ସଂକ୍ଷେପରେ ଆଜିର ତାଜା ଖବର - Saturday, 30 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

୩ ବର୍ଷ ପରେ ମନେପଡ଼ିଲା ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ

ବିଜେପି ପ୍ରଶ୍ନ କରିଛି, ହଠାତ୍ ୩ ବର୍ଷ ପରେ ବିଜେଡିର ଦରଦାମ ବୃଦ୍ଧି ପ୍ରସଙ୍ଗ ମନେ ପଡ଼ିବା ପଛର ପ୍ରକୃତ କାରଣ କଣ ? ନିଜ ଅପରାଧୀ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଏ ନାଟକ ରଚିନି ତ ବିଜେଡି ? More

ଜିଳ୍ଲାପାଳ ଏବଂ ଏସ୍‌ପିଙ୍କୁ ଧରି ବୁଲୁଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର: ଲେଖାଶ୍ରୀ

ମମିତା ହତ୍ୟାକାଣ୍ଡ ପରଠୁ ଗଣମାଧ୍ୟମ ଆଗରେ ଦେଖାଦର୍ଶନ ମିଳୁନଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଜିଳ୍ଲାପାଳ ଏବଂ ଏସ୍‌ପିଙ୍କୁ ଧରି ବୁଲିବା ଚକିତ କରିଛି ବୋଲି ଅଭିଯୋଗ କରିଛି ବିଜେପି। ଯାହାଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି, ସେଭଳି ବ୍ୟକ୍ତିଙ୍କୁ ଧରି ଏସପି, ଜିଲ୍ଲାପାଳ ବୁଲୁଛନ୍ତି।  More

ଦୁଇ କାନ୍ଥ ସନ୍ଧିରେ ଗଳି ପଡ଼ିଲା ଅଢ଼େଇ ବର୍ଷର ଶିଶୁ କନ୍ୟା : ଘଣ୍ଟାଏ କସରତ ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକ

ରଖେ ହରି ତ ମାରେ କିଏ । ଏ ଉକ୍ତିର ସତ୍ୟତା ପୁଣି ପ୍ରମାଣିତ ହୋଇଛି କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳରେ । ଏକ ଦୁର୍ଘଟଣା ପରେ ବି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚି ଯାଇଛି ଏକ ଅଢେଇ ବର୍ଷର ଶିଶୁକନ୍ୟା । More

ଜୁନିଅର ଷ୍ଟେନୋଗ୍ରାଫର୍ ପରୀକ୍ଷା ତାରିଖ ଘୋଷିତ, ଯାଞ୍ଚ କରନ୍ତୁ ଆଡମିଟ୍ କାର୍ଡ ବିବରଣୀ

ହାଇକୋର୍ଟଙ୍କ ପ୍ରତିଷ୍ଠାନରେ ଜୁନିଅର ଷ୍ଟେନୋଗ୍ରାଫରଙ୍କ ୨୯ଟି ଗ୍ରୁପ୍-ସି ପଦବୀ ନିଯୁକ୍ତି ପାଇଁ ଓଡ଼ିଶା ହାଇକୋର୍ଟ ଯୋଗ୍ୟତା ପରୀକ୍ଷା ତାରିଖ ଘୋଷଣା କରିଛନ୍ତି । ଜୁନିଅର ଷ୍ଟେନୋଗ୍ରାଫର ପଦବୀ ପାଇଁ ଇଂରାଜୀ ବିଷୟ ବସ୍ତୁରେ କେନ୍ଦ୍ର ଭିତ୍ତିକ ଯୋଗ୍ୟତା ପରୀକ୍ଷା  ନଭେମ୍ବର ୨୧, ୨୦୨୧ (ରବିବାର) ସକାଳ ୧୦.୩୦ରୁ ରାତି ୧୨.୦୦ ମଧ୍ୟରେ କରାଯିବ ବୋଲି ହାଇକୋର୍ଟ ଏକ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । More

ଚୂଡ଼ାନ୍ତ ପର୍ଯ୍ୟାୟରେ ଭଦ୍ରକରେ କାଳୀପୂଜା ପ୍ରସ୍ତୁତି : ବିନା ଭକ୍ତରେ ୭ଜଣ ସେବାୟତରେ ମାଆଙ୍କ ପୂଜା ପାଇଁ ନିଷ୍ପତ୍ତି

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ More

ବିସ୍ଥାପିତଙ୍କୁ ଲାଞ୍ଚ ମାଗୁଛନ୍ତି ସରକାରୀ, କଥାବାର୍ତ୍ତାର ଅଡିଓ ଭାଇରାଲ

ଦୁଇଲକ୍ଷ ଦେଲେ ଫାଇଲ ମୁଭ୍ ହେବ ବୋଲି ଆରଆଇ କହୁଛନ୍ତି। ସେହିପରି ଜଣେ ଦଲାଲ ମଧ୍ୟ କ୍ଷତିପୂରଣ ଟଙ୍କା ପାଇବାକୁ ହେଲେ ଏଡିଏମ ଏବଂ ଆରଆଇଙ୍କୁ ଟଙ୍କା ଦେବା ପାଇଁ ପଡିବ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ। More

ଲୁଚା ଛପାରେ ମମିତାଙ୍କ ଭାଇଙ୍କୁ ଭେଟିଲେ ବିଜେଡି ନେତା !

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ସାରା ରାଜ୍ୟରେ ପ୍ରତିବାଦ ଜୋର ଧରିଥିବା ବେଳେ କଣ୍ଟାବାଞ୍ଜିର ବିଜେଡି ନେତା ଅଜୟ ଦାସ ଝରଣୀ ଗାଁକୁ ଯାଇ ମମିତାଙ୍କ ଭାଇଙ୍କୁ ଭେଟିଛନ୍ତି। ଲୁଚା ଛପାରେ ବିଜେଡି ନେତା ମମିତାଙ୍କ ପରିବାରକୁ ଭେଟିଥିବା ଚର୍ଚ୍ଚା ହେଉଛି। More

ନ୍ୟାସନାଲ ଓପନ ଜାଭିଲିନ୍ ଥ୍ରୋ ଚାମ୍ପିୟନସିପ୍‌ରେ ବ୍ରହ୍ମଗିରିର ପୁଅ ଚାମ୍ପିୟନ

ତୃତୀୟ ଜାତୀୟ ଓପନ ଜାଭିଲିନ୍ ଥ୍ରୋ ଚାମ୍ପିୟନସିପ୍‌ରେ ବ୍ରହ୍ମଗିରିର କିଶୋର କୁମାର ଜେନା ୭୪.୨୬ ମିଟର ଥ୍ରୋ କରି ଚାମ୍ପିୟନ ହୋଇଛନ୍ତି। ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ସିନିୟର ରିପୋର୍ଟର। More

କୋଭିଡ୍‌ କଟକଣା କୋହଳ କଲା BMC

ପୂର୍ବରୁ ଜାରି ହୋଇଥିବା କୋଭିଡ୍‌ କଟକଣାକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)କୋହଳ କରିଛି। ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇଛି। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହେବ।   More

ନଭେମ୍ବର ୧ରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ : ୭ ଓ ୨୧ରେ ସ୍ପେଶାଲ ଡ୍ରାଇଭ୍

ନଭେମ୍ବର ୧ରୁ ଆରମ୍ଭ ହେବ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ଜାନୁଆରୀ ୬ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୨୨ ଜାନୁଆରୀ ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଏଥିରେ ସାମିଲ ହୋଇ ପାରିବେ । More

ଜିଦ୍‌ରେ ବିଜେପି ମହିଳା ମୋର୍ଚ୍ଚା, ଆନ୍ଦୋଳନ ଆହୁରି ତେଜିବ !

ମମିତା ହତ୍ୟା ମାମଲାକୁ ନେଇ ପୁଣି ବର୍ଷିଛି ବିଜେପି । ବିଜେପିର କେନ୍ଦ୍ରୀୟ ଟିମ୍ ପ୍ରେସ୍‌ମିଟ୍‌ କରି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିଛି । ମନ୍ତ୍ରୀ ଇସ୍ତଫା ଦେଇ ତଦନ୍ତର ସାମ୍ନା କରନ୍ତୁ ବୋଲି କହିଛି ବିଜେପି । More

ନବୀନ ପଟ୍ଟନାୟକ କାହାର ନୁହଁନ୍ତି ବୋଲି ହଜାର ଥର ପ୍ରମାଣ ଦେଇ ସାରିଛନ୍ତି: ପ୍ରତାପ ଦେବ

ଯଦି ବିଜେଡି ସରକାରରେ କାହା ବିରୋଧରେ ଅଭିଯୋଗ ଆସେ ଆଉ ମୁଖ୍ୟମନ୍ତ୍ରୀ କନ୍‌ଭିନ୍ସ ହୁଅନ୍ତି ତେବେ ତାଙ୍କୁ ଡ୍ରପ୍ କରାଯାଏ। ପୂର୍ବରୁ ଏପରି ହୋଇଛି ଆଗକୁ ବି ଏପରି ହୋଇପାରେ। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିକୁ ନେଇ ସାରା ରାଜ୍ୟରେ ବିରୋଧ ଓ ବିକ୍ଷୋଭ ହେବା ପରେ ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରତାପ ଦେବ। More

ବିଜେପି-କଂଗ୍ରେସ ପରେ ଏବେ ବିଜେଡି ଓହ୍ଲାଇବ ରାଜରାସ୍ତାକୁ, ୧୪୭ ବିଧାନସଭା କ୍ଷେତ୍ରରେ କରିବ ହଲ୍ଲାବୋଲ

ବିଜେପି ଓ କଂଗ୍ରେସ ପରେ ଏବେ ବିଜେଡି ଓହ୍ଳାଇବ ରାଜରାସ୍ତାକୁ । ଦର ବୃଦ୍ଧିକୁ ନେଇ ଆନ୍ଦୋଳନ କରିବ ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀ କରି ଦରଦାମ ବୃଦ୍ଧି ପ୍ରସଙ୍ଗରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି । More

ମନ୍ତ୍ରୀଙ୍କ ସାମ୍ନାରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ

ମନ୍ତ୍ରୀଙ୍କ ସାମ୍ନାରେ ବିଜେଡି ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ । More

ମମିତାଙ୍କୁ ନ୍ୟାୟ ଦାବିରେ ରାଜଧାନୀ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଭୁବନେଶ୍ୱର ରାଜଧାନୀ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ମଧ୍ୟ ଦାବି ହୋଇଛି  ।

ପ୍ରତାପ ଜେନାଙ୍କ ଉପସ୍ଥିତିରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ

କନ୍ଧମାଳ ଜିଲ୍ଲା ବାଲିଗୁଡାରେ ବିଜେଡିର ଦୁଇଗୋଷ୍ଠୀ ମଧ୍ୟରେ ଠେଲାପେଲା, ପାଟିତୁଣ୍ଡ । ବାଲିଗୁଡା ବ୍ଲକ ବିଜେଡି ଓ ନଗର ବିଜେଡି ମଧ୍ୟରେ ପାଟିତୁଣ୍ଡ ହୋଇଛି । କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଦୁଇଗୋଷ୍ଠୀ ପରସ୍ପରକୁ ଆକ୍ଷେପ କରିଥିଲେ । ଏହାପରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ପ୍ରତାପ ଜେନାଙ୍କ ସ୍ୱାଗତକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଛା ହୋଇଥିଲା । ସେପଟେ ଗୋଷ୍ଠୀ କନ୍ଦଳକୁ ନେଇ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି । ଗଣ୍ଡଗୋଳ, ଦାଦାଗିରି ବନ୍ଦ ନକଲେ ମୁଁ କାର୍ଯ୍ୟକ୍ରମକୁ ଯିବି ନାହିଁ ବୋଲି କହିଛନ୍ତି ।

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ପୁଦିନା ରାଇସ୍’

ଘରକୁ କୁଣିଆ ଆସିଲେ କଣ ପ୍ରସ୍ତୁତ କରିବେ ସେ ନେଇ ଗୃହିଣୀ ମାନେ ଚିନ୍ତ୍ରାରେ ପଡି ଯାଆନ୍ତି । ଆଜି ଆମେ ଭାତ ବା ରାଇସର ଏକ ନୂଆ ରେସିପି ବିଷୟରେ କହିବୁ,ଯାହା ଅତି ଶୀଘ୍ର ଓ କମ୍ ସମୟ ମଧ୍ୟରେ ଆପଣ ବନେଇ ପାରିବେ । ଏହି ରେସିପିର ନାଁ ହେଉଛି ‘ପୁଦିନା ରାଇସ୍’ । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । More

ବିଜେପି ପରେ କଂଗ୍ରେସ ବି ନିନ୍ଦା କଲା, କହିଲା ମନ୍ତ୍ରୀଙ୍କ ବିବୃତ୍ତି ଆର୍ଥହୀନ ଓ ହାଲୁକା

ମମିତା ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିବୃତିକୁ କଂଗ୍ରେସର କଡ଼ା ସମାଲୋଚନା । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏଭଳି ବିବୃତିକୁ ରାଜ୍ୟ କଂଗ୍ରେସ ପକ୍ଷରୁ ନିନ୍ଦା କରାଯାଇଛି । More

୨୪ ଘଣ୍ଟାରେ ରାଜ୍ୟରେ ୩୭୪ ପଜିଟିଭ ଚିହ୍ନଟ; ୪ ମୃତ

ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୭୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । More

Daily Horoscope,30 Oct 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ଅକ୍ଟୋବର ମାସ ୩୦ ତାରିଖ, ଶନିବାର, ତୁଳା୧୨ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ସପ୍ତମୀତିଥି, ପୁନର୍ବସୁ ନକ୍ଷତ୍ର । ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ... More

ବଦଳିବ ଛତ୍ରବଜାରର ସ୍ୱରୂପ; ରାସ୍ତାରେ ନୁହେଁ ବରଂ ପେଣ୍ତାଲରେ ବିକିବେ ପରିବା

ସ୍ମାର୍ଟ ସ୍କୁଲ, ସ୍ମାର୍ଟ ପୋଖରୀ, ସ୍ମାର୍ଟ ରୋଡ ପରେ ଏବେ ସ୍ମାର୍ଟ ହାଟ ପାଇଁ ସିଲଭର ସିଟି କଟକରେ ଚାଲିଛି ଯୋଜନା । କଟକର ପରିଚୟ ଛତ୍ରବଜାର ପରିବା ମାର୍କେଟ ସ୍ମାର୍ଟ ହେବାକୁ ଯାଉଛି । ଦୀର୍ଘ ବର୍ଷର ପୁରୁଣା, ପୁତି ଗନ୍ଧମୟ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଥିବା ଛତ୍ରବଜାରର ସ୍ୱରୂପ ବଦଳିବାକୁ ଯାଉଛି । More

ବିଦେଶରେ ପୁଣି ଫଣା ଟେକିଲାଣି ମହାମାରୀ ! ଦୀପାବଳିରେ ବି ଲାଗିଲା କଟକଣା..

ଦୁର୍ଗାପୂଜା ପରେ ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା । ତେବେ ବିଶ୍ୱବ୍ୟାପୀ ସଂକ୍ରମଣ ହଠାତ୍ ବଢିଯିବା ପରେ ଦେଶରେ ବି ଛନକା । ତେଣୁ ଦଶହରା ପରି ଦୀପାବଳିରେ ବି କୋଭିଡ୍ ନିୟମର କଡ଼ା ଅନୁପାଳନ ଲାଗି ରାଜ୍ୟମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । More

ସକାଳୁ ସକାଳୁ ଡ୍ରାଇଭରଙ୍କ ରଣହୁଙ୍କର, ଆନ୍ଦୋଳନକାରୀଙ୍କୁ ଦେଖି ପୋଲିସ ଆକ୍ତାମାକ୍ତା..!

୧୦ ଦଫା ଦାବି ନେଇ ରାଜଧାନୀରେ ରାଜ୍ୟ ଡ୍ରାଇଭର ମହାସଂଘର ରଣହୁଙ୍କାର । ବିିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର ଡ୍ରାଇଭର ଆଜି ଶାନ୍ତି ପଦଯାତ୍ରା ସହ ବଡ଼ ଧରଣର ଆନ୍ଦୋଳନ କରି ନିଜ ସମସ୍ୟା ଓ ଦାବି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । More

ଗୋବିନ୍ଦଙ୍କ ଗୋଲକଧନ୍ଧା ଭିତରେ ମମିତା ହତ୍ୟାର ଗୁମର ଫିଟିବ କେବେ ? ନିଇତି ଆସୁଛି ନୂଆ କାହାଣୀ..

ଗୋବିନ୍ଦଙ୍କ ଗୋଲକଧନ୍ଧା ଭିତରେ ମମିତା ହତ୍ୟାର ଗୁମର ଫିଟିବ କେବେ ? ନିଇତି ନୂଆ କାହାଣୀ ଆସୁଛି ସାମ୍ନାକୁ । ବରିଷ୍ଠ ନେତା ବିଜୟ ମହାପାତ୍ର ଓ ନରସିଂହ ମିଶ୍ରଙ୍କ ମନ୍ତବ୍ୟ ପରେ ଏବେ ଚର୍ଚ୍ଚାରେ ମନ୍ତ୍ରୀଙ୍କ ରାୟପୁର ଘର । More

ମନ୍ତ୍ରୀଙ୍କୁ ଗିରଫ ଦାବିରେ ଅଟଳ ବିରୋଧୀ, କାର୍ଯ୍ୟାନୁଷ୍ଠାନ ନହେଲେ ବଢିବ ଆନ୍ଦୋଳନ !

ମମିତା ମେହେର ହତ୍ୟା ମାମଲାରେ ପୋଲିସ କହୁଛି ମନଗଢ଼ା କାହାଣୀ। ପୁରା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ବି ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାରକୁ ଭେଟିଥିବା ବିଜେପି ମହିଳା ମୋର୍ଚ୍ଚା More

୨୧ ଦିନ ହେବ ଗାତରେ ଲୁଚିଥିଲେ, ଏବେ ବାହାରିଲେ ମନ୍ତ୍ରୀ: ଲେଖାଶ୍ରୀ

ମମିତା ହତ୍ୟା ମାମଲାରେ ପ୍ରେସ୍ ବିବୃତି ପରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୀବ୍ର ସମାଲୋଚନା କଲା ବିଜେପି ।ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀ କରି ସିଧାସଳଖ ଟାର୍ଗେଟ କରିବା ସହ କହିଛନ୍ତି ମନ୍ତ୍ରୀଙ୍କ ବିବୃତି, ତଦନ୍ତକୁ ବାଟବଣା କରି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି More