ସଂକ୍ଷେପରେ ଆଜିର ତାଜା ଖବର - Sunday, 24 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ଘଟଣାକ୍ରମ, ସେବେଠୁ ଆଜିଯାଏ

ପୋଲିସର ତଦନ୍ତ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଦଳ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଧମକ ଦେଇଛନ୍ତି।ନଜର ପକାନ୍ତୁ, ଏବେ ସୁଦ୍ଧା ଘଟିଛି କଣ ? More

ଚାକିରିରୁ ତଡ଼ା ଖାଇଲେ ପ୍ରସନ୍ନ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ପରଠୁ ଚର୍ଚ୍ଚାର ଘେରକୁ ଆସିଥିବା ଏହି ହୋଟେଲ୍ ସାଉଥ୍ ସିଟିରେ ଭାଇ ନାଁରେ ଲାଇସେନ୍ସ ଆଣି ବାର୍ ଅପରେଟ୍ କରୁଥିଲା ପ୍ରସନ୍ନ। କିନ୍ତୁ ବିନା ଲାଇସେନ୍ସରେ ଏବଂ କୋଭିଡ୍ କଟକଣା ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ବାର ଚଳାଉଥିଲା। More

ସିଲ୍‌ କଭର୍‌ର ସିକ୍ରେଟ୍‌ ମୁଖ୍ୟମନ୍ତ୍ରୀଙ୍କୁ ଅଜଣା

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଦିନକୁ ଦିନ ତେଜୁଛି ରାଜନୀତି। ଆଗକୁ ବଡ଼ ଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍। ଜିଲ୍ଲାଓ୍ୱାରୀ ବନ୍ଦ ଡାକରା ଓ ଏସ୍‌ପି ଅଫିସ୍ ଘେରାଓ, ଦସ୍ତଖତ ଅଭିଯାନ, କ୍ୟାଣ୍ଡଲ ଯାତ୍ରା ଭଳି ଅନେକ କାର୍ଯ୍ୟକ୍ରମ ପାଇଁ ଯୋଜନା କରୁଛି ବିଜେପି। More

ପେଟ ପାଇଁ ମୂଲ ଲାଗୁଛନ୍ତି ଜାତୀୟ ସ୍ତରୀୟ ଭାରୋତ୍ତଳକ

ବଣ ମଲ୍ଲୀ ବଣରେ ମଉଳି ଯାଉଛି । ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢିପାରୁନି । ପ୍ରତିଭା ଥିବା ସତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ। More

କରୋନା ପରେ ଅମ୍ରିତଙ୍କର ହେଲା ଫୁସଫୁସ୍ ପ୍ରତିରୋପଣ

କରୋନାରେ ଆକ୍ରାନ୍ତ ହୋଇ ଚେନ୍ନାଇରେ ଇକମୋ ଚିକିତ୍ସା ନେଉଥିବା ବ୍ରହ୍ମପୁର ବାସୁଦେବନଗର ଅଞ୍ଚଳର ଅମ୍ରିତଙ୍କର ଫୁସଫୁସ୍ ପ୍ରତିରୋପଣ କରାଯାଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଆଜି ଭୋର୍ ୩ଟା ୩୦ରୁ ପ୍ରତିରୋପଣ ସର୍ଜରୀ ଆରମ୍ଭ ହୋଇଥିଲା। ଦୀର୍ଘ ୮ରୁ ୯ ଘଣ୍ଟା ଧରି ଅପରେସନ ଚାଲିଥିଲା ବୋଲି ତାଙ୍କ ଭଉଣୀ ମନୀଷା ପ୍ରଧାନ କହିଛନ୍ତି। More

ମମିତା ମେହେର ହତ୍ୟାକାଣ୍ଡ: ଅଭିଯୁକ୍ତ ଗୋବିନ୍ଦ ସାହୁ ନାଁରେ ଯୋଡ଼ି ହେଲା ନୂଆ ଅଭିଯୋଗ

ମଣିଷ ମରା ପରେ ଏବେ ଜମି କେଳେଙ୍କାରୀରେ ଗୋବିନ୍ଦଙ୍କ ନାଁ । ୪ କି ୫ ଡିସମିଲ ନୁହେଁ ଏକଥରେ ଏକର ଏକର ଜମି ମାଡ଼ି ବସିଛି ଗୋବିନ୍ଦ । ମହାଲିଙ୍ଗ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗିରଫ କରିଛି । More

କୋଇଡା ରେଞ୍ଜରେ ମାସେରୁ ଅଧିକ ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି

ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜରେ ମାସେରୁ ଅଧିକ ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଗତକାଲି କୋଇଡ଼ା ଟୁକୁଟୋଲ ବସ୍ତରେ ୨୦ଟିକିଆ ହାତୀପଲ ପଶି ୩ଟି ଘର ଭାଙ୍ଗି ଦେଇଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଭୟ ଦେଖା ଦେଇଛି। କୋଇଡା ମୁଖ୍ୟ ବଜାର ପାଖରେ ଥିବା ଓରାଓରି, ଟୁକୁଟୋଲ ବସ୍ତି, ଏରିଏନ ବସ୍ତି ଏବଂ ଓଏମସି ପଡ଼ିଆ ନିକଟରେ ଥିବା ଶତାଧିକ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି। ମାସେ ହେଲା ହାତୀ ପଲ ପଶି ଉପଦ୍ରବ ଚଳାଇଥିଲେ ବି ବନ ବିଭାଗର ନିଷ୍କ୍ରିୟତା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। 

ବିପୁଳ ପରିମାଣର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ରଜାବନ୍ଧ ଗାଁରେ ଦୁଇଟି ଗାଡ଼ିରେ ଗଞ୍ଜେଇ ବୋଝେଇ ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୋଲିସକୁ ଦେଖି ୩ ଜଣ ଅଭିଯୁକ୍ତ ଖସି ଯିବାରେ ସଫଳ ହୋଇଥିବା ବେଳେ ୩ ଜଣ ଧରାପଡ଼ିଛନ୍ତି। ଘଟଣାସ୍ଥଳରୁ ୩୦୨ କେଜି ଗଞ୍ଜେଇ, ଦୁଇଟି କାର, ତିନିଟି ମୋଟରସାଇକେଲ ଜବତ ହୋଇଥିବା ଚିତ୍ରକୋଣ୍ଡା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ତେବେ ଗିରଫ ୩ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।   

ଗୋବିନ୍ଦଙ୍କୁ ଆଖୁ ବାଡ଼ିରେ ଧରାଇ ଦେଲା ମୋବାଇଲ୍‌ !

ଗୋବିନ୍ଦ ପୋଲିସ୍‌ ବାରାକରୁ ଫେରାର ମାରିବା ପରେ ମୋବାଇଲ୍ ବ୍ୟବହାର କରିବା ନେଇ ପ୍ରଶ୍ନ ଉଠିଛି। ତାକୁ କିଏ ମୋବାଇଲ ଦେଲା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ବାରାକରୁ ଫେରାର ହେବା ପରେ ଗୋବିନ୍ଦ ଆଖୁ ବାଡ଼ିରେ ଲୁଚିଥିଲା। More

ବାଇଧରଙ୍କ ଉଦ୍ଧାର ପାଇଁ ଦୁବାଇକୁ ଚିଠି ଲେଖିଲେ ବୈଜୟନ୍ତ

ଦୁବାଇରେ ଫସିଥିବା ଅସୁସ୍ଥ ଓଡ଼ିଆ ଯୁବକଙ୍କ ଉଦ୍ଧାର ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ । More

ମହଙ୍ଗା ହୋଇପାରେ ଜମି ଓ ଘର

ରାଜ୍ୟ ସରକାର ଅସ୍ଥାବର ସଂପତ୍ତିର ବେଞ୍ଚ ମାର୍କ ଭେଲ୍ୟୁ, ବିଏମ୍‌ଭି ସଂଶୋଧନ କରିବାକୁ ଯାଉଛନ୍ତି। ଏଥିପାଇଁ ବୋର୍ଡ ଅଫ୍ ରେଭିନ୍ୟୁ ଆଇଜି ସବୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ତରୀୟ ମୂଲ୍ୟାୟନ କମିଟିକୁ ଚିଠି ଲେଖିଛନ୍ତି। More

ମୃତ ମମିତାଙ୍କ ବ୍ୟାଗ୍‌ ଚିହ୍ନିଲେ ପରିବାର ଲୋକେ, ମୋବାଇଲ୍‌କୁ ନେଇ କହିଲେ ଏମିତି...

ଶିକ୍ଷୟିତ୍ରୀ ମୃତ ମମିତା ମେହେରଙ୍କ ବ୍ୟାଗକୁ ତାଙ୍କ ପରିବାର ଲୋକ ଚିହ୍ନଟ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ ମମିତାଙ୍କ ମା’ ଏହା ଦେଖିବା ପରେ, ତାହା ତାଙ୍କ ଝିଅର ବୋଲି ସ୍ପଷ୍ଟ କରିଥିବା ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି। More

ମମିତା ହତ୍ୟା ଘଟଣା: ତୃତୀୟ ମହଲାକୁ ସିଲ୍‌ କଭରରେ ସବୁ ଦେଇସାରିଛି ପୋଲିସ୍‌: ବିଜୟ

ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ବିଜୟ ମହାପାତ୍ର ଆଣିଲେ ସାଂଘାତିକ ଅଭିଯୋଗ। କହିଲେ, ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଜୋରସୋର ଉଦ୍ୟମ କରାଯାଇଥିଲା। ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୁଝାମଣା ଉଦ୍ୟମ କରାଯାଇଥିଲା ବୋଲି ବିଜୟ ଅଭିଯୋଗ କରିଛନ୍ତି More

ପ୍ରଦୀପଙ୍କ ବଡ଼ ଘୋଷଣା, ବିରାଟ କାର୍ଯ୍ୟକ୍ରମ ଆୟୋଜନ କରି କହିଲେ ବିଜେଡିରେ ମିଶିବି

ପୂର୍ବତନ ନବରଂପୁର ସାଂସଦ ପ୍ରଦୀପ ମାଝି ବିଜେଡିରେ ଯୋଗଦେବେ । ଏନେଇ ଆଜି ନବରଙ୍ଗପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଘୋଷଣା କରିଛନ୍ତି । More

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବିଜେପି

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେପି କହିଛି। ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦ ଜୋରଦାର କରାଯିବ। More

ଘରେ ପ୍ରସ୍ତୁତ କରନ୍ତୁ ‘ଦହି ମେଥି ଚିଙ୍ଗୁଡ଼ି’

ଘରେ ଆମେ ଚିଙ୍ଗୁଡ଼ିର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ତେବେ ଆଜି ଆମେ ଆପଣଙ୍କ ପାଇଁ ଚିଙ୍ଗୁଡ଼ିର ଏକ ନୂଆ ଓ ସ୍ୱାଦିଷ୍ଟ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ମେଥି ଚିଙ୍ଗୁଡ଼ି’। ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । More

T20 World Cup: ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ସମସ୍ତଙ୍କ ନଜର, ହେଲେ ପାଣିପାଗ କଣ କହୁଛି ?

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ଭାରତ-ପାକିସ୍ତାନ୍‌ ମୁକାବିଲା । ଏହା ଉପରେ ସାରା ବିଶ୍ୱର ନଜର । ଏମିତିକି ସଟ୍ଟା ବଜାରରେ ୧୦୦୦ କୋଟିରୁ ଅଧିକ ଟଙ୍କା ଲାଗିଛି । More

ବିବାହର ୩ ମାସ ପରେ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ, ଫେସ୍‌ବୁକରୁ ହୋଇଥିଲା ପ୍ରେମ...

ଟଙ୍କା ପାଇଁ ସ୍ତ୍ରୀକୁ ବିକି ଦେଲା ସ୍ୱାମୀ। ପ୍ରଥମେ ଫେସ୍‌ବୁକରେ ପ୍ରେମ ଆଉ ତା’ ପରେ ବାହାଘର। ବାହାଘରର ୩ ମାସ ପରେ ପତ୍ନୀଙ୍କୁ ବାହାର ରାଜ୍ୟରେ ବିକି ଦେଲା ସ୍ୱାମୀ। More

ପ୍ରୋତ୍ସାହନ ଓ ଅର୍ଥାଭାବରୁ ବଣରେ ଝଡ଼ି ପଡ଼ୁଛି ବଣ ମଲ୍ଲୀ

ବଣରେ ମଉଳି ଯାଉଛି ବଣ ମଲ୍ଲୀ। ଅର୍ଥାଭାବରୁ ପ୍ରତିଭାର ତେଜ ବି ଘନ ଅନ୍ଧାରରେ ହଜି ଯାଉଛି। ପାଖରେ ଅନେକ ପ୍ରତିଭା ଅଛନ୍ତି, ହେଲେ କିଏ ଅର୍ଥାଭାବରୁ ହଜିଯାଉଛି ତ ଆଉ କିଏ ଆଗକୁ ବଢି ପାରୁନି। ପ୍ରତିଭା ଥିବା ସତ୍ତ୍ୱେ ଆଗକୁ ବଢିବାରେ ବାଧକ ସାଜିଛି ଅର୍ଥ। More

Daily Horoscope,24 Oct 2021: ଜାଣନ୍ତୁ ଆଜିର ରାଶିଫଳ…

୨୦୨୧ ମସିହା, ଅକ୍ଟୋବର ମାସ ୨୪ ତାରିଖ, ରବିବାର, ତୁଳା ୮ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ରୋହିଣୀ ନକ୍ଷତ୍ର। ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ.. More

ମହାଲିଙ୍ଗ କଲେଜରେ ଢାଳୁଥିଲେ ସରକାରୀ ଘିଅ !

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ଟାଣିଓଟାରି ଏକ ଘରୋଇ କଲେଜର ବିକାଶ କାମରେ ଲଗାଇବାକୁ ନେଇ ୨୦୧୪ରେ ସିଏଜି ବି ଆପତ୍ତି ଉଠାଇଥିଲେ। ତେବେ ସିଏଜିଙ୍କ ଆପତ୍ତି ପରେ ବି ଏହି କଲେଜକୁ କାହିଁକି ଅନୁଦାନର ସୁଅ ବନ୍ଦ ହୋଇନଥିଲା, ପଚାରିଛି କଂଗ୍ରେସ। More

୫ ଦିନରେ ତଦନ୍ତ ସାର: NCPCR

ଏହା ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା କମିଶନ(NCW) ଅଧ୍ୟକ୍ଷା ରେଖା ଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଚିଠିରେ ଲେଖିଥିଲେ। More

ନିଶ୍ଚୟ ଆକ୍ସନ ନିଆଯିବ ବୋଲି ଆଶା: ବୈଜୟନ୍ତ

ଏହି ଘଟଣାରେ ଯେଉଁ ଅଭିଯୋଗ ଆସିଛି, ତାହା ଅତି ସାଂଘାତିକ ଅଭିଯୋଗ। ଗୋଟିଏ ମହିଳା ହଷ୍ଟେଲକୁ ମନ୍ତ୍ରୀ ଯିବା ଅଭିଯୋଗ ଆସୁଛି। ସେ ସେଠାକୁ କାହିଁକି ଯାଉଥିଲେ। ଏହି ପ୍ରସଙ୍ଗ ଏବେ ଓଡ଼ିଶା ଭିତରେ ସୀମିତ ରହିନି, ବରଂ ଜାତୀୟ ମିଡ଼ିଆରେ ବି ଚର୍ଚ୍ଚା ହେଉଛି।  More

'ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ'

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଖୋଲତାଡ଼ ଜାରି ରହିଛି। ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍‌ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି। More

ଚର୍ଚ୍ଚାରେ ଅଷ୍ଟମ ଶ୍ରେଣୀ ଝିଅ ତିତୀକ୍ଷା, ତିଆରି କରିଛନ୍ତି ଏମିତି ମେସିନ୍, ଖଇରୁ ଆପଣା ଛାଏଁ ଅଲଗା ହେଇଯାଉଛି ଧାନ

କଥାରେ ଅଛି ତୁଳସୀ ୨ ପତ୍ରରୁ ବାସେ । ସେହିପରି ଜଣେ କୁନି ଝିଅ ହେଲେ ତିତୀକ୍ଷା । ନିଜର ଅକ୍ଲାନ୍ତ ପରିଶ୍ରମ ଦୃଢ ମନୋବୃତ୍ତି ବଳ ଯୋଗୁଁ ବରଗଡ଼ର ତିତୀକ୍ଷା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ବରଗଡ଼ ଜିଲ୍ଲା ଗ୍ରୀଞ୍ଜେଲ ଗାଁର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଝିଅ ୬ ମାସ ଧରି ପରିଶ୍ରମ କରି ଏକ ମେସିନ୍ ତିଆରି କରିଛି। ଯାହା ଭିତରେ ଖଇକୁ ପକାଇ ଦେଲେ ଏହାର ଧାନ ଆପେ ଆପେ ଅଲଗା ହୋଇଯାଉଛି । More