ସଂକ୍ଷେପରେ ଆଜିର ତାଜା ଖବର - Saturday, 23 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମହାଲିଙ୍ଗ କଲେଜରେ ଢାଳୁଥିଲେ ସରକାରୀ ଘିଅ !

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ଟାଣିଓଟାରି ଏକ ଘରୋଇ କଲେଜର ବିକାଶ କାମରେ ଲଗାଇବାକୁ ନେଇ ୨୦୧୪ରେ ସିଏଜି ବି ଆପତ୍ତି ଉଠାଇଥିଲେ। ତେବେ ସିଏଜିଙ୍କ ଆପତ୍ତି ପରେ ବି ଏହି କଲେଜକୁ କାହିଁକି ଅନୁଦାନର ସୁଅ ବନ୍ଦ ହୋଇନଥିଲା, ପଚାରିଛି କଂଗ୍ରେସ। More

୫ ଦିନରେ ତଦନ୍ତ ସାର: NCPCR

ଏହା ପୂର୍ବରୁ ଏହି ମାମଲାରେ ଜାତୀୟ ମହିଳା କମିଶନ(NCW) ଅଧ୍ୟକ୍ଷା ରେଖା ଶର୍ମା, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ନିରପେକ୍ଷ ତଦନ୍ତ ପାଇଁ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଚିଠିରେ ଲେଖିଥିଲେ। More

ନିଶ୍ଚୟ ଆକ୍ସନ ନିଆଯିବ ବୋଲି ଆଶା: ବୈଜୟନ୍ତ

ଏହି ଘଟଣାରେ ଯେଉଁ ଅଭିଯୋଗ ଆସିଛି, ତାହା ଅତି ସାଂଘାତିକ ଅଭିଯୋଗ। ଗୋଟିଏ ମହିଳା ହଷ୍ଟେଲକୁ ମନ୍ତ୍ରୀ ଯିବା ଅଭିଯୋଗ ଆସୁଛି। ସେ ସେଠାକୁ କାହିଁକି ଯାଉଥିଲେ। ଏହି ପ୍ରସଙ୍ଗ ଏବେ ଓଡ଼ିଶା ଭିତରେ ସୀମିତ ରହିନି, ବରଂ ଜାତୀୟ ମିଡ଼ିଆରେ ବି ଚର୍ଚ୍ଚା ହେଉଛି।  More

'ରାଧେ ସ୍ତ୍ରୀ ଦେଇଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ'

କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେର ମାମଲାରେ ଖୋଲତାଡ଼ ଜାରି ରହିଛି। ଯଦି, ଏହି ବ୍ୟାଗଟି ମମିତାଙ୍କ ନୁହେଁ ତେବେ କାହାର ? ବ୍ୟାଗ୍‌ରେ କଣ ରହିଛି ? ବ୍ୟାଗ୍ ରାଧେ ଘରକୁ କିପରି ଆସିଲା ଓ କିଏ ଆଣିଲା ? ଏସବୁ ପ୍ରଶ୍ନବାଚୀ ଏବେ ସୃଷ୍ଟି ହୋଇଛି। More

ଚର୍ଚ୍ଚାରେ ଅଷ୍ଟମ ଶ୍ରେଣୀ ଝିଅ ତିତୀକ୍ଷା, ତିଆରି କରିଛନ୍ତି ଏମିତି ମେସିନ୍, ଖଇରୁ ଆପଣା ଛାଏଁ ଅଲଗା ହେଇଯାଉଛି ଧାନ

କଥାରେ ଅଛି ତୁଳସୀ ୨ ପତ୍ରରୁ ବାସେ । ସେହିପରି ଜଣେ କୁନି ଝିଅ ହେଲେ ତିତୀକ୍ଷା । ନିଜର ଅକ୍ଲାନ୍ତ ପରିଶ୍ରମ ଦୃଢ ମନୋବୃତ୍ତି ବଳ ଯୋଗୁଁ ବରଗଡ଼ର ତିତୀକ୍ଷା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ବରଗଡ଼ ଜିଲ୍ଲା ଗ୍ରୀଞ୍ଜେଲ ଗାଁର ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଝିଅ ୬ ମାସ ଧରି ପରିଶ୍ରମ କରି ଏକ ମେସିନ୍ ତିଆରି କରିଛି। ଯାହା ଭିତରେ ଖଇକୁ ପକାଇ ଦେଲେ ଏହାର ଧାନ ଆପେ ଆପେ ଅଲଗା ହୋଇଯାଉଛି । More

ଗୁଣିଗାରେଡ଼ି ସନ୍ଦେହରେ ନିର୍ଯାତନା, ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମଳ ଖୁଆଇଲେ

ଗୁଣିଗାରେଡି ସନ୍ଦେହରେ ନିର୍ଯାତନା । ନୟାଗଡ଼ ଜିଲ୍ଲା ବାଣୀଗୋଛା ଥାନା ଅଞ୍ଚଳର ଚଢ଼େୟାପଲ୍ଲୀ ଗାଁରେ ୪ ଜଣଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମଳ ଖୁଆଇବା ଭଳି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । More

ମନୀଷ ଅନୁରାଗ ହତ୍ୟା ମାମଲା: ଗିରଫ ହେଲେ ପ୍ରସନ୍ନ-ପ୍ରଦ୍ୟୁମ୍ନ

ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଗତକାଲି ୩ ଅଟକ ବ୍ୟକ୍ତିଙ୍କୁ ଗିରଫ ଦର୍ଶାଇଲା ପୋଲିସ । More

ଟିକା ନେବା ପାଇଁ ଟିକା କେନ୍ଦ୍ର ଆଗରେ ଅସମ୍ଭାଳ ଭିଡ

ଟିକା ନେବା ପାଇଁ ଟିକା କେନ୍ଦ୍ର ଆଗରେ ଅସମ୍ଭାଳ ଭିଡ। ରାଉରକେଲା ସହରରେ ଟିକା ନେବା ପାଇଁ ହିତାଧିକାରୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ରେଳବାଇ କଲୋନୀର ଏକ ଅସ୍ଥାୟୀ ଟିକା କେନ୍ଦ୍ରରେ ଆଜି ସକାଳୁ ହିତାଧିକାରୀଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇ ନ ଥିବା ବେଳେ ଟିକା ନେବା ପାଇଁ ଆସିଥିବା ଲୋକେ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି।  ଟିକା ନେବା ପାଇଁ ବହୁ ସମୟ ପର୍ଯ୍ୟନ୍ତ ଲୋକେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି। 

ଗୁଳି କରି ଗହଣା ଦୋକାନୀଙ୍କଠୁ ଲୁଟ୍

ଝାରସୁଗୁଡ଼ା ଜିଲ୍ଲା ବନ୍ଦବାହାଲରେ ଗୁଳି କରି ଗହଣା ଦୋକାନୀଙ୍କଠୁ ଲୁଟ୍ ଅଭିଯୋଗ। ବନ୍ଦବାହାଲ ମୁଖ୍ୟ ବଜାରରେ ଥିବା ଓଡ଼ିଶା ଜ୍ୱେଲର୍ସ ମାଲିକ ନିଜ ଦୋକାନ ବନ୍ଦ କରି ବ୍ୟାଗରେ ସୁନା ଗହଣା ଧରି ଗାଡ଼ିକୁ ଯାଉଥିବା ବେଳେ ୨ ଜଣ ଦୁର୍ବୁତ୍ତ ଗୁଳି କରି ବ୍ୟାଗ୍ ଲୁଟି ନେଇଛନ୍ତି। ଗୁଳିମାଡ଼ରେ କେହି ମୃତାହତ ହୋଇ ନାହାନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛି। ତେବେ ବ୍ୟାଗରେ କେତେ ସୁନା ଅଳଙ୍କାର ଥିଲା ତାହା ଜଣାପଡ଼ି ନାହିଁ।

ଭୁବନେଶ୍ୱରରେ ବିଜେପି ମହିଳା କର୍ମୀ-ପୋଲିସ ମୁହାଁମୁହିଁ

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ବିଜେପିର ରଣହୁଙ୍କାର। ଶିଶୁ ଭବନ ଛକରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ତେବେ ମହିଳା ପୋଲିସ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ଉଠାଇ ନେଇଯାଇଥିଲେ। More

ଦିବ୍ୟଶଙ୍କର ମିଶ୍ରଙ୍କୁ ନେଇ ଦ୍ୱନ୍ଦ୍ୱରେ ମୁଖ୍ୟମନ୍ତ୍ରୀ, ତେଣୁ ସାଙ୍ଗରେ ନେଲେନି କି ପାଖରେ ବସାଇଲେନି: କଂଗ୍ରେସ

ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ, ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । More

ITDC ଅଧିକାରୀ ପରିଚୟ ଦେଇ ଠକି ନେଲେ ୫୦ ଲକ୍ଷ

ନିଜକୁ ITDCର ବରିଷ୍ଠ ଅଧିକାରୀ ପରିଚୟ ଦେଇ ଜଣେ ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ଥିବା ଅଭିଯୋଗ ହୋଇଛି। ବହୁ ପୁରାତନ ନୀଳାଚଳ ଅଶୋକ ହୋଟେଲ୍‌କୁ ବିକ୍ରି ନେଇ ଏକ ଫେକ୍ ଡିଲ୍ ହୋଇଥିଲା। More

‘ଗୋବିନ୍ଦକୁ ଫାଶି ଦିଆଯାଉ’

ମହିଳା କମିଶନ ଅଧ୍ୟକ୍ଷା ବଲାଙ୍ଗିର ତୁରେକେଲା ଝରଣୀ ଗାଁକୁ ଯାଇ ମମିତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଘଟଣା ପାଇଁ ଦୁଃଖ ପ୍ରକାଶ ଓ ସମବେଦନା ଜଣାଇଥିଲେ ମହିଳା କମିଶନ ଅଧ୍ୟକ୍ଷା। ତେବେ ଦୋଷୀ ଯେପରି କଠୋର ଦଣ୍ଡ ପାଇବ ସେ ବିଷୟରେ କଥା ହୋଇଥିଲେ। More

ଘରେ ବନାନ୍ତୁ ‘ଚଟପଟା ଅଣ୍ଡା ତେନ୍ତୁଳି’

ଖାଇବାରେ ଖଟା ଓ ଚଟପଟା ରେସିପି ରହିଲେ ଖାଇବାର ସ୍ୱାଦ ବେଶୀ ବଢି ଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଆଣ୍ଡାର ଏକ ଚଟପଟା ରେସିପି ବିଷୟରେ କହିବୁ । ଏହି ରେସିପିର ନାଁ ହେଉଛି ‘ଚଟପଟା ଅଣ୍ଡା ତେନ୍ତୁଳି’ । ଏହି ରେସିରିଟି ଘରେ ଆପଣ ଏତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । More

ସସ୍‌ପେନ୍ସ ବଢ଼ାଉଛି ଲେଡିଜ ହଷ୍ଟେଲର ରୁମ୍ ନଂ ୨୦

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ଏବେ ମହାଲିଙ୍ଗ କଲେଜର ଲେଡିଜ ହଷ୍ଟେଲର ରୁମ୍ ନମ୍ବର ୨୦କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଯୁକ୍ତ ୩ର ଲେଡିଜ୍ ହଷ୍ଟେଲର ଏହି ରୁମ୍‌ ନଂ ୨୦ରେ ଏକ ଭିନ୍ନ ତାଲା ପଡ଼ିଛି। More

ଥାନାରେ ଗଣ୍ଡଗୋଳ ଘଟଣା: ବିଜେପି ନେତାଙ୍କ ସମେତ ୩ ଗିରଫ

ନରସିଂହପୁର ଥାନାରେ ଗଣ୍ଡଗୋଳ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ନରସିଂହପୁରର ବିଜେପି ନେତା ବିଜୟ ଦଳବେହେରା, ତାଙ୍କ ଭାଇ ଓ ସହଯୋଗୀ। ଥାନା ଗେଟ୍‌ରେ ତାଲା ପକାଇ ଲୋକମାନେ ଧାରଣା ଦେଇଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। More

ବ୍ୟାଗ୍ ଓ ମୋବାଇଲ୍‌କୁ ନେଇ ଚର୍ଚ୍ଚା: କେମିତି ରାଧେ ଘରେ ପହଞ୍ଚିଲା ବ୍ୟାଗ୍ ?

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁ ଥିବାବେଳେ ସସ୍‌ପେନ୍ସ ମଧ୍ୟ ବଢ଼ିବାରେ ଲାଗିଛି। ମମିତାଙ୍କ ବ୍ୟାଗ୍ ସହ ମୋବାଇଲ୍‌କୁ ନେଇ ସସ୍‌ପେନ୍ସ ବଢ଼ି ଚାଲିଛି।  More

ଆଶ୍ଚର୍ଯ୍ୟ ! କରୋନା ଟିକା ନନେଇ ମିଳିଲା ପ୍ରମାଣପତ୍ର

କରୋନା ଟିକା ନନେଇ ମଧ୍ୟ ଜଣେ ମହିଳାଙ୍କୁ ମିଳିଛି ଟିକା ନେଇଥିବାର ପ୍ରମାଣପତ୍ର। ଜଣେ ମହିଳା କରୋନାର ପ୍ରଥମ ଡୋଜ ନେଇ ନ ଥିବା ବେଳେ ତାଙ୍କୁ ମିଳିଛି ଟିକା ପ୍ରମାଣପତ୍ର। କେବଳ ସେତିକି ନୁହେଁ, ମହିଳା ଜଣକ କେବେ ଉତ୍ତରପ୍ରଦେଶ ଯାଇ ନାହାନ୍ତି। ହେଲେ ତାଙ୍କୁ ସେଠାକାର ପ୍ରମାଣପତ୍ର ମିଳିଛି। More

ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣା; ଗିରଫ ହେଲେ ୨ ଜଣ ବିଜେଡି କର୍ମୀ

ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପୁଅ ଥିବା ସୂଚନା ମିଳିଛି। ଏନେଇ ୪ଟି ମାମଲା ରୁଜୁ ହୋଇଛି।  More

ନବୀନ ନିଦାବିଷ୍ଣୁ ସାଜିଛନ୍ତି: ବୈଜୟନ୍ତ

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? More

ପୋଲିସ ନିଜ ଆଡୁ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ଭିଡିଓ ପଠାଇବାର ଉଦ୍ଦେଶ୍ୟ କଣ?

ସମସ୍ତ ଦୃଶ୍ୟକୁ ରେକର୍ଡିଂ କରି ନିଜ ଆଡୁ ଗଣମାଧ୍ୟମକୁ ଦେଇଛି ପୋଲିସ। ତେବେ କ୍ରାଇମ ସିନ୍ ରିକ୍ରିଏଟ୍ ପୂର୍ବରୁ ଗଣମାଧ୍ୟମକୁ ଆଗୁୁଆ ସୂଚନା ନଦେଇ ପୋଲିସ ନିଜ ଆଡୁ ଭିଡ଼ିଓ ପଠାଇବାର ଉଦ୍ଦେଶ୍ୟ କଣ ? ଏହି ସମ୍ବେଦନଶୀଳ ଘଟଣାରେ କାହାକୁ ଘଣ୍ଟ ଘୋଡ଼ାଇବାକୁ ଅପଚେଷ୍ଟା କରାଯାଉନି ତ ? More

ପିଲାଙ୍କ କ୍ୟାରିୟରରେ କରୋନା ମାଡ଼; ଠିକ୍ ସମୟରେ ହୋଇପାରୁନି ପରୀକ୍ଷା, ବାହାରୁନି ରେଜଲ୍ଟ

ପିଲାଙ୍କ କ୍ୟାରିୟର ଉପରେ କରୋନା ମାଡ଼ । ଠିକ୍ ସମୟରେ ହୋଇପାରୁନି ପରୀକ୍ଷା, ବାହାରି ପାରୁନି ରେଜଲ୍ଟ । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନକୁ ନେଇ ବି ବିବାଦ । More

ମନୀଷ ଅନୁରାଗ ହତ୍ୟା ମାମଲା: ଖୋଲିଲା ସାଉଥ୍‌ ସିଟି ବାରର ଅସଲ ରୂପ

ମନୀଷ ଅନୁରାଗ ହତ୍ୟା ମାମଲାର ଖୋଳତାଡ଼ ବେଳେ ଖୋଲିଛି ସାଉଥ ସିଟି ବାରର ଅସଲ ରୂପ । ଆଇନ୍ କାନୁନ୍‌ର ଧଜିଆ ଉଡ଼ାଇ ବାର ଚଳାଉଥିଲେ ଜଣେ ପୋଲିସ୍ କନେଷ୍ଟବଳ ।  More

ମମିତା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କୁ କିଏ ଦେଉଛି ସୁରକ୍ଷା?

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ? More