କିଟ ହାଉସ୍‌ରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। More

ପ୍ରଥମେ ଫାୟାରିଂ, ତା’ପରେ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ

ଯୁବକଙ୍କୁ ଗୁଳିମାଡ଼ ପରେ ଭୁଜାଲିରେ ହାଣି ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି କିଛି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାରର ଅଭିଯୋଗ କରିଛନ୍ତି। More

କେନ୍ଦ୍ରମନ୍ତ୍ରୀଙ୍କ କାରକେଡ୍‌କୁ ଅଣ୍ଡା ମାଡ଼

ଭୁବନେଶ୍ୱର ବିମାନବନ୍ଦର ଛକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ କାରକେଡ୍‌କୁ ଅଣ୍ଡା ଓ କାଳିମାଡ଼ ହୋଇଥିବା ସୂଚନା ମିଳିଛି। ଅଣ୍ଡା ଓ କାଳିମାଡ଼ ସହ କଳା ପତାକା ଦେଖାଇ କେନ୍ଦ୍ରମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ ବିରୋଧ କରିଛି। More

ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ମର୍ଣ୍ଣିଂ ୱାକ୍‌ କରୁଥିବା ବେଳେ ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ଜାତୀୟ ରାଜପଥ କପାସିଆ ଛକରେ ଆଜି ସକାଳୁ ସକାଳୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  More

୩ ବର୍ଷ ପରେ ମନେପଡ଼ିଲା ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ

ବିଜେପି ପ୍ରଶ୍ନ କରିଛି, ହଠାତ୍ ୩ ବର୍ଷ ପରେ ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ ମନେ ପଡ଼ିବା ପଛର ପ୍ରକୃତ କାରଣ କଣ ? ନିଜ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଏ ନାଟକ ରଚିନି ତ ବିଜେଡି ? More

ଜିଲ୍ଲାପାଳ, ଏସ୍‌ପିଙ୍କୁ ଧରି ବୁଲୁଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର: ଲେଖାଶ୍ରୀ

ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଜିଳ୍ଲାପାଳ ଏବଂ ଏସ୍‌ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। ଯାହାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ସେଭଳି ବ୍ୟକ୍ତିଙ୍କୁ ଧରି ଏସପି, ଜିଲ୍ଲାପାଳ ବୁଲୁଛନ୍ତି।  More

ଦୁଇ କାନ୍ଥ ସନ୍ଧିରେ ଗଳି ପଡ଼ିଲା ଅଢ଼େଇ ବର୍ଷର ଶିଶୁ କନ୍ୟା : ଘଣ୍ଟାଏ କସରତ ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକ

ରଖେ ହରି ତ ମାରେ କିଏ । ଏ ଉକ୍ତିର ସତ୍ୟତା ପୁଣି ପ୍ରମାଣିତ ହୋଇଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ । ଏକ ଦୁର୍ଘଟଣା ପରେ ବି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛି ଏକ ଅଢେଇ ବର୍ଷର ଶିଶୁକନ୍ୟା । More

ଜୁନିଅର ଷ୍ଟେନୋଗ୍ରାଫର୍ ପରୀକ୍ଷା ତାରିଖ ଘୋଷିତ, ଯାଞ୍ଚ କରନ୍ତୁ ଆଡମିଟ୍ କାର୍ଡ ବିବରଣୀ

ହାଇକୋର୍ଟଙ୍କ ପ୍ରତିଷ୍ଠାନରେ ଜୁନିଅର ଷ୍ଟେନୋଗ୍ରାଫରଙ୍କ ୨୯ଟି ଗ୍ରୁପ୍-ସି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଯୋଗ୍ୟତା ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଇଂରାଜୀ ବିଷୟ ବସ୍ତୁରେ କେନ୍ଦ୍ର ଭିତ୍ତିକ ଯୋଗ୍ୟତା ପରୀକ୍ଷା  ନଭେମ୍ବର ୨୧, ୨୦୨୧ (ରବିବାର) ସକାଳ ୧୦.୩୦ରୁ ରାତି ୧୨.୦୦ ମଧ୍ୟରେ କରାଯିବ ବୋଲି ହାଇକୋର୍ଟ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । More

ଚୂଡ଼ାନ୍ତ ପର୍ଯ୍ୟାୟରେ ଭଦ୍ରକ କାଳୀପୂଜା ପ୍ରସ୍ତୁତି : ବିନା ଭକ୍ତରେ ୭ଜଣ ସେବାୟତରେ ମାଆଙ୍କ ପୂଜା ପାଇଁ ନିଷ୍ପତ୍ତି

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ More