ସଂକ୍ଷେପରେ ଆଜିର ତାଜା ଖବର - Tuesday, 26 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମମିତା ହତ୍ୟା ମାମଲା: ସନ୍ଦେହରେ ପୋଲିସ ଭୂମିକା କହିଲେ ପୂର୍ବତନ ପୋଲିସ ଡିଜି

ବଲାଙ୍ଗିର ପୋଲିସ ଓ ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ମଧ୍ୟରେ ରହିଛି ମଧୂଚନ୍ଦ୍ରିକା । ମମିତାଙ୍କ ପରିବାରକୁ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । More

ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ

ଦାବି ପୂରଣ କର, ନହେଲେ ୧୬ରୁ ବସ୍ ବନ୍ଦ । ଆଜି ରାଜ୍ୟ ସରକାରଙ୍କୁ ଏମିତି ଚରମବାଣୀ ଶୁଣାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । More

ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସର ହଲ୍ଲାବୋଲ; ନବୀନ ନିବାସ ଘେରାଉ, ଖୋର୍ଦ୍ଧାରେ ବିରାଟ ଶୋଭାଯାତ୍ରା

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ । ଆଉ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଗଲା କିଛି ଦିନ ଧରି ଏ ଦାବି ନେଇ ବିରୋଧୀ ରଣହୁଙ୍କାର ଦେଇ ଆସୁଥିବା ବେଳେ ଆଜି ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ପ୍ରତିବାଦକୁ ଆହୁରି ଜୋରଦାର କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । More

ପାରମିତା ଶତପଥୀଙ୍କୁ ଶାରଳା ପୁରସ୍କାର, ଜଗଦୀଶ କାନୁନଗୋଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ

ବିଶିଷ୍ଟ କଥାକାର ପାରମିତା ଶତପଥୀ ପାଇଲେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ଇମ୍ଫା କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ୪୨ତମ ଶାରଳା ପୁରସ୍କାର ଉତ୍ସବରେ ତାଙ୍କୁ ସମାନ୍ନୀତ କରାଯାଇଛି । More

ଶାସକ ଦଳର କେତେ ବିଧାୟକଙ୍କ ପାଖରେ ଅଛି ଆୟ ବହିର୍ଭୁତ ସଂପତ୍ତି?

ପୁଣି ଥରେ ନିଜ ସଂପାଦକୀୟ ଲେଖାରେ ବିଜେଡି ଓ ରାଜ୍ୟ ସରକାରକୁ ନିଶାନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପଦ୍ଧତିକୁ ନେଇ ଏଥର ପ୍ରଶ୍ନ ଉଠାଇଛନ୍ତି ସୌମ୍ୟ More

ଯହୁଁ ଦିନ ଗଡୁଛି, ଜହ୍ଲାଦ ପାପ ପେଡ଼ି ସେତିକି ଖୋଲୁଛି : ନିଜକୁ ବଞ୍ଚାଇବାକୁ ଗୋବିନ୍ଦ କେମିତି କରିଥିଲା କାରସାଦି?

ମମିତା ମେହେରଙ୍କୁ ହତ୍ୟା ପରେ ନିଜ ପାପ ଲୁଚାଇବାକୁ କିଛି କମ୍ କାରସାଦି କରିନଥିଲା ଜହ୍ଲାଦ ଗୋବିନ୍ଦ ସାହୁ । ଏମିତିକି ମମିତାଙ୍କ ନିଖୋଜ ଏତଲା ନିଜେ ଲେଖାଇ, ପରେ ପୋଲିସକୁ କହି ତାକୁ ଫେରାଇବାର ଚକ୍ରାନ୍ତ ବି କରିଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ମମିତାଙ୍କ ବାପା । More

ବିଧାୟକଙ୍କୁ ଅପମାନ, ଉଦ୍‌ଘାଟନ୍ କରିବାକୁ ଯାଇ ନିରାଶ ହେଲେ ! ପ୍ରଶାସନ ତାଡ଼ିନେଲା ଫଳକ

ଗଞ୍ଜାମ ଟାଇଗର କୁହାଯାଉଥିବା ସାନଖେମୁଣ୍ଡି ବିଧାୟକଙ୍କୁ ଅପମାନ । ପାଣି ଟାଙ୍ଗି ଉଦ୍‌ଘାଟନ କରିବାକୁ ଯାଇଥିଲେ । ହେଲେ ନିରାଶ ହୋଇ ଫେରିଲେ । କାରଣ ପ୍ରଶାସନ ତାଡ଼ି ନେଇଥିଲେ ଉଦ୍‌ଘାଟନ ଫଳକ । More

ଧଳା ଚାଦର ପରି ଘୋଡାଇ ରଖିଛି ସକାଳୁଆ କୁହୁଡି : ଶୀତର ପହିଲି ସ୍ପର୍ଶରେ ପୁଲକିତ କନ୍ଧମାଳବାସୀ

ରାଜ୍ୟରୁ ସମ୍ପୂର୍ଣ ଭାବେ ମୌସୁମୀ ଚାଲିଯିବା ପରେ ବର୍ତ୍ତମାନ କନ୍ଧମାଳ ଜିଲ୍ଲାକୁ ଶୀତ ଛୁଇଁଛି । ତାପମାତ୍ରା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଶୀତ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ସେଲସିଅସ ତଳେ ଥିବାବେଳେ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳୁଛି । More

ଥମୁନି ମମିତା ନିଆଁ, ନବୀନ ନିବାସ ଆଗରେ ନାକେଦମ କଲା ଛାତ୍ର କଂଗ୍ରେସ

ସାରା ରାଜ୍ୟରେ ଏବେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ନିଆଁ ଜଳୁଛି । ଏଥିରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେବା ପରେ ବିରୋଧୀ ସାରା ରାଜ୍ୟରେ ବିକ୍ଷୋଭ ଆରମ୍ଭ କରିଦେଇଛନ୍ତି । More

ବର ଗଛ ସହିତ ଓସ୍ତ ଗଛର ବାହାଘର : କେଉଁଠି ଓ କାହିଁକି ?

ଗଛ ସହିତ ଗଛର ବିବାହ । ବରଗଛ ସହିତ ଓସ୍ତଗଛର ନିଆରା ବିବାହ ହୋଇଛି । କେହି କେହି ଆଗରୁ ଦେଖିଥିବେ ଏପରି ବିବାହ More

ସରକାରଙ୍କୁ ଚେତାବନୀ ! ତେଲ ଦର ନକମିଲେ ଗଡ଼ିବନି ଗାଡ଼ି..

ତେଲ ଦର କମାଅ, ନହଲେ ପରିଣାମ ଭୟଙ୍କର ହେବ । ଏଭଳି ଚରମବାଣୀ ଶୁଣାଇଛନ୍ତି ଘରୋଇ ବସ୍ ମାଲିକ ସଂଘ । ସିଧାସଳଖ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ୧୫ ତାରିଖ ଯାଏଁ ସମୟ ଦେଲୁ ତେଲ ଦର କମାଅ ନହେଲେ ଚକା ବନ୍ଦ ହେବ ।  More

ମାଛ କରିଦେଲା କୋଟିପତି, ଦାମ୍‌ ଜାଣିଲେ ଉଡ଼ିଯିବ ହୋସ୍

ମାଛର ଦାମ୍‌ କୋଟିଏ ଟଙ୍କା। ହୁଏତ ଏହି କଥା ଶୁଣିବା ପରେ ଆପଣ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ପୂରା ସତ। ବାହାର ନୁହେଁ ବରଂ ଆମ ରାଜ୍ୟ ଓଡ଼ିଶାରେ ଏହି ମାଛ ଧରାପଡ଼ିଛି। ବାଲେଶ୍ୱରର ଜଳେଶ୍ୱର ନିକଟରେ ଏହି ମାଛକୁ ଧରାଯାଇଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ, ଦିଘାରେ ଏକ କୋଟି ଟଙ୍କା ମୂଲ୍ୟର ତେଲିଆ ଭୋଲା ମାଛ ଧରାପଡ଼ିଛି। More

’ ବିଜେଡି ସରକାର ଥିବା ପର୍ଯ୍ୟନ୍ତ ରାଜ୍ୟରେ ମହିଳା ସୁରକ୍ଷିତ ନୁହେଁ କହିଥିଲେ, ହେଲେ ରାତାରାତି ରଙ୍ଗ ବଦଳାଇଲେ . . . .

କଥା ହେବାର ୨୪ ଘଣ୍ଟା ମଧ୍ୟରେ ରଙ୍ଗ ବଦଳାଇଲେ ପ୍ରଦୀପ ମାଝୀ । ଓଡ଼ିଶାରେ କଂଗ୍ରେସ ବ୍ୟାପାର ନେଇ ପ୍ରଭାରୀ ଚେଲା କୁମାର ପ୍ରତିକ୍ରିୟା ରଖିଛନ୍ତି । ବିଜେଡି ସରକାର ଥିବା ପର୍ଯ୍ୟନ୍ତ ରାଜ୍ୟରେ ମହିଳା ସୁରକ୍ଷିତ ନୁହେଁ ବୋଲି କହିଥିଲେ ପ୍ରଦୀପ । More

ନବୀନଙ୍କ ବଡ଼ ନିଷ୍ପତ୍ତି: ପ୍ରତି ପୋଲିସ୍‌ ଜିଲ୍ଲାରେ ଶିଶୁଙ୍କ ପାଇଁ ରହିବ ସ୍ୱତନ୍ତ୍ର ଥାନା

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି। ଏଣିକି ଶିଶୁଙ୍କ ପାଇଁ ରହିବ ସ୍ୱତନ୍ତ୍ର ଥାନା। ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। More

ଧଳା ଜହର କବଜାରେ କାମାକ୍ଷାନଗର

ଧଳା ଜହର କବଜାରେ କାମାକ୍ଷାନଗର। ଅବକାରୀ ବିଭାଗ ଚଢାଉ କରି ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ପାତ୍ର। ତାଙ୍କ ଘର କାମାକ୍ଷାନଗରରେ ବୋଲି ସୂଚନା ମିଳିଛି। ଦେବେନ୍ଦ୍ରଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ସେ ଦୀର୍ଘ ଦିନ ହେବ କାମାକ୍ଷାନଗର ଅଂଚଳରେ ବ୍ରାଉନସୁଗର ବେପାର କରୁଥିବା ଅଭିଯୋଗ ଥିଲା। ଏହି ପଛରେ ଏକ ବଡ଼ ବ୍ରାଉନସୁଗର ରାକେଟ କାମ କରୁଥିବା ସୂଚନା ପାଇଛି ତଦନ୍ତକାରୀ ସଂସ୍ଥା।

ହାଇକୋର୍ଟଙ୍କ ରାୟ: ୨୦୦୬ ଓଡ଼ିଶା ସିଭିଲ୍ ସର୍ଭିସ୍‌ ପରୀକ୍ଷାର ୩୭୮ ଜଣଙ୍କ ନିଯୁକ୍ତି ବୈଧ

୨୦୦୬ ଓଡ଼ିଶା ପ୍ରଶାସନିକ ସେବା ନିଯୁକ୍ତି ବିବାଦ ମାମଲାରେ ୩୭୮ ଜଣ OAS ଅଫିସରଙ୍କୁ ଆଶ୍ୱସ୍ତି ମିଳିଛି। ଅଫିସରଙ୍କ ନିଯୁକ୍ତି ନେଇ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶକୁ ଓଡ଼ିଶା ହାଇକୋର୍ଟ ରଦ୍ଦ କରଛନ୍ତି। More

ଲାଇନ୍‌ କଟିଲା, ଗୋବିନ୍ଦ ଖସିଲା ! ସମ୍ବିତ କହିଲେ...

ସମ୍ବିତ ପାତ୍ର କହିଛନ୍ତି, ମମିତା ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜାଣି ମଧ୍ୟ ପୋଲିସ୍‌ ଏତଲା ରଖି ନଥିଲା। ମନ୍ତ୍ରୀ କଲେଜକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି। More

ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ

ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ । ଚିଲିକା ସ୍ଥିତ ମଙ୍ଗଳାଯୋଡି ଏବଂ ନଳବଣ ଭଳି ପକ୍ଷୀ ଅଭୟାରଣ୍ୟରେ ପ୍ରାୟ୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଥିବାର ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏବଂ ପକ୍ଷୀ ସୁରକ୍ଷା ସମିତି ପକ୍ଷରୁ ଠାବ କରାଯାଇଛି । More

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ମଖନିଆ ଲସି’

