ସଂକ୍ଷେପରେ ଆଜିର ତାଜା ଖବର - Friday, 22 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ନବୀନ ନିଦାବିଷ୍ଣୁ ସାଜିଛନ୍ତି: ବୈଜୟନ୍ତ

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? More

ପୋଲିସ ନିଜ ଆଡୁ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ଭିଡିଓ ପଠାଇବାର ଉଦ୍ଦେଶ୍ୟ କଣ?

ସମସ୍ତ ଦୃଶ୍ୟକୁ ରେକର୍ଡିଂ କରି ନିଜ ଆଡୁ ଗଣମାଧ୍ୟମକୁ ଦେଇଛି ପୋଲିସ। ତେବେ କ୍ରାଇମ ସିନ୍ ରିକ୍ରିଏଟ୍ ପୂର୍ବରୁ ଗଣମାଧ୍ୟମକୁ ଆଗୁୁଆ ସୂଚନା ନଦେଇ ପୋଲିସ ନିଜ ଆଡୁ ଭିଡ଼ିଓ ପଠାଇବାର ଉଦ୍ଦେଶ୍ୟ କଣ ? ଏହି ସମ୍ବେଦନଶୀଳ ଘଟଣାରେ କାହାକୁ ଘଣ୍ଟ ଘୋଡ଼ାଇବାକୁ ଅପଚେଷ୍ଟା କରାଯାଉନି ତ ? More

ପିଲାଙ୍କ କ୍ୟାରିୟରରେ କରୋନା ମାଡ଼; ଠିକ୍ ସମୟରେ ହୋଇପାରୁନି ପରୀକ୍ଷା, ବାହାରୁନି ରେଜଲ୍ଟ

ପିଲାଙ୍କ କ୍ୟାରିୟର ଉପରେ କରୋନା ମାଡ଼ । ଠିକ୍ ସମୟରେ ହୋଇପାରୁନି ପରୀକ୍ଷା, ବାହାରି ପାରୁନି ରେଜଲ୍ଟ । ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନକୁ ନେଇ ବି ବିବାଦ । More

ମନୀଷ ଅନୁରାଗ ହତ୍ୟା ମାମଲା: ଖୋଲିଲା ସାଉଥ୍‌ ସିଟି ବାରର ଅସଲ ରୂପ

ମନୀଷ ଅନୁରାଗ ହତ୍ୟା ମାମଲାର ଖୋଳତାଡ଼ ବେଳେ ଖୋଲିଛି ସାଉଥ ସିଟି ବାରର ଅସଲ ରୂପ । ଆଇନ୍ କାନୁନ୍‌ର ଧଜିଆ ଉଡ଼ାଇ ବାର ଚଳାଉଥିଲେ ଜଣେ ପୋଲିସ୍ କନେଷ୍ଟବଳ ।  More

ମମିତା ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କୁ କିଏ ଦେଉଛି ସୁରକ୍ଷା?

ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ? ତାଙ୍କୁ କିଏ ଘୋଡାଉଛି ଘଣ୍ଟ ? More

୨୦ ବର୍ଷର ସମ୍ପର୍କ ଛିନ୍ନ କଲେ ପ୍ରଦୀପ, କହିଲେ ଏଠି ସେବା ପାଇଁ ସୁଯୋଗ ନାହିଁ

କଂଗ୍ରେସ ସହ ୨୦ ବର୍ଷର ସମ୍ପର୍କ ଛିନ୍ନ କଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଦକ୍ଷିଣ ଓଡ଼ିଶାର ଯୁବ ଓ ଦକ୍ଷ ନେତା ଏବଂ ଜାତୀୟ ସ୍ତରରେ ଜଣେ ଟାଣୁଆ ଆଦିବାସୀ ଚେହରା ପ୍ରଦୀପ । More

ସେବା ପାଇଁ ନୁହେଁ, ହେବା ପାଇଁ ଦଳ ଛାଡ଼ିଛନ୍ତି ପ୍ରଦୀପ: ନିରଞ୍ଜନ

ପ୍ରଦୀପ ମାଝୀଙ୍କ ବିରୋଧରେ ଆଜି ଦଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଥାଆନ୍ତା କିନ୍ତୁ ତା ପୂର୍ବରୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏଭଳି ସାଂଘାତିକ କଥା କହିଛନ୍ତି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ। More

ଏତେ ସୁନା ! ଏତେ ଟଙ୍କା ! ଏକାଠି ଦେଖିବା ସାଧାରଣ ଲୋକଙ୍କ ପାଇଁ ମୁସ୍କିଲ ନୁହେଁ ନାମୁମ୍‌କିନ୍‌

ପ୍ରାୟ ୮ କିଲୋଗ୍ରାମରୁ ଅଧିକ ସୁନା ଜବତ କରିଛି ପୋଲିସ । ଖୋଜ୍ଜାପଲ୍ଲୀ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ଏହି ପରିମାଣର ସୁନା ଜବତ ହୋଇଛି । More

ସାଉଥସିଟି ବାର୍‌ରେ ପଡ଼ିଛି ବିଡ଼ା ବିଡ଼ା ଟଙ୍କା

ସବୁ କଟକଣାକୁ ଫୁ କରି ବିଳମ୍ବିତ ରାତିରେ ବାର୍‌ରେ ଜମୁଥିଲା ନାଚଗୀତର ଆସର। ଡିଜେର ତାଳେ ଝୁମୁଥିଲେ ଗ୍ରାହକ, ଯାହାର ଭାଇରାଲ ଭିଡିଓ ତିଛି ଦିନ ତଳେ ପ୍ରସାରଣ ହୋଇଥିଲା। ବାର୍ ଡ଼୍ୟାନ୍ସରଙ୍କ ଉପରେ କିଏ ଟଙ୍କା ଫୋପାଡୁଥିଲେ ତ ଆଉ କିଏ ନିଶାରେ ହୋଇଯାଇଥିଲେ ଚୁର୍। More

ମସିଷ ଅନୁରାଗ ହତ୍ୟା ମାମଲା; IICଙ୍କ ବଦଳି, ବାର ଚଳାଉଥିବା କନେଷ୍ଟବଳ ନିଲମ୍ବିତ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଭୁବନେଶ୍ୱର ସାଉଥ ସିଟି ବାର୍ ଚଳାଉଥିବା କମିଶନରେଟ୍ ପୋଲିସର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କଲେ ଡିସିପି ।  More

ଏଣିକି ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ

ଏଥର ପଞ୍ଚାୟତ ନିର୍ବାଚନର ହେବ ସେଣ୍ଟ୍ରାଲ କାଉଣ୍ଟିଂ । ପୋଲିଂ ସରିବା ପରେ ଭୋଟ ବାକ୍ସ ଗୁଡ଼ିକୁ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯିବ । ଭୋଟ ବାକ୍ସ ପାଇଁ ବ୍ଲକ ସ୍ତରରେ ଷ୍ଟ୍ରଙ୍ଗ ରୁମ୍ ପ୍ରସ୍ତୁତ କରାଯିବ । More

ସ୍ତ୍ରୀକୁ ଲକ୍ଷେ ଟଙ୍କାରେ ବିକ୍ରି ଅଭିଯୋଗରେ ସ୍ୱାମୀ ଗିରଫ

ପାଟଣାଗଡ଼: ସ୍ତ୍ରୀକୁ ଲକ୍ଷେ ଟଙ୍କାରେ ବିକ୍ରି ଅଭିଯୋଗରେ ସ୍ୱାମୀ ଗିରଫ । ରାଜସ୍ଥାନରୁ ବିକ୍ରି ମହିଳାଙ୍କୁ ଉଦ୍ଧାର କଲା ବେଲପଡ଼ା ପୋଲିସ । ସ୍ତ୍ରୀକୁ ବିକ୍ରି ଅଭିଯୋଗରେ ସୁଲେଇକେଲା ଗାଁର ଅଭିଯୁକ୍ତ ସ୍ୱାମୀ ଗିରଫ । ମହିଳା ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର । ଇଟା କାମ କରିବାକୁ ଡାକିନେଇ ସ୍ୱାମୀ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା ।

ଶିଶୁମାନଙ୍କୁ ଟିକାକରଣ ନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ତାଲିମ

ଶିଶୁମାନଙ୍କୁ ଟିକାକରଣ ନେଇ ଆଜି ସଂଧ୍ୟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ। କେନ୍ଦ୍ର ସରକରାଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂରେ ତାଲିମ ପ୍ରଦାନ କରାଯିବ। ତେବେ ଶିଶୁମାନଙ୍କୁ ବିନା ଛୁଞ୍ଚିରେ ଟିକା ଦିଆଯିବ। ବୟସ୍କଙ୍କ ଭଳି ଶିଶୁମାନେ ମଧ୍ୟ ୨ ଡୋଜ୍ ଟିକା ନେବା ଲାଗି ପରାମର୍ଶ ଦେଇଛନ୍ତି। ଶିଶୁଙ୍କ ପାଇଁ ଥିବା କୋଭାକ୍ସିନ ଟିକାକୁ ପରୀକ୍ଷା କରାଯାଇ ଦିଆଯିବ। ଦେଶରେ ୧ କୋଟି ୪୦ ଲକ୍ଷ ଶିଶୁ ଅଛନ୍ତି। 

ମମିତା ମେହେର ହତ୍ୟା ମାମଲା: କ୍ୟାପିଟାଲ ଥାନାରେ ଧସେଇ ପସିଲେ ବିଜେପି ମହିଳା କର୍ମୀ

ମମିତା ମେହେର ହତ୍ୟା ମାମଲାକୁ ନେଇ ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ଏତଲା ଦେବାକୁ ମହିଳା ମୋର୍ଚ୍ଚାର ନେତ୍ରୀମାନେ କ୍ୟାପିଟାଲ ଥାନା ଭିତରକୁ ଯାଇଥିଲେ। More

ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ମାଡ଼ ମାରି ମୁହଁ ଫଟାଇ ଦେଲେ ବିଜେଡି ସମର୍ଥକ !

ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ ବେଳେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। More

ରଣକ୍ଷେତ୍ର ପାଲଟିଲା ଥାନା ପରିସର: ୪ ଆହତ

ନରସିଂହପୁର ଥାନା ପରିସର ରଣକ୍ଷେତ୍ର ପାଲଟିଲା। ପିଟାପିଟିରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି। ୩ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ବ୍ୟକ୍ତି ଆହତ ହୋଇଥିବା ନେଇ ସୂଚନା ମିଳିଛି। ଧାରଣାକୁ ନେଇ ଉତ୍ତେଜନା ପରେ ପୋଲିସ-ଜନତା ଖଣ୍ଡଯୁଦ୍ଧ ହୋଇଥିଲା। ରତାପାଟର ୩ ଜଣଙ୍କୁ ଅଟକ ପ୍ରତିବାଦରେ ଧାରଣା ଚାଲିଥିବା ବେଳେ ଏମିତି ଅଘଟଣ ହୋଇଛି। More

‘୧୯ ବର୍ଷ ପୂର୍ବେ ମୋତେ ଅଫର୍‌ ଦେଇଥିଲେ ନବୀନ’

ପ୍ରଦୀପ ମାଝି କଂଗ୍ରେସ ଛାଡ଼ିବା ଅବସରରେ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ନିଜ ସ୍ୱାର୍ଥ ପାଇଁ ପ୍ରଦୀପ ମାଝି କଂଗ୍ରେସ ଛାଡ଼ିଛନ୍ତି। ସେ ଫେଲ୍‌ ମାରି ବୁଲୁଛନ୍ତି। ସେ ଯେଉଁଥିରେ ହାତ ମାରିଲେ ଫେଲ୍‌। More

ଚିନ୍ତାରେ କନ୍ଧମାଳ ଆଳୁଚାଷୀ, ଫସଲକୁ ନଷ୍ଟ କରିଦେଲେ ରୋଗ ପୋକ

ଆଳୁର ଅଭାବୀ ବିକ୍ରି ରୋକିବାକୁ ସରକାର କିଛି ମାସ ତଳେ ନିଷ୍ପତ୍ତି ନେଇଥିଲେ। ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ। ଏବଂ ଓଡ଼ିଶାର ଶୀତଳ ଅଞ୍ଚଳ ଭାବେ ପରିଚିତ କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ବର୍ଷା ଦିନିଆ ଆଳୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ରିହାତି ଦରରେ ଉନ୍ନତ ମାନର ଆଳୁ ବିହନ ଯୋଗାଣ କରିଥିଲେ । More

ଘରେ ବନାନ୍ତୁ ସ୍ୱାଦିଷ୍ଟ ‘ମାଟିହାଣ୍ଡି ମଟନ୍’

ଖାଦ୍ୟରେ ଆମିଷ ଥିଲେ ଖାଇବାର ସ୍ୱାଦ ଦୁଇ ଗୁଣ ବଢିଯାଏ । ଆଜି ଆମେ ଆପଣଙ୍କ ପାଇଁ ଦେଶୀ ଶୈଳୀରେ ଏକ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମାଟିହାଣ୍ଡି ମଟନ୍‘ । ଏହି ରେସିପିଟିକୁ ଆମେ ମାଟି ହାଣ୍ଡିରେ ପ୍ରସ୍ତୁତ କରିବା । ଏହି ରେସିପିଟି ଆପଣ ଅତି ସହଜ ଓ ସରଳ ପ୍ରଣାଳୀରେ ବନେଇ ପାରିବେ । More

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭୁଶୁଡ଼ୁଛି ରାଜ୍ୟ କଂଗ୍ରେସର ଦୁର୍ଗ। ଅବିଭକ୍ତ ଗଞ୍ଜାମ ଧିରେ ଧିରେ ବିଜେଡି କବ୍‌ଜାକୁ ଆସି ଥିବାବେଳେ ଏବେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ଦୁର୍ଗ ନଷ୍ଟ ହେବାରେ ଲାଗିଛି।  More

ରାଧେ ଘରୁ ମିଳିଲା ମୋବାଇଲ୍‌, ସ୍ତ୍ରୀ କହିଲା- ମୋ ସ୍ୱାମୀଙ୍କୁ ଫସାଇ ଦିଆଯାଇଛି

ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେ ଘରୁ କିଛି ସୁରାଗ ମିଳିଛି। ରାଧେର ସ୍ତ୍ରୀ ଆଶା ଚଣ୍ଡୀ ପୋଲିସ୍‌ ଏହି ସୁରାଗ ହସ୍ତାନ୍ତର କରିଛନ୍ତି। ରାଧେର ଘର ଖଟ ତଳେ ଥିବା ବ୍ୟାଗକୁ ରାଧେର ସ୍ତ୍ରୀ ପୋଲିସ୍‌କୁ ଦେଇଛନ୍ତି। More

ସସ୍‌ପେଣ୍ଡ ପୂର୍ବରୁ ଦଳ ଛାଡ଼ିଲେ ପ୍ରଦୀପ ମାଝୀ : ତାରା

କଂଗ୍ରେସରୁ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସାଙ୍ଘାତିକ ବୟାନ ଦେଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କହିଲେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଉଛନ୍ତି। ଯଦି ସେମାନେ ଜନସେବା କରୁଥିଲେ ତେବେ ଦଳ ଦୁଇଦୁଇ ଥର ଟିକେଟ୍‌ ଦେବା ପରେ ହାରିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା। More

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଇସ୍ତଫା ନେଇ ପ୍ରଦୀପ ମାଝୀ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଜଣାଇଥିବା ସୂଚନା ମିଳିଛି। More

ଚଢ଼ଉ ପାଇଁ ଯାଇଥିବା ବେଳେ ପୋଲିସ୍‌ ଗାଡ଼ି ଉପରକୁ ନିଶା ବେପାରୀଙ୍କ ଆକ୍ରମଣ

ଚଢ଼ଉ ପାଇଁ ଯାଇଥିବା ବେଳେ ପୋଲିସ୍‌ ଗାଡ଼ି ଉପରକୁ ନିଶା ବେପାରୀଙ୍କ ଆକ୍ରମଣ। ରେଡ୍ ପାଇଁ ଯାଇଥିବା ବେଳେ ପୋଲିସ୍‌ ଗାଡ଼ି ଉପରକୁ ନିଶା ବେପାରୀ ଓ ସେମାନଙ୍କର ସହଯୋଗୀ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି। More

ହତ୍ୟା ପରେ ମମିତାଙ୍କୁ କେମିତି ପୋଡ଼ିଲା ଓ ପୋତିଲା ? ଡେମୋ ଦେଖାଇଲା ଗୋବିନ୍ଦ

ମହାଲିଙ୍ଗ ଷ୍ଟାଡିୟମ୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ। ଆଜି ଭୋର ୪ଟାରେ ମହାଲିଙ୍ଗ ଷ୍ଟାଡିୟମ୍‌ରେ ପୋଲିସ୍ ଗୋବିନ୍ଦକୁ ନେଇ ସିନ୍ ରିକ୍ରିଏସନ୍ କରାଇଛି। ଷ୍ଟାଡିୟମ୍‌ରେ ପ୍ରାୟ ୧୦ରୁ ୧୫ ମିନିଟ୍ ଧରି ଗୋବିନ୍ଦ ଡେମୋ ଦେଖାଇଥିଲା। More

ମନ୍ତ୍ରୀ ପ୍ରତାପ କହିଥିଲେ ଗୋବିନ୍ଦ ଶିକ୍ଷା ବିକାଶର ବିନ୍ଧାଣୀ, ଆଉ କ୍ୟାପ୍ଟେନ୍‌ କହିଥିଲେ ୟଙ୍ଗ ଲାଗୁଛି

ମହାଲିଙ୍ଗ କଲେଜକୁ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର କରୁଥିଲେ ଭୂୟସୀ ପ୍ରଶଂସା । ଯେଉଁ କଲେଜକୁ ଆସିଲେ ସମସ୍ତେ ହୋଇଯାଆନ୍ତି ୟଙ୍ଗ୍, ସେହି କଲେଜରେ ରହିବାକୁ ଇଚ୍ଛା ହୁଏ ଘଣ୍ଟା ଘଣ୍ଟା ଧରି । More

କାଲି ଗୋବିନ୍ଦ, ଆଜି ରାଧେ ! ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ.. ମୋବାଇଲ୍

କାଲି ଗୋବିନ୍ଦ, ଆଜି ରାଧେ । ମମିତା ମର୍ଡର ଫର୍ଦ୍ଦର ମୂକସାକ୍ଷୀ-ମୋବାଇଲ୍ । କୁଆଡ଼େ ଗଲା ମମିତାଙ୍କ ମୋବାଇଲ୍ ଫୋନ୍ ? ଯେଉଁଥିରେ ଲୁଚିଛି ଜହ୍ଲାଦ ଗୋବିନ୍ଦର ପାପ କାହାଣୀ । More

ଗୁଣି ଗାରେଡ଼ି ସନ୍ଦେହରେ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତଙ୍କ ମୃତ୍ୟୁ ଦଣ୍ଡାଦେଶ କାଏମ୍‌

ଗୁଣି ଗାରେଡ଼ି ସନ୍ଦେହରୁ ପତି-ପତ୍ନୀ ଓ ଝିଅ, ୩ ଜଣଙ୍କୁ ବିଷ ଇଂଜେକ୍ସନ ଦେଇ ହତ୍ୟା ମାମଲାରେ ସମସ୍ତ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ କାଏମ । ୨୦୧୬ରେ ରାୟଗଡ଼ାରେ ଘଟିଥିବା ଏ ଜଘନ୍ୟ ହତ୍ୟାକାଣ୍ଡରେ ପୂର୍ବରୁ ୯ ଦୋଷୀଙ୍କ ଫାଶି ଦଣ୍ଡାଦେଶ ଦେଇଥିଲେ ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । More

ଠକିଦେଲେ ସରକାର ! ଚାଷୀ ମୁଣ୍ଡରେ ଚଡ଼କ; ବର୍ଷା ଦିନେ ବି ଆଳୁ ଫଳିବ କହି ଦେଇଥିଲେ ବିହନ, ହେଲେ..

ଜମିରେ ଧାଡି ଧାଡି ହୋଇ ଲାଗିଛି ଆଳୁ ଗଛ । ହେଲେ ଗଛଗୁଡିକ ଛନଛନିଆ ବଦଳରେ କେଉଁଠି ପତ୍ର ପୋଡି ଯାଇଛି, କେଉଁଠି ମୁହଁ ମାଡି ପଡିଛି ଗଛ ତ ଆଉ କେଉଁଠି ମାଟି ତଳେ ବିହନ ଗୁଡ଼ିକ ଗଣ୍ଠି ଧରିବା ବଦଳରେ ନଷ୍ଟ ହୋଇଯାଇଛି । More

ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା

ଆସନ୍ତା ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ ନବମ ଶ୍ରେଣୀର ପ୍ରଥମ ସମ୍ମେଟିଭ୍ ପରୀକ୍ଷା । ଏହା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । More