ସଂକ୍ଷେପରେ ଆଜିର ତାଜା ଖବର - Thursday, 28 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଚାକିରୀ କନେଷ୍ଟବଳର, କିନ୍ତୁ ସଂପତ୍ତି କୋଟି କୋଟିର ! ବିଭିନ୍ନ ସ୍ଥାନରେ ଦାମୀ ଫ୍ଲାଟ୍‌ ଓ ବିଲ୍ଡିଂ

ଚାକିରୀ କନେଷ୍ଟବଳର, କିନ୍ତୁ ସଂପତ୍ତି କୋଟି କୋଟିର । ମନୀଷ ଅନୁରାଗ ହତ୍ୟା ମାମଲାରେ ବହିଷ୍କୃତ ପୋଲିସ କନଷ୍ଟେବଳ ପ୍ରସନ୍ନ ବେହେରା ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କର ଅମାପ ସଂପତ୍ତି ଏବେ ପଦାକୁ ଆସିବାରେ ଲାଗିଛି । More

ହଠାତ୍‌ ସହର ସାରା ଉଡ଼ିଲା ପାଉଁଶ, ଲୋକେ ନିଶ୍ୱାସ ବି ନେଇ ପାରିଲେନି

ସମ୍ବଲପୁର ଠେଲକୋଲିରେ ଥିବା JSW-ଭୂଷଣ କାରଖାନାର ପ୍ରଦୂଷଣରେ ଆକ୍ତାମାକ୍ତା ସ୍ଥାନୀୟ ବାସିନ୍ଦା । ଗତକାଲି ସଂଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ହୋଇଥିଲା ପାଉଁଶ ଝଡ଼ । More

କଳ୍ପନାଜଳ୍ପନାର ଅନ୍ତ, ନଭେମ୍ବର ୬ରେ ବିଜେଡ଼ିରେ ମିଶିବେ ପ୍ରଦୀପ ମାଝୀ

ଅପେକ୍ଷାର ହେଲା ଅନ୍ତ। ଆସନ୍ତା ନଭେମ୍ବର ୬ ତାରିଖରେ ବିଜେଡ଼ିରେ ମିଶିବେ ପୂର୍ବଚନ କଂଗ୍ରେସର ନେତା ପ୍ରଦୀପ ମାଝି। ନବରଙ୍ଗପୁରରେ ଏକ ମିଶ୍ରଣ ପର୍ବରେ ସେ ବିଜେଡ଼ିରେ ସାମିଲ ହେବା ନେଇ ସ୍ପଷ୍ଟ ହୋଇଛି। More

ବ୍ରିଜ୍‌ ଉପରେ ମୋବାଇଲ, ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ

କଟକ ମୁଣ୍ଡଳୀ ବ୍ରିଜ ଉପରେ ସ୍କୁଟି ଓ ମୋବାଇଲ୍‌ ରଖି ମହାନଦୀକୁ ଡେଇଁଲେ ଯୁବକ । ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ । କାରଣ ଅସ୍ପଷ୍ଟ ରହିଛି । ମହାନଦୀକୁ ଡେଇଁଥିବା ଯୁବକଙ୍କ ଘର ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ମହାନଦୀର ମୁଣ୍ଡଳୀ ବ୍ରିଜ୍‌ଟି ସବୁବେଳେ ବ୍ୟସ୍ତବହୁଳ ରହିଥାଏ। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ହଠାତ୍‌ ଜଣେ ଯୁବକ ବ୍ରିଜ୍‌ ଉପରେ ସ୍କୁଟି, ହେଲ୍‌ମେଟ ଓ ମୋବାଇଲ ରଖି ମହାନଦୀକୁ ଡେଇଁ ପଡ଼ିଥିଲେ । ଯୁବକଙ୍କ ଗାଡ଼ି ନମ୍ୱର(OD-07P-1286) । ତାଙ୍କର ବର୍ତ୍ତମାନ ସୁଦ୍ଧା ପତ୍ତା ମିଳିନାହିଁ । 

ସ୍ଥାନୀୟ ଲୋକେ ଏନେଇ ବାରଙ୍ଗ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ୍‌ ଯାଞ୍ଚ କରିଥିଲେ। ମୋବାଇଲ୍‌ରୁ ପରିବାର ଲୋକଙ୍କ ସମ୍ପର୍କରେ ସୂଚନା ପାଇଥିଲେ। ପରେ ପରିବାର ଲୋକଙ୍କୁ ଫୋନ୍‌ କରି ପୂରା ଘଟଣା କହିଥିଲେ।ମହାନଦୀକୁ ଡେଇଁଥିବା ଯୁବକଙ୍କ ଘର ଭୁବନେଶ୍ୱରରେ ହୋଇଥିବା ସ୍ପଷ୍ଟ ହୋଇଛି। ମାତ୍ର କେଉଁ କାରଣରୁ ଯୁବକ ଜଣକ ପାଣିକୁ ଡେଇଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

୧୦ ବର୍ଷ ଧରି ମାଗଣାରେ ଖଟିଲେ, ଚାକିରି ବେଳକୁ ବାହାର କରିଦେଲେ

ଆଖିରେ ଧାରଧାର ଲୁହ, ଆଉ ଗୋଟିଏ ହିଁ କଥା କହୁଛି ମୋ କଥା ନାଁ ପ୍ରଶାସନ ଶୁଣିଲା, ନାଁ ସରକାର, ମୋତେ ଗୋଟିଏ କାମକର, ଗୁଳିମାରି ହତ୍ୟା କରିଦିଅ ନହେଲେ ମୁଁ ନିଜେ ଏଇଠି ଆତ୍ମହତ୍ୟା କରିଦେବି। More

କେମିତି ଦଣ୍ଡ ପାଇବ ଦୋଷୀ? ପଦକ୍ଷେପ ନିଅନ୍ତୁ ମୁଖ୍ୟମନ୍ତ୍ରୀ

ମମିତା ମାମଲାରେ ନରସିଂହ ମିଶ୍ର ଖୋଲିଦେଲେ ଗୁମର । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ମୁହଁ ଖୋଲିଲେ ନରସିଂହ । ମମିତା-ଗୋବିନ୍ଦ ମଧ୍ୟରେ ବୁଝାମଣା ନେଇ ମନ୍ତ୍ରୀ ଉଦ୍ୟମ କରିଥିଲେ ବୋଲି ସଙ୍ଗୀନ ଅଭିଯୋଗ କଲେ ମରସିଂହ More

ନବୀନ ନିବାସ ଓ ଲୋକସେବା ଭବନ କେମିତି ଯାଉଥିଲେ ଗୋବିନ୍ଦ ସାହୁ?

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଉଠୁଛୁ ପଡ଼ୁଛି ରାଜ୍ୟ। ଗୋବିନ୍ଦ ସାହୁଙ୍କ ଗିରଫ ହେବା ପରେ ଥମିନାହିଁ ରାଜନୀତି। ମୁଖ୍ୟ ଅଭିଯୁକ୍ତଙ୍କ ସହ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବିରେ ଅଟଳ ବିରୋଧୀ। More

ଘରେ ମାଡ଼ିଗଲା ପାଉଁଶର ଆସ୍ତରଣ, ଦୂର ବାଟ ଦିଶିଲାନି

JSW-ଭୂଷଣ କମ୍ପାନିର ଧଳା ପାଉଁଶ ଯୋଗୁଁ ଲୋକଙ୍କ ଘରେ ଏଭଳି ପାଉଁଶର ମୋଟା ଆସ୍ତରଣ ଦେଖାଦେଇଛି। ସ୍ଥାନୀୟ ଆର୍‌ଆର୍‌ କଲୋନୀ ଓ ଆଖପାଖ ଅଞ୍ଚଳରେ ଏହା ମାଡ଼ି ଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛିା More

“୯୦ ଦିନ ମଧ୍ୟରେ ଦଣ୍ଡ ପାଉ ଦୋଷୀ, ନାଭିରେ ତେଲ ମାରି ଶୋଇଛନ୍ତି ରାଜ୍ୟ ସରକାର”

ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସ ପ୍ରେସମିଟ୍ କରିଛି । ପ୍ରେସମିଟ୍‌ରେ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ରଣଦୀପ ସୂର୍ଯେୱାଲା । ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହୁଛନ୍ତି ? ସରକାରଙ୍କୁ କିଭଳି ନିଦ ହେଉଛି ? More

ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ନିରବଦ୍ରଷ୍ଟା ପାଲଟିଛି ପ୍ରଶାସନ

ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ଏବେ ବି ଏଭଳି ଗାଁ ଅଛି ଯେଉଁଠି ବିଦ୍ୟୁତ୍‌ ଓ ରାସ୍ତା ସଂଯୋଗୀକରଣ ସେବା ସାତସପନ ପରି । ଗାଁରେ ସରକାରୀ ସୁବିଧା ନ ପହଁଚିଥିବା ଯୋଗୁଁ ଅନେକ ଗ୍ରାମବାସୀ ପରିବାର ସହ ଗାଁ ଛାଡିଦେଲେଣି । ତଥାପି ଏଠି ପ୍ରଶାସନ ନିରବଦ୍ରଷ୍ଟା । ଏହିଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡଠାରୁ ମାତ୍ର ୮ କିମି ଦୂରରେ ଅବସ୍ଥିତ ତୈଲାସାହି ଗାଁରେ ... More

ମମିତାଙ୍କୁ ନ୍ୟାୟ ଦେବାକୁ କଳା କୋଟ୍‌ ପିନ୍ଧିବି: ନରସିଂହ

ତୁରନ୍ତ ଅପରାଧିକ ଦଫା ୧୨୦-B ଲଗାଯାଇ ମନ୍ତ୍ରୀଙ୍କୁ ବହିଷ୍କାର କରାଯାଉ। ୯୦ ଦିନ ଭିତରେ SIT ଦ୍ୱାରା ତଦନ୍ତ କରାଯାଇ ପୀଡ଼ିତାଙ୍କୁ ନ୍ୟାୟ ଦିଆଯାଉ। ପୀଡ଼ିତାଙ୍କ ପରିବାରକୁ କୋଟିଏ ଟଙ୍କା ଅନୁକମ୍ପା ରାଶି ଦେବାକୁ କଂଗ୍ରେସ ଦାବି କରିଛି।  More

ମୁମ୍ବାଇ ଡ୍ରଗ୍ସ କ୍ରୁଜ ମାମଲା: ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଶୁଣାଣି

ମୁମ୍ବାଇ ଡ୍ରଗ୍ସ କ୍ରୁଜ ମାମଲା: ବମ୍ବେ ହାଇକୋର୍ଟରେ ଆର୍ୟନଙ୍କ ଜାମିନ ଶୁଣାଣି । ଅର୍ୟନଙ୍କ ପାଇଁ ପକ୍ଷ ରଖୁଛନ୍ତି ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ।

କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ମୂର୍ତ୍ତି କାମ ଜୋରସୋରରେ ଆଗେଇ ଚାଲିଛି

ଆଗକୁ ଆସୁଛି କାଳୀପୂଜା । କଟକ ସହରର ବିଭିନ୍ନ ପୂଜା ମଣ୍ଡପରେ ମୂର୍ତ୍ତି କାମ ଜୋରସୋରରେ ଆଗେଇ ଚାଲିଛି । ଦୋମାଟିଆ କାର୍ଯ୍ୟ ଚାଲିଥିବା ବେଳେ ଏବେ ମୁଖା ଲଗାଯାଉଛି । କାଳୀପୂଜା ପାଇଁ ଦିନ କେଇଟା ବାକି ଥିବାରୁ କାରିଗରଙ୍କ ହାତକୁ ଫୁରସତ ନାହିଁ । ଲକ୍ଷ୍ମୀ ପୂଜା ପରେ ନଡାବନ୍ଧା ଓ ଏକମାଟିଆ କରାଯାଇ ମୁଖା ଲଗାଯାଇଥାଏ । ଏହାପରେ ଦୋମାଟିଆ କରାଯାଇ ଖଡି ଚଢ଼ାଇବା ପରେ ରଙ୍ଗ କାମ ଆରମ୍ଭ ହେବ । ଶେଷରେ ମାଆଙ୍କୁ ବସ୍ତ୍ର ଓ ଆଭୂଷଣ ପିନ୍ଧାଯିବ । 

ଗତକାଲିଠୁ ଅହୋରାତ୍ର ଧାରଣାରେ ବସିଛନ୍ତି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ

ଗତକାଲିଠୁ ଅହୋରାତ୍ର ଧାରଣାରେ ବସିଛନ୍ତି ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ । ଭୁବନେଶ୍ୱର ଲୋୟର ପିଏମଜିରେ ସଂଘର ଶତାଧିକ ଯୁବକ ଯୁବତୀ ଗତକାଲିଠୁ ଧାରଣାରେ ବସିଛନ୍ତି । ରାଜ୍ୟରେ ଖାଲି ପଡିଥିବା କନିଷ୍ଠ ଶିକ୍ଷକ ପଦବୀରେ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ, ରାଜ୍ୟରେ ୨୦ ହଜାରରୁ ଉର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ୨୦୧୬ ଡିସେମ୍ଭର ପରଠୁ ଆଉ ନିଯୁକ୍ତି ପ୍ରକାଶ ପାଇନି । ପ୍ରାୟ ୭୫ ହଜାରରୁ ଅଧିକ ଆଶାୟୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି । ତେଣୁ ସରକାର ଯଥାଶୀଘ୍ର ଏହି ପଦବୀ ଗୁଡ଼ିକ ପୂରଣ କରିବାକୁ ଦାବି କରିଛି ସଂଘ । ତାସହ ବୟସସୀମା ୩୨ ରୁ ୪୨କୁ ବୃଦ୍ଧି କରିବାକୁ ବି ଦାବି ହୋଇଛି । ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଛି । ସେପଟେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଭାଙ୍ଗିଲା ଘାଇ, ଭାସିଲା ଚାଷ ଜମି

ଭାଙ୍ଗିଲା ଘାଇ, ଭାସିଲା ଚାଷ ଜମି। କଳାହାଣ୍ଡି କଲମପୁର ପାଜେନ୍ ନିକଟରେ ଇନ୍ଦ୍ରାବତୀର ଦକ୍ଷିଣ ମୁଖ୍ୟ କେନାଲରେ ଘାଇ ସୃଷ୍ଟି ହୋଇଛି। ଫଳରେ ଶହ ଶହ ଏକର ଚାଷ ଜମିରେ ମାଡ଼ି ଯାଇଛି ପାଣି। ୧୦ ମିଟର ଲମ୍ବା ଘାଇ ସୃଷ୍ଟି ହୋଇଥିବା ଯୋଗୁ ବହୁ ପରିମାଣରେ ପାଣି ଚାଷ ଜମି ଭିତରକୁ ପଶୁଛି। ଫଳରେ ଏବେ ଚିନ୍ତାରେ ପଡ଼ିଛନ୍ତି ଚାଷୀ। 

‘ପିଅନ ଠାରୁ ମନ୍ତ୍ରୀ ଯିଏ ସମ୍ପୃକ୍ତ ଥିବେ ସମସ୍ତେ ଫାଶି ପାଆନ୍ତୁ’

‘ଯିଏ ବି ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ। ପିଅନ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଫାଶି ଦିଆଯାଉ’ ବୋଲି ମମିତାଙ୍କ ବାପା କହିଛନ୍ତି।  More

ଲଗାମ ଛଡା ତେଲ ଦର; ହନ୍ତସନ୍ତ ହେଲେଣି ଜନତା

ବୋଲ ମାନୁନି ତେଲ ଦର । ପ୍ରତିଦିନ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ୍ ଦର । ମାଲକାନଗିରିରେ ପେଟ୍ରୋଲ ଦର ରାଜ୍ୟରେ ସବୁଠୁ ମହଙ୍ଗା । ମାଲକାନଗିରିରେ ପେଟ୍ରୋଲ ଦର ୧୧୪.୮୪ ପଇସା ରହିଥିବା ବେଳେ ଡିଜେଲ୍ ଦର ୧୧୧ ଟଙ୍କା ଉପରେ ରହିଛି । ସେହିଭଳି କାଳିମେଲାରେ ସବୁ ରେକର୍ଡ ଭାଙ୍ଗିଛି ତେଲ ଦର । ୧୧୫ ଟଙ୍କା ୮୭ ପଇସାରେ ତେଲ ବିକ୍ରି ହେଉଛି ପେଟ୍ରୋଲ । More

ଘର ସୁନ୍ଦରଗଡ଼, ସ୍ୱପ୍ନ ବଲିଉଡ଼୍ : ଯୁବ ସଙ୍ଗୀତଜ୍ଞ ବର୍ଗରେ ଇନ୍ଟରନ୍ୟାସନାଲ ବୁକ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ସୁନ୍ଦରଗଡ ଯୁବକ

ସୁନ୍ଦରଗଡ ଯୁବକ ଚର୍ଚ୍ଚିତ କୁମାର ।  ବନଦୁର୍ଗା କଲୋନୀ ଶଙ୍କରାର ନିବାସୀ ଲମ୍ବୋଦର ବୁଡାଙ୍କର ସାନ ପୁଅ । ଛୋଟ ବେଳୁ ସଙ୍ଗୀତ ପ୍ରତି ତାଙ୍କର ରୁଚି ରହିଥିଲା । ଷଷ୍ଠ ଶ୍ରେଣୀରେ ପାଠପଢିଲା ବେଳୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ । ଏବଂ ଦଶମ ଶ୍ରେଣୀ ବେଳକୁ ଷ୍ଟେଜ ପ୍ରୋଗ୍ରାମ ସବୁ କରୁଥିଲେ । ଧୀରେ ଧୀରେ ଗୀତ କମ୍ପୋଜ କରିବା ଆଡକୁ ମନବଳାଇଲା ପରେ ଆଜି ସେ ଏହି ସଫଳତା ପାଇ ପାରିଛନ୍ତି । More

ଏ ଯୁଗର ଗୁରୁ ଦ୍ରୋଣ : ମାଗଣାରେ ଖେଳ ପ୍ରଶିକ୍ଷଣ ଦେଉଛନ୍ତି ହାରୁନ ଖାଁ

ପେଶାରେ ଓକିଲ ନିଶା ଖେଳ ପ୍ରଶିକ୍ଷଣ । ସମସ୍ତଙ୍କ ପ୍ରିୟ ରେଢାଖୋଲର ହାରୁନ ପାପା । ପିଲାଟି ଦିନରୁ ଖେଳ ପ୍ରତି ଥିଲା ଅହେତୁକ ରୁଚି । ଆନ୍ତର୍ଜାତିକ ସ୍ତରରେ ନିଜକୁ ଦେଖିବାର ସ୍ୱପ୍ନ ଦେଖିଥିଲେ, ହେଲେ ତାଙ୍କର ସ୍ୱପ୍ନ ପୂରଣ ହୋଇପାରିଲାନି More

ବହିଷ୍କୃତ କନଷ୍ଟେବଲ ପ୍ରସନ୍ନଙ୍କ କୋଟି କୋଟି ସମ୍ପତ୍ତି

ବହିଷ୍କୃତ କନେଷ୍ଟବଲ୍ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଭିଜିଲାନ୍ସ ହାତରେ ଲାଗିଛି ପ୍ରସନ୍ନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଡୁମଡୁମାରେ ଥିବା ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ ରୁମ୍‌ର ମୂଲ୍ୟ ହେଉଛି କୋଟି କୋଟି ଟଙ୍କା। More

ଚାହିଦା ନାହିଁ ! ଦୀପ ବ୍ୟବସାୟ ମାନ୍ଦା, ଚିନ୍ତାରେ କାରିଗର

ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନେଟଙ୍ଗା ଗାଁ । ଏଠାରେ ୧୦୦ରୁ ଅଧିକ କୁମ୍ଭାର ପରିବାର ରହୁଛନ୍ତି । ସେମାନେ କାହିଁ କେତେ ବର୍ଷରୁ ମାଟିରେ ତିଆରି ବିଭିନ୍ନ ସାମଗ୍ରୀ ତିଆରି କରି ବିକ୍ରି କରି ଆସୁଛନ୍ତି । ସେଥିରେ ଯାହା ରୋଜଗାର ହୁଏ ପରିବାର ଚାଲେ । କିନ୍ତୁ ଏବେ ଆଧୁନିକ ଯୁଗରେ ମାଟି ସାମଗ୍ରୀର ଚାହିଦା କମିଥିବାରୁ ଅନେକ ପରିବାର ନିଜ କୂଳବେଉସା ଛାଡ଼ି ଅନ୍ୟପନ୍ଥା ଆପଣେଇଲେଣି More

ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌

ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି। More

କଟକରେ ଆରମ୍ଭ ହେଲା ଇ-ଟଏଲେଟ୍ : ମାତ୍ର ୧ ଟଙ୍କାରେ ମିଳିବ ସୁବିଧା

କଟକରେ ପ୍ରଥମ ଥର ଲାଗି ଆରମ୍ଭ ହେଲା ଇ-ଟଏଲେଟ୍ ବ୍ୟବସ୍ଥା । କଟକ ମହାନଗର ନିଗମର ସହଯୋଗରେ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି । ଏକ ସଙ୍ଗରେ କଟକରେ ଦୁଇଟି ସ୍ଥାନରେ ଏହି ସ୍ୱୟଂଚାଳିତ ସ୍ମାର୍ଟ ଟଇଲେଟର ସୁବିଧା ମିଳିବ । ଲୋକଙ୍କୁ ୧ ଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ More

Daily Horoscope,28 Oct 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ଅକ୍ଟୋବର ମାସ ୨୮ ତାରିଖ, ଗୁରୁବାର, ତୁଳା୧୨ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ସପ୍ତମୀତିଥି, ପୁନର୍ବସୁ ନକ୍ଷତ୍ର । ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ... More

ଚାଷୀଙ୍କ କାମରେ ଆସୁନି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି ଧାନ ଫସଲ

ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ତିଆରି ହୋଇଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ଚାଷୀଙ୍କ କାମରେ ଲାଗୁନି। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଫଳରେ ପ୍ରଭାବିତ ହୋଇଥିବା ଧାନ ଫସଲ ଏବେ ପାଣି ଅଭାବରୁ ଅଗାଡି ହେବାକୁ ବସିଲାଣି। More

ଡେଥ୍ ଜୋନ୍‌ ପାଲଟିଛି ରାସ୍ତା: ମାର୍କେଟ୍‌ ଆସିବାକୁ ବି ଭୟ କରୁଛନ୍ତି ଲୋକେ, ଗଲାଣି ଶତାଧିକ ଲୋକଙ୍କ ଜୀବନ

ମରଣଯନ୍ତା ପାଲଟିଛି ବ୍ରହ୍ମପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ। ଦୁର୍ଘଟଣା ବଢିବା ସହ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୩ ବର୍ଷ ମଧ୍ୟରେ ଗଲାଣି ଶତାଧିକ ଜୀବନ। More

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜୋରଦାର କରିବ କଂଗ୍ରେସ

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାକୁ ନେଇ ବେଫିକର ରାଜ୍ୟ ସରକାରଙ୍କ ବିରୋଧରେ ନାରା ଜୋରଦାର କରିବ କଂଗ୍ରେସ। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବ କଂଗ୍ରେସ। More

ଫାଙ୍କା ପଡିଛି ଭିଟାମାଟି : କ୍ଲବ ଘରେ ୪ ବର୍ଷ ହେବ ଦିନ କାଟୁଛନ୍ତି ପରିବାର

ଛୋଟିଆ ଘରଟିଏ । ସେଇଠି ରୋଷେଇ, ସେଇଠି ଶୁଆବସା । ଜଣେ ନୁହେଁ, ଗୋଟିଏ ପରିବାରର ଦଶ ଜଣ ସେଇଠି ଖାଉଛନ୍ତି, ପିଉଛନ୍ତି, ଶୋଉଛନ୍ତି ମଧ୍ୟ । ଘର ଖଣ୍ଡେ ନଥିବାରୁ ଏମିତି ଦହଗଂଜ ହେଉଛନ୍ତି ନୂଆପଡ଼ି ଜିଲ୍ଲା ଖଡିଆଳ ଘରଧରା ଗାଁର ଗିରି ହରିଜନ । More

ହୀରାକୁଦର ହେବ ନବକଳେବର: ମୁଖ୍ୟ ନଦୀବନ୍ଧରେ ଯୋଡ଼ିହେବ ନୂଆ ସ୍ପିଲ୍‌ୱେ

ଖୁବଶୀଘ୍ର ସ୍ପିଲୱେ ନିର୍ମାଣ ଲାଗି ଗ୍ଲୋବାଲ୍ ଟେଣ୍ଡର୍ ଡକାଯିବ ବୋଲି ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ। ଏହାର ନିର୍ମାଣ ଅବଧି ୩୦ ମାସ ଏବଂ ବ୍ୟୟ ଅଟକଳ ୬୨୪ କୋଟି ୩୧ ଲକ୍ଷ ଟଙ୍କା ରହିଛି। More

ଚୀନ ବିରୋଧରେ ଲଢିବା ପାଇଁ ଭାରତକୁ ମିଳିଲା ବଡ଼ ଅସ୍ତ୍ର

ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ର ଡିଆରଡିଓ ୨୦୦୮ରୁ ବିକଶିତ କରିବା ଆରମ୍ଭ କରିଥିଲା। ୨୦୧୨ରେ ଅଗ୍ନି-୫ର ପ୍ରଥମ ପରୀକ୍ଷଣ ହୋଇଥିଲା। ମିସାଇଲ୍‌ଟି ସଂପୂର୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି। More

ଭାଲୁ ସହ ମଜା ମହଙ୍ଗା ପଡ଼ିଲା: ହସ୍ପିଟାଲରେ ଭର୍ତ୍ତି ହେଲେ ଗାଇଡ୍

ନନ୍ଦନକାନନରେ ପୁଣି ଅଘଟଣ ଘଟିଛି। କିଛି ଦିନ ତଳେ ଟୟ ଟ୍ରେନ୍‌ ନିଆଁ ଲାଗିଯାଇଥିଲା। ଭୟରେ ଟ୍ରେନ୍‌ରେ ଥିବା ଯାତ୍ରୀ ଡେଇଁପଡ଼ିଥିଲେ। More

ପ୍ରମୋଦ ଭଗତଙ୍କ ନାଁ ଖେଳରତ୍ନ ପାଇଁ ସୁପାରିସ

୨୦୨୧ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଁ ୧୧ ଜଣଙ୍କ ନାଁ ସୁପାରିସ କରାଯାଇଛି। ଅର୍ଜୁନ ପୁରସ୍କାର ପାଇଁ ୩୫ ଜଣ ଖେଳାଳିଙ୍କ ନାଁ ସୁପାରିସ ହୋଇଛି।  More

ଡ଼ିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା କୈଫ୍‌? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ…

ବିବାହ କରିବେ ବଲିଉଡ଼୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌? କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ମଧ୍ୟରେ ବଢୁଥିବା ନିବିଡ଼ିତାକୁ ନେଇ ଏବେ ବଢୁଛି ଚର୍ଚ୍ଚା। ତେବେ ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବା ପରେ ବଲିଉଡ଼୍‌ରେ ଗସିପ୍‌ ଆରମ୍ଭ ହୋଇଯାଇଛି। More