ଏବେ ଚାଲିଛି ପାର୍ବଣର ଋତୁ ଓ କାର୍ତ୍ତିକ ମାସ । ଏହି ମାସରେ ବିଭିନ୍ନ ଖାଦ୍ୟ ଓ ପାନୀୟ ଉପରେ ବେଶୀ ଧ୍ୟାନ ଦିଆଯାଇଥାଏ । ସେଥିପାଇଁ ଆଜି ଆମେ ଏକ ସ୍ୱାଦିଷ୍ଟ ଲସିର ରେସିପି ପ୍ରସ୍ତୁତ କରିବୁ । ଯାହାର ନାଁ ହେଉଛି ‘ମଖନିଆ ଲସି’ । ଏହା ରେସିପିଟି ରାଜସ୍ଥାନର ଏକ ପାରମ୍ପରିକ ରେସିପି ଅଟେ । ଏହାକୁ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । More

‘ମମିତା ମେହେର ହତ୍ୟା ମାମଲା ପଛରେ ବଡ଼ ଷଡ଼ଯନ୍ତ୍ର’

ମମିତା ମେହେର ହତ୍ୟା ମାମଲା ପଛରେ ରହିଛି ବଡ଼ଧରଣର ଷଡ଼ଯନ୍ତ୍ର। ଯାହାକୁ ବର୍ତ୍ତମାନ ଯାଏ ତଦନ୍ତ ପରିସରକୁ ଅଣାଯାଇନି। ଏହା ପଛରେ ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ଅଛନ୍ତି, ସେମାନଙ୍କ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ କରାଯିବା ଉଚିତ୍‌ ବୋଲି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କହିଛନ୍ତି। More

ସାଂଘାତିକ ତଥ୍ୟ ଦେଲେ ମମିତାଙ୍କ ବାପା- ‘ଝିଅ ନିଖୋଜ ପରେ ଆମ ଏତଲା ଗୋବିନ୍ଦ ସାହୁ ଲେଖାଇଥିଲା’

ମମିତା ନିଖୋଜ ନେଇ ଅଭିଯୁକ୍ତ ଗୋବିନ୍ଦ ସାହୁ ଏତଲା ଲେଖାଇଥିଲେ ବୋଲି ମମିତାଙ୍କ ବାପା କହିଛନ୍ତି। ହତ୍ୟା ଘଟଣା ପୂର୍ବରୁ ବି ମମିତା ବାହାରକୁ ଯାଇଥିବା ସେ କହିଛନ୍ତି। ତେଣୁ ଘଟଣାରେ କେବେ ହେଲେ ଜଣେ ସମ୍ପୃକ୍ତ ନଥିବ ବୋଲି ମମିତାଙ୍କ ବାପା କହିଛନ୍ତି। More

ନବୀନଙ୍କୁ ସୌମ୍ୟଙ୍କ ଟାର୍ଗେଟ୍‌- ‘ସହଜ ବିଜୟ ଅହଙ୍କାରର ରୂପ ନେଉଛି, ଫିକା ପଡ଼ୁଛି ସ୍ୱଚ୍ଛତା’

ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛତା ଓ ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା ନୀତି କ୍ରମେ ସଙ୍କୁଚିତ ହେଉଛି କି ? ସରକାର ଏବଂ ବ୍ୟବସ୍ଥା ବିରୋଧରେ ଭିନ୍ନ ସ୍ୱର ଉଠାଇ ନିଜ ସମ୍ପାଦକୀୟ ପୃଷ୍ଠା ‘ଆମ ଘରର ହାଲ୍‌ଚାଲ୍‌’ରେ ଶାସକ ଦଳ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଭିନ୍ନ ମତ ରଖିଛନ୍ତି। More

ନକଲି ଆର୍‌ଟିଓ ଗିରଫ, ମିଛ କହି ଲୁଟୁଥିଲେ ଟଙ୍କା

ବନ୍ଧା ହେଲେ ନକଲି ଆର୍‌ଟିଓ। ନିଜକୁ ଆର୍‌ଟିଓ ଅଧିକାରୀ ପରିଚୟ ଦେଇ ଲୋକଙ୍କଠୁ ଟଙ୍କା ଲୁଟୁ ଥିବା ଜଣେ ନକଲି ଆର୍‌ଟିଓଙ୍କୁ ପୋଲିସ୍‌ ଗିରଫ କରିଛି। ତାଙ୍କ ନିକଟରୁ ନକଲି ବନ୍ଧୁକ, ଦୁଇଟି ମୋବାଇଲ ଓ ଗୋଟିଏ ବାଇକ୍ ଜବତ କରାଯାଇଛି। More

ଜୋର ଧରୁଛି ମମିତା ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି, ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରୁଛି ରାଜନୀତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋର କରିଛି ବିଜେପି। ଗତକାଲି ମୟୂରଭଞ୍ଜ ବନ୍ଦ ପରେ ଆଜି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। More

ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର, ନଭେମ୍ବର ୨୯ରେ ପୌର ନିର୍ବାଚନର ଚୂଡ଼ାନ୍ତ ବିଜ୍ଞପ୍ତି

ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ସରକାର । ୱାର୍ଡ ପୁନର୍ଗଠନ ଏବଂ ସଂରକ୍ଷଣ କାର୍ଯ୍ୟ ସାରିବାକୁ ପଦକ୍ଷେପ ଆରମ୍ଭ ହୋଇଛି । ଏନେଇ ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ । More

ପ୍ରଦୀପ କଂଗ୍ରେସ ଦଳ ଛାଡ଼ିବା ପରେ ମାଲକାନଗିରି ପ୍ରଜାମେଳି କଲେ ତାରା

ପ୍ରଦୀପ ମାଝି ଦଳ ଛାଡିବା ପରେ ମାଲକାନଗିରିରେ କଂଗ୍ରେସର ମେଳି। ମାଲକାନଗିରି କଂଗ୍ରେସ କାର୍ଯ୍ୟାଳୟରେ ହୋଇଛି ଏହି ମହା ମେଳି। ପ୍ରଦୀପ ମାଝି ଦଳ ଛାଡିଥିଲେ ମଧ୍ୟ କଂଗ୍ରେସ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ More

ମନ୍ତ୍ରୀଙ୍କ ମୁହଁରେ ତାଲା, ଆଇନ୍‌କାନୁନ୍‌ର ଧଜିଆ ଉଡ଼ୁଛି ଖୁଲମଖୁଲା

ମମିତା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଘନିଷ୍ଠ କୁହାଯାଉଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କିନ୍ତୁ ପୁରା ଚୁପ୍। ଘଟଣା ପ୍ରଘଟର ସପ୍ତାହେ ବିତି ଗଲାଣି, ତଥାପି ଅସମ୍ଭବ ନିରବତା ଅବଲମ୍ବଲନ କରୁଛନ୍ତି ମନ୍ତ୍ରୀ । ଦିବ୍ୟଶଙ୍କରଙ୍କ କ୍ୟାବିନେଟ୍ ସହଯୋଗୀ କିମ୍ବା ବିଜେଡିର କୌଣସି ବରିଷ୍ଠ ନେତା ବି ମୁହଁ ଖୋଲୁନାହାନ୍ତି । More

ଦାଦାବଟି ଆଦାୟ ଓ ଆକ୍ରମଣ ଅଭିଯୋଗରେ ଲେଡି ଡନ୍‌ ଗିରଫ

ବିଲ୍‌ଡରଙ୍କୁ ଆକ୍ରମଣ ଅଭିଯୋଗରେ ଲେଡି ଡନ୍ ଗିରଫ । ଅଭିଯୁକ୍ତ ଯୁବତୀ ମାନସୀ ନାୟକଙ୍କୁ ଗିରଫ କଲା କଟକ ଲାଲବାଗ ପୋଲିସ । ମାନସୀ ଜେଲରେ ଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ସକିଲର ଗର୍ଲଫ୍ରେଣ୍ଡ ।  More

ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟର ବଢୁଛି ଚିନ୍ତା, ହତାଶ ହୋଇଛନ୍ତି ଯୁବୋଦ୍ୟୋଗି

ଅଚଳ ସଂପତ୍ତି ବା ଏନପିଏର ଗମ୍ଭୀର ସ୍ଥିତିକୁ ନେଇ ରାଜ୍ୟରେ ବଢୁଛି ଚିନ୍ତା । ଗଲା ୩ ମାସରେ ଏନପିଏ ହାର ୬.୨୨ ପ୍ରତିଶତରୁ ବଢି ୭.୨୦ ପ୍ରତିଶତରେ ପହଞ୍ଚିଲାଣି । ଷ୍ଟେଟ୍ ଲେବୁଲ୍ ବ୍ୟାଙ୍କର୍ସ କମିଟି ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ହଠାତ୍ ବଢିଯାଇଛି ବ୍ୟାଙ୍କଗୁଡ଼ିକର ଚିନ୍ତା । More